Odisha Elections 2024

ଦିବ୍ୟାଙ୍ଗ ଗୋପାଳଙ୍କୁ ମିଳିଲା ନାହିଁ ଘର

ମହାକାଳପଡ଼ା,୧୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାତି ଓ ଜନଜାତିଙ୍କ ବିକାଶ ପାଇଁ ତୃଣମୂଳସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଅଦ୍ୟାବଧି ଉପରୋକ୍ତ ଯୋଜନା ଦିବ୍ୟାଙ୍ଗ ଗୋପାଳଙ୍କ ପାଖରେ ପହଞ୍ଚି ପାରୁନି ବୋଲି ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମର ଫେରିଘାଟ କୂଳରେ ଛୋଟ ପାନ ଦୋକାନ କରି ପେଟ ପୋଷୁଛନ୍ତି ଗୋପାଳ ଚନ୍ଦ୍ର ବେହେରା(୪୪) । ଦିନ ସାରା ଗ୍ରାହକଙ୍କୁ ପାନ ଭାଙ୍ଗି ଦେବା ପରେ ମାତ୍ର ୩ଶହ ଟଙ୍କା ରୋଜଗାର କରିଥାଆନ୍ତି ସେ। ସେଥିରେ ତାଙ୍କ ଘର ଚଳେ। ବିଭିନ୍ନ ସାମଗ୍ରୀର ଅହେତୁକ ମୂଲ୍ୟ ଯୋଗୁ ମାସିକ ଭତ୍ତା, ଚାଉଳ ମୁଠେରେ କିପରି ସଂସାର ଚଳିବ ବୋଲି ଗୋପାଳ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆମମାନଙ୍କ ଦୁଃଖ ବୁଝିବେ ବୋଲି କହିଥିଲେ। ସେଥିପାଇଁ ଗୋପାଳ ଗତ ଜୁଲାଇ ୧୯ରେ ଆଣ୍ଠେଇ ଆଣ୍ଠେଇ ମୁଖ୍ୟମନ୍ତ୍ରଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନିଜର ଦୁଃଖ ଜଣାଇବା ଯାଇଥିଲେ। ହେଲେ ଦାୟିତ୍ୱରେ ଥିବା ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଛାଡି ନ ଥିଲେ। ସେମାନେ ଏକ ଟୁକନ୍‌ ଧରାଇ ଦେଇ ଗୋପାଳଙ୍କୁ କହିଥିଲେ ତୁମେ ଘରକୁ ଯାଅ। ଆମେ ପଞ୍ଚାୟତକୁ ମେସେଜ ପଠାଇବୁ। ଜୁଲାଇ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ରାମନଗର ପଞ୍ଚାୟତ କାର୍ଯ୍ୟାଳୟକୁ ଏକ ମେସେଜ ଆସିଥିଲା। ସେଥିରେ ନିର୍ଦ୍ଦେଶ ଥିଲା ଅଭିଯୋଗ ପତ୍ର ତଦନ୍ତ କରି ତୁରନ୍ତ କାର୍ଯ୍ୟକାରୀ କର। ହେଲେ ସେହି ନିର୍ଦ୍ଦେଶ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଆବାସ ଯୋଜନା ଘର ନ ମିଳିଲେ ବାଧ୍ୟ ହୋଇ ସେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ବିଡ଼ିଓ ସାଗର କୁମାର ନନ୍ଦଙ୍କୁ ପଚାରିବାରୁ ସୋମବାର ଅଭିଯୋଗ ପତ୍ର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର): ନବୀନବାବୁ ଓଡ଼ିଆ ଅସ୍ମିତାର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ। ଓଡ଼ିଶାର ଶାସନ ଭାର...

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ନା ବିଜୁ ବାବୁ କରିଥିଲେ, ନା ନବୀନ କରିବେ; ଜାଣନ୍ତୁ ଏଭଳି କାହିଁକି କହିଲେ ପାଣ୍ଡିଆନ…

ଭୁବନେଶ୍ୱର,୨୧।୫: ଚଳିତ ନିର୍ବାଚନରେ ବିଜେଡିର ପ୍ରଚାର ମଙ୍ଗ ଏକପ୍ରକାର ସମ୍ଭାଳିଛନ୍ତି ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଏଥିଲାଗି ବିରୋଧୀ ଦଳ ପକ୍ଷରୁ ତାଙ୍କୁ ପ୍ରାୟତଃ...

ପାଗ ବିଗାଡିବ ନିର୍ବାଚନ: ୨୪ ଘଣ୍ଟାରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ, ଏହି ଜିଲାରେ ଛେଚିବ

ଭୁବନେଶ୍ୱର,୨୧।୫: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।...

ପାଣ୍ଡିଆନ କହିଲେ ଭିତିରି କଥା! ମେଣ୍ଟ ପାଇଁ ଭାଜପା-ବିଜେଡି ମଧ୍ୟରେ କୌଣସି ବୈଠକ ହୋଇ ନ ଥିଲା, କେବଳ ଦୁଇ ଜଣ ନେତା…

ଭୁବନେଶ୍ୱର,୨୧।୫: ଓଡ଼ିଶାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ଭାଜପା ପରସ୍ପରକୁ କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri