ଲୁଣାନଦୀ ଉପରେ ସେତୁ: ବ୍ଲକକୁ ୪୦ କିମି ଦୂରତା କମିବ

ମହାକାଳପଡ଼ା, ୧୫ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଥିଲା, ତେରଗାଁ ସଂଲଗ୍ନ ଲୁଣାନଦୀ ଉପରେ ଏକ ସେତୁ ନିର୍ମାଣ ହେଲେ ମହାକାଳପଡ଼ା ମୁଖ୍ୟାଳୟକୁ ୪୦ କିମି ଦୂରତା କମିବ। ସାଧାରଣ ଲୋକ ବ୍ଲକକୁ ଆସିବାକୁ ହେଲେ ୪୦କିମି ଦୂର ପାରାଦୀପ-ଚଣ୍ଡିଖୋଲ ୫୩ନଂ. ଜାତୀୟ ରାଜପଥ, କେନାଲ ବ୍ରିଜ୍‌ ଦେଇ ଆସିବାକୁ ପଡୁଥିଲା। ହେଲେ ବ୍ଲକର ତେରଗାଁ , ଯଦୁପୁର, ରୋମିତ, ଟିକରପଙ୍କା, ପାଟୁଳିପଙ୍କ, ଖୁରୁସିଆ, ଅମେଇପାଳ ଆଦି ପଞ୍ଚାୟତର ସଂଖ୍ୟାଧିକ ସାଧାରଣ ଲୋକ ବ୍ଲକ, ତହସିଲ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଆସିବାକୁ ପଡୁଛି। ତେବେ ଏହି ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଲୋକ ପ୍ରତିନିଧି, ସାମାଜିକ କର୍ମୀ ଓ ସାଧାରଣ ଲୋକ ରାଜ୍ୟ ସରକାରଙ୍କୁ ଲୁଣାନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଦାବି କରିଆସୁଥିଲା। ଏହି ଅଞ୍ଚଳର ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଲୁଣାନଦୀ ଉପରେ ଏକ ହାଇଲେଭଲ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଙ୍ଗଳବାର ଲୁଣାନଦୀ ସଂଲଗ୍ନ ତେରଗାଁ ନଦୀବନ୍ଧ ଉପରେ ହାଇଲେଭଲ ସେତୁର ଆନୁଷ୍ଠାନିକ ଭାବେ ଶିଳାନ୍ୟାସ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାଥମିକ ଅଟକଳ ୭୦ କୋଟି ଟଙ୍କା ବ୍ୟୟ ଅଟକଳରେ ୩୬୦ ମିଟର ଲମ୍ବ ଓ ୧୨ଟି ପିଲରରେ ସେତୁ ନିର୍ମାଣ ହେବ। ବୁଧବାରଠାରୁ ମୃତ୍ତିକା ଖନନ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ରାଜେଶ ପ୍ରଧାନ କହିଛନ୍ତି। ଏହି ସେତୁ ନିର୍ମାଣ ଶେଷ ହେଲେ ସିଧାସଳଖ ୭ଟି ପଞ୍ଚାୟତ ସମେତ ପାରାଦୀପ ବନ୍ଦରକୁ ସଂଯୋଗ ହୋଇପାରିବ। ଏଥିସହ ବ୍ଲକ ମୁଖ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ତହସିଲକୁ ଯାତାୟାତ ସୁବିଧା ହେବ ବୋଲି ତେରଗାଁ ପଞ୍ଚାୟତ ପୂର୍ବତନ ସରପଞ୍ଚ ଅରକ୍ଷିତ ବେହେରା, ପ୍ରଫୁଲ୍ଲ କୁମାର ସ୍ବାଇଁ, ସୁଧୀର ମହାପାତ୍ର, ରତ୍ନାକର ବେହେରା, ରବୀନ୍ଦ୍ର କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି। ଅପରପକ୍ଷରେ ତେରଗାଁ ସଂଲଗ୍ନ ଏହି ଲୁଣାନଦୀ ଫେରିଘାଟ ପାର ହୋଇ ସଂଖ୍ୟାଧିକ ଲୋକ, ଛାତ୍ରୀଛାତ୍ର ମହାକାଳପଡ଼ା ବ୍ଲକ ମୁଖ୍ୟାଳୟକୁ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ସେତୁ ନିର୍ମାଣ ଶେଷ ହେଲେ ବିପଦସଙ୍କୁଳ ଫେରିଘାଟ ଯାତାୟାତ ଯୁଗ ଶେଷ ହେବ ବୋଲି ବୁଦ୍ଧିଜୀବୀ ବିରଞ୍ଚି ନାରାୟଣ ଦାସ କହିଛନ୍ତି। ବ୍ଲକ ଅଞ୍ଚଳର ସଂଖ୍ୟାଧିକ ଶ୍ରମିକ ପାରାଦୀପ ଶିଳ୍ପ କାରଖାନାକୁ ଏହି ଲୁଣାନଦୀ ପାର ହୋଇ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri