କାହା ପାଖକୁ ଯିବ ରାଜନଗର ବିଧାନସଭା ଆସନ

ପଟ୍ଟାମୁଣ୍ଡାଇ,୧୫ା୩ (କଳ୍ପତରୁ ନାୟକ): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ମାସ ହେବ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋର୍‌ଦାର ଚଳାଇ ଆସୁଥିଲେ। ମାତ୍ର କିଛିଦିନ ହେବ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହେବା ଦିନଠାରୁ ପ୍ରମୁଖ ଦଳର ଅଧିକାଂଶ ନେତା ବର୍ତ୍ତମାନ ନିଜର ରାଜନୈତିକ ଭବିଷ୍ୟତ କଥା ଚିନ୍ତା କରି ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଭାଜପା ସଭାପତି ମନମୋହନ ସାମଲଙ୍କ ଏପଟସେପଟ କଥା ରାଜ୍ୟରେ ଭାଜପା ଏବଂ ବିଜେଡି ମେଣ୍ଟକୁ ନେଇ ସସ୍‌ପେନ୍ସ ଲାଗି ରହିଛି। ଭାଜପା ନେତୃତ୍ୱ ବାରମ୍ବାର ଦିଲ୍ଲୀ ଯାଉଥିଲେ ମଧ୍ୟ ମେଣ୍ଟକୁ ନେଇ ଅଙ୍କ ଛିଡୁ ନ ଥିବା ବେଳେ ରାଜନଗର ବିଧାନସଭା କ୍ଷେତ୍ର କାହା ଭାଗରେ ପଡ଼ିବ ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ୨୦୦୯ ପୂର୍ବରୁ କେନ୍ଦ୍ରାପଡ଼ାର ସଂସଦୀୟ କ୍ଷେତ୍ରର ଗୋଟିଏ ବିଧାନସଭା ଆସନ ଭାଜପା ଭାଗରେ ପଡ଼ିଥିଲା। ଏଥର ମେଣ୍ଟରେ ରାଜନଗର ବିଧାନସଭା ଆସନ ଭାଜପା ହାତକୁ ଯାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।
କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ୨୦୦୦ ଓ ୨୦୦୪ରେ ବିଜେଡି-ଭାଜପା ମେଣ୍ଟ ସମୟରେ ଭାଜପା ଭାଗରେ ରହିଥିଲା। ସ୍ବର୍ଗତ ବେଦ ପ୍ରକାଶ ଅଗ୍ରଓ୍ବାଲ ୨୦୦୦ ମସିହାରେ ଭାଜପାରୁ ବିଜୟୀ ହୋଇଥିଲେ। କିନ୍ତୁ ମେଣ୍ଟ ଭାଙ୍ଗିବା ସହ ନିର୍ବାଚନମଣ୍ଡଳୀ ପୁନର୍ଗଠନ ହେବା ପରେ ପଟ୍ଟାମୁଣ୍ଡାଇ ଏସ୍‌ସି ଆସନର ବିଲୋପ ଘଟିଥିଲା। ୨୦୦୯ଠାରୁ କେନ୍ଦ୍ରାପଡ଼ା ଆସନକୁ ତଫସିଲ ଭୁକ୍ତ ଜାତି (ଏସ୍‌ସି)ପାଇଁ ସଂରକ୍ଷଣ କରାଯିବା ପରେ ବିଜେଡି କ୍ରମାଗତ ଭାବେ ଏହି ଆସନରୁ ଜିତି ଆସୁଛି। କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହୁଥିବା ବେଳେ ଭାଜପା ତୃତୀୟ ସ୍ଥାନରେ ରହୁଛି। ତେଣୁ ଏଥର ମେଣ୍ଟ ହେଲେ ଭାଜପା ଖାତାକୁ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ଏକ ବିଧାନସଭା ଆସନ ଯାଇପାରେ ବୋଲି ଆଲୋଚନା ହେଉଛି। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ଆସନରୁ ମାହାଙ୍ଗାରେ ପ୍ରତାପ ଜେନା, ସାଲେପୁର ଆସନ ପ୍ରଶାନ୍ତ ବେହେରା ଓ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅତନୁ ସବ୍ୟସଚୀ ନାୟକଙ୍କ ଗଡ ରହିଥିବା ବେଳେ ଆଳି ପ୍ରତାପ ଦେବଙ୍କର ରହିଛି। ପାଟକୁରା ଆସନରେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦଙ୍କ ହାତରେ ରହିବାର ଚର୍ଚ୍ଚା ହେଉଛି। ମାତ୍ର ମେଣ୍ଟ ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଓ ରାଜନଗର ଆସନ ମଧ୍ୟରୁ ଗୋଟିଏ ଆସନ ଭାଜପା ଭାଗକୁ ଯିବ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷେ କେନ୍ଦ୍ରାପଡ଼ାରେ କଂଗ୍ରେସ ସ୍ଥିତି ଅପେକ୍ଷା କୃତ ଭଲ ଥିବା ଆଲୋଚନ ହେଉଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା ଓ କର୍ମୀମାଙ୍କ ଅନ୍ତଃଦ୍ୱନ୍ଦ୍ୱରେ ବୁଡି ରହିଛନ୍ତି। ଏପରିସ୍ଥଳେ କଂଗ୍ରେସ ପାଖରେ ଗଣେଶ୍ୱର ବେହେରାଙ୍କ ଭଳି ଜଣେ ଟାଣୁଆ ଓ ଅଭିଜ୍ଞ ନେତା ଥିବା ବେଳେ ଭାଜପା ପାଖରେ ସେଭଳି ଦକ୍ଷ ନେତା କିମ୍ବା ନେତୃତ୍ୱ ଏଯାଏ ବାହାରି ପାରି ନାହାନ୍ତି। ଯେହେତୁ ପୁରୁଣା ମେଣ୍ଟ ସମୟରେ କେନ୍ଦ୍ରାପଡ଼ାର ଏକ ଆସନ ଭାଜପାକୁ ଛାଡ଼ି ଦିଆଯାଇଥିଲା, ତେଣୁ ଏଥର ତାହାର ପୁନରାବୃତ୍ତି ଘଟି ରାଜନଗର ଆସନ ଭାଜପାକୁ ଦିଆଯିବା ଅସମ୍ଭବ ବି ନୁହେଁ। ଏହା ହେଲେ ବିଜେଡି-ଭାଜପାର ମିଳିତ ପ୍ରାର୍ଥୀଙ୍କୁ କଂଗ୍ରେସ ଏକାକୀ ଟକ୍କର ଦେବା କଷ୍ଟକର ହେଇପାରେ। ଯାହା ରାଜନଗର ବିଜେଡିର ୩ ଆଶାୟୀ ତଥା ଡ. ବସନ୍ତ ସାହାଣୀ, ବିଧାୟକ ଧ୍ରୁବ ସାହୁ ଓ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସମର୍ଥକଙ୍କୁ ନିରାଶ କରିବ ବୋଲି କୁହାଯାଉଛି। ଯଦି ମେଣ୍ଟ ଧର୍ମ ପାଳନ ପୂର୍ବକ ଭାଜପାର ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ, ତେବେ ରାଜନଗର ବିଧାନସଭା ଆସନରୁ ଜ୍ଞାନ ରଞ୍ଜନ ବେଉରା ଲଢ଼ିବାକୁ ସୁଯୋଗ ପାଇବାର ସମ୍ଭାବନା ଅଧିକ ବୋଲି ଚର୍ଚ୍ଚା ହେଉଛି। ଏ ବାବଦରେ ଜ୍ଞାନ ରଞ୍ଜନ ବେଉରାଙ୍କୁ ପଚାରିବାରେ ଭାରତୀୟ ଜନତା ପାର୍ଟିର ସେ ଜଣେ ଶୃଙ୍ଖଳିତ କର୍ଯ୍ୟକର୍ତ୍ତା ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାକୁ ମାନି ନେବେ ବୋଲି କହିଥିଲେ। ମାତ୍ର ଏହାକୁ ଖଣ୍ଡନ କରି ବିଜେଡିର ବରିଷ୍ଠ ନେତା ବସନ୍ତ ସାହାଣୀ କହିଛନ୍ତି, ରାଜନଗର ଆସନ ବିଜେଡି ଗଡ ହୋଇଥିବା ବେଳେ ଏଠାରେ ବିଜେଡି ବିଧାୟକ ପ୍ରାର୍ଥୀ ଦେବ ବୋଲି କହିଥିଲେ। କିଛିଦିନ ଧରି ରାଜ୍ୟରେ ଭାଜପା ଓ ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆସନ ଭାଗବଣ୍ଟା ଛିଡୁ ନ ଥିବାରୁ ଏ ନେଇ ଏଯାବତ ପ୍ରାର୍ଥୀ ଘୋଷଣା ହୋଇ ପାରୁ ନ ଥିବା କୁହାଯାଉଛି। ଗୁରୁବାର ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ପ୍ରଥମେ କହିଲେ, ପ୍ରୋସେସ ବା ପ୍ରକ୍ରିୟା ଚାଲିଛି। ତା’ର କିଛି ସମୟ ପରେ କହିଲେ, ଆମେ ଏକା ଲଢିବୁ। ଏବେ କହିଲେଣି ନିଷ୍ପତ୍ତି ହାଇକମାଣ୍ଡ ନେବେ। ମନମୋହନ ଏକାକୀ ଲଢିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହାକୁ ଡିଲିଟ୍‌ କରିବାକୁ ନେଇ ପ୍ରଶ୍ନ ଉଠୁଛି। ତେବେ ଏ ନେଇ ଦିଲ୍ଲୀରେ ନେତାଙ୍କ ଘନ ଘନ ବୈଗକ ଚାଲିଛି। ଅପରପକ୍ଷେ କେତେଜଣ ବ୍ୟକ୍ତି ନେତା ମେଣ୍ଟ ସମ୍ଭାବନାକୁ ଅସମ୍ଭବ ବୋଲି କହୁଥିବାରୁ ରାଜନୀତି ବେଶ ସରଗରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?