ଖଣ୍ଡଗିରି କୁମ୍ଭମେଳା: ସରିଲା ଯଜ୍ଞ, ଚାଲିବ ଯାତ୍ରା

ଭୁବନେଶ୍ୱର,୨୫।୨(ଶର୍ମିଷ୍ଠା ପାଣିଗ୍ରାହୀ)ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ସହ ୯ଦିନ ଧରି ଚାଲିଥିବା ଖଣ୍ଡଗିରି କୁମ୍ଭମେଳା ଶନିବାର ଶେଷ ହୋଇଛି। ବିଦାୟ ନେଇଛନ୍ତି ସାଧୁସନ୍ଥ। କାହିଁ କେଉଁ କାଳରୁ ମାଘ ସପ୍ତମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏପରି ମହାଯଜ୍ଞ ଅନନ୍ତ ଗୁମ୍ଫା ସମ୍ମୁଖରେ ଆୟୋଜିତ ହୋଇଆସୁଛି। ମହାଯଜ୍ଞର ସ୍ବତନ୍ତ୍ର ମହତ୍ୱ ରହିଥିବାରୁ
ଶେଷ ଦିନରେ ଝିପି ଝିପି ବର୍ଷା, କୋହଲା ପାଗ ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ସେହିପରି ମା ବାରଭୁଜା ପୀଠରେ ଚାଲିଥିବା ରାମ ଚରିତ ମାନସ ପାଠ କାର୍ଯ୍ୟକ୍ରମ ମଧ୍ୟ ଭକ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥିଲା। ତପଭୂମି ଖଣ୍ଡଗିରିରେ ଥିବା ୧୦ରୁ ଅଧିକ ଆଶ୍ରମରେ ଚାଲିଥିବା ନବଦିନାତ୍ମକ ସଂକୀର୍ତ୍ତନ, ଭଜନ ସମାରୋହ ଆଦି କାର୍ଯ୍ୟକ୍ରମ ମଧ୍ୟ ସମାପନ ହୋଇଛି। ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଆନୁକୂଲ୍ୟରେ ଖଣ୍ଡଗିରିଠାରେ ପୂର୍ଣ୍ଣାହୁତି ସହ ଉଦଯାପନ ସହିତ ୫୧୨୫ତମ ପୂର୍ତ୍ତି ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ୨୦୦ତମ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା । ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘ, ଓଡ଼ିଶା ସଂକୀର୍ତ୍ତନ କଳାକାରମାନଙ୍କ ଦ୍ବାରା ସଂକୀର୍ତ୍ତନ ପରିବେଷଣ ହୋଇଥିଲା। ମହାସଂଘର ସଭାପତି ବିଷ୍ଣୁଚରଣ ମହାନ୍ତି, ସମ୍ପାଦକ ସଞ୍ଜୟ ଦାସ, ଆବାହକ ପଞ୍ଚଦେବ ଚଳିତ ବର୍ଷର ମେଳାରେ ସହଯୋଗ କରିଥିବା ଅନୁଷ୍ଠାନ ଓ ବିଏମସି, ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଶନିବାର ହୋଇଥିବାରୁ ଲୋକଙ୍କ ଗହଳି ଖଣ୍ଡଗିରିରେ ଦେଖିବାକୁ ମିଳିଥିଲା। ଏଥିସହ କୁମ୍ଭମେଳାର ଶେଷ ଦିନ ହୋଇଥିବାରୁ ସକାଳରୁ ରାତି ତମାମ ଲୋକଙ୍କ ଭିଡ଼ ଜମିଥିଲା। ବିଭିନ୍ନ ସୁସ୍ବାଦୁ ଖାଦ୍ୟର ମଜା ନେବା ସହ ଆଲୋକ ମାଳାରେ ଝଲସି ଉଠୁଥିବା ଖଣ୍ଡଗିରିରେ ମେଳା ଓ ଯାତ୍ରାର ମଜା ନେଉଛନ୍ତି ଦର୍ଶକ।

ଯାତ୍ରା ମହାସମରର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ
ଖଣ୍ଡଗିରି ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଶନିବାର ଆରମ୍ଭ ହୋଇଛି। ନୂଆ ନାଟକ ଦେଖିବାକୁ ଶନିବାର ଲୋକଙ୍କ ଭିଡ଼ ବେଶ୍‌ ରହିଛି। ତୁଳସୀ ଗଣନାଟ୍ୟ ପକ୍ଷରୁ ମହତାବ ପେଣ୍ଡାଲରେ ଅଧା ରାତିର ସାଥୀ ଡବଲ ଶୋ ହୋଇଥିଲା। ଏଥିସହ ସୂର୍ଯ୍ୟ ମନ୍ଦିର ପକ୍ଷରୁ ସନାତନ ସେବା ସମିତିରେ ‘ତୁ ରାଜା ଝିଅ ମୁଁ ରିକ୍ସା ବାଲା, ଶିବାନୀ ଗଣନାଟ୍ୟ ପକ୍ଷରୁ ଇନ୍ଦିରା ସାଂସ୍କୃତିକ ପରିଷଦରେ ଗାନ୍ଧୀ ଭୂମିକାରେ କହ୍ନେଇ ଦାସ, ସ୍ବର୍ଣ୍ଣ ମହଲ ପକ୍ଷରୁ ମା ମଙ୍ଗଳା ଯୁବ ପରିଷଦଠାରେ କେତେ ଦୁଃଖ ଦେବୁ ଦେରେ କାଳିଆ, ସ୍ବପ୍ନ ମହଲ ପକ୍ଷରୁ ଜୟଦୁର୍ଗା ସାଂସ୍କୃତିକ ପରିଷଦଠାରେ କେତେ କାନ୍ଦିବୁରେ ଗୌରା ଦାସ ଓ ରଙ୍ଗ ମହଲ ପକ୍ଷରୁ ସାଇନୀଳାଦ୍ରି ଯାତ୍ରା କମିଟିର ଜହ୍ନରେ ତୋଳିବି ଘର ପରିବେଷିତ ହୋଇଥିଲା।

କାହ୍ନାଙ୍କ ସଫ୍ଟଓ୍ବେର୍‌ରେ ଆାଣ୍ଟି ଭାଇରସ
ମୋ ସଫ୍ଟୱୟାରରେ ଭାଇରସ ଏଣ୍ଟ୍ରି କରନି, ସିଷ୍ଟମ ହ୍ୟାଙ୍ଗ ହେବା ପର୍ବରୁ ମୋତେ ଆଣ୍ଟି ଭାଇରସ ଲୋଡ୍‌ କରିବାକୁ ପଡ଼ିବ। ସେ ଆଣ୍ଟିଭାଇରସ ଅଛି ତୋ ପାଖେ। ଅଭିନେତା କାହ୍ନା ସ୍ବାଇଁଙ୍କର ଏହି ଡାଇଲଗ ଦର୍ଶକଙ୍କୁ ବେଶ୍‌ ଛୁଇଁଥିଲା। ଯାହାକୁ ଦେଖି ଦର୍ଶକ ତାଳିର ବର୍ଷା କରିଥିଲେ। ଶିବାନୀ ଗଣନାଟ୍ୟ ପକ୍ଷରୁ ୍‌ନାଟକ ଗାନ୍ଧୀ ଭୂମିକାରେ କହ୍ନେଇ ଦାସରେ କାହ୍ନାଙ୍କର ଦମଦାର ଭିନୟ ଦେଖିବାକୁ ମିଳିଥିଲା। ନାଟକ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା। ଖଳନାୟକ କାହ୍ନା ନାଥୁରାମ୍‌ ଗଡ଼ସେରୁ କିଭଳି ଗାନ୍ଧୀ ହୋଇଛି ତାହା ଏହି ନାଟକରେ ଦେଖିବାକୁ ମିଳିଥିଲା।

ଡବଲ ଶୋ’କୁ ନେଇ ବିବାଦ
ରାସ୍ତା ଅବରୋଧ କଲେ କର୍ପୋରେଟର
ଖଣ୍ଡଗିରି ଯାତ୍ରା ମହାସମରକୁ ପ୍ରଶାସନ ଅନୁମତି ଦେଇଥିବାବେଳେ ଚଳିତବର୍ଷ ଡବଲ ଶୋ’କୁ ବାରଣ କରାଯାଇଥିଲା। କୁମ୍ଭମେଳା ପୂର୍ବରୁ ବିଭିନ୍ନ ଯାତ୍ରା କମିଟି ଓ ଯାତ୍ରା ପରିଚାଳନା କମିଟି ସହ ଭୁବନେଶ୍ୱର ପ୍ରଶାସନ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଶୁକ୍ରବାର ହଠାତ ଶିବାନୀ ଓ ତୁଳସୀ ଗଣନାଟ୍ୟ ପକ୍ଷରୁ ଡବଲ ଶୋ’ ଘୋଷଣା କରାଯାଇ ଟିକେଟ ବିକ୍ରି କରାଯାଇଥିଲା। ଜାତୀୟ ରାଜପଥ କଡରେ ଯାତ୍ରା ପରିବେଷଣ ହେଉଥିବାରୁ ସବୁଦିଗକୁ ଦୃଷ୍ଟିରେ ରଖି ପ୍ରଶାସନ ଡବଲ ଶୋ’କୁ ଅନୁମତି ଦେଇ ନ ଥାଏ। ମାତ୍ର ଦୁଇଟି ଯାତ୍ରା କମିଟି ଡବଲ ଶୋ’ କରିବାରୁ ଅନ୍ୟ କମିଟି ସଦସ୍ୟମାନେ ବିରୋଧ କରିବା ସହ ରାସ୍ତା ଅବରୋଧ କରିଥିଲେ। ୬୩ ନମ୍ବର ୱାର୍ଡ ଭାଜପା କର୍ପୋରେଟର ସୁଜାତା ଛୋଟରାୟ ଓ ଭାଜପା ଜିଲା ସମ୍ପାଦକ ହିମାଂଶୁ ଛୋଟରାୟ ରାସ୍ତାରୋକୋରେ ସାମିଲ ହୋଇଥିଲେ। ମାଟ୍ରିକ ପରୀକ୍ଷା ସମୟରେ ଡବଲ ଶୋ କରିବା ନିନ୍ଦନୀୟ ବୋଲି ଉଭୟ କହିଛନ୍ତି। ତେବେ ଅବରୋଧ ଫଳରେ ଖଣ୍ଡଗିରି ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଗାଡିଚଳାଚଳ ଠପ ହୋଇଯାଇଥିଲା। ଏପରିକି ସାଧାରଣ ଲୋକେ ମଧ୍ୟ ପାଦରେ ଚାଲି ଚାଲି ଯିବା ଅସମ୍ଭବ ହୋଇଯାଇଥିଲା।

ଜଲିଉଡରେ ପିୟୂଷଙ୍କ ଅଭିନୟକୁ ନେଇ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ପୂର୍ବବର୍ଷ ପିୟୂଷଙ୍କ ଅଭିନୟ ଦର୍ଶକଙ୍କ ଉପରେ ଏତେ ପ୍ରଭାବ ପକାଇଥିଲା ଯେ ଦର୍ଶକ ମଞ୍ଚ ଉପରକୁ ଚେୟାର ଫିଙ୍ଗିଥିଲେ। ପିୟୂଷଙ୍କ ସେହି ଦମଦାର ଅଭିନୟକୁ ଦେଖିବାକୁ ନାଟକ ଅଧା ରାତିର ସାଥୀ ଶନିବାର ହରେକୃଷ୍ଣ ମହତାବ ପେଣ୍ଡାଲରେ ଡବଲ ଶୋ ହୋଇଥିଲା। ସା ୬ଟାରୁ ଗୋଟିଏ ଶୋ ଏବଂ ପୁନର୍ବାର ରାତି ୧୨ରେ ଗୋଟିଏ ଶୋ ଅନୁଷ୍ଠିତ ହୋଇଥିଲା। ପିୟୂଷଙ୍କ ଅଭିନୟ ଦେଖିବାକୁ ଦର୍ଶକଙ୍କ ଗ୍ୟାଲେରୀ ଫୁଲ୍‌ ଥିଲା। ବୃଦ୍ଧା ମାକୁ କିଭଳି ପୁଅ ମାରି ମାରି ଘରୁ ତଡ଼ି ଦେଉଛି ତାହା ଏହି ନାଟକରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?