ବିଜୟ ଦେଲେ ସାଙ୍ଘାତିକ୍‌ ତଥ୍ୟ ପୁଅ ବିଜେଡିରୁ ଲଢ଼ିବା ନେଇ…

ଡେରାବିଶ,୨୫।୨(ବେବର୍ତ୍ତା ଅଜୟ ଦାସ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ପାଟକୁରା ବିଧାନସଭା କ୍ଷେତ୍ରର ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏକଦା ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କେବଳ କେନ୍ଦ୍ରାପଡ଼ା ଜିଲା ନୁହେଁ, ରାଜ୍ୟ ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୨୦୦୯ ସାଧାରଣ ନିର୍ବାଚନ ଓ ୨୦୧୯ ଉପନିର୍ବାଚନରେ ଭାଜପାରୁ ଲଢ଼ି ସେ ବିଜେଡି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇଥିେଲେ। ଏପରି କି ୨୦୧୯ ନିର୍ବାଚନ ପରେ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ସହ ଜଡ଼ିତ ଥିବା ବିଜୟ ନିଜର ଦଳୀୟ ଓ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ। ହେଲେ ଆସନ୍ତା ନିର୍ବାଚନରେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ସେ ନେଇ ନିର୍ବାଚନମଣ୍ଡଳୀରେ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ସେ ବେଶି କିଛି ସାଧାରଣରେ ପ୍ରକାଶ ନ କରି ନିଜ ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ବୈଠକ କରୁଥିବା ଦେଖିବାକୁ ମିଳୁଛି। ସମର୍ଥକଙ୍କ ପ୍ରସ୍ତାବ ଓ ପରାମର୍ଶକୁ ପାଥେୟ କରି ସେ ପରବର୍ତ୍ତୀ ପଦକ୍ଷେପ ନେଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
ଶୁକ୍ରବାର ଡେରାବିଶ ବ୍ଲକର ନିଶ୍ଚିତକୋଇଲିଠାରେ ବିଜୟ ସମର୍ଥକଙ୍କ ସହ ବୈଠକ କରିଥିଲେ। ପୁଅ ଅରବିନ୍ଦଙ୍କୁ ବିଜେଡିରୁ ପ୍ରାର୍ଥୀ କରାଯିବା ସଂକ୍ରାନ୍ତ ହେଉଥିବା ଆଲୋଚନା ପରିପ୍ରେକ୍ଷୀରେ ସେ କାଳେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ବୋଲି କଥା ପଦାକୁ ଆସିଥିଲା। ଶନିବାର ଗରଦପୁର ବ୍ଲକ ତଳକୁସୁମାସ୍ଥିତ ତାଙ୍କ ବାସଭବନରେ ନିଜ ଅନୁଗତଙ୍କୁ ନେଇ ହୋଇଥିବା ଅନୁରୂପ ବୈଠକ ପୁଣି ଚର୍ଚ୍ଚାକୁ ଆସିଛି।  ଏ ବିଷୟରେ ବିଜୟଙ୍କୁ ଯୋଗାଯୋଗ କରାଯାଇଥିଲା।
ତେବେ ଏ ନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇ ନ ଥିବା ବେଳେ ପାଟକୁରାର ସ୍ବାଭିମାନ ପାଇଁ ସେ ସବୁବେଳେ ସଂଗ୍ରାମ କରି ଆସିଥିବା କହିଛନ୍ତି। ରାଜନୈତିକ କାର୍ଯ୍ୟକ୍ରମ ନେଇ ତାଙ୍କର ଭୂମିକା କ’ଣ ରହିବ ବୋଲି ପଚରାଯିବାରୁ ସବୁ ସମୟରେ ତାଙ୍କ ସମର୍ଥକ ଓ ହିତୈଷୀମାନଙ୍କ ସହ ସେ ପରାମର୍ଶ କରିଥାନ୍ତି ବୋଲି କହିଛନ୍ତି। ଆସନ୍ତା ନିର୍ବାଚନ ପାଇଁ ମଧ୍ୟ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସମସ୍ତ ବ୍ଲକ ଅଞ୍ଚଳର ସମର୍ଥକଙ୍କ ସହ ଏ ବିଷୟରେ ମତ ଲୋଡ଼ୁଛନ୍ତି ବୋଲି କହିଛନ୍ତି। ଭାଜପା ଛାଡ଼ି ବିଜେଡିରେ ମିଶିବା ନେଇ ହେଉଥିବା ଚର୍ଚ୍ଚା ବିଷୟରେ ବିଜୟଙ୍କୁ ପଚାରିବାରୁ ସେ କହିଛନ୍ତି, ଏଭଳି କୌଣସି ସୂଚନା ସେ କାହାରିକୁ ଦେଇନାହାନ୍ତିି। ସେହିପରି ଉତ୍ତରାଧିକାରୀ ଭାବେ ପୁଅ ଅରବିନ୍ଦଙ୍କ ବିଜେଡି ପ୍ରାର୍ଥିତ୍ୱ ନେଇ ହେଉଥିବା ଚର୍ଚ୍ଚା ସଂକ୍ରାନ୍ତରେ ପଚାରିବାରୁ ସେ ଉପରୋକ୍ତ ଉତ୍ତରକୁ ଦୋହରାଇଛନ୍ତି। ଏଭଳି ସ୍ଥଳେ ବିଜୟଙ୍କ ଭୂମିକା କ’ଣ ରହୁଛି ତାହା  ନିର୍ବାଚନମଣ୍ଡଳୀ ବାସିନ୍ଦା ଅପେକ୍ଷାରେ ରହିବା ସ୍ବାଭାବିକ।

Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri