୯ ଦିନ ପରେ ଘୋଷଯାତ୍ରା; ରଥ ପାଇଁ କାଠ ଅଭାବ
ଢେଙ୍କାନାଳ ଅଫିସ, ୨୪।୬: ଶ୍ରୀ କଳାଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉମାତ୍ର ୯ ଦିନ। ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ବା କଥା। ହେଲେ କାଠ ଅଭାବ ଯୋଗୁ ଢେଙ୍କାନାଳରେ ରଥ ନିର୍ମାଣ ଧିମେଇଛି। ଅନ୍ୟ ଉପାୟ ନ ଥିବାରୁ ରଥ କାମରେ…
କେଜ୍ରିଓ୍ବାଲ-ଦିଲ୍ଲୀ ପୋଲିସ ମୁହାଁମୁହିଁ
ନୂଆଦିଲ୍ଲୀ,୨୪ା୬: ରାଜଧାନୀ ଦିଲ୍ଲୀରେ ଅପରାଧ ବଢ଼ିଚାଲିଛି। ବସନ୍ତ ବିହାର ଅଞ୍ଚଳରେ ବୃଦ୍ଧ ଦମ୍ପତି ଓ ସେମାନଙ୍କ ଚାକରଙ୍କୁ ହତ୍ୟା ସମେତ ଗତ ୨୪ ଘଣ୍ଟାରେ ୯ ହତ୍ୟାକାଣ୍ଡ ଘଟିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି। ଦିଲ୍ଲୀବାସୀ ସୁରକ୍ଷା ପାଇଁ କାହା ପାଖକୁ…
କମିଶନି ଫେରାଇବାକୁ କହି ଅଡୁଆରେ ମମତା
କୋଲକାତା,୨୪ା୬: ୨୦୧୧ରୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କୁ ଶୋଷଣ କରି ଆଦାୟ କରିଥିବା କମିଶନ ଅର୍ଥ ଫେରାଇଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ନେତା ଓ ସବୁ ସ୍ତରର ଲୋକପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇ ଦୁର୍ନୀତିର ଭାନୁମତି ପେଡ଼ି ଖୋଲିଦେଇଛନ୍ତି। ଲୋକ…
ଲୋକ ସଭା ଉପବାଚସ୍ପତି ପଦ ପାଇଁ ୱାଇଏସ୍ଆର ସିପି ଅରାଜି : ଶିବସେନା, ବିଜେଡି ଉପରେ ନଜର
ଭୁବନେଶ୍ୱର,୨୪ା୬(ବ୍ୟୁରୋ) : ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ଥିବା ୱାଇଏସ୍ଆର କଂଗ୍ରେସ ପାର୍ଟି ଲୋକ ସଭା ଉପବାଚସ୍ପତି ପଦ ଗ୍ରହଣ କରି ନ ପାରେ। ଅବିଭକ୍ତ ଆନ୍ଧ୍ରର ବିଭାଜନ ପରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ରାଜନୀତି ହୋଇଆସୁଛି। ହେଲେ ତାହା ଅଦ୍ୟାବଧି…
ଜିଲା ପ୍ରଶାସନ କର୍ମଚାରୀଙ୍କ ବଦଳି ପ୍ରହସନ; ଚୌକି ଛାଡୁନାହାନ୍ତି ପୁରୁଣା ବାବୁ
ଅନୁଗୋଳ ଅଫିସ,୨୪।୬: ଅନୁଗୋଳ ଜିଲା କାର୍ଯ୍ୟାଳୟରେ କାର୍ଯ୍ୟରତ ପୁରୁଣା ବାବୁଙ୍କ ଛାଡୁନି ଚୌକି ନିଶା। ଦୀର୍ଘ ବର୍ଷ ହେଲା ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଏହି ବାବୁମାନେ ବଦଳି ନିର୍ଦ୍ଦେଶ ମଧ୍ୟ ମାନୁନାହାନ୍ତି। ଆଉ ଏଥିରେ ସେମାନଙ୍କୁ ସହଯୋଗ କରୁଛନ୍ତି କେତେଜଣ…
ନିଖୋଜ ପାକ୍ ବୁଡ଼ାଜାହାଜର ତଲାସି ନେଇଥିଲା ଭାରତ
ନୂଆଦିଲ୍ଲୀ,୨୪।୬: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅଧିକାଂଶ ଆଣବିକ ତଥା ପାରମ୍ପରିକ ବୁଡାଜାହାଜ ପାକିସ୍ତାନ ଜଳସୀମାରେ ମୁତୟନ କରିଥିଲା। ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖି ପାକିସ୍ତାନ ଆଶଙ୍କା କରିଥିଲା ପ୍ରତିଶୋଧ ନେବା ଲାଗି ନୂୂଆଦିଲ୍ଲୀ ନୌସେନାକୁ ବ୍ୟବହାର କରିପାରେ। ବାଲାକୋଟରେ…
ପାକ୍ ସେନାମୁଖ୍ୟଙ୍କ ସଫେଇ: ଆତଙ୍କବାଦ ଦମନ ପାଇଁ ଉଦ୍ୟମ କରୁଛୁ
ଲଣ୍ଡନ,୨୪ା୬: ଆତଙ୍କବାଦ ବିରୋଧରେ ପାକିସ୍ତାନକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ବୋଲି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍ଏଟିଏଫ୍)ର ଚେତାବନୀ ପରେ ଇସ୍ଲାମାବାଦ ନରମିଛି। ପାକ୍ ମାଟିରୁ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଯଥାସାଧ୍ୟ ଉଦ୍ୟମ କରାଯାଉଛି ଓ ସମସ୍ତ ତାକତକୁ ଲଗାଯାଇଛି…
ବିଜେଡି ବିଧାୟକ ଦଳ ବୈଠକରେ ବଦଳିଲା ସ୍ବର : ତୁଣ୍ଡରେ କେନ୍ଦ୍ର ଅବହେଳାର ଶବ୍ଦ ନାହିଁ
ଭୁବନେଶ୍ୱର,୨୪ା୬(ବ୍ୟୁରୋ) : ସମୟ ବଦଳିବା ସହ ରାଜନୀତିରେ ସ୍ବର ବଦଳିଥାଏ। ବଦଳୁଥିବା ସ୍ବର ନୂଆ ରଣନୀତିର ରୂପ ନିଏ। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟ ରାଜନୀତିରେ ସେପରି କିଛି ଘଟିଛି। କେନ୍ଦ୍ର ଅବହେଳାକୁ ନେଇ ଗଳା ଫଟାଇ ଚିତ୍କାର କରୁଥିବା ବିଜେଡି ନରମି…
ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ଡିଜିପିଙ୍କ ପରଲୋକ
ଚେନ୍ନାଇ,୨୪।୬(ପି.ଟି.): ୧୯୭୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିବା ତାମିଲନାଡୁର ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭି.ଆର୍. ଲକ୍ଷ୍ମୀନାରାୟଣନ୍ଙ୍କର ରବିବାର ପରଲୋକ ହୋଇଯାଇଛି। ୧୯୫୧ ବ୍ୟାଚ୍ର ଏହି ଆଇପିଏସ୍ ଅଫିସର କିଛିଦିନ ହେଲା ଅସୁସ୍ଥ ଥିଲେ।…
ଅଶାନ୍ତ ଇଥିଓପିଆ: ସେନାଧ୍ୟକ୍ଷଙ୍କୁ ହତ୍ୟାକଲେ ଅଙ୍ଗରକ୍ଷୀ
ଅଡିସ୍ ଅବାବା,୨୪ା୬ (ପି.ଟି./ଏ.ଏଫ୍.ପି): ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସାମରିକ ବିଦ୍ରୋହ ଦେଖାଦେଇଛି। ଉତ୍ତର ପ୍ରାନ୍ତର ଅମ୍ହାରା ରାଜ୍ୟରେ ଚାଲିଥିବା କ୍ଷମତା ଦଖଲ ଉଦ୍ୟମକୁ ପଣ୍ଡ କରିବା ପାଇଁ ସେନା ମୁଖ୍ୟ ସିୟରେ ମେକୋନେନ୍ ପ୍ରୟାସ ଚଳାଇଥିବାବେଳେ ତାଙ୍କ ଅଙ୍ଗରକ୍ଷୀ ତାଙ୍କୁ ଗୁଳିକରି…
ମଉଳି ଗଲା ପିତାମାତାଙ୍କ ସ୍ବପ୍ନ: ପାଠପଢା ବୟସରେ ଦିବ୍ୟାଙ୍ଗ ହୋଇଗଲେ ପୁଅ
ନବରଙ୍ଗପୁର,୨୪।୬(ବି.ପ୍ର.)- ପୁଅ ପାଠ ପଢି ମଣିଷ ହେବ। ବାର୍ଦ୍ଧକ୍ୟ ବୟସରେ ସହାୟକ ହେବ। ଏଭଳି ଆଶା ରଖିଥିଲେ ମାଆ, ବାପା । କିନ୍ତୁ ସବୁ ଆଶା ମଉଳି ଗଲା। ହଠାତ କୌଣସି ରୋଗରେ ଆକ୍ରାନ୍ତ ହୋଇ ପୁଅର ଗୋଡ ଅଚଳ ହୋଇ…
ଅତ୍ୟଧିକ ଅପିଲ: କୋହଲିଙ୍କୁ ଜରିମାନା
ସାଉଥାମ୍ପଟନ, ୨୪।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଶନିବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ସେ ଆକ୍ରମଣାତ୍ମକ ଢଙ୍ଗରେ ଅତ୍ୟଧିକ ଅପିଲ କରିଥିବାରୁ ତାଙ୍କ ଉପରେ ମ୍ୟାଚ୍ ପାଉଣାର ୨୫ ପ୍ରତିଶତ ଜରିମାନା ଆକାରରେ ଦେବାକୁ କୁହାଯାଇଛି।…

