Odisha Elections 2024

ମାଛଧରା ଜାଲରେ ପଡ଼ିଲା କୁମ୍ଭୀର

ପଟ୍ଟାମୁଣ୍ଡାଇ,୧୧ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ନିକଟସ୍ଥ ନାଇଆଡିଆ ଗାଁ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ରବିବାର ସନ୍ଧ୍ୟାରେ ଜଣେ ଧୀବର ମାଛ ଧରିବା ପାଇଁ ଜାଲ ଟାଣୁଥିବାବେଳେ ଏକ ୪ ଫୁଟ୍‌ ଲମ୍ବର କୁମ୍ଭୀର ପଡିଥିଲା। ବଡ ମାଛ ଭାବି ଡଙ୍ଗା ଦ୍ୱାରା ଧୀବର ନଦୀ କୂଳକୁ ଜାଲ ଆଣିବା ପରେ କୁମ୍ଭୀରଟି ସେଥିରେ ଫସି ରହିଥିବାର ଦେଖିଥିଲେ। ପରେ ଗ୍ରାମବାସୀ ରାଜନଗର ବନଖଣ୍ଡ ବିଭାଗକୁ ଖବର ଦେବା ପରେ ବନଖଣ୍ଡ ଅଧିକାରୀ କୁମ୍ଭୀରଟିକୁ ଉଦ୍ଧାର କରିଥିବା ରାଜନଗର ବନଖଣ୍ଡ ରେଞ୍ଜର ଚିତ୍ତରଞ୍ଜନ ବେଉରା କହିଛନ୍ତି। ଏଭଳି କୁମ୍ଭୀରକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ସାମାଜିକ କର୍ମୀ ନରେନ୍ଦ୍ର ଧଳ କୁହନ୍ତି, କୁମ୍ଭୀର ଆତଙ୍କ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏହି ବ୍ରାହ୍ମଣୀ ନଦୀରୁ ୨ ମାସ ଭିତରେ ୬ଜଣଙ୍କୁ ଟାଣି ନେଲାଣି ମଣିଷଖିଆ କୁମ୍ଭୀର। ଆଜି ଜାଲରେ ଧରା ପଡିଥିବା କୁମ୍ଭୀର ଛୋଟ ଥିଲେ ମଧ୍ୟ ତାର ମା’କୁମ୍ଭୀର ଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ଶୁର ବଳାତ୍କାର କରିବା ପରେ ଚରମ ନିଷ୍ପତ୍ତି ନେଲେ ମହିଳା

ଭବାନୀପାଟଣା,୨୨ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳାଙ୍କୁ ନିଜ ସମ୍ପର୍କୀୟ ଦେଢ଼ଶୁର ବଳାତ୍କାର କରିଥିବା ନେଇ ଥାନାରେ...

ଜୁନାଗଡ଼ରେ ପ୍ରାଚୀନ ନଗର ସଭ୍ୟତାର ସନ୍ଧାନ

ଭବାନୀପାଟଣା,୨୨ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ପ୍ରାଚୀନ ନଗର ସଭ୍ୟତା ଧ୍ୱଂସାବଶେଷର ସନ୍ଧାନ ମିଳିଛି। ଅନ୍ତର୍ଜାତୀୟ ପତ୍ରିକା ‘ହେରିଟେଜ୍‌’ରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ...

ମୁଖ୍ୟମନ୍ତ୍ରୀଙ୍କ ବ୍ଲାଙ୍କ୍‌ ଚେକ୍‌ କଟକର ବିକାଶ ପାଇଁ ବିନିଯୋଗ କରିବି

୨୦ ବର୍ଷରୁ ଅଧିକ ହେବ ରାଜନୀତି, କଟକର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସହ ଜଡିତ ରହିଛନ୍ତି ପ୍ରକାଶ ବେହେରା। ପୂର୍ବରୁ ସେ ସାଲେପୁରର...

ଦୁର୍ଘଟଣାରେ ଇସ୍ରୋ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋର, ୨୨ା୫(ଜନ୍ମେଜୟ ମିଶ୍ର):ଇସ୍ରୋରେ ପାଠ ପଢୁଥିବା ସୋର ପୌରାଞ୍ଚଳ ୧ ନମ୍ବର ୱାର୍ଡ ବାରପଡା ଗ୍ରାମର ଶ୍ରବଣ କୁମାର ଦାସ(୨୧)ଙ୍କ ସୋମବାର କାର୍‌ ଦୁର୍ଘଟଣାରେ ମୃତ୍ୟୁ...

୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ

ପୁରୀ,୨୨ା୫(ଅଜିତ୍‌ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍‌ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ...

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri