Posted inଖେଳ

ସେମିଫାଇନାଲରେ କିଟ୍‌

ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଭୁବନେଶ୍ୱର ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ବିଜୟୀ ହୋଇ କିଟ୍‌ ସେମିଫାଇନାଲରେ ପ୍ରବେଶ କରିଛି। ତୃତୀୟ କ୍ୱାର୍ଟର ଫାଇନାଲରେ କିଟ୍‌ ୧-୦ ଗୋଲରେ ମଦର୍ସ ଫୁଟବଲ କ୍ଲବକୁ ପରାସ୍ତ କରିଛି। ମ୍ୟାଚର ୨୨ତମ ମିନିଟରେ କିଟ୍‌ର କୁନାଲ ସିଂ କର୍ନର କିକ୍‌କୁ ହେଡ୍‌ କରି ଗୋଲରେ ପରିଣତ କରିଥିଲେ।

ଏହାପରେ ଉଭୟ ଦଳ ପକ୍ଷରୁ ଆଉ ଗୋଲ ହୋଇପାରି ନ ଥିଲା। କିଟ୍‌ ଆସନ୍ତା ୧୨ ତାରିଖରେ ଆରଡୋର ଫୁଟବଲ ଏକାଡେମୀ ବିପକ୍ଷରେ ସେମିଫାଇନାଲ ଖେଳିବ। ଆୟୋଜକ ଆସୋସିଏଶନ ସଦସ୍ୟ ମିନତୀ ସାହୁ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ କିଟ୍‌ର କୁନାଲ ସିଂଙ୍କୁ କୁଲ୍‌-ଡାଉନ୍‌ ଉପକରଣ ପ୍ରଦାନ କରିଥିଲେ। ମ୍ୟାଚ ପରିଚାଳନା କରିଥିଲେ ସୁଶାନ୍ତ ମିଶ୍ର। ସକାଓ୍ବତ ଖାଁ ଓ ଶିବ ସାମନ୍ତରାୟ ତାଙ୍କୁ ସହାୟତା କରିଥିଲେ। ଶିବ ଦେହୁରୀ ଚତୁର୍ଥ ରେଫରି ଥିଲେ। ସୋମବାର ୟୁନାଇଟେଡ ୟୁଥ୍‌ ସ୍ପୋର୍ଟିଂ ଓ ଲିଙ୍ଗରାଜ ଫୁଟବଲ କ୍ଲବ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

ଶେଷ ଓଭରରେ ଦିଲ୍ଲୀର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୮ା୪: ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକ ଆଇପିଏଲ୍‌ ମ୍ୟାଚ୍‌ରେ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ବାପା ହେଲେ ଷ୍ଟାର ଅଲରାଉଣ୍ଡର ରଶିଦ ଖାନ

ନୂଆଦିଲ୍ଲୀ,୧୮ା୪: ଆଫଗାନିସ୍ତାନ ଓ ଗୁଜରାଟ ଟାଇଟନ୍ସ (ଜିଟି) ଷ୍ଟାର ଅଲରାଉଣ୍ଡର ରଶିଦ ଖାନ ଶନିବାର ଏକ ପୁତ୍ର ସନ୍ତାନର ପିତା ହୋଇଛନ୍ତି। ରଶିଦ ସୋସିଆଲ ମିଡିଆରେ ଏକ…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

ଜୁନାଗଡ଼ରେ ଏନଫୋର୍ସ ଟିମର ଖାଦ୍ୟ ସାମଗ୍ରୀ ଯାଞ୍ଚ

ଜୁନାଗଡ଼,୧୮।୪(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ଏନଫୋର୍ସ ଟିମ ପକ୍ଷରୁଖାଦ୍ୟ ସାମଗ୍ରୀ ଯାଞ୍ଚ କରାଯାଇଛି। ଏହି ଟିମରେ ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ,ଜୁନାଗଡ଼…

ସିବିଏସ୍‌ଇ ଦଶମ ପରୀକ୍ଷା: ପ୍ରଗତି କନ୍‌ସେପ୍ଟ ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ)-ସିବିଏସ୍‌ଇ ଦଶମ ପରୀକ୍ଷାରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ପ୍ରଗତି କନ୍‌ସେପ୍ଟ ସ୍କୁଲର ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଛାତ୍ର ବବୁଲ କୁମାର ମେହେର ୯୭.୬୦%…

ନୂଆପଡ଼ାରେ ତିନିଦିନ ସ୍କୁଲ ବନ୍ଦ

ନୂଆପଡ଼ା,୧୮ା୪ (ମକାରୁ ବେମାଲ): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲା ପ୍ରଶାସନ ସମସ୍ତ ସ୍କୁଲକୁ ତିନିଦିନ ପାଇଁ ବନ୍ଦ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri