୪୦ ଲକ୍ଷ ଟଙ୍କା ପାଣିରେ ପଡ଼ିଲା

ନୟାଗଡ଼,୧୫ା୩(ଲୋକନାଥ ମିଶ୍ର): ଚାଷୀ ଓ ଚାଷ ପାଇଁ ଉଠାଜସେଚନ ବିଭାଗର କୁମ୍ଭୀର କାନ୍ଦଣା ଓ ଠିକାଦାର ପ୍ରତି ପଦାରେ ପଡିଛି। ୪୦ ଲକ୍ଷ ବ୍ୟୟରେ ଭୂତଳ ପାଇପ ଜଳ ଯୋଗାଣ ବ୍ୟବସ୍ଥାରେ ନୟାଗଡ଼ ବ୍ଲକ କ୍ରୀଦାଶପୁର ପଞ୍ଚାୟତର କ୍ରୀଦାଶପୁର ଡାହୁକା ନଦୀ କୂଳରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଅଚଳ ହେବା ପରେ ଏହା ସ୍ପଷ୍ଟ ହୋଇ ଯାଇଛି। ୪୦ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇ ଟେଷ୍ଟିଂ କରାଯାଇଥିଲା। ତେବେ ପ୍ରକଳ୍ପଟି ସଚଳ ଥାଇ ୧ବର୍ଷ ହେଲା ପଡି ରହିଥିଲେ ମଧ୍ୟ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇ ନ ଥିଲା। ଚାଷୀ ଜମିରେ ଜଳସେଚନ କରିବାର ସୁବିଧା ପାଇବା ପୂର୍ବରୁ ୧ମାସ ତଳେ ତାର ଚୋରି ହୋଇଥିଲା। ଗତ ମଙ୍ଗଳବାର ରାତିରେ ଟ୍ରାନ୍ସଫର୍ମର ଖୋଳାଟି ପ୍ରକଳ୍ପ ପାଖରେ ପକାଇ ଏହା ଭିତରର ତମ୍ବା ଓ ଅନ୍ୟ ଉପକରଣ ଚୋରି ହୋଇଛି। ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇଥିଲେ ୫୦୦ ହେକ୍ଟର ଜମିରେ ଜଳ ମାଡିଥାନ୍ତା ବୋଲି ଲକ୍ଷ୍ୟ ରହିଥିଲା। କ୍ରୀଦାଶପୁର ପରି ଜିଲାର ବିଭିନ୍ନ ସ୍ଥାନରେ ଉଠାଜଳସେଚନ ବିଭାଗର ପ୍ରକଳ୍ପକୁ ଅନୁଧ୍ୟାନ କଲେ ବିଭାଗ ଠିକାଦାରଙ୍କୁ କାମ ଦେଇ କେବଳ ପ୍ରକଳ୍ପ ଶେଷ କରିବାରେ ଲାଗିଛନ୍ତି ବୋଲି ଅଭିଯୋଗ ଉଠିଲାଣି। ସେପଟେ ପ୍ରକଳ୍ପ କାର୍ଯ୍ୟ କରୁ କି ନାହିଁ ସେଥିରେ ତାଙ୍କର ଯାଆସ ନ ଥିଲା ପରି ଅନୁଭବ ହେଉଛି। ଉଠଜଳସେଚନ ବିଭାଗ ସରକାରଙ୍କ ରାଜସ୍ବକୁ ଅପବ୍ୟୟ କରୁଥିବାର ଅଭିଯୋଗ ଉଠିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହା ଯାଉଛି।
ନୟାଗଡ଼ ଜିଲାର ନୟାଗଡ଼ ବ୍ଲକରେ ୧୫୩୨, ଓଡ଼ଗାଁ ବ୍ଲକରେ ୨୧୨୦, ଖଣ୍ଡପଡ଼ା ବ୍ଲକରେ ୩୦୫୪, ଭାପୁର ବ୍ଲକରେ ୨୦୮୦, ଗଣିଆ ବ୍ଲକରେ ୧୨୯୬, ଦଶପଲ୍ଲା ବ୍ଲକରେ ୯୮୦, ନୂଆଗାଁ ବ୍ଲକରେ ୧୬୦୦ ଓ ରଣପୁର ବ୍ଲକରେ ୧୪୧୬ ଏପରି ମୋଟରେ ୧୪ ହଜାର ୪୭୮ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ରହିଛି। ଏଥିରୁ ୧୦ ହଜାରରୁ ଊର୍ଦ୍ଧ୍ୱ ପ୍ରକଳ୍ପ ଅଚଳ ହୋଇ ପଡିଛି। କିନ୍ତୁ ବିଭାଗ ପକ୍ଷରୁ ୯ ହଜାର ୫୮୩ ପ୍ରକଳ୍ପ କାମ କରୁଛି ବୋଲି କୁହାଯାଉଛି। ଉଠାଜଳସେଚନ ବିଭାଗର ରିପୋର୍ଟ ଓ ଗ୍ରାଉଣ୍ଡ ଜିରୋକୁ ଅନୁଧ୍ୟାନ କଲେ ଅଧିକାଂଶ ପ୍ରକଳ୍ପ ଅଚଳ ଏହା ବିଭିନ୍ନ ସମୟରେ ସ୍ପଷ୍ଟ ହେଉଛି। ଉଠାଜଳସେଚନ ବିଭାଗର ପ୍ରକଳ୍ପଗୁଡିକ ଅଚଳ ବୋଲି ବିଭିନ୍ନ ସମୟରେ ଜିଲା ପରିଷଦ, ପଞ୍ଚାୟତ ଓ ପଞ୍ଚାୟତ ସମିତି ବୈଠକରେ ଉଦ୍‌ବେଗ, ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇ ଆସୁଛି। ତେବେ ଏହାର ପ୍ରତିକାର ନାହିଁ। ଅନ୍ୟପକ୍ଷେ ଉଠାଜଳସେଚନ ବିଭାଗର ପ୍ରକଳ୍ପଗୁଡିକ ଜଳସେଚନ କାମରେ ଳାଗୁନି ବୋଲି ଚାଷୀ ମଧ୍ୟ ଅଭିଯୋଗ କରି ଆସୁଛନ୍ତି। ଉଠଜଳସେଚନ ବିଭାଗର ପ୍ରକଳ୍ପଗୁଡିକ କାହିଁକି କାମରେ ଲାଗୁନି ବୋଲି ଚାଷୀଙ୍କ ପକ୍ଷରୁ ପ୍ରଶ୍ନ ଉଠିଲାଣି।
ଚାଷୀଙ୍କ ଅଭିଯୋଗ ଅନୁଯାୟୀ, କ୍ରୀଦାଶପୁରରେ ହୋଇଥିବା ପ୍ରକଳ୍ପରୁ କୀଦାଶପୁର ଓ ବାଲୁଗାଁ ଅଞ୍ଚଳର ପ୍ରାୟ ୫୦୦ ହେକ୍ଟର ଜମିରେ ପାଣି ମାଡିଥାନ୍ତା। ଭୂତଳ ପାଇପ ଜଳ ଯୋଗାଣ ବ୍ୟବସ୍ଥାରେ ପ୍ରକଳ୍ପର କାର୍ଯ୍ୟ ହୋଇଥିବାରୁ ଜଳସେଚନ କ୍ଷେତ୍ରରେ ଚାଷୀ ଲାଭରେ ରହିଥାନ୍ତା। ପ୍ରକଳ୍ପର ବିଦ୍ୟୁତ୍‌ କାର୍ଯ୍ୟ ଶେଷ ହୋଇଥିଲା। ପୁଣି ଟେଷ୍ଟିଂ ଶେଷ ହୋଇଥିଲା। ତେବେ କେଉଁଥିପାଇଁ ପ୍ରକଳ୍ପକୁ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଗଲା ନାହିଁ। ସରକାରଙ୍କର ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ଚାଷୀ କାହିଁକି ଉପକୃତ ହେଲେ ନାହିଁ। ଏଥିପାଇଁ କିଏ ଦାୟୀ ତା’ର ତଦନ୍ତ ହେବା ଦରକାର। ସେହିଭଳି ଟେଷ୍ଟିଂ ପରେ ଠିକାଦାର କାହିଁକି ମୋଟର ନେଇ ପଛେ ଲଗାଇବେ କହି ଚାଲି ଯାଇଥିଲେ। ପରେ ମୋଟର ଲଗାଇଲେ ନାହିଁ କାହିଁକି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ସେପଟେ କେତେଜଣ ଚାଷୀ ଉଠଜଳସେଚନ ବିଭାଗର ମନମାନି ବିରୋଧରେ କୋର୍ଟ ଯିବା ସହିତ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏନେଇ ଉଠା ଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ଦୁଃଶାସନ ଜେନା କୁହନ୍ତି, ପ୍ରକଳ୍ପ କାହିଁକି ପାଣି ପଞ୍ଚାୟତକୁ ହସ୍ତାନ୍ତର ହେଲା ନାହିଁ ଜାଣି ନାହିଁ। ପ୍ରକଳ୍ପର କ’ଣ ସମସ୍ୟା ରହିଛ, କ’ଣ କରାଗଲେ ପ୍ରକଳ୍ପ ଚାଲୁ ହେବ ସେନେଇ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?