ଖଣି, ସହରାଞ୍ଚଳରେ ସର୍ବାଧିକ ଡ୍ରପ୍‌ ଆଉଟ

ଯାଜପୁର,୧୫ା୩(ହର୍ଷବର୍ଦ୍ଧନ ବେହେରା): ବହୁଳ ପ୍ରସାରିତ ସର୍ବଶିକ୍ଷା ଅଭିଯାନ ଯାଜପୁର ଜିଲାର ଖଣି ଓ ଗ୍ରାମାଞ୍ଚଳରେ ବିଫଳ ହୋଇଛି। ଖଣି ସମ୍ପଦରେ ଭରପୂର ଜିଲାର ସୁକିନ୍ଦା ଅଞ୍ଚଳରେ ୧୬୩୧ ଓ ବ୍ୟାସନଗର ପୌରପରିଷଦ ତଥା କୋରେଇ ବ୍ଲକ ଅଞ୍ଚଳରେ ୨୨୫୮ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡି (ଡ୍ରପ୍‌ଆଉଟ) ଥିବା ସୂଚନା ମିଳିଛି। ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନ୍‌ଫର୍‌ମେଶନ୍‌ ସିଷ୍ଟମ୍‌ ଫର ଏଜୁକେଶନ(ୟୁଡିଆଇଏସ୍‌ଇ)ପ୍ଲସ୍‌ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ଏହାସହ ବିଭିନ୍ନ ସ୍କୁଲରେ ନକଲି ଛାତ୍ରୀଛାତ୍ର ଥିବା ସନ୍ଦେହ କରି ସମ୍ପୃକ୍ତ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ଜିଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୂର୍ବରୁ ଡ୍ରପ୍‌ଆଉଟ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଯେତେ ପଦକ୍ଷେପ ନିଆଯାଇଥିଲେ ବି ଏଯାଏ ସଫଳତା ନୈରାଶ୍ୟଜନକ ରହିଛି। ଫଳରେ ଶିକ୍ଷା ବିଭାଗର କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଡ୍ରପ୍‌ଆଉଟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅଧିକାଂଶ ତଫସିଲଭୁକ୍ତ ଜାତି ଓ ଜନଜାତି ସମ୍ପ୍ରଦାୟର ରହିଛନ୍ତି। ଏହି ଡ୍ରପ୍‌ଆଉଟ ଛାତ୍ରୀଛାତ୍ର ଦେଶୀ ମଦ ଦୋକାନ, ଚାଷ କାର୍ଯ୍ୟ, ଚୁକ୍ତିଭିତ୍ତିକ ଶ୍ରମିକ, ଗ୍ୟାରେଜ ଆଦି ସ୍ଥାନରେ ବାଧ୍ୟହୋଇ କାମ କରୁଛନ୍ତି। ଫଳରେ ସେମାନଙ୍କ ଶାରୀରିକ ଓ ମାନସିକସ୍ତରରେ ଖରାପ ପ୍ରଭାବ ପଡୁଛି। ଏନେଇ ସାମାଜିକ କର୍ମୀ ମଣ୍ଟୁ ଦାସ ଉକ୍ତ ଶିଶୁମାନେ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଓ ସ୍ବାସ୍ଥ୍ୟସେବା ପରି ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ହାଇକୋର୍ଟରେ ୧୭୨୯/୨୦୨୩ ନମ୍ବରରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଏହି ମାମଲା ଉପରେ ହାଇକୋର୍ଟଙ୍କ ପକ୍ଷରୁ ୨୪ା୧ା୨୦୨୪ରେ ଶୁଣାଣି କରି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଅଭିଯୋଗ ଉପରେ ତଦନ୍ତ କରିବା ସହ ଉପଯୁକ୍ତ ଭାବେ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏକ ବର୍ଷରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗର ବିଫଳତା ଯୋଗୁ ଡ୍ରପ୍‌ଆଉଟ ପିଲାମାନେ ଥଇଥାନ ପାଇଁ ରାହା ଖୋଜୁଥିବା ଅଭିଯୋଗ ହେଉଛି। କେଉଁ କାରଣରୁ ଏହି ଛାତ୍ରୀଛାତ୍ରମାନେ ଡ୍ରପ୍‌ଆଉଟ ରହିଛନ୍ତି ତାହାର କାରଣଗୁଡିକ ଖୋଜି ବାହାର କରି ପ୍ରତିକାର ବ୍ୟବସ୍ଥା କରା ନ ଗଲେ ପିଲାମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ପରିସରକୁ ଆଣିବା ପାଇଁ ସମଗ୍ର ଶିକ୍ଷାର ଉଦ୍ଦେଶ୍ୟ ହାସଲ ହୋଇପାରିବ ନାହିଁ ବୋଲି ମତପ୍ରକାଶ ପାଇଛି। ୧୨ା୧ା୨୦୨୪ରେ ଜିଲା ଶିକ୍ଷାଧିକାରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଡିଷ୍ଟ୍ରିକ୍ଟ ରିଭ୍ୟୁ ମିଟିଂ(ଡିଆରଏମ୍‌) ହୋଇଥିଲା। ଉକ୍ତ ବୈଠକରେ ଯାଜପୁର ଜିଲାରେ ୧୩,୦୧୦ ଡ୍ରପ୍‌ ଆଉଟ୍‌ ଥିବା ଆଲୋଚନା ହୋଇଥିଲା। ଏଥିରେ କୋରେଇ ବ୍ଲକରେ ସର୍ବାଧିକ ୨୨୫୮, ସୁକିନ୍ଦାରେ ୧୬୩୧, ଦଶରଥପୁରରେ ୧୫୨୩ ଓ ଧର୍ମଶାଳାରେ ୧୪୨୨ ରହିଥିବାବେଳେ ସେମାନଙ୍କୁ ବ୍ୟବସ୍ଥିତ କରିବାର ତଥ୍ୟ ସନ୍ତୋଷଜନକ ନୁହେଁ ବୋଲି ବୈଠକରେ ମତ ପ୍ରକାଶପାଇଥିଲା। ଏହି କ୍ରମରେ ଡ୍ରପ୍‌ ଆଉଟ ଓ ନକଲି ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ କରିବା ସହ ଶତପ୍ରତିଶତ ୟୁଡିଆଇଏସ୍‌ଇ ପୋର୍ଟାଲରେ ଅପ୍‌ଡେଟ କରିବାକୁ ବ୍ଲକ ଶିକ୍ଷାଧିକାରୀ(ବିଇଓ)ମାନଙ୍କୁ ନିର୍ଦ୍ଦେଶ ହୋଇଥିଲା। ଏହି ବୈଠକର ବିବରଣୀ ପ୍ରକାଶ କରାଯାଇ ୨୮ା୧ା୨୦୨୪ ସୁଦ୍ଧା ଆବଶ୍ୟକ ପଦକ୍ଷେପ ନେବାକୁ ବିଇଓମାନଙ୍କୁ ବିଭାଗୀୟ ପତ୍ର ଦିଆଯାଇଥିଲା। ହେଲେ ଏଯାଏ ପରିସ୍ଥିତି ବଦଳି ନ ଥିବା ଅଭିଯୋଗ ହୋଇଛି।
ଜିଲାର ୨୪୯ଟି ହାଇସ୍କୁଲର ରୁପାନ୍ତରୀକରଣ କରାଯାଇ ୧୬୮ କୋଟି ୬୪ ଲକ୍ଷ ୪୪ ହଜାର ୪୩୦ ଟଙ୍କା ଖର୍ଚ୍ଚ ହୋଇଛି। ଏହାବାଦ୍‌ ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରୀକରଣ କାର୍ଯ୍ୟ ଚାଲିଛି। ତଥାପି ଡ୍ରପ୍‌ଆଉଟ ହ୍ରାସ ନ ହେବା ଶିକ୍ଷା ବିଭାଗର ଉଦାସୀନତାକୁ ସ୍ପଷ୍ଟ କରୁଛି ବୋଲି ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି ସମସ୍ତ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ୟୁଡିଆଇଏସ୍‌ଇ ପ୍ଲସ୍‌ ରିପୋର୍ଟକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?