ବିଜେପୁର ଆସନ ଉପରେ ସଭିଙ୍କ ଆଖି

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ନିର୍ବାଚନମଣ୍ଡଳୀ କୁହାଯାଉଥିବା ବରଗଡ଼ ଜିଲା ବିଜେପୁର ଆସନ ପ୍ରତି ଏବେ ସଭିଙ୍କ ଆଖି ରହିଛି। ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପା ଏହି ଆସନ ହାତେଇବାକୁ ପ୍ରୟାସ ଜାରି ରଖିଛନ୍ତି। ଅନ୍ୟପଟେ ଭାଜପା-ବିଜେଡି ମେଣ୍ଟ ଚର୍ଚ୍ଚା ଉଭୟ ଦଳକୁ ଅଡ଼ୁଆରେ ପକାଇଛି। ଖୋଦ ମୁଖ୍ୟମନ୍ତ୍ରୀ ଏହି ଆସନକୁ ନିଜ ଦ୍ୱିତୀୟ ନିର୍ବାଚନମଣ୍ଡଳୀ ଘୋଷଣା କରିସାରିଥିବାରୁ ମେଣ୍ଟ ହେଲେ ମଧ୍ୟ ଭାଗବଣ୍ଟାରେ ଏହି ଆସନକୁ ବିଜେଡି ଭାଜପା ହାତକୁ ଠେଲିଦେବ, ସେହି ଆଶା କ୍ଷୀଣ ରହିଛି। ମେଣ୍ଟ ହେଲେ, କଂଗ୍ରେସ ହିଁ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ସାଜିବ ବୋଲି ସ୍ପଷ୍ଟ ଦେଖାଯାଉଛି। କିନ୍ତୁ ଆଗାମୀ ନିର୍ବାଚନରେ କଂଗ୍ରେସ ପୂର୍ବସ୍ଥିତିକୁ ଫେରିବା ପାଇଁ କେତେଦୂର ସଫଳ ହେବ, ତାହା ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣାପଡ଼ିବ।
ବିଜେପୁର ଆସନ କଂଗ୍ରେସର ଗଡ଼ ଥିଲା। ୧୯୯୫ ସାଧାରଣ ନିର୍ବାଚନରେ ସ୍ବର୍ଗତ ରିପୁନାଥ ସେଠ ଏଠାରେ କଂଗ୍ରେସରୁ ଲଢ଼ି ବିଜୟୀ ହେବା ସହିତ ଶକ୍ତି, କ୍ରୀଡ଼ା, ସ୍ବାସ୍ଥ୍ୟ ଏବଂ ଶିକ୍ଷାମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ରିପୁନାଥ ୨୦୦୦ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେଠାରୁ ସେ ପରାଜିତ ହୋଇଥିଲେ। ସେତେବେଳେ ବିଜେପୁର ଆସନ ମଧ୍ୟ କଂଗ୍ରେସ ହାତରୁ ବିଜେଡିକୁ ଚାଲିଯାଇଥିଲା ଏବଂ ତତ୍କାଳୀନ ବିଜେଡିି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ବିଜୟୀ ହୋଇ ଦଳର ଖାତା ଖୋଲିଥିଲେ।
ଅପରପକ୍ଷେ ୨୦୦୪ରୁ ୨୦୧୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜେଡି ଆଉ କଂଗ୍ରେସ ସହିତ ସମକକ୍ଷ ହୋଇ ପାରି ନ ଥିଲା। ସେହି ୩ ସାଧାରଣ ନିର୍ବାଚନରେ ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ସୁବଳ ସାହୁ ବାଜିମାତ୍‌ କରିଥିଲେ। ସେ ନିର୍ବାଚନରେ ହ୍ୟାଟ୍ରିକ ବିଜୟ ହାସଲ ସହିତ ବିଜେଡିର ଆଗଧାଡ଼ିର ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ ପରାଜିତ କରିଥିଲେ। ୨୦୧୮ରେ ସୁବଳଙ୍କ ଦେହାନ୍ତ ପରେ ହୋଇଥିବା ଉପନିର୍ବାଚନ ପୂର୍ବରୁ କଂଗ୍ରେସ ଦଖଲରେ ରହିଥିବା ବରପାଲି ଏନ୍‌ଏସିକୁ ବିଜେଡି ନିଜ ଦଖଲକୁ ନେବା ସହିତ ସୁବଳଙ୍କ ସ୍ତ୍ରୀ ରୀତାଙ୍କୁ ୨୦୧୮ ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ଭାବେ ଛିଡ଼ା କରାଇ ବିଜୟର ସ୍ବାଦ ଚାଖିଥିଲା। ଏହାର କିଛିମାସ ପରେ ୨୦୧୯ ସାଧାରଣ ନିର୍ବାଚନ ହୋଇଥିଲା। ନିର୍ବାଚନ ମଇଦାନକୁ ବିଜେଡି ରୀତାଙ୍କୁ ଛାଡ଼ି ନ ଥିଲା ଏବଂ ନିଜର ଦ୍ୱିତୀୟ ନିର୍ବାଚନମଣ୍ଡଳୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ଆସନରୁ ସେ ଇସ୍ତଫା ଦେବାରୁ ପୁଣିଥରେ ଉପନିର୍ବାଚନ ହୋଇଥିଲା ଏବଂ ସେଥିରେ ରେକର୍ଡ ସଂଖ୍ୟକ ଭୋଟ ପାଇ ରୀତା ପୁଣି ବିଧାୟିକା ନିର୍ବାଚିତ ହୋଇଥିଲେ। ଏପରିକି ରୀତାଙ୍କ ପ୍ରତି ଭରସା ରଖି ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନିତ କରିଛନ୍ତି।
ଆଗକୁ ନିର୍ବାଚନ ଥିବା ବେଳେ ଦଳୀୟ କନ୍ଦଳ କାହାକୁ ଅଛପା ନାହିଁ। ବିରୋଧୀ ଦଳଙ୍କ ବିରୋଧ ନଜରକୁ ଆସୁ ନ ଥିବାବେଳେ ଏହି ନିର୍ବାଚନମଣ୍ଡଳୀରେ ବିଜେଡିରେ ଚାଲିଥିବା ବିଦ୍ରୋହ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ସ୍ଥିତିରେ ବିଜେଡି ଆଶାୟୀ ତାଲିକାରେ ସଂଖ୍ୟା ବଢ଼ିଚାଲିଛି। ରୀତାଙ୍କ ସମେତ ଡ. ପ୍ରଭାସ ସିଂ, ନୀହାରିକା ଗିରି, କିଶୋର ଦେବତା, ଲାଲ ବିକ୍ରମ ସିଂ ଦେଓଙ୍କ ସମେତ ଅନେକ ଦଳୀୟ ଆଶାୟୀ ରହିଛନ୍ତି। ତେବେ ବିଜେଡି ବିଦ୍ରୋହକୁ ହାତଛଡ଼ା କରିବା ପାଇଁ ବିରୋଧୀ କଂଗ୍ରେସ ଓ ଭାଜପା ଚାହୁଁ ନ ଥିବା ଦେଖାଯାଉଛି।
ମନେପକାଇ ଦିଆଯାଇପାରେ ଯେ, ଉକ୍ତ ନିର୍ବାଚନମଣ୍ଡଳୀରେ କଂଗ୍ରେସର ୨ଟାଣୁଆ ନେତା ସ୍ବର୍ଗତ ରିପୁନାଥ ସେଠ ଏବଂ ସ୍ବର୍ଗତ ସୁବଳ ସାହୁଙ୍କ ବହୁତ ପ୍ରଭାବ ରହିଥିଲା। ସାହୁଙ୍କ ଦେହାନ୍ତ ଯୋଗୁ ସ୍ତ୍ରୀ ରୀତା ବିଜେଡିରେ ଯୋଗଦାନ କରିବା ପରେ ଦଳର ପୁରୁଖା ନେତା ସ୍ବର୍ଗତ ସେଠଙ୍କ ପୁଅ ଅଭିଷେକଙ୍କୁ ଆଗାମୀ ନିର୍ବାଚନରେ କଂଗ୍ରେସ ଏଠାରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଛାଡ଼ିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ପିତାଙ୍କ ପ୍ରେରଣାରୁ ଛାତ୍ର ଜୀବନରୁ କଂଗ୍ରେସ ରାଜନୀତିକୁ ଓହ୍ଲାଇଥିବା ଅଭିଷେକ ୨୦୧୯ରେ ଦଳର ଜିଲା ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହାସହ ବିଜେପୁର ନିର୍ବାଚନମଣ୍ଡଳୀର ସ୍ଥାନୀୟ ସମସ୍ୟା ନେଇ ଅଞ୍ଚଳବାସୀଙ୍କ ସହିତ ସେ ଆନ୍ଦୋଳନକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି। ତେବେ ଅଭିଷେକଙ୍କ ସହିତ ଗତ ସାଧାରଣ ନିର୍ବାଚନର ଦଳୀୟ ପ୍ରାର୍ଥୀ ଦିଲୀପ ପଣ୍ଡା ଏବଂ ଦୁଷ୍ମନ୍ତ ମେହେରଙ୍କ ସମେତ ଅନେକ ଆଶାୟୀ ଟିକେଟ ଦୌଡ଼ରେ ଅଛନ୍ତି।
ଭାଜପାରେ ଆଶାୟୀଙ୍କ ତାଲିକା ଆହୁରି ଲମ୍ବା। ସେମାନଙ୍କ ମଧ୍ୟରୁ ଗତ ସାଧାରଣ ନିର୍ବାଚନର ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆ, ହଳପାଣି ମାଝି, ସୁରେନ୍ଦ୍ର ପାତ୍ର, ଝରଣା ପାଣିଗ୍ରାହୀ, ଡା. ସୁନୀଲ ଶର୍ମା, ଗୋବର୍ଦ୍ଧନ ଭୁଏ, ପ୍ରମୋଦ ଛତରଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତାଙ୍କ ନାମ ଶୁଣିବାକୁ ମିଳୁଛି। ତେବେ ଏହି ଆସନରେ ଏପର୍ଯ୍ୟନ୍ତ ଭାଜପା ଖାତା ଖୋଲିପାରି ନ ଥିବାବେଳେ କେଉଁ ଆଶାୟୀଙ୍କ ପ୍ରତି ଅଧିକ ଭରସା ରଖି ନିର୍ବାଚନୀ ମଇଦାନକୁ ଛାଡ଼ିବ, ପ୍ରାର୍ଥୀ ତାଲିକା ପ୍ରକାଶ ପରେ ତାହା ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri