ଲକ୍ଡାଉନ୍କୁ ମାନିଲେନି ଶ୍ରମିକ, ଘରକୁ ଫେରିବା ଲାଗି ଭଙ୍ଗା ଗୋଡ଼ରୁ ନିଜେ ଖୋଲିଦେଲେ ପ୍ଲାଷ୍ଟର
ଭୋପାଳ,୧ା୪ : କରୋନା ଭାଇରସ୍କୁ ନେଇ ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ପରିସ୍ଥିତିରେ ଘରଦ୍ୱାର ଛାଡ଼ି ରୋଜଗାର ଆଶାରେ ବାହାରେ ଯାଇଥିବା କିଛି ଶ୍ରମିକ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଘରକୁ ଫେରିବା ପାଇଁ ଗାଡ଼ିମୋଟର ନାହିଁ। ଚାରିଆଡ଼େ ବନ୍ଦ।…
ଦନ୍ତା ଆକ୍ରମଣରେ ୨ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ସମ୍ବଲପୁର, ୧।୪ (ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଯୁଯୁମୁରା ଥାନା କୋଲଗାଁରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଦନ୍ତା ଆକ୍ରମଣରେ ୨ଜଣଙ୍କ ମୃତ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ କେଶାପାଲି ସରପଞ୍ଚଙ୍କ ମା’ ଉର୍ମିଳା ମିର୍ଞ୍ଚା (୬୫) ଓ…
ଲକ୍ଡାଉନ୍: ଲୁଣ ଉତ୍ପାଦନ ନେଇ ଚିନ୍ତାରେ ଚାଷୀ
ଗଞ୍ଜାମ, ୧।୪(ଡି.ଏନ୍.ଏ.): ଗଞ୍ଜାମ-ହୁମା ୧୬ ନଂ. ଜାତୀୟ ରାଜପଥ ପାର୍ଶରେ କେନ୍ଦ୍ର ସରକାରଙ୍କ ୧୪୭୨ ଏକର ଲୁଣ ଚାଷ ଜମି ରହିଛି । ସେଥିମଧ୍ୟରୁ ହୁମା ଓ ବିଞ୍ଚଣାପଲ୍ଲୀ ଲବଣ ଉତ୍ପାଦନ ବିକ୍ରୟ ସମବାୟ ସମିତି ୭୨୯ ଏକର ଜମି ଲିଜ୍…
ଭଦ୍ରକରେ ୪ର୍ଥ କରୋନା ପଜିଟିଭ୍ ପରେ ଖେଳିଯାଇଛି ଆତଙ୍କ, ଯାଞ୍ଚ କଡ଼ାକଡ଼ି
ଭଦ୍ରକ ଅଫିସ,୧ା୪: ଭଦ୍ରକରେ ଚତୁର୍ଥ କରୋନା ପଜିଟିଭ୍ ଚିହ୍ନଟ ପରେ ସହର ତଥା ଜିଲାରେ ଆତଙ୍କ ଖେଳିଯାଇଛି। ଏବେ ପ୍ରଶାସନ କଠୋର ହୋଇଛି। ବୁଧବାର ସକାଳୁ ପୁରୁଣା ବଜାର ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ଯାତାୟାତ ଉପରେ ସ୍ଥାନୀୟ ପୋଲିସ ପ୍ରତିବନ୍ଧକ ଲଗାଇଥିବା…
ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ
ପୁରୀ ଅଫିସ, ୧।୪: ଚଳିତବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ବୁଧବାର ପୁରୀରେ ଚତୁର୍ଥ ପର୍ଯ୍ୟାୟ ରଥକାଠ ପହଞ୍ଚିଛି। ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ୮ ଖଣ୍ଡ ଫାଶୀକାଠ ଆସିଛି।…
ଜିଲାରେ ୧୦,୯୦୦ ଆଇସୋଲେଶନ ଶଯ୍ୟା ଲକ୍ଷ୍ୟଧାର୍ଯ୍ୟ, ବର୍ତ୍ତମାନ ସୁଦ୍ଧା ୩,୯୦୫ ପ୍ରସ୍ତୁତ
ଭଦ୍ରକ ଅଫିସ,୧ା୪: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବହୁ ପଦକ୍ଷେପ ନିଆଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବା ସହିତ ଏହାକୁ ତ୍ୱରାନ୍ବିତ କରାଯାଉଛି। ଭଦ୍ରକ ଜିଲା ବାହାରେ ଥିବା ବ୍ୟକ୍ତିବିଶେଷ ଯେଉଁମାନେ କି ଘରକୁ ଫେରିଛନ୍ତି…
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ଉପରେ ଆସିଛି କରୋନା ସଙ୍କଟ: ଜାତିସଂଘ
ଜେନେଭା,୧।୪: ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବେ ପୃଥିବୀ ଉପରେ କରୋନା ସଙ୍କଟ ଦେଖାଦେଇଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ ଭେଦଭାବ ଭୁଲି ଏକ ଜୁଟ ହୋଇ ଏହାର ମୁକାବିଲା କରିବା ଆବଶ୍ୟକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍ ଆହ୍ବାନ ଦେଇଛନ୍ତି। କରୋନା ଯୋଗୁ…
ଓଡ଼ିଶା ଦିବସ: ପରଷ୍ପରଠାରୁ ଦୂରରେ ରହି ପଞ୍ଚସଖା ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ସାକ୍ଷୀଗୋପାଳ,୧।୪(ଡି.ଏନ୍.ଏ.): କରୋନା(କୋଭିଠ-୧୯) ସଂକ୍ରମଣକୁ ଦୃଷ୍ଟିିରେ ରଖି ଓଡ଼ିଶା ଦିବସ ପାଳନ ପାଇଁ କଟକଣା ଜାରି ହୋଇଛି। ଏଣୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ସତ୍ୟବାଦୀ ପଞ୍ଚସଖା ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଭାରତ ବିକାଶ ପରିଷଦର ସ୍ଥାନୀୟ ସଭାପତି ସତ୍ୟବାଦୀ…
୩ ଦିନରେ ୨ ଗୁଣା ହେଲା ଆମେରିକା କରୋନା ମୃତ୍ୟୁ ସଂଖ୍ୟା: ଗଲାଣି ୪,୦୭୬ଙ୍କ ଜୀବନ
ଓ୍ବାଶିଂଟନ,୧।୪: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୪,୦୭୬ ଛୁଇଁଛି। ଗୋଟିଏ ଦିନରେ ଏଠାରେ ୮୬୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଗତ ୩ ଦିନ ମଧ୍ୟରେ ଏଠାରେ ମୃତକଙ୍କ…
୧୬ ବର୍ଷରେ ପାଦ ଦେଲା ଜି-ମେଲ୍
ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଜି-ମେଲ୍କୁ ବୁଧବାର ୧୬ ବର୍ଷରେ ପାଦ ଦେଇଛି। ୨୦୦୪ ଏପ୍ରିଲ୍ ୧ରେ ଏହାର ଶୁଭାରମ୍ଭ ହୋଇଥିଲା। ଏହା ଆମେରିକାର କମ୍ପ୍ୟୁଟର ଇଞ୍ଜିନିୟର ପାଉଲ୍ ଟି ବୁଚେଟ୍ଙ୍କ ଦ୍ୱାରା ତିଆରି ହୋଇଥିଲା। ପ୍ରଥମେ ଜି-ମେଲ୍ ପ୍ରତି ବ୍ୟବହାରକାରୀଙ୍କୁ ଏକ ଗିଗାବାଇଟ୍ ସ୍ପେସ୍…
ଖୋର୍ଦ୍ଧା ଜିଲାର ୩ ପ୍ରବେଶ ପଥ ସିଲ୍
ଖୋର୍ଦ୍ଧା ଅଫିସ,୧ା୪: ଲକଡାଉନକୁ ଅଧିକ କଡ଼ାକଡି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମଙ୍ଗଳବାର ଠାରୁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲା ସୀମାକୁ ସିଲ କରାଯାଇଛି। ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଜିଲା ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ…
ବିକ୍ରି ହେଉନି କ୍ଷୀର, ଛେନା: ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦୁଗ୍ଧଚାଷୀ
ପୁରୀ ଅଫିସ,୧ା୪: କରୋନା ପାଇଁ ୨୧ଦିନିଆ ଲକ୍ଡାଉନ ହୋଇଛି ଦେଶ। କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ଆଉ ସବୁକିଛି ବନ୍ଦ ହୋଇଯାଇଛି। କେବଳ ଘର ଭିତରେ ରହିବାକୁ ସଚେତନ କରାଯାଉଛି। ସମସ୍ତେ ଏକପ୍ରକାର ଘର ଭିତରେ ବନ୍ଦୀ ଜୀବନ କଟାଉଛନ୍ତି।…
Archives


