ଗର୍ଭବତୀଙ୍କ ଆଣ୍ଟିଜେନ୍‌ ରିପୋର୍ଟ ପଜିଟିଭ୍‌

କଟକ ଅଫିସ,୯।୭: ଏସ୍‌ସିବିରେ ଆରମ୍ଭ ହୋଇଥିବା ଆଣ୍ଟିଜେନ୍‌ ଟେଷ୍ଟରେ ବୁଧବାର ଜଣେ ଗର୍ଭବତୀ ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ପ୍ରସବ ବେଳେ ତାଙ୍କର ମୃତ ଶିଶୁ ଜନ୍ମ ହୋଇଛି। ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପ୍ରସବକାଳୀନ ଅସ୍ତ୍ରୋପଚାରରେ ସାମିଲ ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କ୍ୱାରାଣ୍ଟାଇନକୁ ପଠାଯିବ। କରୋନା ଆକ୍ରାନ୍ତ ମହିଳାଙ୍କୁ ଗୁରୁବାର କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବ।
ବୁଧବାର ଦିପହରେ ଏସ୍‌ସିବିର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ କଟକ ସିଡିଏ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ଆଡମିଶନ କରାଯାଇଥିଲା। ରାପିଡ୍‌ ଆଣ୍ଟିଜେନ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଲେବର ରୁମ୍‌ର ଆଇସୋଲେଶନ ବେଡ୍‌ରେ ରଖାଯାଇଥିଲା। ପ୍ରସବ ବେଦନା ବଢ଼ିବାରୁ ଉକ୍ତ ବିଭାଗର କୋଭିଡ ଟିମ୍‌ ମହିଳାଙ୍କ ଚିକିତ୍ସା ପାଇଁ ବିଭାଗୀୟ ମୁଖ୍ୟ ତଥା ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ଆବଶ୍ୟକ ପଡ଼ିବାରୁ ମହିଳାଙ୍କ ଜରୁରୀ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ସେ ମୃତଶିଶୁ ପ୍ରସବ କରିଥିଲେ। ଅସ୍ତ୍ରୋପଚାରରେ ୨ ଜଣ ସିନିୟର ରେସିଡେଣ୍ଟ ଓ ଜଣେ ଆନାସ୍ଥେସିଆ ଡାକ୍ତରଙ୍କ ସହ ଅନ୍ୟ ପାରାମେଡିକାଲ ଷ୍ଟାଫ୍‌ ନିୟୋଜିତ ଥିଲେ। ଅନ୍ୟପକ୍ଷରେ କଟକ ଶିଶୁ ଭବନ ମେଡିସିନ ୱାର୍ଡର ଫିବର କ୍ଳିନିକରେ ଭର୍ତ୍ତି ହୋଇଥିବା ଜଣେ ଶିଶୁର ରିପୋର୍ଟ ପଜିଟିଭ ଆସିଛି। ତାକୁ କୋଭିଡ ହସ୍ପିଟାଲ ପଠାଯାଇଛି। ସେହିପରି ଏସ୍‌ସିବି ଆଇସୋଲେଶନ ୱାର୍ଡରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଫଣ୍ଡକୁ ଓଡିଆ ବାପ୍‌ଟିଷ୍ଟ ମଣ୍ଡଳୀ ଦେଲା ୧ଲକ୍ଷ

ଫୁଲବାଣୀ ଅଫିସ, ୫ା୫-କରୋନା ମୁକାବିଲା ଲାଗି ବହୁ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରି ଆସୁଛନ୍ତି। ଏହିକ୍ରମରେ ଫୁଲବାଣୀ ଅମଲାପଡା...

ଓଡ଼ିଶାରୁ ୨ ନୂଆ ମନ୍ତ୍ରୀ

ଭୁବନେଶ୍ୱର,୭।୭(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା କ୍ୟାବିନେଟ ସମ୍ପ୍ରସାରଣ ବୁଧବାର ସନ୍ଧ୍ୟା ୬ଟାରେ ହେବ। ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାର ୨ ନୂଆ ମନ୍ତ୍ରୀ...

ଡ୍ୟାନ୍ସ ବାର୍‌ ଖୋଲିବାକୁ ମିଳିଲା ଅନୁମତି

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଦୀର୍ଘ ୨ ବର୍ଷ ପରେ କୋହଳ ହେଲା କଟକଣା। ମହାମାରୀ କରୋନାକୁ ନେଇ ଡ୍ୟାନ୍ସ ବାର୍‌ ଉପରେ ଲାଗୁ ହୋଇଥିବା କଟକଣାକୁ ଶେଷରେ କୋହଳ...

ଏସ୍‌ଏଚ୍‌ଜିକୁ ଠକିଦେଲା ପ୍ରଶାସନ

ସେମିଳିଗୁଡା/ସୁନାବେଡା, ୨୭ା୨(ସ୍ବ.ପ୍ର.):ଆନ୍ଧ୍ରପ୍ରଦେଶ ସରକାର, ଓଡିଶାର ସୀମାନ୍ତବର୍ତ୍ତୀ କୋଟିଆକୁ ନେଇ ବହୁ ବାଦ ବିବାଦ ପରେ ଓଡିଶା ସରକାର କୋଟିଆ ଅଞ୍ଚଳର ଆଦିବାସୀଙ୍କ ବିକାଶ ପାଇଁ କେତେକ...

ଭାଙ୍ଗିଲା ଶାଖା କେନାଲ

ଭୁବନ, ୨୧ା୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ଧଳପଡ଼ା ଗ୍ରାମ ନିକଟରେ ନବନିର୍ମିତ ରେଙ୍ଗାଳି ମୁଖ୍ୟକେନାଲର ଡିଷ୍ଟ୍ରିବ୍ୟୁଟାରୀ କେନାଲ ମଙ୍ଗଳବାର ଭାଙ୍ଗିଯାଇଛି। ଏଥିରେ ବହୁ...

ଜଗନ୍ନାଥ ମନ୍ଦିର ନିଯୋଗକୁ କୋଟିଏ ଟଙ୍କାର ଘର ଦାନ

ନବରଙ୍ଗପୁର,୧୬।୧୨(ବି.ପ୍ର.): ସାଧାରଣତଃ ମଣିଷ ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ପରିବାର ଅଥବା ବନ୍ଧୁଙ୍କୁ ଦାନ କରିଥାନ୍ତି। କିନ୍ତୁ ନବରଙ୍ଗପୁର ସହର ଭଗବତୀ ସାହି ବାସିନ୍ଧା...

ପାଟଣା ବ୍ଲକର ପ୍ରଥମ କରୋନା ଆକ୍ରାନ୍ତ ୧୮ ବର୍ଷର ଯୁବକ

ପାଟଣା,୨୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଏନେଇ ମଙ୍ଗଳବାର ରାଜ୍ୟ ସୂଚନା...

ଫୁଲ ତୋଳୁଥିଲେ ମହିଳା, ସୁନା ଚେନ୍‌ ଝାମ୍ପିନେଲେ ଲୁଟେରା

କେନ୍ଦୁଝର,୭ା୧୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କଲେଜରୋଡ୍‌ ସାତସିଙ୍ଗା ନିକଟରେ ଜଣେ ମହିଳାଙ୍କଠାରୁ ସ୍ପଷ୍ଟ ଦିବାଲୋକରେ ସୁନା ଚେନ୍‌ ଲୁଟ୍‌ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ...

Advertisement
Archives

Model This Week