ଭୁବନେଶ୍ୱରରେ ବେଦାନ୍ତୁ ଅଫ୍‌ଲାଇନ ଲର୍ନିଂ ସେଣ୍ଟର

ଭୁବନେଶ୍ୱର,୧୫।୩ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ଅନ୍‌ଲାଇନ କୋଚିଂ ସେଣ୍ଟର ‘ବେଦାନ୍ତୁ’ର ଅଫ୍‌ଲାଇନ ଲର୍ନିଂ ସେଣ୍ଟର ଭୁବନେଶ୍ୱରର ଜୟଦେବ ବିହାର ନିକଟସ୍ଥ ଆର୍‌ସିଏମ୍‌ କ୍ୟାମ୍ପସଠାରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ୨୦୨୪ ମାର୍ଚ୍ଚ ୧୭ରେ ଉକ୍ତ ସେଣ୍ଟରର ଆନୁଷ୍ଠାନିକ ଶୁଭାରମ୍ଭ (ଉଦ୍‌ଘାଟନ) ହେବାକୁ ଯାଉଛି।
ଏହି ପରିପ୍ରେକ୍ଷୀରେ ବେଦାନ୍ତୁ ପକ୍ଷରୁ ଗୁରୁବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ସମ୍ମିଳନୀରେ ବେଦାନ୍ତୁର ଭିପି (ବିଜ୍‌ନେସ୍‌) ସଚିନ ଅଗ୍ରଓ୍ବାଲଙ୍କ ସମେତ ବେଦାନ୍ତୁ ଲର୍ନ ସେଣ୍ଟରର ପାଟର୍ନର ଜ୍ୟୋତିରଞ୍ଜନ ତ୍ରିପାଠୀ ଏବଂ ବିକାଶ ବାହିନୀପତି ଉପସ୍ଥିତ ରହି ଭୁବନେଶ୍ୱର ସେଣ୍ଟର ସମ୍ପର୍କରେ ବିସ୍ତୃତ ଆଲୋଚନା ସହିତ ସେଣ୍ଟରର ଆଭିମୁଖ୍ୟ ବିଷୟରେ ମଧ୍ୟ ମତପ୍ରକାଶ କରିଥିଲେ। ସେହିଭଳି ଏଡ୍‌-ଟେକ୍‌ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟିକାରୀ ବେଦାନ୍ତୁ ଅଫ୍‌ଲାଇନ କୋଚିଂରେ ମଧ୍ୟ ବିପ୍ଳବ ଆଣିବାକୁ ଯାଉଛି ବୋଲି ଭୁବନେଶ୍ୱର ସେଣ୍ଟର ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଭୁବନେଶ୍ୱରରେ ଲର୍ନିଂ ସେଣ୍ଟର ଚଳିତ ବର୍ଷ ମାର୍ଚ୍ଚ ୧୭ରୁ କାର୍ଯ୍ୟାରମ୍ଭ କରୁଛି ଏବଂ ଏହା ଅଫ୍‌ଲାଇନ ଚ୍ୟାନେଲରେ ଜେଇଇ/ଏନ୍‌ଇଇଟି ଭଳି ପରୀକ୍ଷାଗୁଡିକ ନିମନ୍ତେ ଗୁଣାମତ୍କ ଶିକ୍ଷାର ସୁଯୋଗ ପରିବ୍ୟାପ୍ତ କରିବା ଦିଗରେ ଏହା ବେଦାନ୍ତୁର ରଣକୌଶଳାମତ୍କ ପଦକ୍ଷେପ ହୋଇଛି। ଚଳିତ ମାସ ୧୭ରେ ଏହି ସେଣ୍ଟର ଶୁଭାରମ୍ଭ ଉପଲକ୍ଷେ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜନ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri