Posted inଖେଳ

କିଶୋର, ଶ୍ରାବଣୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଚଣ୍ଡିଗଡ଼ର ସେକ୍ଟର-୭ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରବିବାର ଆରମ୍ଭ ହୋଇଥିବା ଇଣ୍ଡିଆନ ଗ୍ରାଁ ପ୍ରି-୫ର ପ୍ରଥମ ଦିବସରେ ଓଡ଼ିଶା ଜାଭେଲିନ ତାରକା କିଶୋର କୁମାର ଜେନା ଓ ମହିଳା ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କିଶୋର ପୁରୁଷ ଜାଭେଲିନଥ ଥ୍ରୋ ଇଭେଣ୍ଟରେ ପ୍ରଥମ ଉଦ୍ୟମରେ ୮୨.୫୩ ମିଟର ଥ୍ରୋ କରିଥିଲେ। ଶେଷରେ ତାହା ସ୍ବର୍ଣ୍ଣ ପଦକ ଜିତିବାକୁ ପର୍ଯ୍ୟାପ୍ତ ହୋଇଥିଲା।

ସେ ପରବର୍ତ୍ତୀ ୩ ଉଦ୍ୟମରେ ଯଥାକ୍ରମେ ୮୦.୭୪, ୮୧.୫୬ ଓ ୭୮.୩୯ ମିଟର ଥ୍ରୋ କରିଥିବାବେଳେ ୫ମ ଉଦ୍ୟମ ଫାଉଲ୍‌ ରହିଥିଲା। ୬ଷ୍ଠ ତଥା ଅନ୍ତିମ ଉଦ୍ୟମରେ ସେ ୭୮.୯୮ ମିଟର ଦୂରକୁ ଜାଭେଲିନ୍‌ ଥ୍ରୋ କରି ପାରିଥିଲେ। ଉତ୍ତର ପ୍ରଦେଶର ବିକାଶ ଯାଦବ ୭୨.୮୮ ମିଟର ସହିତ ରୌପ୍ୟ ଏବଂ ରାଜସ୍ଥାନର ହରିଶ କୁମାର ୭୧.୭୮ ମିଟର ଥ୍ରୋ କରି ବ୍ରୋଞ୍ଜ ପଦକ ପାଇଥିଲେ। ପ୍ରକାଶ ଯୋଗ୍ୟ ଯେ, ନିକଟରେ ବିଶ୍ୱ ଚାମ୍ପିୟନଶିପ୍‌ରେ ନିଜ ପ୍ରଥମ ପଦାର୍ପଣରେ ୫ମ ସ୍ଥାନ ଅଧିକାର କରି କିଶୋର ପ୍ରଶଂସା ସାଉଁଟିଥିଲେ।

ମହିଳା ୧୦୦ ମିଟର ରେସ୍‌ର ‘ଏ’ ଓ ‘ବି’ ରେସ୍‌ ମଧ୍ୟରେ ଶ୍ରାବଣୀ ସବୁଠାରୁ କମ୍‌ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ରେସ୍‌ ‘ବି’ରେ ଶ୍ରାବଣୀ ୧୧.୭୭ ସେକେଣ୍ଡ ସମୟ ନେଇ ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ତେଲେଙ୍ଗାନାର ନିତ୍ୟା ଗାନ୍ଧେ ୧୧.୮୫ ସେକେଣ୍ଡ ସହିତ ରୌପ୍ୟ ଏବଂ କର୍ନାଟକର ଧନେଶ୍ୱରୀ ଏ.ଟି. ୧୧.୯୪ ସେକେଣ୍ଡ ସହ ବ୍ରୋଞ୍ଜ ପଦକ ପାଇଥିଲେ। ରେସ୍‌ ‘ଏ’ରେ ସମସ୍ତ ପ୍ରତିଯୋଗୀ ୧୨ ସେକେଣ୍ଡରୁ ଉର୍ଦ୍ଧ୍ୱ ସମୟ ନେଇଥିଲେ। ଦୁଇ ରେସ୍‌ରେ ମୋଟ ୧୩ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାର ପୁରୁଷ ହାଇଜମ୍ପ ଇଭେଣ୍ଟରେ ଓଡ଼ିଶାର ସ୍ବାଧୀନ କୁମାର ମାଝି ୨.୦୬ ମିଟର ସହିତ ରୌପ୍ୟ ଓ ନିଖିଲ ଦାସ ୧.୯୫ ମିଟର କ୍ଲିୟର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। କର୍ନାଟକର ଜେସ୍‌ ସନ୍ଦେଶ ୨.୧୧ ମିଟର ସହିତ ସ୍ବର୍ଣ୍ଣ ପାଇଛନ୍ତି। ପୁରୁଷ ଟ୍ରିପଲ ଜମ୍ପରେ ଓଡ଼ିଶାର ସ୍ବାଗତ ବେହେରା ୧୩.୯୫ ମିଟର ସହିତ ରୌପ୍ୟ ପଦକ ହାସଲ କରିଛନ୍ତି। ମାତ୍ର ୨ ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପଞ୍ଜାବର ସୁଖପ୍ରୀତ ସିଂ ସ୍ବର୍ଣ୍ଣ ପଦକ ପାଇଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri