ନିର୍ବାଚିିତ ପ୍ରତିନିଧି ବାଛି ପାରୁ ନାହାନ୍ତି ଓଡ଼ଗାଁ ବାସିନ୍ଦା

ନୟାଗଡ଼,୧୧।୯ (ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଓଡ଼ଗାଁ ଏନଏସି ଗଠନର ୫ ବର୍ଷ ବିତି ଗଲାଣି । ହେଲେ ଓଡ଼ଗାଁ ସହରାଞ୍ଚଳବାସୀ ଏଯାବତ ଭୋଟ ଦେଇ ସେମାନଙ୍କର ନିର୍ବାଚିତ ପ୍ରତିନିଧି ବାଛି ପାରୁ ନାହାନ୍ତି । ୱାର୍ଡ ପୁର୍ନଗଠନରେ ଭୁଲ ଦର୍ଶାଇ କୋର୍ଟରେ ମାମଲା କରିବାରୁ ଓଡ଼ଗାଁ ଏନଏସିରେ ନିର୍ବାଚନ ହୋଇ ପାରୁ ନ ଥିବା ଅଭିଯୋଗ ହୋଇଛି। କେତେଜଣ ବ୍ଲକସ୍ତରୀୟ ରାଜନେତା ଓଡ଼ଗାଁ ଏନଏସିରେ ନିର୍ବାଚନ ନ କରିବାକୁ ପ୍ରାୟୋଜିତ କାର୍ଯ୍ୟକ୍ରମ କରି ସଫଳ ହୋଇଛନ୍ତି । ୨୦୧୭ରେ ଓଡ଼ଗାଁ ଏନଏସି ଗଠନ ହୋଇଥିଲେ ମଧ୍ୟ ଏଥିରେ ଏଯାବତ ଜଣେ ସ୍ଥାୟୀ ନିର୍ବାହୀ ଅଧିକାରୀ ନାହାନ୍ତି । ଓଡ଼ଗାଁ ବିଡିଓ ଏହାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ଗଣତନ୍ତ୍ର ଶାସନକୁ ରୋକ୍‌ ଦେବା ପାଇଁ ଚକ୍ରାନ୍ତ ହୋଇଥିବାରୁ ସାଧାରଣରେ ଅସନ୍ତୋଷ ଓ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି।

ନିର୍ବାଚନ ପାଇଁ ସଚେତନତା ସୃଷ୍ଟି କରିବୁ
ଓଡ଼ଗାଁ ଏନଏସି ଗଠନ ପାଇଁ ୧ମାସ ଓଡ଼ଗାଁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଧାରଣା ଦିଆଯାଇଥିଲା। ମୁଁ ନିଜେ ଧାରଣା ଦେଇଥିଲି। ସହରାଞ୍ଚଳ ପାଇଁ ଓଡ଼ଗାଁବାସୀଙ୍କ ସମର୍ଥନ ମିଳିଥିଲା। ତେବେ ସ୍ଥାନୀୟ ବିଧାୟକ ଓ ନେତା ଏନଏସି ପାଇଁ ଆଗ୍ରହୀ ନ ଥିଲେ । ସବୁ କଳ୍ପନାଜଳ୍ପନାର ଅବସାନ ଘଟି ୨୦୧୭ରେ ଓଡ଼ଗାଁ ଏନଏସି ଘୋଷଣା ହେଲା । ହେଲେ ଓଡ଼ଗାଁ ଏନଏସିରେ ନିର୍ବାଚନ ବନ୍ଦ କରିବା ପାଇଁ କେତେଜଣ ରାଜନେତା ଗୋଟି ଚାଳନା କରି ସଫଳ ହେଲେ। ୱାର୍ଡ ପୁର୍ନଗଠନରେ ତ୍ରୁଟି ଦର୍ଶାଇ ଜଣେ ଶିକ୍ଷକ କୋର୍ଟକୁ ଯାଇ ମାମଲା କଲେ । ଏଣୁ ଏନଏସି ଗଠନଠାରୁ ନିର୍ବାଚନ ବନ୍ଦ ରହିଛି। ଏନଏସି କର୍ତ୍ତୃପକ୍ଷ ଠିକ କାଗଜପତ୍ର କୋର୍ଟରେ ଉପସ୍ଥାପନ କଲେ ନିର୍ବାଚନ ହୁଅନ୍ତା । ହେଲେ ଜାଣି ଶୁଣି ସମୟ ଘୁଞ୍ଚାଇ ଚାଲିଛି । କୋର୍ଟ ଉପରେ କେହି ନୁହେଁ । ଏଣୁ ଆମେ ନିର୍ବାଚନ ପାଇଁ ସଚେତନତା ସୃଷ୍ଟି କରିବୁ ।
-ସୁଶାନ୍ତ କୁମାର ସାହୁ, ପାଟଣା ସାହି, ଓଡ଼ ଓଡ଼ଗାଁ
ଗଣତନ୍ତ୍ର ପାଇଁ ବିପଦ
ଓଡ଼ଗାଁ ଏନଏସିରେ ନିର୍ବାଚନ ହେଲେ ଶାସକ ଦଳ ବିଜୟୀ ନ ହୋଇ ପାରେ ବୋଲିି ଚର୍ଚ୍ଚା ହେଉଛି । ଏଣୁ ନିର୍ବାଚନ କିପରି ନ ହେବ ସେଥିପ୍ରତି ଶାସକ ଦଳ ବ୍ୟବସ୍ଥା କରିଛି। ନିଜର ଜଣେ ଅନୁଗତ ଶିକ୍ଷକଙ୍କ ଦ୍ୱାରା କୋର୍ଟରେ ମାମଲା କରି ନିର୍ବାଚନ ବନ୍ଦ କରିଛନ୍ତି । ଯାହା ଠିକ୍‌ ବ୍ୟବସ୍ଥା ନୁହେଁ । ଗଣତନ୍ତ୍ର ଶାସନରେ ଲୋକଙ୍କୁ ଭୋଟ ଦେବାର ଅଧିକାର ଛଡାଇ ନେବା ଘାତକ ସାଜିପାରେ । ଗଣତନ୍ତ୍ର ପାଇଁ ବିପଦ । କିଛି ଲୋକ ଏନେଇ କୋର୍ଟ ଯିବାକୁ ସଜବାଜ ହେଉଛନ୍ତି । ଆଶା ଅଛି କୋର୍ଟ ନିଶ୍ଚିତ ନିର୍ବାଚନ କରିବା ସପକ୍ଷରେ ରାୟ ଦେବ ।
-ଭଗବାନ ଆଚାର୍ଯ୍ୟ, କଂଗ୍ରେସ ନେତା, ଓଡ଼ଗାଁ
ଭୋଟରଙ୍କ ସହ ଖେଳ
ଓଡ଼ଗାଁ ସହରାଞ୍ଚଳ ହେବା ପରେ ଆମେ ଖୁସିରେ ଆମତ୍ ବିଭୋର ହୋଇ ପଡିଥିଲୁ । ହେଲେ ନିର୍ବାଚନ ବନ୍ଦ ହୋଇଗଲା ପରେ ଆମେ ଉଦ୍‌ବେଗ ପ୍ରକାଶ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ । କେତେଜଣ ଲୋକ କ୍ଷମତାକୁ ଅପ ବ୍ୟବହାର କରି ଭୋଟରଙ୍କ ସହ ଖେଳୁଛନ୍ତି । ଭୋଟର କିନ୍ତୁ କାହାର ନୁହେଁ । ଚାହିଁଲେ ସରକାର କରିଦେବେ । ପୁଣି ଇଛା କଲେ ସରକାର ବଦଳାଇ ଦେବେ । ୫ ବର୍ଷ ହେଲା ଓଡ଼ଗାଁ ସହରବାସୀ ଭୋଟ ନ ଦେଇ ଅସନ୍ତୋଷ ବ୍ୟକ୍ତ କରି ଆସୁଛନ୍ତି । ଭୋଟରଙ୍କ ସହ ଖେଳ ଭଲ ନୁହେଁ । ସହରରେ ରହି ଗ୍ରାମାଞ୍ଚଳର ଜୀବନଠାରୁ ହୀନ ପରି ଚଳିବାକୁ ପଡୁଛି ବୋଲି କହିଛନ୍ତି ।
-ପ୍ରକାଶ କୁମାର ଦାସ, ମନ୍ଦିର ରୋଡ, ଓଡ଼ଗାଁ
ନିର୍ବାଚନ କରାଯାଉ
ଓଡ଼ଗାଁ ଏନଏସିରେ ନିର୍ବାଚନ ନ କରିବା ପଛରେ ଭାଇ ଅଛନ୍ତି । ଭାଇ ଚାହୁଁ ନାହାନ୍ତି ନିର୍ବାଚନ ହେଉ । ଏଣୁ ହାଇକୋର୍ଟରେ ମକଦ୍ଦମା କରି ନିର୍ବାଚନକୁ ଜାଣି ଶୁଣି ବନ୍ଦ କରାଯାଇଛି । ଜଣେ ଶିକ୍ଷକ ପୁଣି ଷ୍ଟେ କରିଛନ୍ତି। ଭୋଟର ସବୁ ବୁଝୁଛନ୍ତି ଓ ଜାଣୁଛନ୍ତି । ସମୟ ଆସିଲେ ଠିକଣା ଜବାବ ଦେବେ । ତେବେ ନିର୍ବାଚନ କେତେ ଦିନ ପର୍ଯ୍ୟନ୍ତ ବନ୍ଦ ରହୁଛି ଦେଖିବାର ରହିଲା। ମୋର ଓଡ଼ଗାଁ ଏନଏସିରେ ଘର ହୋଇ ନ ଥିଲେ ମଧ୍ୟ ନିର୍ବାଚନ ନ ହେବାରୁ ସହରାଞ୍ଚଳବାସୀ କ୍ଷୋଭ ଓ ଉଦ୍‌ବେଗ ପ୍ରକାଶ କରି ଆସୁଛନ୍ତି। ଭାଇଙ୍କ ଭୟରେ ମୁହଁ ଖୋଲୁ ନ ଥିଲେ ମଧ୍ୟ ନିର୍ବାଚନ ନେଇ ସହମତି ରହିଛି ବୋଲି କହିଛନ୍ତି । ନିର୍ବାଚନ କରିବା ପାଇଁ କ’ଣ କରାଯିବା ଦରକାର ସେନେଇ ଆଇନଜିବୀଙ୍କ ସହ ବିଚାରବିମର୍ଶ ଜାରି ରହିଛି ।
-ଶାନ୍ତନୁ ବିଶୋଇ, ସାମାଜିକ କର୍ମୀ, ଦଣ୍ଡୋର
ଖୁବ୍‌ ଶୀଘ୍ର ହେବ ନିର୍ବାଚନ
ଓଡ଼ଗାଁ ଏନଏସି ନିର୍ବାଚନ ନେଇ ହାଇକୋର୍ଟ ଷ୍ଟାଟସ ରିପୋର୍ଟରୁ ଜଣାପଡେ ଡବ୍ଲ୍ୟୁପିସି ନଂ ୨୫୪୫୨/୨୦୧୭, ଆଇ କେଶ ନଂ. ୨୧୯୦୯/୨୦୧୭ ପ୍ରକାରେ ୧୧।୧୨।୨୦୧୭ରେ କୌଣସି ଆଦେଶ ହାଇକୋର୍ଟ ପ୍ରଦାନ କରି ନାହାନ୍ତି। ଯଦି ହାଇକୋର୍ଟ ସ୍ଥଗିତାଦେଶ ଦେଇଥିବେ ତେବେ ସୁପ୍ରମିକୋର୍ଟଙ୍କ ଆଦେଶ ଅନୁସାରେ ୬ ମାସ ପାଇଁ ବଳବତ୍ତର ରହିପାରିବ । ଏଣୁ ନିର୍ବାଚନ ବନ୍ଦ ପଛରେ ରାଜନୈତିକ ଉଦ୍ଦେଶ୍ୟ ଓ ଗୃହ ଓ ନଗର ଉନ୍ନୟନ ବିଭାଗ ମଧ୍ୟ ସାମିଲ ରହୁଛି । ଯଦି ୧୫ ଦିନ ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନର ଓ ଗୃହ ନଗର ଉନ୍ନୟନ ବିଭାଗ ଓଡ଼ଗାଁ ଏନଏସି ପାଇଁ ନିର୍ବାଚନ ପ୍ରକିୟା ଆରମ୍ଭ ନ କରନ୍ତି ଭାରତୀୟ ବିକାଶ ପରିଷଦ ନିର୍ବାଚନ ପାଇଁ ହାଇକୋର୍ଟରେ ଆଶ୍ରୟ ନେବ ।
-ସୁରେନ୍ଦ୍ର ପାଣିଗ୍ରାହୀ,
ରାଜ୍ୟ ସଭାପତି, ଭାରତୀୟ ବିକାଶ ପରିଷଦ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri