Posted inTrending, ଖେଳ

ସୁପରମ୍ୟାନ୍‌ ସାଜିଲେ ବିରାଟ କୋହଲି, ୩୭ ବର୍ଷ ବୟସରେ ଏମିତି କ୍ୟାଚ୍‌ ଧରିଲେ ଅମ୍ପାୟର ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଅକଲାଣ୍ଡ,୪।୧୧: ଇଡେନ ପାର୍କରେ ବିରାଟ କୋହଲିଙ୍କ ଚମତ୍କାର ଫିଲ୍ଡିଂ ଏବେ ଚର୍ଚ୍ଚାରେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ କୋହଲି ନିଜର ଚମତ୍କାର ଫିଲ୍ଡିଂ ଦକ୍ଷତା ଦେଖାଇ ନାଥନ ସ୍ମିଥଙ୍କୁ ପାଭିଲିୟନ ଫେରାଇଛନ୍ତି। ଗୋଟିଏ ହାତରେ ଧରିଥିବା ଏହି ଚମତ୍କାର କ୍ୟାଚ୍‌ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମ୍ୟାଚ୍‌ର ୨୯ତମ ଓଭରରେ ଏହି ରୋମାଞ୍ଚକର ଘଟଣା ଘଟିଥିଲା। ଭାରତ ପକ୍ଷରୁ ଅଂଶୁଲ କାମ୍ବୋଜ ବୋଲିଂ କରୁଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ନାଥନ ସ୍ମିଥ ବ୍ୟାଟିଂ କରୁଥିଲେ। ଓଭରର ତୃତୀୟ ବଲ୍‌ଟି କାମ୍ବୋଜ ଅଫ ଷ୍ଟମ୍ପ ବାହାରେ ଫୁଲ ଲେନ୍ଥରେ ପକାଇଥିଲେ। ସ୍ମିଥ ଆଗକୁ ଆସି ରକ୍ଷଣାତ୍ମକ ଢଙ୍ଗରେ ବଲ୍‌କୁ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଲ୍‌ଟି ବ୍ୟାଟ୍‌ର ବାହାର ପାର୍ଶ୍ୱରେ ବାଜି ଦ୍ୱିତୀୟ ସ୍ଲିପ ଆଡକୁ ଚାଲିଯାଇଥିଲା। ସେଠାରେ ଫିଲ୍ଡିଂ କରୁଥିବା ବିରାଟ କୋହଲି ଡାହାଣ ପଟକୁ ଚମତ୍କାର ଡାଇଭ ମାରି ଗୋଟିଏ ହାତରେ ବଲ୍‌ଟିକୁ ଧରି ନେଇଥିଲେ। କୋହଲିଙ୍କ ଏହି ଅସାଧାରଣ କ୍ୟାଚ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ତେବେ କ୍ୟାଚ୍‌ଟିକୁ ନେଇ ପଡ଼ିଆରେ ଥିବା ଅମ୍ପାୟାରମାନଙ୍କ ମନରେ ସାମାନ୍ୟ ସନ୍ଦେହ ରହିଥିଲା। ତେଣୁ ସେମାନେ ତୃତୀୟ ଅମ୍ପାୟାରଙ୍କ ସହାୟତା ନେଇଥିଲେ। ରିପ୍ଲେ ଯାଞ୍ଚ ପରେ କୋହଲିଙ୍କ କ୍ୟାଚକୁ ସଠିକ ବୋଲି ଘୋଷଣା କରାଯାଇଥିଲା। ଏହାପରେ ନାଥନ ସ୍ମିଥଙ୍କୁ ଆଉଟ ଘୋଷଣା କରାଯିବା ସହ ଭାରତୀୟ ଖେଳାଳିମାନେ ଖୁସିରେ ଝୁମି ଉଠିଥିଲେ।

ପ୍ରଥମ ଦିନିକିଆ ମ୍ୟାଚ୍‌ରେ ନାଥନ ସ୍ମିଥ ବ୍ୟାଟିଂରେ ବିଶେଷ କିଛି କରିପାରି ନଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସ୍ମିଥ ୯ଟି ବଲ୍‌ର ସାମ୍ନା କରି ମାତ୍ର ୧ ରନ କରିଥିଲେ। ଦଳର ସ୍କୋର ୧୧୫ ରନ ଥିବା ବେଳେ ସେ ୨୯ତମ ଓଭରରେ ସପ୍ତମ ବ୍ୟାଟର୍‌ ଭାବେ ଆଉଟ ହୋଇଥିଲେ।

ନାଥନ ସ୍ମିଥ ନ୍ୟୁଜିଲାଣ୍ଡ ଦଳର ଜଣେ ବୋଲିଂ ଅଲରାଉଣ୍ଡର। ଏହି ମ୍ୟାଚ ପୂର୍ବରୁ ସେ ନ୍ୟୁଜିଲାଣ୍ଡ ପକ୍ଷରୁ ୨୧ଟି ଦିନିକିଆ ମ୍ୟାଚ ଖେଳିଥିଲେ। ବୋଲିଂରେ ୨୧ଟି ଇନିଂସ୍ରୁ ୩୫.୭୯ ହାରରେ ୨୪ଟି ଉଇକେଟ ନେଇଥିବା ବେଳେ ବ୍ୟାଟିଂରେ ୧୫ଟି ଇନିଂସରୁ ୧୦.୪୫ ହାରରେ ୧୧୫ ରନ କରିଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଖତଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର, କୋଳକୁ ନେଲେ ନିଃସନ୍ତାନ ଦମ୍ପତ୍ତି: ଆଉ ତା’ପରେ ଘଟିଲା…

ଭେଡେନ,୪।୧୧(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ବ୍ଲକ ସଂକ୍ରିଡ଼ା ପଞ୍ଚାୟତ ଅନ୍ତର୍ଗତ ଝରାପାଲି ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ଖତଗଦାରୁ ମଙ୍ଗଳବାର ଭୋରରେ ନବଜାତ ଶିଶୁପୁତ୍ର…

ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କା; ଡେମୋକ୍ରାଟ୍ସ ହାତେଇଲେ ବହୁମତ, ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୪।୧୧: ଆମେରିକାରେ 2026 ମିଡଟର୍ମ ନିର୍ୱାଚନରେ ଭୋଟ ଗ୍ରହଣ ଶେଷ ହୋଇଛି ଏବଂ ଭାରତୀୟ ସମୟ ଅନୁଯାୟୀ ଆଜି ନଭେମ୍ୱର 4 ସକାଳ ସାଢ଼େ 4ଟାରୁ ଭୋଟ…

ଅବିଶ୍ୱସନୀୟ କ୍ୟାଚ୍‌ ଧରିଲେ ଗୁରନୁର: ବାମ ହାତରେ କଲେ କମାଲ୍‌, ସ୍ତବ୍ଧ ହୋଇଗଲେ କ୍ରିକେଟ୍‌ପ୍ରେମୀ, ଦେଖନ୍ତୁ VIDEO

ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ବୋଲର ଗୁରନୁର ବରାଡ। ନିଜ ବୋଲିଂରେ ଏକ ଅବିଶ୍ୱସନୀୟ କ୍ୟାଚ ଧରି…

ଭୋରୁ ଭୋରୁ ସ୍କୁଟିରେ ଚାଲିଥିଲା ଗଞ୍ଜେଇ ଚାଲାଣ: ମାଡ଼ିବସିଲା ପୋଲିସ

ହାଟଡିହୀ/ଛେନାପଦି,୪।୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ୩ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ…

ମହମ୍ମଦ ସିରାଜଙ୍କ ସହ ହେଲା ’ଅନ୍ୟାୟ’! ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିବା ପଛର ପ୍ରକୃତ କାରଣ ଆସିଲା ସାମ୍ନାକୁ, ଶୁଣିଲେ…

ନୂଆଦିଲ୍ଲୀ, ୪।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡରେ ଖେଳାଯାଉଛି। ନ୍ୟୁଜିଲାଣ୍ଡରେ ଦ୍ରୁତ ବୋଲରମାନଙ୍କୁ ସାହାଯ୍ୟ ମିଳିଥାଏ। ଏହି କାରଣରୁ ଟିମ ଇଣ୍ଡିଆ…

ରହସ୍ୟ ଉପରୁ ପରଦା ଉଠାଇଲେ ଶୁବମନ ଗିଲ: ୨୦୨୭ ବିଶ୍ୱକପ୍‌କୁ ପୂର୍ବରୁ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୪।୧୧: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ପ୍ରଥମ ମୁକାବିଲା ଇଡେନ…

ଗାଁ ପାଖରେ ବାଘର ପାଦଚିହ୍ନ, ଆତଙ୍କରେ ଗ୍ରାମବାସୀ: ବନ ବିଭାଗର ତଦନ୍ତ ଜାରି

ବରଗଡ଼,୪।୧୧(ପ୍ରେମାନନ୍ଦ ଖମାରୀ): ବାରପାହାଡ ପାଦଦେଶ ନିକଟ ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ କଣ୍ଡପଲା ପଞ୍ଚାୟତ ରମ୍ପେଲା ଗ୍ରାମ ପାଖରେ ଏକ ବାଘ ବୁଲୁଥିବା ନେଇ ଚର୍ଚ୍ଚା ଚାଲିଛି।…

ଧୋନୀ ନା ଗାଙ୍ଗୁଲୀ: ସଚିନ ତେନ୍ଦୁଲକରଙ୍କ ବେଷ୍ଟ ଅଧିନାୟକ କିଏ? ନିଜେ କଲେ ବଡ଼ ଖୁଲାସା!

ନୂଆଦିଲ୍ଲୀ, ୪।୧୧: ସୌରଭ ଗାଙ୍ଗୁଲୀ କି ଏମ.ଏସ. ଧୋନୀ? ସଚିନ ତେନ୍ଦୁଲକରଙ୍କୁ ଯେତେବେଳେ ପଚରାଗଲା ଯେ କେଉଁ ଖେଳାଳିଙ୍କ ଅଧିନାୟକତ୍ୱରେ ଖେଳି ତାଙ୍କୁ ସବୁଠାରୁ ଭଲ ଲାଗିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?