ଅଶାନ୍ତ ଇଥିଓପିଆ: ସେନାଧ୍ୟକ୍ଷଙ୍କୁ ହତ୍ୟାକଲେ ଅଙ୍ଗରକ୍ଷୀ

ଅଡିସ୍‌ ଅବାବା,୨୪ା୬ (ପି.ଟି./ଏ.ଏଫ୍‌.ପି): ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସାମରିକ ବିଦ୍ରୋହ ଦେଖାଦେଇଛି। ଉତ୍ତର ପ୍ରାନ୍ତର ଅମ୍‌ହାରା ରାଜ୍ୟରେ ଚାଲିଥିବା କ୍ଷମତା ଦଖଲ ଉଦ୍ୟମକୁ ପଣ୍ଡ କରିବା ପାଇଁ ସେନା ମୁଖ୍ୟ ସିୟରେ ମେକୋନେନ୍‌ ପ୍ରୟାସ ଚଳାଇଥିବାବେଳେ ତାଙ୍କ ଅଙ୍ଗରକ୍ଷୀ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଆକ୍ରମଣରେ ଆଉ ଜଣେ ଜେନେରାଲ ମଧ୍ୟ ନିହତ ହୋଇଛନ୍ତି।
ହେଉଛି ଆଫ୍ରିକାର ସବୁଠୁ ପୁରୁଣା ସ୍ବାଧୀନ ରାଷ୍ଟ୍ର। ଏହି ଦେଶରେ ୮୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଜାତିର ୧୦୨.୫ ନିୟୁତ ଲୋକ ବସବାସ କରନ୍ତି। ଇଥିଓପିଆରେ ଚଳିତବର୍ଷ ଶେଷ ଆଡ଼କୁ ସାଧାରଣ ନିର୍ବାଚନ ଥିବାବେଳେ ୨୦୧୮ ଏପ୍ରିଲରେ କ୍ଷମତାସୀନ ପ୍ରଧାନମନ୍ତ୍ରୀ ଏବି ଅହମ୍ମଦଙ୍କ ସଂସ୍କାରବାଦୀ କାର୍ଯ୍ୟକ୍ରମକୁ ନେଇ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଅମ୍‌ହାରା ସମେତ ଦେଶର ବିଭିନ୍ନ ଭାଗରେ ଜାତିଆଣ ହିଂସା ଲାଗିରହିଛି। ଏଥିଯୋଗୁ ୩୦ ଲକ୍ଷ ଲୋକ ବିସ୍ଥାପିତ ହୋଇ ଅନ୍ୟ ଦେଶକୁ ପଳାୟନ କରିବାରେ ଲାଗିଛନ୍ତି। ଏହି ସମସ୍ୟାକୁ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବାସହ ଦଳଗୁଡ଼ିକ ଉପରୁ କଟକଣା ହଟାଇବାରେ ଲାଗିଛନ୍ତି। ଏହାସହ ସେ ମାନବାଧିକାର ଉଲ୍ଲଂଘନକାରୀ ଅଧିକାରୀମାନଙ୍କୁ କାଠଗଡ଼ାକୁ ଟାଣିବା ଲାଗି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସମୟରେ ଅମରାହାରେ କ୍ଷମତା ପରିବର୍ତ୍ତନ ପାଇଁ ଚାଲିଥିବା ଉଦ୍ୟମକୁ ବିଫଳ କରିବା ଲାଗି ସେନା ମୁଖ୍ୟ ସିୟରେ ମେକୋନେନ୍‌ ଶନିବାର ରାତିରେ ଅଡିସ୍‌ ଅବାବାସ୍ଥିତ ନିଜ ବାସଭବନରେ ଆଉ ଜଣେ ଜେନେରାଲ ଗେଜାଇ ଅବେରାଙ୍କ ସହ ମିଶି ବୈଠକ କରିଥିଲେ। ଏହାକୁ ନେଇ ସେନା ମୁଖ୍ୟ ମେକୋନେନ୍‌ଙ୍କ ଅଙ୍ଗରକ୍ଷୀ ଉଭୟଙ୍କୁ ଗୁଳିକରି ହତ୍ୟା କରିଥିଲେ। ଅଙ୍ଗରକ୍ଷୀଙ୍କୁ ଗିରଫ କରି ହାଜତକୁ ନିଆଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
ଏହାର କିଛି ସମୟ ପୂର୍ବରୁ ଅମ୍‌ହାରା ଗଭର୍ନର ଆମବାଚିଉ ମେକୋନେନ୍‌ ଓ ତାଙ୍କର ଜଣେ ଉପଦେଷ୍ଟାଙ୍କୁ ମଧ୍ୟ ରାଜଧାନୀ ବାହିର ଦରରେ ହତ୍ୟା କରାଯାଇଥିଲା। ଏହି ଦୁଇ ହତ୍ୟାକାଣ୍ଡର ସମ୍ପର୍କ ଥିବା କୁହାଯାଉଛି। ସାମରିକ ବିଦ୍ରୋହ ଜରିଆରେ କ୍ଷମତା ହାସଲ ପାଇଁ ଲାଗିଥିବା ଅନେକ ଲୋକଙ୍କୁ ଗିରଫ କରାଯିବା ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଏବି ଅହମ୍ମଦ ଏକ ଟିଭି ଚ୍ୟାନେଲରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶାନ୍ତି ପାଇଁ ଅନୁରୋଧ କରିଛନ୍ତି। ଦେଶର ବିଭାଜନକାରୀ ତତ୍ତ୍ୱଗୁଡ଼ିକୁ ସାମ୍ନା କରିବା ଲାଗି ସେ ଏଥିରେ ଆହ୍ବାନ ଦେଇଛନ୍ତି। ଦେଶବ୍ୟାପୀ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ସେଠାରେ ଥିବା ଆମେରିକା ଦୂତାବାସ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଅନ୍ୟପକ୍ଷରେ କ୍ଷମତା ଦଖଲ ଉଦ୍ୟମର ଖଳନାୟକ କୁହାଯାଉଥିବା ଅମ୍‌ହାରାର ଆଞ୍ଚଳିକ ନିରାପତ୍ତା ମୁଖ୍ୟ ବ୍ରିଗେଡିୟର ଜେନେରାଲ ଅସାମିନ୍ୟୁ ସିଜେଙ୍କ ପତ୍ତା ମିଳୁନି। ଅସାମନ୍ୟୁ ଜଣେ ଉଚ୍ଚପାହ୍ୟାର ସେନା ଅଧିକାରୀ। ୯ ବର୍ଷ ତଳେ ସେ ଏଭଳି ଉଦ୍ୟମ କରି ଜେଲ ଯାଇଥିଲେ। ତାଙ୍କୁ ଗତବର୍ଷ ମୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି।…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

୧୮୬ ଯାତ୍ରୀଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରେ ଘଟିଲା…

ନୂଆଦିଲ୍ଲୀ,୭।୯: ସୋମବାର କୁଆଲାଲମ୍ପୁରରୁ ଜେଦ୍ଦା ଯାଉଥିବା ମାଲେସିଆ ଏୟାରଲାଇନ୍ସର ଏକ ବିମାନର ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହାକୁ ଚେନ୍ନାଇ ଅଭିମୁଖେ ଡାଇଭର୍ଟ କରାଯାଇଥିଲା। ବିମାନରେ ୧୮୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri