୯ ଦିନ ପରେ ଘୋଷଯାତ୍ରା; ରଥ ପାଇଁ କାଠ ଅଭାବ

ଢେଙ୍କାନାଳ ଅଫିସ, ୨୪।୬:  ଶ୍ରୀ କଳାଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉମାତ୍ର ୯ ଦିନ। ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ବା କଥା। ହେଲେ କାଠ ଅଭାବ ଯୋଗୁ ଢେଙ୍କାନାଳରେ ରଥ ନିର୍ମାଣ ଧିମେଇଛି। ଅନ୍ୟ ଉପାୟ ନ ଥିବାରୁ ରଥ କାମରେ ବ୍ୟବହୃତ ହେଉଛି ପୁରୁଣା କାଠ ରଥ। ଏପରି ଅବ୍ୟବସ୍ଥାର ସମାଧାନ କରିବା ପରିବର୍ତ୍ତେ ଦେବୋତ୍ତର ଏବଂ ବନ ବିଭାଗ ଏବେ ପରସ୍ପର ଉପରକୁ ଆରୋପ ପ୍ରତ୍ୟାରୋପ ଲଗାଇବା ଆରମ୍ଭ କରିଛନ୍ତି, ଯାହା ଜଗନ୍ନାଥପ୍ରେମୀଙ୍କୁ କ୍ଷୁବ୍ଧ କରାଇଛି।
ରଥଯାତ୍ରାକୁ ହାତଗଣତି ଦିନ ବାକିଥିବାବେଳେ ସ୍ଥାନୀୟ ରଥଗଡ଼ାରେ ଆରମ୍ଭ ହୋଇଛି ୨ ରଥର ନିର୍ମାଣ କାର୍ଯ୍ୟ। ହେଲେ ଏଥିରେ ବାଧକ ସାଜିଛି କାଠ ଅଭାବ। ରଥଯାତ୍ରା ପ୍ରସ୍ତୁତି ବୈଠକରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଧଉରା, ଶାଳ କାଠ ଯୋଗାଇଦେବାକୁ ବନ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ତଦନୁଯାୟୀ କାଠ ଆସିନାହିଁ। ତେଣୁ କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ଏପରି ସ୍ଥିତିରେ ପୁରୁଣା କାଠକୁ ଭରସା କରିଛି ଦେବୋତ୍ତର ବିଭାଗ। ଆସନ୍ତା ବର୍ଷ ଏହି ସମସ୍ୟା ଆହୁରି ଜଟିଳ ହୋଇଯିବା ଆଶଙ୍କା ରହିଛି।
ଚଳିତବର୍ଷ ରଥ ନିର୍ମାଣ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ବନ ବିଭାଗକୁ ୧୮୦ ଶିଫ୍ଟ ଶାଳ କାଠ, ୨୨୫ ଶିଫ୍ଟ ଧଉରା କାଠ ଯୋଗାଇ ଦେବାକୁ କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୧୦ ଶିଫ୍ଟ ଶାଳକାଠ ଏବଂ ୧୨୫ ଶିଫ୍ଟ ଧଉରା କାଠ ଆସିଛି। ଅଳ୍ପ କିଛି କାଠ ବାହାରୁ କିଣିବାକୁ ପଡିଛି। ପ୍ରତିବର୍ଷ ବନ ବିଭାଗ ପକ୍ଷରୁ କାଠ ଯୋଗାଣ ସମୟରେ ଏକ ମାମଲା ରୁଜୁ କରାଯାଇ ପ୍ରାୟ ଅଢ଼େଇ ହଜାର ଟଙ୍କା ଡିିପୋଜିଟ୍‌ କରିବା ପରେ ଆବଶ୍ୟକ କାଠ ମିଳୁଥିଲା। ଚଳିତ ବର୍ଷ ରୟାଲ୍‌ଟି ବାବଦରେ ଦେବୋତ୍ତର ବିଭାଗଠାରୁ ବନ ବିଭାଗ ୭୫ହଜାର ଟଙ୍କା ନେଇଥିବା ଚର୍ଚ୍ଚା ହେଉଛି। ପ୍ରସ୍ତୁତି ବୈଠକରେ ନିର୍ଦ୍ଧାରିତ ସମୟରେ କାଠ ଯୋଗାଣ ଏବଂ ରଥ ନିର୍ମାଣ କାର୍ଯ୍ୟ କରିବା ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ଉଭୟ ବିଭାଗ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସମନ୍ବୟ ଅଭାବରୁ ଏଥିରେ ବ୍ୟତିକ୍ରମ ହୋଇଛି।
ଏ ସଂକ୍ରାନ୍ତରେ ରଥ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ବନ ବିଭାଗ ପ୍ରତିଶ୍ରୁତି ଅନୁଯାୟୀ କାଠ ଯୋଗାଣ କରିନାହିଁ। କିଛି ପରିମାଣର କାଠ ବାହାରୁ କିଣାଯାଇଛି। କାଠ ଅଭାବ ଥିବାରୁ ପୁରୁଣା କାଠ ବ୍ୟବହାର କରାଯାଇଛି। ପ୍ରଥମ ଥର ରୟାଲ୍‌ଟି ଦେଇ କାଠ ଅଣାଯାଇଛି। ଏ ସମ୍ପର୍କରେ ଦେବୋତ୍ତର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏ ନେଇ ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ଜିତେନ୍ଦ୍ରନାଥ ଦାସ କୁହନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆବଶ୍ୟକ କାଠ ଦେବା ଲାଗି ସମସ୍ତ ପ୍ରସ୍ତୁତି କରାଯାଇଛି। ଦେବୋତ୍ତର ବିଭାଗ କାଠ ଚିରି ପାରିବନି ବୋଲି କହୁଛି। ତେଣୁ ମହଜୁଦ୍‌ କାଠ ନେଉ ନ ଥିବା ସେ କହିଛନ୍ତି। ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ଗଠିତ କମିଟି ସଦସ୍ୟ ଏବଂ ଅଧିକାରୀ ନିର୍ଦ୍ଧାରିତ ସମୟରେ ସମୀକ୍ଷା କରୁ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସାଧାରଣରେ ଆଲୋଚନା ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?