କାର୍ଯ୍ୟର ୧୦ଦିନ ପରେ ରାସ୍ତାରୁ ଉଠିଲା ପିଚୁ

ବେଗୁନିଆ,୧୫।୩(ହର ପ୍ରସନ୍ନ ପଣ୍ଡା): ପଥଚାରୀଙ୍କ ସୁରକ୍ଷିତ ଗମନାଗମନ ପାଇଁ ସରକାରଙ୍କ ପକ୍ଷରୁ ବହୁ ଯୋଜନାରେ ରାସ୍ତା ମରାମତି ଓ ନୂତନ ନିର୍ମାଣ କାର୍ଯ୍ୟ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଅନେକ ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ନିମ୍ନମାନର ହେଉଥିବା ପରିଲକ୍ଷିତ ହୋଇଛି। ଏହାର ଉଦାହରଣ ବାଘମାରୀ-ଦଶପଲ୍ଲା ୪୮ନଂ. ରାଜ୍ୟ ରାଜପଥରେ ଦେଖିବାକୁ ମିଳିଛି। ଏହାର ଉନ୍ନତୀକରଣ କାର୍ଯ୍ୟ ବିଳମ୍ବ ଓ ନିମ୍ନମାନର ହୋଇଥିବାରୁ ସ୍ଥାନୀୟ ଲୋକେ ଓ ପଥାଚାରୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ପିଚୁ କାର୍ଯ୍ୟ ଶେଷ ହେବାର ୧୦ଦିନ ପରେ ୧୧ଟି ସ୍ଥାନରେ ଗୋଡି ଉଠି ରାସ୍ତାରେ ଗର୍ତ୍ତ ସୃଷ୍ଟି ହେଲାଣି। ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଆବଶ୍ୟକ ଉପକରଣ ଉପରେ ଗୁରୁତ୍ୱ ଦିଆଯାଉନି ଏବଂ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ ମଧ୍ୟ କରାଯାଉନାହିଁ ବୋଲିି କଣ୍ଟିଲୋ ଅଞ୍ଚଳର ପଥଚାରୀ ଜିତେନ୍ଦ୍ର ପାତାଳସିଂହ, ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ର ସାହୁ, ଦିଲୀପ କୁମାର ମହାପାତ୍ର ପ୍ରମୁଖ କହିଛନ୍ତି।
ପ୍ରକାଶ ଯେ, ପୂର୍ତ୍ତବିଭାଗ ଅଧୀନ (ନିର୍ମାଣ ବିଭାଗ) ଆନୁକୂଲ୍ୟରେ ଉନ୍ନତ୍ତୀକରଣ କାର୍ଯ୍ୟ ଜାରିରହିଛି। ପ୍ରକଳ୍ପ ଖର୍ଚ୍ଚ ବାବଦ ବ୍ୟୟ ଅଟକଳ ୧୮.୧ କୋଟି ଟଙ୍କା ଅନୁଦାନ ମିଳିଛି। ବାଘମାରୀ-ଗଣିଆ-ଦଶପଲ୍ଲା ଭାୟା କଣ୍ଟିଲୋ ଦେଇ ରାସ୍ତା ଉନ୍ନତୀକରଣ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି। ହେଲେ ବାଘମାରୀଠାରୁ ଆରମ୍ଭ ହୋଇ ୧୬ କିମି ମଧୁଆପଲ୍ଲୀ ଛକ ପର୍ଯ୍ୟନ୍ତ ୧୬ କିମି ଦୂର ପାଇଁ ଟେଣ୍ଡର କରାଯାଇ ଠିକାଦାର ଚୟନ କରାଯାଇଥିଲା। ରାସ୍ତା ପ୍ରଶସ୍ତୀକରଣ ଓ ବଜାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡ୍ରେନେଜ ନିର୍ମାଣ ପାଇଁ ୯.୪୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା, ଯାହାର ଅବଧି ଗତ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଅବଧି ସମୟର ଦେଢ ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଉକ୍ତ ୧୬ କିମି ରାସ୍ତା ଉପରେ କେବଳ ପିଚୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଉକ୍ତ ପିଚୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୧୦ଦିନ ପରେ ୧୧ଟି ସ୍ଥାନରେ ପିଚୁ ଉଠି ଗର୍ତ୍ତ ସୃଷ୍ଟି ହେଲାଣି। ବଡବେରଣା, ଗୋବିନ୍ଦପୁର, ଗେଡିଆପଲ୍ଲି, କଢ଼ାମଲ୍ଲ ଏବଂ କୋଦୁଅବେରେଣୀ ଛକ ନିକଟରେ ପିଚୁ ଉଠି ରାସ୍ତା ଉପରେ ଗୋଡି ଗଡୁଛି। କାର୍ଯ୍ୟର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗମନାଗମନ ପାଇଁ ବହୁ ଯୋଜନାରେ ଅର୍ଥ ବିନିଯୋଗ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ପଥଚାରୀ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ସାମାଜିକ କର୍ମୀ ଅକ୍ଷୟ କୁମାର ରଥ, ମାନସ ରଞ୍ଜନ ପଣ୍ଡା କହିଛନ୍ତି। ଗୁଣବତ୍ତା ବିଭାଗ ପକ୍ଷରୁ ଲାବଟେକ୍ନିସିଆନ ଜରିଆରେ କାର୍ଯ୍ୟର ମାନ ଯାଞ୍ଚ କରିବା ପାଇଁ ଦାବି ହେଉଛି। ଏ ସମ୍ପର୍କରେ ପୂର୍ତ୍ତବିଭାଗ ଯନ୍ତ୍ରୀ ଫକୀର ଚରଣ ବେହେରା କହିଛନ୍ତି, କାର୍ଯ୍ୟର ତଦାରଖ କରାଯିବ। ଆବଶ୍ୟକ ପଡିଲେ ପୁଣି ସଂଶୋଧିତ (ରେକ୍ଟିଫାଏଡ) ପାଇଁ ଠିକାଦାରଙ୍କୁ ତାଗିଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri