ନବୀକରଣ ଅପେକ୍ଷାରେ ଡାଇମଣ୍ଡ ଜୁବିଲି ଲାଇବ୍ରେରି

କେନ୍ଦ୍ରାପଡା,୧୧ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସହର ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ଡାଇମଣ୍ଡ ଜୁବିଲି ଲାଇବ୍ରେରି ଇଂଲଣ୍ଡ ରାଣୀଙ୍କ ସହ ସମ୍ପର୍କ ରହିଛି। ଇଂଲଣ୍ଡ ରାଣୀ ଭିକ୍ଟୋରିଆଙ୍କ ହୀରକ ଜୟନ୍ତୀ ଉପଲକ୍ଷେ ନିର୍ମିତ ରାଜ୍ୟର ପ୍ରଥମ ପବ୍ଲିକ ଲାଇବ୍ରେରି ଏବେ ଗୃହ ନବୀକରଣ ପାଇଁ ଅପେକ୍ଷା କରିଛି।ସେହିପରି ରାଣୀଙ୍କ ଜୟନ୍ତୀ ଉପଲକ୍ଷେ ନିର୍ମିତ ସୂର୍ଯ୍ୟଘଡିକୁ ଅବହେଳା କରାଯାଉଥିବା ବେଳେ ରାଜ୍ୟର ପ୍ରଥମ ବାଳିକା ବିଦ୍ୟାଳୟ ଗୃହକୁ ଗତ ୫ ବର୍ଷ ପୂର୍ବେ ଭଙ୍ଗାଯାଇଛି। ଏ ସମ୍ପର୍କରେ ଲାଇବ୍ରେରି ସଭାପତି ସରୋଜ ରାଜ ସିଂ କହିଛନ୍ତି, ରାଣୀ ଭିକ୍ଟୋରିଆଙ୍କ ୬୦ ବର୍ଷ ଶାସନ କାଳରେ ଏହି ପବ୍ଲିକ ଲାଇବ୍ରେରି ୧୮୯୭ ମେ’ ୧୨ରେ ସ୍ଥାପନ କରାଯାଇଥିଲା। ସେହିବର୍ଷ ଜୁନ ୬ରେ ଡାଇମଣ୍ଡ ଜୁବିଲି ଲାଇବ୍ରେରି ଭାବେ ନାମିତ ହୋଇଥିଲା। ଏହାର ୧୦ ବର୍ଷ ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ୫୦ତମ ଶାସନ ବର୍ଷରେ ଅର୍ଥାତ ୧୮୮୭ରେ ଏହି ପୁରଣା ବସଷ୍ଟାଣ୍ଡଠାରେ ୪ ଫୁଟ ଉଚ୍ଚ ଓ ୧୦ ଫୁଟ ବ୍ୟାସାର୍ଦ୍ଧର ପଥର ଗୋଲେଇ ସୂର୍ଯ୍ୟଘଡି ନିର୍ମାଣ ହୋଇଥିଲା। ସେହିବର୍ଷ ଲେଡି ଫ୍ରେଜରଙ୍କ ନାମରେ ଅଳ୍ପ ବ୍ୟବଧାନରେ ପ୍ରଥମ ବାଳିକା ବିଦ୍ୟାଳୟ ଖୋଲା ଯାଇଥିଲା। ଇଂରେଜ ଶାସନ ସମୟର ଏହି ସ୍ମାରକୀ ଏବେ ଅବହେଳାର ଶିକାର ହୋଇଛି। ଗତ ୨୦୧୭ରେ ବାଳିକା ବିଦ୍ୟାଳୟର ମୂଳଗୃହ ଭଙ୍ଗାଯାଇ ନୂତନ କୋଠା ନିର୍ମାଣ ହୋଇଛି। ସେହିପରି ସୂର୍ଯ୍ୟଘଡିର ରକ୍ଷଣାବେକ୍ଷଣ ଅଭାବରୁ ଚାରିଆଡେ ଲଟା ମାଡିଯାଇଛି। ଲାଇବ୍ରେରିରେ ଅତ୍ୟଧିକ ପାଠ୍ୟ ପୁସ୍ତକ ରଖିବାକୁ ସ୍ଥାନ ନାହିଁ। ୨୦୧୨ରେ ରାଣୀ ଭିକ୍ଟୋରିଆ ଦ୍ୱିତୀୟଙ୍କ ହୀରକ ଜୁବିଲି ଅବସରରେ ବ୍ରିଟିଶ ସରକାର ଇଂଲଣ୍ଡ ସହିତ ଅନ୍ୟ ଦେଶରେ ଥିବା ପୂର୍ବ ସ୍ମାରକୀକୁ ଉନ୍ନତୀକରଣ କରିଥିବା ବେଳେ ଏହି ଲାଇବ୍ରେରି ପାଇଁ କୌଣସି ଅନୁଦାନ ଆସିନାହିଁ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଲାଇବ୍ରେରି ଗୃହର ଉପରେ ଅନ୍ୟ ଏକ ମହଲା ନିର୍ମାଣ ସହିତ ଭିତ୍ତିଭୂମି ସୁଦୃଢ଼ ପାଇଁ ସେ ଦାବି କରିଛନ୍ତି।
ଏ ସମ୍ପର୍କରେ ସମ୍ପାଦକ ବୈଦନାଥ ଚାଟାର୍ଜୀ କହିଛନ୍ତି, ଲାଇବ୍ରେରିରେ ଏବେ ଇଂରାଜୀ, ଓଡ଼ିଆ, ହିନ୍ଦୀ, ବେଙ୍ଗଲୀ ଆଦି ଭାଷାର ୧୫ ହଜାରରୁ ଊର୍ଦ୍ଧ୍ୱ ବହି ରହିଛି। ବିଶେଷ କରି ବଙ୍ଗଳା ଓ ଇଂଲିଶ ଭାଷାର ଅନେକ ପୁରାତନ ଓ ଉତ୍କୃଷ୍ଟ ପୁସ୍ତକ ରହିଛି। ଭାରତର ସ୍ବାଧୀନତା ଆନ୍ଦୋଳନ ସମୟରେ ଏହି ଲାଇବ୍ରେରି ଗୃହର ଅନେକ ଭୂମିକା ଅଛି। ସ୍ବାଧୀନତା ସଂଗ୍ରାମୀଙ୍କୁ ଗିରଫ ପାଇଁ ତତ୍କାଳୀନ ପୋଲିସ ଖୋଜୁଥିଲା ବେଳେ ଏଠାରେ ଆସି ସେମାନେ ରହି ଯାଉଥିଲେ। ସେଠାରେ ଥିବା ଭିଜିଟର ବୁକ୍‌ରେ ବରିଷ୍ଠ କବି ରାଧାନାଥ ରାୟ ୧୮୯୭ରେ ଦସ୍ତଖତ କରିଛନ୍ତି। ସେହିପରି ବିଜୁ ପଟ୍ଟନାୟକ, ବିଶ୍ୱଭୂଷଣ ହରିଚନ୍ଦନ, ରାଧାନାଥ ରଥ, ସେକ୍‌ ମତଲୁବ ଅଲ୍ଲୀ, ଶରତ କର, ବାଲେଶ୍ୱର ରାଜା ବୈକୁଣ୍ଠନାଥ ଦେ, ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ ଆଚାର୍ଯ୍ୟ, ପ୍ରାଣବନ୍ଧୁ କର, ବିଭୂତି ପଟ୍ଟନାୟକ ପ୍ରମୁଖ ପ୍ରତିଭାବାନ ବ୍ୟକ୍ତି ଏଠାକୁ ଆସିଥିବା ସ୍ମାରକୀ ଅଛି। ପବ୍ଲିକ ଲାଇବ୍ରେରିର ସଦୁପଯୋଗ ପାଇଁ ନୂତନ ଗୃହ ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଆଶିଷ କୁମାର ସେନାପତି କହିଛନ୍ତି, ଏଠାରେ ଥିବା ବହୁ ମୂଲ୍ୟବାନ ପୁସ୍ତକ ଉତ୍ତରପିଢ଼ିଙ୍କ ପାଇଁ ପଥ ପ୍ରଦର୍ଶକ। ଜିଲାର ଏହି ଶିକ୍ଷା କେନ୍ଦ୍ରକୁ ସ୍ମାରକ ଭାବେ ଚିହ୍ନଟ କରିବା ସହିତ ସହର ଓ ଆଖପାଖ ଅଞ୍ଚଳର ଐତିହ୍ୟକୁ ସୁରକ୍ଷିତ କରିବା ଦ୍ୱାରା ସାମାଜିକ ଓ ସାଂସ୍କୃତିକ ବିଭବର ମୂଲ୍ୟାୟନ ହୋଇପାରିବ। ଏହାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାରଙ୍କ ୫-ଟି ସଚିବଙ୍କୁ ସ୍ମାରକପତ୍ର ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?