Home Left

୪୦ ଲକ୍ଷ ଟଙ୍କା ପାଣିରେ ପଡ଼ିଲା

ନୟାଗଡ଼,୧୫ା୩(ଲୋକନାଥ ମିଶ୍ର): ଚାଷୀ ଓ ଚାଷ ପାଇଁ ଉଠାଜସେଚନ ବିଭାଗର କୁମ୍ଭୀର କାନ୍ଦଣା ଓ ଠିକାଦାର ପ୍ରତି ପଦାରେ ପଡିଛି। ୪୦ ଲକ୍ଷ ବ୍ୟୟରେ ଭୂତଳ ପାଇପ ଜଳ ଯୋଗାଣ ବ୍ୟବସ୍ଥାରେ ନୟାଗଡ଼ ବ୍ଲକ କ୍ରୀଦାଶପୁର ପଞ୍ଚାୟତର କ୍ରୀଦାଶପୁର ଡାହୁକା ନଦୀ…

ସକାଳୁ ସକାଳୁ ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର

ନୂଆଦିଲ୍ଲୀ,୧୫।୩: ଶୁକ୍ରବାର ସକାଳୁ ସକାଳୁ ଥରିଉଠିଛି ମଣିପୁର। ସକାଳେ ମଣିପୁରରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟ୍ଟର ସ୍କେଲରେ ୩.୯ ମାପ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଶୁକ୍ରବାର ସୂଚନା ଦେଇଛି ଯେ ମଣିପୁରର ଉଖରୁଲରେ…

କାର୍ଯ୍ୟର ୧୦ଦିନ ପରେ ରାସ୍ତାରୁ ଉଠିଲା ପିଚୁ

ବେଗୁନିଆ,୧୫।୩(ହର ପ୍ରସନ୍ନ ପଣ୍ଡା): ପଥଚାରୀଙ୍କ ସୁରକ୍ଷିତ ଗମନାଗମନ ପାଇଁ ସରକାରଙ୍କ ପକ୍ଷରୁ ବହୁ ଯୋଜନାରେ ରାସ୍ତା ମରାମତି ଓ ନୂତନ ନିର୍ମାଣ କାର୍ଯ୍ୟ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଅନେକ ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ନିମ୍ନମାନର ହେଉଥିବା ପରିଲକ୍ଷିତ ହୋଇଛି।…

ଏଟିଏମ୍‌ରେ ଇ-ଡିଭାଇସ୍‌ ଲଗାଇ ଠକେଇ

ଭୁବନେଶ୍ୱର,୧୫।୩(ସତ୍ୟଜିତ୍‌ ରାଉତ): ଏଟିଏମ୍‌ କାଉଣ୍ଟରରେ ଏବେ ନୂଆ ଧରଣର ଠକେଇ ଚାଲିଛି। ଠକମାନେ ରିମୋଟ୍‌ କଣ୍ଟ୍ରୋଲ ଇଲେକ୍ଟ୍ରୋନିକ ଡିଭାଇସ୍‌ ଓ ହେଲ୍ପଲାଇନ୍‌ ନମ୍ବର ସହାୟତାରେ ଲୋକଙ୍କୁ ଫସାଇବା ସହ ଡେବିଟ୍‌ କାର୍ଡର ଚିପ୍‌ ନେଇ ଟଙ୍କା ଲୁଟୁଛନ୍ତି। ଜଣେ ଆକାଉଣ୍ଟାଣ୍ଟ୍‌ଙ୍କଠାରୁ ୧.୬୬…

ନିର୍ବାଚନ ସାମଗ୍ରୀ ବିଷୟରେ ସମୀକ୍ଷାକଲେ ସିଇଓ

ଭୁବନେଶ୍ୱର, ୧୫।୩(ସୁନିତ୍‌ ମିଶ୍ର):ଓଡ଼ିଶାରେ ଆଗାମୀ ନିର୍ବାଚନର ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ ସବୁ ଜିଲାର ନିର୍ବାଚନ ସାମଗ୍ରୀ ନୋଡାଲ ଅଧିକାରୀଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଇଓଙ୍କ କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ.…

ବିଜେପୁର ଆସନ ଉପରେ ସଭିଙ୍କ ଆଖି

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ନିର୍ବାଚନମଣ୍ଡଳୀ କୁହାଯାଉଥିବା ବରଗଡ଼ ଜିଲା ବିଜେପୁର ଆସନ ପ୍ରତି ଏବେ ସଭିଙ୍କ ଆଖି ରହିଛି। ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପା ଏହି ଆସନ ହାତେଇବାକୁ ପ୍ରୟାସ ଜାରି ରଖିଛନ୍ତି। ଅନ୍ୟପଟେ ଭାଜପା-ବିଜେଡି ମେଣ୍ଟ…

କାହା ପାଖକୁ ଯିବ ରାଜନଗର ବିଧାନସଭା ଆସନ

ପଟ୍ଟାମୁଣ୍ଡାଇ,୧୫ା୩ (କଳ୍ପତରୁ ନାୟକ): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ମାସ ହେବ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋର୍‌ଦାର ଚଳାଇ ଆସୁଥିଲେ। ମାତ୍ର କିଛିଦିନ ହେବ ବିଜେଡି-ଭାଜପା…

ଲୁଣାନଦୀ ଉପରେ ସେତୁ: ବ୍ଲକକୁ ୪୦ କିମି ଦୂରତା କମିବ

ମହାକାଳପଡ଼ା, ୧୫ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଥିଲା, ତେରଗାଁ ସଂଲଗ୍ନ ଲୁଣାନଦୀ ଉପରେ ଏକ ସେତୁ ନିର୍ମାଣ ହେଲେ ମହାକାଳପଡ଼ା ମୁଖ୍ୟାଳୟକୁ ୪୦ କିମି ଦୂରତା କମିବ। ସାଧାରଣ ଲୋକ ବ୍ଲକକୁ ଆସିବାକୁ ହେଲେ ୪୦କିମି…

ଚିନ୍ତାଧାରା ବଦଳାଇବାକୁ ପ୍ରୟାସ

ପ୍ର- ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରୁ ବ୍ୟବସାୟର ଯାତ୍ରା କିଭଳି ରହିଛି? ଉ- ଦୀର୍ଘ ବର୍ଷର ବ୍ୟାଙ୍କିଙ୍ଗ୍‌ ସେବାର ଅଭିଜ୍ଞତା ଓ ନୂଆ କିଛି କରିବାର ଆଶା ସହ ବଜାର ଆବଶ୍ୟକତା ଓ ସ୍ଥାନୀୟ ଅଞ୍ଚଳର ଚାହିଦା ପୂରଣ କରିବା ଲକ୍ଷ୍ୟରେ ବ୍ୟବସାୟର ଯାତ୍ରା…

ଖଣି, ସହରାଞ୍ଚଳରେ ସର୍ବାଧିକ ଡ୍ରପ୍‌ ଆଉଟ

ଯାଜପୁର,୧୫ା୩(ହର୍ଷବର୍ଦ୍ଧନ ବେହେରା): ବହୁଳ ପ୍ରସାରିତ ସର୍ବଶିକ୍ଷା ଅଭିଯାନ ଯାଜପୁର ଜିଲାର ଖଣି ଓ ଗ୍ରାମାଞ୍ଚଳରେ ବିଫଳ ହୋଇଛି। ଖଣି ସମ୍ପଦରେ ଭରପୂର ଜିଲାର ସୁକିନ୍ଦା ଅଞ୍ଚଳରେ ୧୬୩୧ ଓ ବ୍ୟାସନଗର ପୌରପରିଷଦ ତଥା କୋରେଇ ବ୍ଲକ ଅଞ୍ଚଳରେ ୨୨୫୮ ଛାତ୍ରୀଛାତ୍ର ଅଧାରୁ…

ଭୁବନେଶ୍ୱରରେ ବେଦାନ୍ତୁ ଅଫ୍‌ଲାଇନ ଲର୍ନିଂ ସେଣ୍ଟର

ଭୁବନେଶ୍ୱର,୧୫।୩ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ଅନ୍‌ଲାଇନ କୋଚିଂ ସେଣ୍ଟର ‘ବେଦାନ୍ତୁ’ର ଅଫ୍‌ଲାଇନ ଲର୍ନିଂ ସେଣ୍ଟର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ଆର୍‌ସିଏମ୍‌ କ୍ୟାମ୍ପସଠାରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ୨୦୨୪ ମାର୍ଚ୍ଚ ୧୭ରେ ଉକ୍ତ ସେଣ୍ଟରର ଆନୁଷ୍ଠାନିକ…

ବ୍ରାହ୍ମଣୀ ଆଁରେ ଜୁଣଗଡି, ପଞ୍ଚୁପଲ୍ଲୀ

ରାଜନଗର, ୧୫ା୩(ଭାସ୍କର ରାଉତରାୟ): ବ୍ରାହ୍ମଣୀ ନଦୀ ଏବେ କୂଳ ଖାଇବାରେ ଲାଗିଛି। ରାଜନଗର ବ୍ଲକର ଜୁଣଗଡି ଓ ପଞ୍ଚୁପଲ୍ଲୀ ନିକଟରେ ୫ ବର୍ଷ ଧରି ପାଟ୍ଟଶାଳା ନଦୀ ପଠା ଖାଇ ରାଜନଗର-ତାଳଚୁଆ ମୁଖ୍ୟ ରାସ୍ତାକୁ ଗିଳିବା ଆରମ୍ଭ କରିଥିଲା। ଏବେ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?