ଅଜଣା ରୋଗରେ ୧୧ଜଣଙ୍କ ମୃତ୍ୟୁ, ଅନେକ ଅଛନ୍ତି ଆକ୍ରାନ୍ତ
କେନ୍ଦୁଝର,୨୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଜୁଆଙ୍ଗ ଗ୍ରାମରେ ଅଜଣା ରୋଗରେ ୧୧ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆକ୍ରାନ୍ତ ଅଛନ୍ତି। ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର…
ଏଚ୍୧ବି ଭଜା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ବାଇଡେନ ସରକାର, ଜାଣନ୍ତୁ କ’ଣ ହେବ ଏହାର ପ୍ରଭାବ
ଓ୍ବାଶିଂଟନ,୨୧।୧୦: ଆମେରିକାର ବାଇଡେନ ସରକାର ଆମେରିକାରେ କାମ କରିବା ପାଇଁ ବିଦେଶୀ ଶ୍ରମିକମାନଙ୍କୁ ଦିଆଯାଇଥିବା ଏଚ୍୧ବି ଭଜା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ବିଦେଶୀ ଶ୍ରମିକମାନଙ୍କ ଦକ୍ଷତାକୁ ସୁଦୃଢ ଼ କରିବା, ବିଦେଶୀ ଛାତ୍ରମାନଙ୍କୁ ଅଧିକ ନମନୀୟତା ପ୍ରଦାନ କରିବା ଏବଂ…
କାନାଡୀୟ କୂଟନୀତିଜ୍ଞ ଭାରତ ଛାଡିବା ଉପରେ ଆମେରାକା ଚିନ୍ତିତ
ଓ୍ବାଶିଂଟନ,୨୧।୧୦: କାନାଡା କୂଟନୀତିଜ୍ଞମାନେ ଭାରତ ଛାଡିବା ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର ଏକ ବିବୃତ୍ତିରେ କହିଛି ଯେ, ଆମେରିକା ଆଶା କରୁଛି ଭାରତ କୂଟନୈତିକ ସମ୍ପର୍କ ଉପରେ ଭିଏନା କନଭେନଶନ ଅନୁଯାୟୀ ନିଜର ଦାୟିତ୍ୱର…
ଟିମ୍ ଇଣ୍ଡିଆର ବଡ଼ ଅସ୍ତ୍ର ପାଲଟିଲେଣି ଜାଡେଜା
ନୂଆଦିଲ୍ଲୀ,୨୦।୧୦: ବିଶ୍ୱକପ୍ ୨୦୨୩ରେ ଭାରତୀୟ ଟିମ୍ ଲୟରେ ଥିବା ଦେଖାଯାଉଛି। ରୋହିତ ବ୍ରିଗେଡ ଏଯାବତ ୪ ମ୍ୟାଚ୍ ଖେଳିଥିବା ବେଳେ ସବୁଥିରେ ବିଜେତା ହୋଇଛନ୍ତି। ଏଥିରେ ବ୍ୟାଟିଂ ସହ ବୋଲିଂରେ ମଧ୍ୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ଖେଳାଳିଙ୍କ ମଧ୍ୟରୁ ଷ୍ଟାର…
‘ପାସେଞ୍ଜର ଟ୍ରେନ୍ରେ ଏକ୍ସପ୍ରେସ୍ ଭଡ଼ା’
ଭଦ୍ରକ,୨୧।୧୦(ସନାତନ ରାଉତ): ରେଳ ବିଭାଗର ବୈମାତୃକ ମନୋଭାବ ବିରୋଧରେ ଓଡ଼ିଶା ରେଳ ଉପଭୋକ୍ତା କମିଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ଇଷ୍ଟକୋଷ୍ଟ ରେଲଓ୍ବେ ଅଫିସ୍ ଆଗରେ ଗଣଧାରଣା ଦିଆଯାଇଥିଲା। ଓଡ଼ିଶାରେ ପାସେଞ୍ଜର ଟ୍ରେନ୍ରେ ଏକ୍ସପ୍ରେସ୍ ଭଡ଼ା ଆଦାୟ କରାଯାଉଥିବା ଅଭିଯୋଗ ଆଣି ଏହାର ପ୍ରତିବାଦରେ…
ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ
ବଅଁରପାଳ,୨୧ା୧୦(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ସଭାଘର ଓ ବଉଳିଗଡ଼ଠାରେ ଅନୁଗୋଳ ଜିଲା ଶ୍ରମ କାର୍ଯ୍ୟାଳୟ ଓ ଜିଲା ପ୍ରଶାସନ ପକ୍ଷରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ…
ଦୁର୍ଘଟଣା ବଢ଼ାଉଛି ବେଆଇନ ପାର୍କିଂ
ଚମ୍ପୁଆ,୨୧ା୧୦(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳିଠାରୁ ବାସୁଦେବପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଦୁର୍ଘଟଣାର କାରଣ ସାଜୁଛି। ବିଗତ କିଛି ଦିନ ହେବ ୫୨୦ ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟୁଥିଲେ ହେଁ ସମସ୍ୟା…
ସରପଞ୍ଚ ପଦରେ ନିଯୁକ୍ତ ହେଲେ ନାଏବ ସରପଞ୍ଚ
କୁଜଙ୍ଗ,୨୧।୧୦(ମନୋଜ ପ୍ରଧାନ): କୁଜଙ୍ଗ ବ୍ଲକ ହଂସୁରା ପଞ୍ଚାୟତର ବିଜୟୀ ସରପଞ୍ଚ ରବି ନାରାୟଣ ଦାସଙ୍କୁ କୁଜଙ୍ଗ ସିଭିଲ ଜଜ୍ ଜୁନିୟର ଡିଭିଜନ ଅଦାଲତ ୧୬ ତାରିଖରେ ଅସିଦ୍ଧ ଘୋଷଣା କରିଥିଲେ। ଏହାପରେ ଶୁକ୍ରବାର ଏହି ପଞ୍ଚାୟତର ନାଏବ ସରପଞ୍ଚ ଅନିତ୍ୱ ମହାପାତ୍ରଙ୍କୁ…
ଅବହେଳିତ ହେଉଛନ୍ତି ଶିକ୍ଷିତ କରଣ ପିଲା
ଢେଙ୍କାନାଳ,୨୧ା୧୦(ରତନ ନାୟାର): ଢେଙ୍କାନାଳ ସହର ଗୋପୀନାଥ ଗାର୍ଡେନ୍ ଠାରେ ଶ୍ରୀକରଣ ସମାଜର ବାର୍ଷିକ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୟୋଜ୍ୟେଷ୍ଠ ସଭ୍ୟ ଡା. ଉମେଶ ଚନ୍ଦ୍ର ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ପ୍ରତିଷ୍ଠାତା ସଭ୍ୟ ସ୍ବର୍ଗତ ଶୁଭ୍ରାଂଶୁ କୁମାର ପଟ୍ଟନାୟକଙ୍କ…
ଶ୍ରୀଦୁର୍ଗା ପକ୍ଷରୁ ‘ଯେତେ କିଣିବେ ସେତେ ସୁନା ପାଇବେ’
ଭୁବନେଶ୍ୱର,୨୧।୧୦: ଶାରଦୀୟ ଦୁର୍ଗାପୂଜା ଅବସରରେ ଶାଢ଼ି ଏବଂ ଗାର୍ମେଣ୍ଟସ୍ ଫ୍ୟାମିଲି ଷ୍ଟୋର ‘ଶ୍ରୀଦୁର୍ଗା’ ପକ୍ଷରୁ ‘ଯେତେ କିଣିବେ ସେତେ ସୁନା ପାଇବେ’ ଶୀର୍ଷକ ଅଫର ଘୋଷଣା କରାଯାଇଛି ା ଶପିଂର ନିଆରା ଅନୁଭୂତି ପାଇଁ ଗ୍ରାହକମାନେ ନିଶ୍ଚିତ ଉପହାରରେ ‘ସ୍ବର୍ଣ୍ଣମୁଦ୍ରା’ ଏବଂ…
ଲାଲ୍ଚାନ୍ଦ ଜୁଏଲର୍ସର ଦଶହରା ଅଫର
ଭୁବନେଶ୍ୱର,୨୧।୧୦: ଦଶହରା ଅବସରରେ ଲାଲ୍ଚାନ୍ଦ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି ା ଏହି କ୍ରମରେ ସମସ୍ତ ଏଚ୍ୟୁଆଇଡି ହଲ୍ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍ ପିଛା ଫ୍ଲାଟ୍ ୫୯୯ଟଙ୍କା ରହିଛି ା ଏହାବ୍ୟତୀତ ନିର୍ଦ୍ଦିଷ୍ଟ ହାତଘଣ୍ଟା…
ବାହାରକୁ ଯାଉଥିଲେ ଘରେ ତାଲା ପକାନ୍ତୁ: ଡିସିପି
ଭୁବନେଶ୍ୱର,୨୧।୧୦ (ସୂର୍ଯ୍ୟକାନ୍ତ ବେହେରା): ସାବଧାନ ହୋଇଯାଆନ୍ତୁ। କାରଣ ଏବେ ରାଜଧାନୀର ଗଳିକନ୍ଦିରେ ମାତିଛନ୍ତି ଲୁଟେରା। ଆଉ ଏବେ ଦୁର୍ଗାପୂଜା ମାହୋଲରେ ଅପରାଧୀ ବେଶ୍ ସକ୍ରିୟ। ବିଗତ ୧ ମାସ ମଧ୍ୟରେ ରାଜଧାନୀରେ ଚୋରି, ଛିନ୍ତାଇ, ଲୁଟ ଭଳି ଘଟଣା ବଢିବାରେ ଲାଗିଛି।…
Archives


