ସଫଳତା ପଥେ ଚନ୍ଦ୍ରୟାନ-୩

ତେବେ ଚନ୍ଦ୍ରୟାନ-୩ର ଏହି ସଫଳ ଅଭିଯାନ ପରେ ମନରେ ପ୍ରଶ୍ନ ଉଠେ: ଏ ଦିଗରେ ଆମର ପରବର୍ତ୍ତୀ ଲକ୍ଷ୍ୟ କ’ଣ ହେବ। ଚନ୍ଦ୍ରୟାନ-୩ ଅଭିଯାନ ମୂଳତଃ ଅନ୍ତରୀକ୍ଷରେ ଏକ ମାନବ ରହିତ କାର୍ଯ୍ୟକ୍ରମ। ଏହି ଅଭିଯାନ ଜରିଆରେ କେବଳ କିଛି ବୈଜ୍ଞାନିକ ଯନ୍ତ୍ରାବଳୀକୁ ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ରୂପେ ସ୍ଥାନିତ କରାଯାଇପାରିଛି। ଏହି ଯନ୍ତ୍ରାବଳୀ ଚନ୍ଦ୍ରପୃଷ୍ଠରେ ରହି ଆପେ ଆପେ କାର୍ଯ୍ୟ କରିବେ ଏବଂ ସେଗୁଡ଼ିକୁ ପୃଥିବୀକୁ ଫେରାଇ ଆଣିବାର ଆବଶ୍ୟକତା ନାହିଁ। ଏହି ଉପଲବ୍ଧିଠାରୁ ଅଧିକ ଉଚ୍ଚକୋଟୀର ଉପଲବ୍ଧି ହେବ ଚନ୍ଦ୍ରକୁ ମନୁଷ୍ୟ ପ୍ରେରଣ କରି ପୃଥିବୀକୁ ନିରାପଦ ରୂପେ ଫେରାଇ ଆଣିବା କାର୍ଯ୍ୟକ୍ରମ। ଏହା କୌଣସି ମନୁଷ୍ୟ ବିହୀନ ଅଭିଯାନଠାରୁ ଯଥେଷ୍ଟ ଜଟିଳ ଓ କଠିନ ପ୍ରକ୍ରିୟା ଏବଂ ଏ ଦିଗରେ ପାଦେ ପାଦେ ବିପଦ ରହିଛି। ପ୍ରଥମତଃ ଚନ୍ଦ୍ରପୃଷ୍ଠରେ ସୁଚାରୁ ରୂପେ ଧୀର-ଅବତରଣ କରି ନ ପାରିଲେ ଯାନଟି ଚନ୍ଦ୍ରମାଟିରେ ପିଟି ହୋଇ ନଷ୍ଟ ହୋଇଯିବ ଏବଂ ଏଥିରେ ଥିବା ମନୁଷ୍ୟ ମହାକାଶଚାରୀମାନଙ୍କ ମୃତ୍ୟୁ ଘଟିବ। ଦ୍ୱିତୀୟତଃ ମହାକାଶଚାରୀମାନଙ୍କୁ ସୁରକ୍ଷିତ ରୂପେ ପୃଥିବୀ ଫେରାଇ ଆଣିବାକୁ ପଡ଼ିବ। ଏଥିନିମନ୍ତେ ଫେରନ୍ତା ପଥରେ ଯାନକୁ ପଥିବୀର ବାୟୁମଣ୍ଡଳ ମଧ୍ୟରେ ପୁନଃପ୍ରବେଶ କରିବାକୁ ପଡ଼ିବ। ଏହି ସମୟରେ ଯାନଟି ପୃଥିବୀର ମାଧ୍ୟାକର୍ଷଣ ବଳ ଦ୍ୱାରା ଆକର୍ଷିତ ହୋଇ ପ୍ରଚଣ୍ଡ ଗତିରେ ଛୁଟି ଯାଉଥିଲାବେଳେ ବାୟୁମଣ୍ଡଳର ଘର୍ଷଣ ହେତୁ ଯାନର ତାପମାତ୍ରା ବୃଦ୍ଧି ପାଇ ନିମିଷକ ମଧ୍ୟରେ ପ୍ରାୟ ୩୦୦୦ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚତ୍ଥାଏ, ଯେଉଁ ତାପମାତ୍ରାରେ ଲୁହା ସମେତ ଅଧିକାଂଶ ଧାତୁ ତରଳିଯିବ। ଏହି ପ୍ରଚଣ୍ଡ ତାପମାତ୍ରାକୁ ସହ୍ୟ କରିବା ନିମନ୍ତେ ଯାନର ବାହାରପଟେ ସ୍ବତନ୍ତ୍ର ତାପନିରୋଧକ ଟାଇଲମାନ ଖଞ୍ଜା ଯାଇଥାଏ, ଯାହା ଯାନ ସମେତ ଏଥିରେ ଥିବା ମହାକାଶଚାରୀମାନଙ୍କୁ ରକ୍ଷାକରେ। ଏହି ପ୍ରଚଣ୍ଡ ତାପମାତ୍ରାରୁ ଯାନ ତଥା ମହାକାଶଚାରୀମାନଙ୍କୁ ରକ୍ଷା କରିବା ବିଶ୍ୱର ଯେକୌଣସି ଅନ୍ତରୀକ୍ଷ ସଙ୍ଗଠନ ପାଇଁ ଏକ ବିରାଟ ପ୍ରଯୁକ୍ତିଗତ ଆହ୍ବାନ ଏବଂ ଏଥିନିମନ୍ତେ ଉଚ୍ଚକୋଟୀର ଜ୍ଞାନକୌଶଳ ପ୍ରୟୋଗର ଆବଶ୍ୟକତା ରହିଛି। ବାୟୁମଣ୍ଡଳରେ ପୁନଃପ୍ରବେଶର ଏହି ପ୍ରଯୁକ୍ତିଗତ ଜଟିଳତା ପାଇଁ ଅତୀତର ଅନେକ ଅଭିଯାନରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାନସ୍ଥିତ ମହାକାଶଚାରୀଙ୍କ ମୃତ୍ୟୁ ଘଟିଛି। ଏ ପ୍ରସଙ୍ଗରେ ୨୦୦୩ରେ ଆମେରିକୀୟ ଅନ୍ତରୀକ୍ଷ ସଙ୍ଗଠନ ନାସାର ଏକ ସଟଲ୍‌ ଯାନ ‘କଲମ୍ବିଆ’ର ପୃଥିବୀ ପ୍ରତ୍ୟାବର୍ତ୍ତନ ସମୟରେ ଦୁର୍ଘଟଣା କଥା ସ୍ମରଣ କରାଯାଇପାରେ, ଯେଉଁଥିରେ ଭାରତୀୟ ବଂଶୋଦ୍ଭବ ମହିଳା ମହାକାଶଚାରୀ କଳ୍ପନା ଚାୱଲାଙ୍କ ସମେତ ସମସ୍ତ ସାତଜଣ ଆରୋହୀଙ୍କ ଅନ୍ତରୀକ୍ଷରେ ଦାରୁଣ ମୃତ୍ୟୁ ଘଟିଥିଲା।
ସୁତରାଂ ଆମେ ଚନ୍ଦ୍ରୟାନ-୩ ସଫଳତାରେ ଆତ୍ମହରା ନ ହୋଇ ଚନ୍ଦ୍ରକୁ କିପରି ନିକଟ ଭବିଷ୍ୟତରେ ଭାରତୀୟ ମହକାଶଚାରୀ ଥିବା ଏକ ଯାନ ପଠାଇବା ଚିନ୍ତା କରିବା କଥା। ଏହା ପୂର୍ବରୁ ଚନ୍ଦ୍ରକୁ କେବଳ ଯୁକ୍ତରାଷ୍ଟ୍ର ଆମେରିକା ମନୁଷ୍ୟ ଥିବା ଯାନ ପ୍ରେରଣ କରିପାରିଛି। ରୁଷିଆ ପୂର୍ବରୁ ମହାକାଶକୁ ଅନେକ ମନୁଷ୍ୟ ଥିବା ଯାନ ପ୍ରେରଣ କରିଥିଲେ ସୁଦ୍ଧା ଚନ୍ଦ୍ରକୁ ଏପର୍ଯ୍ୟନ୍ତ ମନୁଷ୍ୟଯୁକ୍ତ ଯାନ ପ୍ରେରଣ କରି ନାହିଁ। ଏବେ ଚାଇନା ଆମ ସହିତ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରି ଅନ୍ତରୀକ୍ଷ ଅନ୍ବେଷଣ କ୍ଷେତ୍ରରେ ଆମଠାରୁ କେଇପାଦ ଆଗରେ ଅଛି। ଚାଇନା ୨୦୦୩ରେ ସେଂଝଉ-୫ ମହାକାଶଯାନ ଜରିଆରେ ବିଶ୍ୱର ତୃତୀୟ ରାଷ୍ଟ୍ର ରୂପେ ଅନ୍ତରୀକ୍ଷକୁ ମନୁଷ୍ୟ ପ୍ରେରଣ କରିସାରିଛି। ଆମର ମନୁଷ୍ୟ ଥିବା ମହତ୍ତ୍ୱାକାଂକ୍ଷୀ ‘ଗଗନଯାନ’ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟସୀମାଠାରୁ ବିଳମ୍ବରେ ଚାଲିଛି ଏବଂ ଆଗାମୀ ୨୦୨୪ ଶେଷ ବେଳକୁ ଏହି କାର୍ଯ୍ୟକ୍ରମର ଅଂଶସ୍ବରୂପ ଭାରତୀୟ ମହାକାଶଚାରୀ ମହାକାଶଯାତ୍ରା କରିବେ ବୋଲି ଆଶା କରାଯାଏ।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?