ଖଣି, ସହରାଞ୍ଚଳରେ ସର୍ବାଧିକ ଡ୍ରପ୍‌ ଆଉଟ

ଯାଜପୁର,୧୫ା୩(ହର୍ଷବର୍ଦ୍ଧନ ବେହେରା): ବହୁଳ ପ୍ରସାରିତ ସର୍ବଶିକ୍ଷା ଅଭିଯାନ ଯାଜପୁର ଜିଲାର ଖଣି ଓ ଗ୍ରାମାଞ୍ଚଳରେ ବିଫଳ ହୋଇଛି। ଖଣି ସମ୍ପଦରେ ଭରପୂର ଜିଲାର ସୁକିନ୍ଦା ଅଞ୍ଚଳରେ ୧୬୩୧ ଓ ବ୍ୟାସନଗର ପୌରପରିଷଦ ତଥା କୋରେଇ ବ୍ଲକ ଅଞ୍ଚଳରେ ୨୨୫୮ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡି (ଡ୍ରପ୍‌ଆଉଟ) ଥିବା ସୂଚନା ମିଳିଛି। ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନ୍‌ଫର୍‌ମେଶନ୍‌ ସିଷ୍ଟମ୍‌ ଫର ଏଜୁକେଶନ(ୟୁଡିଆଇଏସ୍‌ଇ)ପ୍ଲସ୍‌ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ଏହାସହ ବିଭିନ୍ନ ସ୍କୁଲରେ ନକଲି ଛାତ୍ରୀଛାତ୍ର ଥିବା ସନ୍ଦେହ କରି ସମ୍ପୃକ୍ତ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଜିଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୂର୍ବରୁ ଡ୍ରପ୍‌ଆଉଟ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଯେତେ ପଦକ୍ଷେପ ନିଆଯାଇଥିଲେ ବି ଏଯାଏ ସଫଳତା ନୈରାଶ୍ୟଜନକ ରହିଛି। ଫଳରେ ଶିକ୍ଷା ବିଭାଗର କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଡ୍ରପ୍‌ଆଉଟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅଧିକାଂଶ ତଫସିଲଭୁକ୍ତ ଜାତି ଓ ଜନଜାତି ସମ୍ପ୍ରଦାୟର ରହିଛନ୍ତି। ଏହି ଡ୍ରପ୍‌ଆଉଟ ଛାତ୍ରୀଛାତ୍ର ଦେଶୀ ମଦ ଦୋକାନ, ଚାଷ କାର୍ଯ୍ୟ, ଚୁକ୍ତିଭିତ୍ତିକ ଶ୍ରମିକ, ଗ୍ୟାରେଜ ଆଦି ସ୍ଥାନରେ ବାଧ୍ୟହୋଇ କାମ କରୁଛନ୍ତି। ଫଳରେ ସେମାନଙ୍କ ଶାରୀରିକ ଓ ମାନସିକସ୍ତରରେ ଖରାପ ପ୍ରଭାବ ପଡୁଛି। ଏନେଇ ସାମାଜିକ କର୍ମୀ ମଣ୍ଟୁ ଦାସ ଉକ୍ତ ଶିଶୁମାନେ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଓ ସ୍ବାସ୍ଥ୍ୟସେବା ପରି ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ହାଇକୋର୍ଟରେ ୧୭୨୯/୨୦୨୩ ନମ୍ବରରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଏହି ମାମଲା ଉପରେ ହାଇକୋର୍ଟଙ୍କ ପକ୍ଷରୁ ୨୪ା୧ା୨୦୨୪ରେ ଶୁଣାଣି କରି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଅଭିଯୋଗ ଉପରେ ତଦନ୍ତ କରିବା ସହ ଉପଯୁକ୍ତ ଭାବେ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏକ ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗର ବିଫଳତା ଯୋଗୁ ଡ୍ରପ୍‌ଆଉଟ ପିଲାମାନେ ଥଇଥାନ ପାଇଁ ରାହା ଖୋଜୁଥିବା ଅଭିଯୋଗ ହେଉଛି। କେଉଁ କାରଣରୁ ଏହି ଛାତ୍ରୀଛାତ୍ରମାନେ ଡ୍ରପ୍‌ଆଉଟ ରହିଛନ୍ତି ତାହାର କାରଣଗୁଡିକ ଖୋଜି ବାହାର କରି ପ୍ରତିକାର ବ୍ୟବସ୍ଥା କରା ନ ଗଲେ ପିଲାମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ପରିସରକୁ ଆଣିବା ପାଇଁ ସମଗ୍ର ଶିକ୍ଷାର ଉଦ୍ଦେଶ୍ୟ ହାସଲ ହୋଇପାରିବ ନାହିଁ ବୋଲି ମତପ୍ରକାଶ ପାଇଛି। ୧୨ା୧ା୨୦୨୪ରେ ଜିଲା ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଡିଷ୍ଟ୍ରିକ୍ଟ ରିଭ୍ୟୁ ମିଟିଂ(ଡିଆରଏମ୍‌) ହୋଇଥିଲା। ଉକ୍ତ ବୈଠକରେ ଯାଜପୁର ଜିଲାରେ ୧୩,୦୧୦ ଡ୍ରପ୍‌ ଆଉଟ୍‌ ଥିବା ଆଲୋଚନା ହୋଇଥିଲା। ଏଥିରେ କୋରେଇ ବ୍ଲକରେ ସର୍ବାଧିକ ୨୨୫୮, ସୁକିନ୍ଦାରେ ୧୬୩୧, ଦଶରଥପୁରରେ ୧୫୨୩ ଓ ଧର୍ମଶାଳାରେ ୧୪୨୨ ରହିଥିବାବେଳେ ସେମାନଙ୍କୁ ବ୍ୟବସ୍ଥିତ କରିବାର ତଥ୍ୟ ସନ୍ତୋଷଜନକ ନୁହେଁ ବୋଲି ବୈଠକରେ ମତ ପ୍ରକାଶପାଇଥିଲା। ଏହି କ୍ରମରେ ଡ୍ରପ୍‌ ଆଉଟ ଓ ନକଲି ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ କରିବା ସହ ଶତପ୍ରତିଶତ ୟୁଡିଆଇଏସ୍‌ଇ ପୋର୍ଟାଲରେ ଅପ୍‌ଡେଟ କରିବାକୁ ବ୍ଲକ ଶିକ୍ଷାଧିକାରୀ(ବିଇଓ)ମାନଙ୍କୁ ନିର୍ଦ୍ଦେଶ ହୋଇଥିଲା। ଏହି ବୈଠକର ବିବରଣୀ ପ୍ରକାଶ କରାଯାଇ ୨୮ା୧ା୨୦୨୪ ସୁଦ୍ଧା ଆବଶ୍ୟକ ପଦକ୍ଷେପ ନେବାକୁ ବିଇଓମାନଙ୍କୁ ବିଭାଗୀୟ ପତ୍ର ଦିଆଯାଇଥିଲା। ହେଲେ ଏଯାଏ ପରିସ୍ଥିତି ବଦଳି ନ ଥିବା ଅଭିଯୋଗ ହୋଇଛି।
ଜିଲାର ୨୪୯ଟି ହାଇସ୍କୁଲର ରୁପାନ୍ତରୀକରଣ କରାଯାଇ ୧୬୮ କୋଟି ୬୪ ଲକ୍ଷ ୪୪ ହଜାର ୪୩୦ ଟଙ୍କା ଖର୍ଚ୍ଚ ହୋଇଛି। ଏହାବାଦ୍‌ ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରୀକରଣ କାର୍ଯ୍ୟ ଚାଲିଛି। ତଥାପି ଡ୍ରପ୍‌ଆଉଟ ହ୍ରାସ ନ ହେବା ଶିକ୍ଷା ବିଭାଗର ଉଦାସୀନତାକୁ ସ୍ପଷ୍ଟ କରୁଛି ବୋଲି ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି ସମସ୍ତ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ୟୁଡିଆଇଏସ୍‌ଇ ପ୍ଲସ୍‌ ରିପୋର୍ଟକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri