Odisha Elections 2024

ସାମୂହିକ ଛୁଟିରେ ଶିକ୍ଷୟିତ୍ରୀଶିକ୍ଷକ, ଛାତ୍ରୀଛାତ୍ର ବୁଲୁଛନ୍ତି

ପଟ୍ଟାମୁଣ୍ଡାଇ,୧୧ା୯ (କଳ୍ପତରୁ ନାୟକ): ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ୫-ଟି ରୁପାନ୍ତରିକରଣରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଓ ଶିକ୍ଷକତାର ସ୍ବାର୍ଥ ଯୋଗୁ ଏହାର ସୁଫଳ ମିଳିପାରୁନାହିଁ। କେଉଁଠି ଭିତ୍ତିଭୂମି ଅଛି ଶିକ୍ଷକ ନାହଁାନ୍ତି ଆଉ କେଉଁଠି ଏସବୁ ସତ୍ତ୍ୱେ ସରକାରୀ ସ୍କୁଲଗୁଡିକର ଆଶାନୁରୂପ ବିକାଶ ସମ୍ଭବ ହୋଇପାରୁନାହିଁ। ଏବେ ପ୍ରାଥମିକ ଶିକ୍ଷୟିତ୍ରୀଶିକ୍ଷକ ସାମୂହିକ ଛୁଟିରେ ଯାଇଛନ୍ତି। ନିଜ ସ୍ବାର୍ଥ ଲୋଭରେ ସ୍କୁଲରେ ତାଲା ପକାଇ ପିଲାଙ୍କ ପାଠପଢ଼ା ବନ୍ଦ କରି ରାଜରାସ୍ତାରେ ଧାରଣା ଦେଇଥିବାରୁ ଅଭିଭାବକଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଫଳରେ ପିଲାମାନେ ପାଠ ପଢା ସମୟରେ ବୁଲାବୁଲି କରୁଛନ୍ତି।
କେନ୍ଦ୍ରାପଡ଼ା ଅଭିଭାବକ ମହାସଂଘ ସମ୍ପାଦକ ନରେନ୍ଦ୍ର ଧଳ କହିଛନ୍ତି, ଅତୀତରେ ଗୁରୁକୂଳ ଆଶ୍ରମ ଥିଲା ଆମ ଶିକ୍ଷା ବ୍ୟବସ୍ଥାର ମୂଳସୂତ୍ର। ଆତ୍ମସଂଯମ ଓ ଆତ୍ମଶୃଙ୍ଖଳା ବଳରେ ସେମାନେ ଶିଷ୍ୟମାନଙ୍କୁ ପ୍ରଦାନ କରୁଥିଲେ ଆଲୋକ ଏବଂ ଅମୃତ ପଥରେ ଯାତ୍ରୀ ହେବାର ମନ୍ତ୍ର। ଆଶ୍ରମ ଯୁଗର ଅବସାନ ପରେ ଆରମ୍ଭ ହେଲା ଚାଟଶାଳୀ ଶିକ୍ଷା ବ୍ୟବସ୍ଥା। ପର୍ଯ୍ୟାୟକ୍ରମେ ସରକାର ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା ବ୍ୟବସ୍ଥା ଆରମ୍ଭ କଲେ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ନିୟୋଜିତ ହେଲେ ଶିକ୍ଷକ ଓ ଅଧ୍ୟାପକ। ମାତ୍ର ଆଜିର ସରକାରୀ ଶିକ୍ଷକ କେଉଁଭଳି ଶିକ୍ଷାଦାନ କରିଥାନ୍ତି ସମୀକ୍ଷା କରାଗଲେ ହୁଏତ ସମଗ୍ର ଶିକ୍ଷକ ସମାଜ ବଦନାମ ହୋଇଯିବ। ବୁଦ୍ଧିଜୀବୀ ପ୍ରମୋଦ ସାହୁ କହିଛନ୍ତି, ସମୟ ବଦଳିବା ସହ ଆଜି ଶିକ୍ଷା ବଦଳିଛି। ଘରୋଇ ବିଦ୍ୟାଳୟଗୁଡ଼ିକର ପର୍ଯ୍ୟାପ୍ତ ଉପସ୍ଥିତି ପାରମ୍ପରିକ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଭାବିତ କରିଛି। ସରକାରୀ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ ଉଦ୍‌ବେଗଜନକ ଭାବେ ହ୍ରାସ ପାଇ ଚାଲିଥିବାବେଳେ ଘରୋଇ ସ୍କୁଲରେ ଏହା ବୃଦ୍ଧି ପାଉଛି। ସରକାର ସରକାରୀ ସ୍କୁଲ ରୂପାନ୍ତରୀକରଣ ନଁାରେ ଦୁର୍ନୀତି ଚାଲିଛି। ଗୋଟିଏ ଶ୍ରେଣୀରେ ବସି ବିଭିନ୍ନ ଶ୍ରେଣୀର ପିଲା ପାଠ ପଢୁଛନ୍ତି। ଗୋଟିଏ କୋଠରୀରେ ଗୋଟିଏ କି ଦୁଇଟି ନୁହେଁ ବରଂ ୫ଟି ଶ୍ରେଣୀର ପିଲା ପାଠ ପଢୁଛନ୍ତି। ସରକାରୀ ସ୍କୁଲରେ ଖାଲି କୋଠରୀ ଅଭାବ ତାହା ନୁହେଁ। ଶିକ୍ଷକ ଶିକ୍ଷାର୍ଥୀ ଶିକ୍ଷାର ମାନ ତଥା ଆଧାର ଉପରେ କୌଣସି ଜ୍ଞାନ ନ ଦେଇ କେବଳ କୌଣସି ମତେ ଶିକ୍ଷା ବର୍ଷ ଶେଷରେ ଉଚ୍ଚ ସଂଖ୍ୟା ବିଶିଷ୍ଟ ପ୍ରମାଣପତ୍ର ଦେବେ ସେନେଇ ଲକ୍ଷ୍ୟ ରଖୁଛନ୍ତି। ସାମାଜିକ କର୍ମୀ ପ୍ରତାପ ପାଢୀ କହିଛନ୍ତି, ବର୍ତ୍ତମାନ ସରକାରୀ ବିଦ୍ୟାଳୟଗୁଡିକରେ ଯେଉଁମାନେ ବି ନିୟମିତ ବିଦ୍ୟାଳୟକୁ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ଏକ ବୃହଦାଂଶ ନିଜ ଶ୍ରେଣୀ ପାଇଁ ଅଯୋଗ୍ୟ। ତୃତୀୟ ଶ୍ରେଣୀ ପିଲା ଓଡ଼ିଆ ପଢ଼ି ପାରୁନାହିଁ। ସପ୍ତମ ଶ୍ରେଣୀ ପିଲା ଶୁଦ୍ଧ ଓଡ଼ିଆ ବାକ୍ୟଟିଏ ଲେଖି ପାରୁନାହିଁ। ଅଥଚ ମାଟ୍ରିକ ପରୀକ୍ଷାରେ ସେହି ପିଲା ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖୁଛି। ଶିକ୍ଷକମାନେ କୋଚିଂ ସେଣ୍ଟର ନାମରେ ପିଲାଙ୍କଠୁ ଅଧିକ ପଇସା ନେଉଛନ୍ତି। ଆମ ସମୟରେ ଅତି ମେଧାବୀ ଛାତ୍ର ଏପରିକି ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ପିଲା ୭୦ ପ୍ରତିଶତ ନମ୍ବର ରଖିବା କଷ୍ଟକର ଥିଲା। ଅଧିକ ନମ୍ବର ରଖିବା ଭଲ କଥା। କିନ୍ତୁ ତଦନୁଯାୟୀ ଗୁଣାତ୍ମକ ବିକାଶ ସାଧିତ ହେବା ଉଚିତ। ଆଜିର ଶିକ୍ଷକ ଶିକ୍ଷାଦାନ ସ୍ବାର୍ଥକୁ ଗୁତୁତ୍ୱ ଦେଇ କରୁଛନ୍ତି। ପୁରାତନ ଶିକ୍ଷକ ପ୍ରଫୁଲ୍ଲ ଦାଶ କହିଛନ୍ତି, ଆଗକାଳରେ ଗୁରୁଶିଷ୍ୟର ସମ୍ପର୍କ ଅତି ଉଚ୍ଚକୋଟିରେ ଥିଲା। ଆଗରୁ ଶିକ୍ଷକ ଶିକ୍ଷାଦାନ ଦେବାକୁ ପିଲାଙ୍କ ଘରକୁ ଯାଇ ପଢାଉ ଥିଲେ ମଧ୍ୟ କୌଣସି ଦେୟ ନେଉ ନ ଥିଲେ। ପିଲାମାନେ ଶନିବାରିଆ ମୁଠି ଚାଉଳ ଆଣୁଥିଲେ। ମାସିକିଆ ଦରମା ମଧ୍ୟ ଦେଉଥିଲେ। ସେତେବେଳେ ନୈତିକତା, ଆଧ୍ୟାତ୍ମିକତା ଶିକ୍ଷାକୁ ପ୍ରକୃତ ମୂଲ୍ୟ ଓ ମହତ୍ୱ ଦିଆଯାଉଥିଲା । ଶିକ୍ଷା ଜୀବିକା ଅର୍ଜନ ପାଇଁ ନ ହୋଇ ଜୀବନ ପାଇଁ ହେବା ଉଚିତ। ଏବେ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶୃଙ୍ଖଳା ଓ ଅବ୍ୟବସ୍ଥାର ଆଶ୍ରୟସ୍ଥଳ ହୋଇଛି। ଅସନ୍ତୁଷ୍ଟ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି ଅସ‘ୁଷ୍ଟ ହେଉଛନ୍ତି। ଆଗକାଳରେ ମା’ବାପା, ସାଧୁସନ୍ଥ ବୀରମାନଙ୍କ କାହାଣୀ ଦେଶର ସଂସ୍କୃତି ଐତିହ୍ୟକୁ ପିଲାମାନଙ୍କୁ ଶିକ୍ଷା ଦେଉଥିଲେ। ଏବେ ମାତାପିତା ପିଲାକୁ ନିଜ ବାଟରେ ଯିବା ପାଇଁ ଓ ଉତ୍ତମ, ମହାନ୍‌, ସମୁଚିତ କଥାକୁ ଏଡ଼ାଇ ଯିବା ପାଇଁ ଅନୁମତି ଦେଉଛନ୍ତି। ଏବେ ଶିକ୍ଷକମାନେ ଛାତ୍ରମାନଙ୍କୁ ମୂଲ୍ୟବୋଧ ଶିକ୍ଷା ଦେଉନାହାନ୍ତି। ପରିତାପର ବିଷୟ, ଦେଶର ଅଧିକାଂଶ ସମସ୍ୟା ଶିକ୍ଷିତ ଲୋକମାନଙ୍କ ଦ୍ୱାରା ସୃଷ୍ଟି ହେଉଛି। ଅଶିକ୍ଷିତ ବା ନିରକ୍ଷରମାନଙ୍କ ପାଇଁ ନୁହେଁ, କାରଣ ଶିକ୍ଷିତ ଉପଯୁକ୍ତ ଶିକ୍ଷା ଲାଭ କରିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri