ଅତ୍ୟଧିକ ଅପିଲ: କୋହଲିଙ୍କୁ ଜରିମାନା

ସାଉଥାମ୍ପଟନ, ୨୪।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଶନିବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ଆକ୍ରମଣାତ୍ମକ ଢଙ୍ଗରେ ଅତ୍ୟଧିକ ଅପିଲ କରିଥିବାରୁ ତାଙ୍କ ଉପରେ ମ୍ୟାଚ୍‌ ପାଉଣାର ୨୫ ପ୍ରତିଶତ ଜରିମାନା ଆକାରରେ ଦେବାକୁ କୁହାଯାଇଛି। ଏହି କ୍ରମରେ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଆଚରଣବିଧିର ୨.୧ ନିୟମ ଉଲ୍ଲଂଘନ କରିଛନ୍ତି। ମ୍ୟାଚ୍‌ର ୨୯ତମ ଓଭରରେ ଯଶପ୍ରୀତ ବୁମ୍‌ରାଙ୍କ ଏକ ବଲ ରହମତ ଶାହାଙ୍କ ପ୍ୟାଡ୍‌ରେ ବାଜିଥିଲା। ଏଲ୍‌ବିଡବ୍ଲ୍ୟୁ ପାଇଁ ଅପିଲ ମଧ୍ୟ କରାଯାଇଥିଲା। ତେବେ କୋହଲି ଅମ୍ପାୟର ଆଲିମ ଦାରଙ୍କ ନିକଟକୁ ମାଡିଯାଇ ଜୋରଦାର ଅପିଲ କରିଥିଲେ। କୋହଲି ଏହା ଦ୍ୱାରା ଆଚରଣବିଧିର ଉଲ୍ଲଂଘନ କରିଥିଲେ ବୋଲି ଆଇସିସି ତରଫରୁ କୁହାଯାଇଥିଲା। ସେ ମଧ୍ୟ ତାଙ୍କ ତ୍ରୁଟି ସ୍ବୀକାର କରିବା ସହ ଜରିମାନାକୁ ଗ୍ରହଣ କରିଛନ୍ତି। ଫଳରେ ଏହି ଘଟଣାରେ କୌଣସି ଶୁଣାଣିର ଆବଶ୍ୟକତା ନାହିଁ ବୋଲି ଆଇସିସି ମ୍ୟାଚ୍‌ ରେଫରି କ୍ରିସ ବ୍ରଡ କହିଛନ୍ତି। ଦୁଇ ଫିଲ୍ଡ ଅମ୍ପାୟର ଅଲିମ ଦାର ଓ ରିଚାର୍ଡ ଇଲିଙ୍ଗଓ୍ବର୍ଥ, ତୃତୀୟ ଅମ୍ପାୟର ରିଚାର୍ଡ କେଟିଲବରୋ ଓ ଚତୁର୍ଥ ଅମ୍ପାୟର ମାଇକେଲ ଗଫ୍‌ କୋହଲିଙ୍କ ବିରୋଧରେ ଏ ନେଇ ଅଭିଯୋଗ ଆଣିଥିଲେ।
ଉଲ୍ଲେଖଥାଉ କି, ଏପରି ଅଭିଯୋଗରେ ଜଣେ ଖେଳାଳିଙ୍କୁ ସର୍ବାଧିକ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା ଆକାରରେ ଦେବାକୁ ହୋଇଥାଏ ଓ ଅତିକମ୍‌ରେ ଚେତାବନୀ ଦେଇ ସତର୍କ କରାଯାଇଥାଏ। ଏଥି ସହିତ ଗୋଟିଏ କିମ୍ବା ଦୁଇଟି ଡିମେରିଟ ପଏଣ୍ଟ ପେନାଲ୍ଟି ଆକାରରେ ଦିଆଯାଇଥାଏ। ପୂର୍ବରୁ ମଧ୍ୟ କୋହଲି ୨୦୧୮ ଜାନୁୟାରୀ ୧୫ ତାରିଖରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରିଟୋରିଆ ଟେଷ୍ଟରେ ଏହି ଭଳି ଆଚରଣ ପ୍ରଦର୍ଶନ କରିଥିଲେ ଓ ଗୋଟିଏ ଡିମେରିଟ୍‌ ପଏଣ୍ଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ନାଳକୁ ଯାଇଥିଲେ ଖଗେଶ୍ୱର, ହଠାତ୍‌ ଆକ୍ରମଣ କଲା ଦନ୍ତା ହାତୀ: ଆଉ ତା’ପରେ…

ସମ୍ବଲପୁର,୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ସକାଳୁ ସକାଳୁ ଏକ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।…

କଳିଙ୍ଗା ଘାଟି ରାସ୍ତା ଖୋଲିଲା: ଯାନବାହନ ଚଳାଚଳ ସ୍ବାଭାବିକ

ଭଞ୍ଜନଗର,୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ବାରମ୍ବାର ଭୂସ୍ଖଳନ ଯୋଗୁ ରାସ୍ତା ବନ୍ଦ ରହିଥିବାରୁ ଏହା କେବେ ଖୋଲିବ, ସେନେଇ…

ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଗଡ଼ିଲା ୪ ଚକିଆ ଗାଡ଼ି: ଭାରୀଯାନ ଉପରେ କଟକଣା ଜାରି

ଦାରିଙ୍ଗବାଡ଼ି, ୭।୧୧ (ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୂସ୍ଖଳନ ଓ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଦାରିଙ୍ଗବାଡ଼ି-ଗାଜଲବାଡ଼ି ରାସ୍ତାରେ ଯାତାୟାତ ପୁଣି ସୱାଭାବିକ ହେବାକୁ ଯାଉଛି।…

ଅଧିକାରୀଙ୍କୁ ପ୍ରାରମ୍ଭିକ ଶିକ୍ଷା

ନିଜ ରାଜ୍ୟ କ୍ୟାଡରରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଯୁବ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାର୍ଯ୍ୟଧାରା ଓ ପ୍ରାଥମିକତା ସହ ପରିଚିତ କରାଇବା ପାଇଁ…

କୋଟିଆ ପ୍ରସଙ୍ଗ: ଏଇଠି ସରିଲା ନା ଆଗକୁ ଲଢ଼ିବେ

ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ କିଛିଦିନ ଧରି ଓଡ଼ିଶା-ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏବଂ ନେତା ମୁହଁାମୁହିଁ ହୋଇଥିଲେ। ସୀମାନ୍ତରେ ପ୍ରତିଦିନ…

ICCର ବଡ଼ ଘୋଷଣା: ନେପାଳରେ ଖେଳାଯିବ ବିଶ୍ୱକପ୍‌…

ନୂଆଦିଲ୍ଲୀ,୭।୧୧: ୨୦୨୭ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପକୁ ନେଇ ବଡ଼ ଘୋଷଣା କରିଛି ଆଇସିସି। ଆସନ୍ତା ଡିସେମ୍ବର ୪ରୁ ନେପାଳରେ ଆରମ୍ଭ ହେବ ୱାଲର୍‌ଡ କପ କ୍ୱାଲିଫାୟର…

W, W, W, W…୪ ବଲ୍‌ରେ ୪ ଉଇକେଟ! ଡବଲ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ବୈଷ୍ଣବୀ

ନ୍ୟୁ ଚଣ୍ଡୀଗଡ଼,୭।୧୧: ଭାରତୀୟ ମହିଳା କ୍ରିକେଟ୍‌ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଷ୍ଟାର ସ୍ପିନର ବୈଷ୍ଣବୀ ଶର୍ମା। ମାତ୍ର ୪ଟି ବଲ୍‌ରେ ଲଗାତାର ୪ଟି ଉଇକେଟ ନେଇ…

ରିଲ୍ସ ପାଇଁ ନାବାଳକଙ୍କ ଆଖିରେ ପଟି ବାନ୍ଧି ନିଆଁ ଲଗାଇଲେ

କୋଲକାତା,୭ା୧୧: ସୋସିଆଲ ମିଡିଆ ପାଇଁ ରିଲ୍ସ କରିବା ନିଶାରେ ଜଣେ ନାବାଳକଙ୍କ ଆଖିରେ ପଟି ବାନ୍ଧି ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?