ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ ଥିଲେ, ତେବେ ଆପଣଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି। ସେପ୍ଟେମ୍ୱର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକର ୩ ଦିନିଆ ପ୍ରସ୍ତାବିତ ଧର୍ମଘଟ (Nationwide Bank Strike)କୁ ଦୃଷ୍ଟିରେ ରଖି ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI (ଭାରତୀୟ ଷ୍ଟେଟ ବ୍ୟାଙ୍କ) ଏକ ବଡ଼ ଘୋଷଣା କରିଛି।

ବ୍ୟାଙ୍କ ନିଷ୍ପତ୍ତି ନେଇଛି ଯେ, ସେପ୍ଟେମ୍ୱର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଯେକୌଣସି ବ୍ୟାଙ୍କର ଏଟିଏମ (ATM)ରୁ ଟଙ୍କା ଉଠାଇବା ଉପରେ ଗ୍ରାହକଙ୍କଠାରୁ କୌଣସି ଶୁଳ୍କ (Charge) ନିଆଯିବ ନାହିଁ।

ସାଧାରଣତଃ ଯେତେବେଳେ ଆପଣ ନିଜ ବ୍ୟାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମ (ଯେପରିକି HDFC, ICICI କିମ୍ୱା PNB)ରୁ ଏକ ର୍ନିଦ୍ଦିଷ୍ଟ ସୀମା ପରେ ଟଙ୍କା ଉଠାନ୍ତି, ସେତେବେଳେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ବା ଏଟିଏମ ଫି ଦେବାକୁ ପଡ଼ିଥାଏ।

କିନ୍ତୁ ସେପ୍ଟେମ୍ୱର ୨୮, ୨୯ ଏବଂ ୩୦ ତାରିଖରେ ଧର୍ମଘଟ ଯୋଗୁଁ SBI ଗ୍ରାହକମାନେ ଦେଶର ଯେକୌଣସି ବ୍ୟାଙ୍କର ଏଟିଏମ (Non-SBI ATMs)ରୁ ଯେତେ ଥର ଚାହିଁବେ ମାଗଣାରେ ଟଙ୍କା ଉଠାଇପାରିବେ। ଏହି ସମୟ ମଧ୍ୟରେ ଆପଣଙ୍କଠାରୁ କୌଣସି ଅତିରିକ୍ତ ଟ୍ରାଞ୍ଜାକସନ ଚାର୍ଜ ଆଦାୟ କରାଯିବ ନାହିଁ।

SBI ସ୍ପଷ୍ଟ କରିଛି ଯେ, ବ୍ୟାଙ୍କ ଶାଖାଗୁଡ଼ିକରେ ତାଲା ଝୁଲୁଥିଲେ ମଧ୍ୟ ଆପଣଙ୍କ ପକେଟରେ ଥିବା ଡିଜିଟାଲ ବ୍ୟାଙ୍କିଂ ସମ୍ପୂର୍ଣ୍ଣ ଗତିରେ ଚାଲିବ। Google Pay, PhonePe, Paytm କିମ୍ୱା YONO ମାଧ୍ୟମରେ କୌଣସି ବାଧାବିଘ୍ନ ବିନା ଆର୍ଥିକ କାରବାର ହୋଇପାରିବ। ସେହିପରି ଇଣ୍ଟରନେଟ ବ୍ୟାଙ୍କିଂ ଏବଂ ମୋବାଇଲ ଆପ ଜରିଆରେ ବିଲ ପେମେଣ୍ଟ, ଫଣ୍ଡ ଟ୍ରାନ୍ସଫର ସବୁକିଛି ପୂର୍ୱଭଳି ଚାଲୁ ରହିବ। ଛୋଟମୋଟ କାମ ହୱାଟ୍ସଆପ (WhatsApp) ବ୍ୟାଙ୍କିଂ ମାଧ୍ୟମରେ ମଧ୍ୟ ସହଜରେ କରାଯାଇପାରିବ।

ଯଦି ଆପଣଙ୍କୁ ବ୍ୟାଙ୍କ ଶାଖାକୁ ଯାଇ କୌଣସି କାଗଜପତ୍ର କାମ କିମ୍ୱା ବଡ଼ ନଗଦ କାରବାର କରିବାର ଅଛି, ତେବେ ମନେ ରଖନ୍ତୁ ଯେ ୨୭ ସେପ୍ଟେମ୍ୱର ରବିବାର ଦିନ SBI ସମେତ ସମସ୍ତ ସରକାରୀ ବ୍ୟାଙ୍କ ଖୋଲା ରହିବ। ୩ ଦିନିଆ ଧର୍ମଘଟ ପୂର୍ୱରୁ ଗ୍ରାହକଙ୍କ ସୁବିଧା ପାଇଁ ସରକାର ଏବଂ RBI ରବିବାର ଦିନ ମଧ୍ୟ ବ୍ୟାଙ୍କଗୁଡ଼ିକୁ ସୱାଭାବିକ ଭାବେ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଶାଖା ସମ୍ୱନ୍ଧୀୟ କୌଣସି ଜରୁରୀ କାମ ଅଟକି ରହିଛି, ତେବେ ଆସନ୍ତାକାଲି ରବିବାର (୨୭ ସେପ୍ଟେମ୍ୱର) ହିଁ ସାରି ନିଅନ୍ତୁ। ବାକି ଦୈନନ୍ଦିନ ଖର୍ଚ୍ଚ ପାଇଁ ଆପଣ ନିକଟସ୍ଥ ଯେକୌଣସି ଏଟିଏମରୁ କୌଣସି ଚାର୍ଜର ଚିନ୍ତା ନକରି ସହଜରେ ଟଙ୍କା ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ସବିତାଙ୍କୁ ବିଶ୍ରାମ, ଦଳକୁ ଫେରିଲେ ବନସାରି

ନୂଆଦିଲ୍ଲୀ, ୧୦ା୧୧: ଭୋପାଳଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଭେଟେରାନ ଗୋଲ୍‌କିପର ସବିତା ପୁନିଆଙ୍କୁ…

ଜନ୍ମ ହେବାର ଗୋଟିଏ ଦିନରେ ପୁଅକୁ ହରାଇଥିଲେ ସୋନିଆ ଗାନ୍ଧୀ; ବହିରେ ବଡ଼ ଖୁଲାସା, ରାହୁଲ ନୁହନ୍ତି…

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁ ପ୍ରତୀକ୍ଷିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ୧୦ ନଭେମ୍ବର ମଙ୍ଗଳବାର ପ୍ରକାଶିତ ହୋଇଛି। ପୁସ୍ତକରେ ଗାନ୍ଧୀ ପରିବାରଙ୍କ…

ୟୁଏଇ ଜାତୀୟ ଦଳରେ ଖେଳିପାରନ୍ତି ଭାରତର ଏହି ପୂର୍ବତନ ଉଇକେଟକିପର, ଜାଣନ୍ତୁ…

ଆବୁ ଧାବି, ୧୦।୧୧: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର କେଏସ୍‌ ଭରତ ୟୁଏଇ ଜାତୀୟ ଦଳ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା…

ଶୁକ୍ରଙ୍କ ସିଧା ଚଳନ: ୧୪ ନଭେମ୍ୱରରୁ ବଦଳିବ ୪ ରାଶିର ଭାଗ୍ୟ; ବଢିବ ଧନ, ଚାକିରିରେ ଭଲ ଅଫର୍‌…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଭୌତିକ ସୁଖ, ବୈଭବ, ପ୍ରେମ, ଦାମ୍ପତ୍ୟ ଜୀବନ ଏବଂ ଆର୍ଥିକ ସମୃଦ୍ଧିର ପ୍ରତିନିଧି ଗ୍ରହ ଭାବେ ବିବେଚନା କରାଯାଏ। ଏଣୁ ଶୁକ୍ରଙ୍କ ଚଳନରେ…

ବନ୍ୟା ପ୍ରଭାବିତଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଓ ଭାରତ ସ୍କାଉଟ ଆଣ୍ଡ…

ସାକ୍ଷୀଙ୍କୁ ଜେଲରୁ ଧମକ ମାମଲା ତୃତୀୟଥର ଥାନାରେ ହାଜର ହେଲେ ବିକ୍ରମ

ବ୍ରହ୍ମପୁର,୧୦ା୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଧମକ ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା…

ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

୨-୦ରେ ସିରିଜରେ ଆଗରେ ଅଛି ଟିମ ଇଣ୍ଡିଆ…, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ କେବେ ଖେଳାଯିବ? ଦୂର ହେଲା ସିରିଜ ହାରିଯିବାର ଭୟ

ନୂଆଦିଲ୍ଲୀ,୧୦।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ତୃତୀୟ ମ୍ୟାଚ ହାମିଲଟନରେ ଖେଳାଯିବାର ଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?