Odisha Elections 2024

ନବୀକରଣ ଅପେକ୍ଷାରେ ଡାଇମଣ୍ଡ ଜୁବିଲି ଲାଇବ୍ରେରି

କେନ୍ଦ୍ରାପଡା,୧୧ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସହର ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ଡାଇମଣ୍ଡ ଜୁବିଲି ଲାଇବ୍ରେରି ଇଂଲଣ୍ଡ ରାଣୀଙ୍କ ସହ ସମ୍ପର୍କ ରହିଛି। ଇଂଲଣ୍ଡ ରାଣୀ ଭିକ୍ଟୋରିଆଙ୍କ ହୀରକ ଜୟନ୍ତୀ ଉପଲକ୍ଷେ ନିର୍ମିତ ରାଜ୍ୟର ପ୍ରଥମ ପବ୍ଲିକ ଲାଇବ୍ରେରି ଏବେ ଗୃହ ନବୀକରଣ ପାଇଁ ଅପେକ୍ଷା କରିଛି।ସେହିପରି ରାଣୀଙ୍କ ଜୟନ୍ତୀ ଉପଲକ୍ଷେ ନିର୍ମିତ ସୂର୍ଯ୍ୟଘଡିକୁ ଅବହେଳା କରାଯାଉଥିବା ବେଳେ ରାଜ୍ୟର ପ୍ରଥମ ବାଳିକା ବିଦ୍ୟାଳୟ ଗୃହକୁ ଗତ ୫ ବର୍ଷ ପୂର୍ବେ ଭଙ୍ଗାଯାଇଛି। ଏ ସମ୍ପର୍କରେ ଲାଇବ୍ରେରି ସଭାପତି ସରୋଜ ରାଜ ସିଂ କହିଛନ୍ତି, ରାଣୀ ଭିକ୍ଟୋରିଆଙ୍କ ୬୦ ବର୍ଷ ଶାସନ କାଳରେ ଏହି ପବ୍ଲିକ ଲାଇବ୍ରେରି ୧୮୯୭ ମେ’ ୧୨ରେ ସ୍ଥାପନ କରାଯାଇଥିଲା। ସେହିବର୍ଷ ଜୁନ ୬ରେ ଡାଇମଣ୍ଡ ଜୁବିଲି ଲାଇବ୍ରେରି ଭାବେ ନାମିତ ହୋଇଥିଲା। ଏହାର ୧୦ ବର୍ଷ ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ୫୦ତମ ଶାସନ ବର୍ଷରେ ଅର୍ଥାତ ୧୮୮୭ରେ ଏହି ପୁରଣା ବସଷ୍ଟାଣ୍ଡଠାରେ ୪ ଫୁଟ ଉଚ୍ଚ ଓ ୧୦ ଫୁଟ ବ୍ୟାସାର୍ଦ୍ଧର ପଥର ଗୋଲେଇ ସୂର୍ଯ୍ୟଘଡି ନିର୍ମାଣ ହୋଇଥିଲା। ସେହିବର୍ଷ ଲେଡି ଫ୍ରେଜରଙ୍କ ନାମରେ ଅଳ୍ପ ବ୍ୟବଧାନରେ ପ୍ରଥମ ବାଳିକା ବିଦ୍ୟାଳୟ ଖୋଲା ଯାଇଥିଲା। ଇଂରେଜ ଶାସନ ସମୟର ଏହି ସ୍ମାରକୀ ଏବେ ଅବହେଳାର ଶିକାର ହୋଇଛି। ଗତ ୨୦୧୭ରେ ବାଳିକା ବିଦ୍ୟାଳୟର ମୂଳଗୃହ ଭଙ୍ଗାଯାଇ ନୂତନ କୋଠା ନିର୍ମାଣ ହୋଇଛି। ସେହିପରି ସୂର୍ଯ୍ୟଘଡିର ରକ୍ଷଣାବେକ୍ଷଣ ଅଭାବରୁ ଚାରିଆଡେ ଲଟା ମାଡିଯାଇଛି। ଲାଇବ୍ରେରିରେ ଅତ୍ୟଧିକ ପାଠ୍ୟ ପୁସ୍ତକ ରଖିବାକୁ ସ୍ଥାନ ନାହିଁ। ୨୦୧୨ରେ ରାଣୀ ଭିକ୍ଟୋରିଆ ଦ୍ୱିତୀୟଙ୍କ ହୀରକ ଜୁବିଲି ଅବସରରେ ବ୍ରିଟିଶ ସରକାର ଇଂଲଣ୍ଡ ସହିତ ଅନ୍ୟ ଦେଶରେ ଥିବା ପୂର୍ବ ସ୍ମାରକୀକୁ ଉନ୍ନତୀକରଣ କରିଥିବା ବେଳେ ଏହି ଲାଇବ୍ରେରି ପାଇଁ କୌଣସି ଅନୁଦାନ ଆସିନାହିଁ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଲାଇବ୍ରେରି ଗୃହର ଉପରେ ଅନ୍ୟ ଏକ ମହଲା ନିର୍ମାଣ ସହିତ ଭିତ୍ତିଭୂମି ସୁଦୃଢ଼ ପାଇଁ ସେ ଦାବି କରିଛନ୍ତି।
ଏ ସମ୍ପର୍କରେ ସମ୍ପାଦକ ବୈଦନାଥ ଚାଟାର୍ଜୀ କହିଛନ୍ତି, ଲାଇବ୍ରେରିରେ ଏବେ ଇଂରାଜୀ, ଓଡ଼ିଆ, ହିନ୍ଦୀ, ବେଙ୍ଗଲୀ ଆଦି ଭାଷାର ୧୫ ହଜାରରୁ ଊର୍ଦ୍ଧ୍ୱ ବହି ରହିଛି। ବିଶେଷ କରି ବଙ୍ଗଳା ଓ ଇଂଲିଶ ଭାଷାର ଅନେକ ପୁରାତନ ଓ ଉତ୍କୃଷ୍ଟ ପୁସ୍ତକ ରହିଛି। ଭାରତର ସ୍ବାଧୀନତା ଆନ୍ଦୋଳନ ସମୟରେ ଏହି ଲାଇବ୍ରେରି ଗୃହର ଅନେକ ଭୂମିକା ଅଛି। ସ୍ବାଧୀନତା ସଂଗ୍ରାମୀଙ୍କୁ ଗିରଫ ପାଇଁ ତତ୍କାଳୀନ ପୋଲିସ ଖୋଜୁଥିଲା ବେଳେ ଏଠାରେ ଆସି ସେମାନେ ରହି ଯାଉଥିଲେ। ସେଠାରେ ଥିବା ଭିଜିଟର ବୁକ୍‌ରେ ବରିଷ୍ଠ କବି ରାଧାନାଥ ରାୟ ୧୮୯୭ରେ ଦସ୍ତଖତ କରିଛନ୍ତି। ସେହିପରି ବିଜୁ ପଟ୍ଟନାୟକ, ବିଶ୍ୱଭୂଷଣ ହରିଚନ୍ଦନ, ରାଧାନାଥ ରଥ, ସେକ୍‌ ମତଲୁବ ଅଲ୍ଲୀ, ଶରତ କର, ବାଲେଶ୍ୱର ରାଜା ବୈକୁଣ୍ଠନାଥ ଦେ, ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ ଆଚାର୍ଯ୍ୟ, ପ୍ରାଣବନ୍ଧୁ କର, ବିଭୂତି ପଟ୍ଟନାୟକ ପ୍ରମୁଖ ପ୍ରତିଭାବାନ ବ୍ୟକ୍ତି ଏଠାକୁ ଆସିଥିବା ସ୍ମାରକୀ ଅଛି। ପବ୍ଲିକ ଲାଇବ୍ରେରିର ସଦୁପଯୋଗ ପାଇଁ ନୂତନ ଗୃହ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି କହିଛନ୍ତି, ଏଠାରେ ଥିବା ବହୁ ମୂଲ୍ୟବାନ ପୁସ୍ତକ ଉତ୍ତରପିଢ଼ିଙ୍କ ପାଇଁ ପଥ ପ୍ରଦର୍ଶକ। ଜିଲାର ଏହି ଶିକ୍ଷା କେନ୍ଦ୍ରକୁ ସ୍ମାରକ ଭାବେ ଚିହ୍ନଟ କରିବା ସହିତ ସହର ଓ ଆଖପାଖ ଅଞ୍ଚଳର ଐତିହ୍ୟକୁ ସୁରକ୍ଷିତ କରିବା ଦ୍ୱାରା ସାମାଜିକ ଓ ସାଂସ୍କୃତିକ ବିଭବର ମୂଲ୍ୟାୟନ ହୋଇପାରିବ। ଏହାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାରଙ୍କ ୫-ଟି ସଚିବଙ୍କୁ ସ୍ମାରକପତ୍ର ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

ରତ୍ନଭଣ୍ଡାର ଚାବି ହଜେଇଛି କିଏ? ସମ୍ବଲପୁରରୁ ଶାହାଙ୍କ ବଡ଼ ଖୁଲାସା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ସରକାରଙ୍କୁ...

ଦୁର୍ଘଟଣା ପରେ ହେଲପରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ଓଭରବ୍ରିଜ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା...

ଗାଁ ଗାଁ ବୁଲି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ଢେଙ୍କା, ଓରାଳି ଏବଂ ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେଡି ବିଧାୟକ...

‘୧୮ ମାସରେ ଚିଟ୍‌ଫଣ୍ଡ ଦୋଷୀଙ୍କୁ ଜେଲ୍‌ରେ ପୂରାଇବୁ’

ସମ୍ବଲପୁର,୨୧।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଛନ୍ତି। ଶାହା କହିଛନ୍ତି, ଭାଜପା ସରକାର ଆସିଲେ ମେଡିକାଲ ସାଇନ୍ସ ଓଡ଼ିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri