ନିର୍ବାଚନ ସାମଗ୍ରୀ ବିଷୟରେ ସମୀକ୍ଷାକଲେ ସିଇଓ

ଭୁବନେଶ୍ୱର, ୧୫।୩(ସୁନିତ୍‌ ମିଶ୍ର):ଓଡ଼ିଶାରେ ଆଗାମୀ ନିର୍ବାଚନର ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ ସବୁ ଜିଲାର ନିର୍ବାଚନ ସାମଗ୍ରୀ ନୋଡାଲ ଅଧିକାରୀଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଇଓଙ୍କ କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍‌. ତିରୁମାଲା ନାଏକ ଓ ମିହିର ମହାନ୍ତି ଏହି ସମୀକ୍ଷା କରିଛନ୍ତି। ବୈଠକରେ ରାଜ୍ୟର ସମସ୍ତ ଜିଲାର ନିର୍ବାଚନ ସାମଗ୍ରୀ ନୋଡାଲ ଅଧିକାରୀମାନେ ଆଭାସି ମାଧ୍ୟମରେ ଯୋଗଦେଇ ନିଜ ଜିଲାର ପ୍ରସ୍ତୁତି ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି।
ବୁଥ୍‌ସ୍ତରରେ ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ସାମଗ୍ରୀ ଆବଶ୍ୟକ ହୋଇଥାଏ। ସେହି ସମସ୍ତ ସାମଗ୍ରୀ ଯେପରି ରାଜ୍ୟର ସବୁ ବୁଥ୍‌ ପାଇଁ ଉପଯୁକ୍ତ ଭାବେ ପ୍ରାପ୍ତ ହୋଇପାରିବ ସେସବୁ ବିଷୟରେ ସମୀକ୍ଷା କରାଯାଇଛି। ଭୋଟିଂ କମ୍ପାର୍ଟମେଣ୍ଟ, ବ୍ୟାକ୍‌ପେକ୍‌, ଏଲ୍‌ଇଡି ଲ୍ୟାମ୍ପ, ବାକ୍ସ, ଲୁହା ର଼୍ୟାକ୍‌, ଏକଜଷ୍ଟ ଫ୍ୟାନ୍‌, ସିଲ୍‌, କାଳି, କାର୍ବନ ପେପର, ଗୁଲିସୂତା, ପିନ୍‌, ମହମବତି, ଷ୍ଟାମ୍ପପ୍ୟାଡ୍‌ ଭଳି ବିଭିନ୍ନ ସାମଗ୍ରୀ ପ୍ରତିଟି ବୁଥ୍‌ରେ ବ୍ୟବହାର ହେବ। ଜିଲାସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାଜ୍ୟର ପ୍ରାୟ ଜିଲାଗୁଡିକରେ ଅତିରିକ୍ତ ଜିଲାପାଳମାନେ ଏହି ନିର୍ବାଚନ ସାମଗ୍ରୀଗୁଡ଼ିକର ନୋଡାଲ ଅଧିକାରୀ ରୂପେ କାର୍ଯ୍ୟ କରୁଛନ୍ତି। ଗୁରୁବାର ଅନୁଷ୍ଠିତ ହୋଇଥିବା ଆଭାସି ବୈଠକରେ ଏହି ସମସ୍ତ ନିର୍ବାଚନ ସାମଗ୍ରୀ ବିଷୟରେ ବିଭିନ୍ନ ଜିଲାର ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ବିଭିନ୍ନ ଜିଲାରେ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ସାମଗ୍ରୀର ବ୍ୟବହାର ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି। ସମସ୍ତ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ଉକ୍ତ ନିର୍ବାଚନ ସାମଗ୍ରୀ ବିଷୟରେ ପ୍ରଶିକ୍ଷଣ ପ୍ରାପ୍ତ ହେବେ। ଏହାଦ୍ୱାରା ସେମାନେ ବୁଥ୍‌ସ୍ତରରେ ସମସ୍ତ ସାମଗ୍ରୀର ସୁବ୍ୟବହାର କରିପାରିବେ। ଆସନ୍ତା ସାଧାରଣ ନିର୍ବାଚନକୁ ଓଡ଼ିଶାରେ ସମ୍ପୂର୍ଣ୍ଣ ରୂପେ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ନୋଡାଲ ଅଫିସରଙ୍କ ସହ ଏ ସମସ୍ତ ବିଷୟରେ ସବିଶେଷ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?