ବିଜୟ ଦେଲେ ସାଙ୍ଘାତିକ୍‌ ତଥ୍ୟ ପୁଅ ବିଜେଡିରୁ ଲଢ଼ିବା ନେଇ…

ଡେରାବିଶ,୨୫।୨(ବେବର୍ତ୍ତା ଅଜୟ ଦାସ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ପାଟକୁରା ବିଧାନସଭା କ୍ଷେତ୍ରର ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏକଦା ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କେବଳ କେନ୍ଦ୍ରାପଡ଼ା ଜିଲା ନୁହେଁ, ରାଜ୍ୟ ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୨୦୦୯ ସାଧାରଣ ନିର୍ବାଚନ ଓ ୨୦୧୯ ଉପନିର୍ବାଚନରେ ଭାଜପାରୁ ଲଢ଼ି ସେ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିେଲେ। ଏପରି କି ୨୦୧୯ ନିର୍ବାଚନ ପରେ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ସହ ଜଡ଼ିତ ଥିବା ବିଜୟ ନିଜର ଦଳୀୟ ଓ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ। ହେଲେ ଆସନ୍ତା ନିର୍ବାଚନରେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ସେ ନେଇ ନିର୍ବାଚନମଣ୍ଡଳୀରେ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ସେ ବେଶି କିଛି ସାଧାରଣରେ ପ୍ରକାଶ ନ କରି ନିଜ ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ବୈଠକ କରୁଥିବା ଦେଖିବାକୁ ମିଳୁଛି। ସମର୍ଥକଙ୍କ ପ୍ରସ୍ତାବ ଓ ପରାମର୍ଶକୁ ପାଥେୟ କରି ସେ ପରବର୍ତ୍ତୀ ପଦକ୍ଷେପ ନେଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
ଶୁକ୍ରବାର ଡେରାବିଶ ବ୍ଲକର ନିଶ୍ଚିତକୋଇଲିଠାରେ ବିଜୟ ସମର୍ଥକଙ୍କ ସହ ବୈଠକ କରିଥିଲେ। ପୁଅ ଅରବିନ୍ଦଙ୍କୁ ବିଜେଡିରୁ ପ୍ରାର୍ଥୀ କରାଯିବା ସଂକ୍ରାନ୍ତ ହେଉଥିବା ଆଲୋଚନା ପରିପ୍ରେକ୍ଷୀରେ ସେ କାଳେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ବୋଲି କଥା ପଦାକୁ ଆସିଥିଲା। ଶନିବାର ଗରଦପୁର ବ୍ଲକ ତଳକୁସୁମାସ୍ଥିତ ତାଙ୍କ ବାସଭବନରେ ନିଜ ଅନୁଗତଙ୍କୁ ନେଇ ହୋଇଥିବା ଅନୁରୂପ ବୈଠକ ପୁଣି ଚର୍ଚ୍ଚାକୁ ଆସିଛି।  ଏ ବିଷୟରେ ବିଜୟଙ୍କୁ ଯୋଗାଯୋଗ କରାଯାଇଥିଲା।
ତେବେ ଏ ନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇ ନ ଥିବା ବେଳେ ପାଟକୁରାର ସ୍ବାଭିମାନ ପାଇଁ ସେ ସବୁବେଳେ ସଂଗ୍ରାମ କରି ଆସିଥିବା କହିଛନ୍ତି। ରାଜନୈତିକ କାର୍ଯ୍ୟକ୍ରମ ନେଇ ତାଙ୍କର ଭୂମିକା କ’ଣ ରହିବ ବୋଲି ପଚରାଯିବାରୁ ସବୁ ସମୟରେ ତାଙ୍କ ସମର୍ଥକ ଓ ହିତୈଷୀମାନଙ୍କ ସହ ସେ ପରାମର୍ଶ କରିଥାନ୍ତି ବୋଲି କହିଛନ୍ତି। ଆସନ୍ତା ନିର୍ବାଚନ ପାଇଁ ମଧ୍ୟ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସମସ୍ତ ବ୍ଲକ ଅଞ୍ଚଳର ସମର୍ଥକଙ୍କ ସହ ଏ ବିଷୟରେ ମତ ଲୋଡ଼ୁଛନ୍ତି ବୋଲି କହିଛନ୍ତି। ଭାଜପା ଛାଡ଼ି ବିଜେଡିରେ ମିଶିବା ନେଇ ହେଉଥିବା ଚର୍ଚ୍ଚା ବିଷୟରେ ବିଜୟଙ୍କୁ ପଚାରିବାରୁ ସେ କହିଛନ୍ତି, ଏଭଳି କୌଣସି ସୂଚନା ସେ କାହାରିକୁ ଦେଇନାହାନ୍ତିି। ସେହିପରି ଉତ୍ତରାଧିକାରୀ ଭାବେ ପୁଅ ଅରବିନ୍ଦଙ୍କ ବିଜେଡି ପ୍ରାର୍ଥିତ୍ୱ ନେଇ ହେଉଥିବା ଚର୍ଚ୍ଚା ସଂକ୍ରାନ୍ତରେ ପଚାରିବାରୁ ସେ ଉପରୋକ୍ତ ଉତ୍ତରକୁ ଦୋହରାଇଛନ୍ତି। ଏଭଳି ସ୍ଥଳେ ବିଜୟଙ୍କ ଭୂମିକା କ’ଣ ରହୁଛି ତାହା  ନିର୍ବାଚନମଣ୍ଡଳୀ ବାସିନ୍ଦା ଅପେକ୍ଷାରେ ରହିବା ସ୍ବାଭାବିକ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?