ଗର୍ଭବତୀଙ୍କ ଆଣ୍ଟିଜେନ୍‌ ରିପୋର୍ଟ ପଜିଟିଭ୍‌

କଟକ ଅଫିସ,୯।୭: ଏସ୍‌ସିବିରେ ଆରମ୍ଭ ହୋଇଥିବା ଆଣ୍ଟିଜେନ୍‌ ଟେଷ୍ଟରେ ବୁଧବାର ଜଣେ ଗର୍ଭବତୀ ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ପ୍ରସବ ବେଳେ ତାଙ୍କର ମୃତ ଶିଶୁ ଜନ୍ମ ହୋଇଛି। ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପ୍ରସବକାଳୀନ ଅସ୍ତ୍ରୋପଚାରରେ ସାମିଲ ଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କ୍ୱାରାଣ୍ଟାଇନକୁ ପଠାଯିବ। କରୋନା ଆକ୍ରାନ୍ତ ମହିଳାଙ୍କୁ ଗୁରୁବାର କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯିବ।
ବୁଧବାର ଦିପହରେ ଏସ୍‌ସିବିର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ କଟକ ସିଡିଏ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ଆଡମିଶନ କରାଯାଇଥିଲା। ରାପିଡ୍‌ ଆଣ୍ଟିଜେନ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଲେବର ରୁମ୍‌ର ଆଇସୋଲେଶନ ବେଡ୍‌ରେ ରଖାଯାଇଥିଲା। ପ୍ରସବ ବେଦନା ବଢ଼ିବାରୁ ଉକ୍ତ ବିଭାଗର କୋଭିଡ ଟିମ୍‌ ମହିଳାଙ୍କ ଚିକିତ୍ସା ପାଇଁ ବିଭାଗୀୟ ମୁଖ୍ୟ ତଥା ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ଆବଶ୍ୟକ ପଡ଼ିବାରୁ ମହିଳାଙ୍କ ଜରୁରୀ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ସେ ମୃତଶିଶୁ ପ୍ରସବ କରିଥିଲେ। ଅସ୍ତ୍ରୋପଚାରରେ ୨ ଜଣ ସିନିୟର ରେସିଡେଣ୍ଟ ଓ ଜଣେ ଆନାସ୍ଥେସିଆ ଡାକ୍ତରଙ୍କ ସହ ଅନ୍ୟ ପାରାମେଡିକାଲ ଷ୍ଟାଫ୍‌ ନିୟୋଜିତ ଥିଲେ। ଅନ୍ୟପକ୍ଷରେ କଟକ ଶିଶୁ ଭବନ ମେଡିସିନ ୱାର୍ଡର ଫିବର କ୍ଳିନିକରେ ଭର୍ତ୍ତି ହୋଇଥିବା ଜଣେ ଶିଶୁର ରିପୋର୍ଟ ପଜିଟିଭ ଆସିଛି। ତାକୁ କୋଭିଡ ହସ୍ପିଟାଲ ପଠାଯାଇଛି। ସେହିପରି ଏସ୍‌ସିବି ଆଇସୋଲେଶନ ୱାର୍ଡରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?