ମଉଳି ଗଲା ପିତାମାତାଙ୍କ ସ୍ବପ୍ନ: ପାଠପଢା ବୟସରେ ଦିବ୍ୟାଙ୍ଗ ହୋଇଗଲେ ପୁଅ

ନବରଙ୍ଗପୁର,୨୪।୬(ବି.ପ୍ର.)- ପୁଅ ପାଠ ପଢି ମଣିଷ ହେବ। ବାର୍ଦ୍ଧକ୍ୟ ବୟସରେ ସହାୟକ ହେବ। ଏଭଳି ଆଶା ରଖିଥିଲେ ମାଆ, ବାପା । କିନ୍ତୁ ସବୁ ଆଶା ମଉଳି ଗଲା। ହଠାତ କୌଣସି ରୋଗରେ ଆକ୍ରାନ୍ତ ହୋଇ ପୁଅର ଗୋଡ ଅଚଳ ହୋଇ ଗଲା। ସେବେଠାରୁ ପୁଅର ପାଠ ପଢାରେ ମଧ୍ୟ ଡୋରୀ ବନ୍ଧା ହେଲା। ବାର୍ଦ୍ଧକ୍ୟ ବୟସରେ ସହାୟକ ହେବ ବୋଲି ଆଶା ରଖିଥିବା ମାଆ, ବାପା ଏବେ କୁଲିମଜୁରୀ କରି ପୁଅର ଦେଖା ରଖା କରୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧିନ କଂଗ୍ରା ପଞ୍ଚାୟତ ସଦର ମହକୁମ୍ମା ପରଜା ସାହି ଠାରେ।
ପର୍ଶୁରାମ ମୁଦୁଲିଙ୍କ ଦୁଇ ପୁଅ । ବଡ ପୁଅ କେଶବ ଓ ସାନପୁଅ ହେଉଛନ୍ତିି ଭଗତ ମୁଦୁଲି। ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଏମାନେ କୁଲି ମଜୁରି କରି ପରିବାର ପ୍ରତିପୋଷଣ କରୁଛନ୍ତି।
ଚାଳ ଛପର ଝୁମ୍ପୁଡି ଘରେ ରହୁଛନ୍ତି। ସାନ ପୁଅ ଭଗତ ପାଠ ପଢି ଜଣେ ଭଲ ମଣିଷ ହେବା ସହ କିଛି ରୋଜଗାର କରି ମାଆବାପାଙ୍କ ସହାୟକ ହେବ ବୋଲି ଭାବିଥିଲେ। ୨୦୦୭ରେ ନବରଙ୍ଗପୁର ବ୍ଲକ ଜାମ୍ବଗୁଡା ରାଜୀବଗାନ୍ଧୀ ହାଇସ୍କୁଲରୁ ମାଟ୍ରିକ ପାସ କରି ନବରଙ୍ଗପୁର ହିର୍ଲି ଆଦର୍ଶ ଆବାସିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢୁଥିଲେ ା ସେହି ସମୟରେ ତାଙ୍କର ଦୁଇ ଗୋଡ ହଠାତ ଅଚଳ ହୋଇଗଲା। ଏନେଇ ନବରଙ୍ଗପୁର, କୋରାପୁଟ ମେଡିକାଲରେ ଚିକିତ୍ସା ହେବା ପରେ ଭଗତଙ୍କୁ ବ୍ରହ୍ମପୁର ମେଡିକାଲ କଲେଜକୁ ଅଧିକ ଚିକିତ୍ସା ପାଇଁ ପଠାଇ ଦିଆଗଲା ା ସେଠାରେ ଚିକିତ୍ସା ପରେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିଲା ନାହିଁ। ଏନେଇ ସେ ଘରେ ସେହିଭଳି ରହିଛନ୍ତି ା ବାଡିଟିଏ ଧରିଲେ ଠିଆ ହୋଇ ପାରୁଛନ୍ତି। ଜଣଙ୍କ ସହାୟତାରେ ନିଜର ଦୈନନ୍ଦିନ କାର୍ଯ୍ୟ କରୁଛନ୍ତି। ଘରେ ପାଇଖାନା ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ୭ ଶହ ଟଙ୍କା ସରକାରୀ ଭତ୍ତା ପାଉଛନ୍ତି। ପାଠ ପଢିବା ପାଇଁ ଆଗ୍ରହ ରହିଥିଲେ ମଧ୍ୟ ଜିଲାରେ କୌଣସି ମହାବିଦ୍ୟାଳୟରେ ଓ ହଷ୍ଟେଲରେ ସୁବିଧା ସୁଯୋଗ ତାଙ୍କ ପାଇଁ ନଥିବାରୁ ଆଶା ପୂରଣ ହୋଇ ପାରୁ ନାହିଁ। ସରକାରଙ୍କ ପକ୍ଷରୁ କୌଣସି ସହାୟତା ହୋଇ ପାରନ୍ତା ତେବେ ସେ ଅଧିକ ପାଠ ପଢି ନିଜ ଗୋଡରେ ନିଜେ ଠିଆ ହେବା ସହ ପରିବାର ପାଇଁ ସହାୟକ ହୋଇ ପାରିବେ ବୋଲି କହିଛନ୍ତି। ଯେଉଁ ମାଆ ବାପାଙ୍କ ସହାୟକ ହେବ ବୋଲି ପୁଅ ଭାବିଥିଲା ଏବେ ସେ ସେମାନଙ୍କ ଠାରୁ ସେବା ପାଇ ରହିଛନ୍ତି। ପାଠ ପଢା ଆଗ୍ରହ ଥିଲେ ମଧ୍ୟ ସେ ନିରୁପାୟ ଭାବରେ ରହିଥିବା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri