Posted inTrending, ଖେଳ

ବିରାଟଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନିକିଆରେ ଭାରତର ଦମ୍‌ଦାର ବିଜୟ; ୫ ୱିକେଟ୍‌ରେ ହାରିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ଦମ୍‌ଦାର ବିଜୟ ହୋଇଛି । ବୁଧବାର ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା ମ୍ୟାଚ୍‌ରେ ଡକ୍‌ୱର୍ଥ-ଲୁଇସ୍‌-ଷ୍ଟର୍ନ (DLS) ନିୟମ ଅନୁସାରେ ଭାରତ ୫ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଭାରତ ପକ୍ଷରୁ ବିରାଟ କୋହଲି ୫୧ ବଲ୍‌ରେ ୭୪ ରନ୍‌ର ଚମତ୍କାର ଇନିଂସ ଖେଳି ଦଳର ବିଜୟକୁ ସହଜ କରିଥିଲେ। ବର୍ଷା ଯୋଗୁଁ ମ୍ୟାଚ୍‌ରେ ଏକାଧିକ ଥର ବାଧା ସୃଷ୍ଟି ହୋଇଥିଲା। ଫଳରେ ଭାରତକୁ ୩୨ ଓଭରରେ ୧୪୩ ରନ୍‌ର ସଂଶୋଧିତ ଲକ୍ଷ୍ୟ ମିଳିଥିଲା। ଭାରତ ୨୨.୫ ଓଭରରେ ୫ ୱିକେଟ୍‌ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା।

ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡ ୪୦.୨ ଓଭରରେ ମାତ୍ର ୧୮୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଓପନର ଟିମ୍‌ ସିଫର୍ଟ ସର୍ବାଧିକ ୩୮ ରନ୍‌ କରିଥିଲେ । ସେ ୩ଟି ଚୌକା ଓ ୨ଟି ଛକା ମାରିଥିଲେ । ଏହାଛଡ଼ା ଏକାଦଶ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବ୍ଲେୟାର ଟିକନର ୩୪ ରନ୍‌ କରି ଦଳର ସ୍କୋରକୁ ୧୫୦ ପାର୍‌ କରାଇବାରେ ସହାୟତା କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ।

୧୪୩ ରନ୍‌ର ଲକ୍ଷ୍ୟ ପିଛା କରିବାକୁ ଆସି ଭାରତ ପ୍ରଥମ ଓଭରରେ ହିଁ ରୋହିତ ଶର୍ମାଙ୍କ ୱିକେଟ୍‌ ହରାଇଥିଲା। ତେବେ ବିରାଟ କୋହଲି ଓ ଶୁଭମନ ଗିଲ୍‌ ଦ୍ୱିତୀୟ ୱିକେଟ୍‌ ପାଇଁ ୧୦୪ ବଲ୍‌ରେ ୧୧୩ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ । ଗିଲ୍‌ ୫୬ ବଲ୍‌ରେ ୫ଟି ଚୌକା ସହ ୩୭ ରନ୍‌ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ବିରାଟ ନିଜ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ୫୧ ବଲ୍‌ରେ ୭୪ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୧୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ବିରାଟଙ୍କ ୱିକେଟ୍‌ ପତନ ପରେ ଭାରତ ଅକ୍ଷର ପଟେଲଙ୍କ ୱିକେଟ୍‌ ମଧ୍ୟ ହରାଇଥିଲା। ପରେ ଶ୍ରେୟସ ଆୟର ୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଦଳ ୧୩୬ ରନ୍‌ରେ ପଞ୍ଚମ ୱିକେଟ୍‌ ହରାଇଥିଲା।ଶେଷରେ କେଏଲ୍‌ ରାହୁଲ ଓ ନମନ ଧୀର ଅପରାଜିତ ରହି ଭାରତକୁ ବିଜୟୀ କରାଇଥିଲେ । ଉଭୟ ଷଷ୍ଠ ୱିକେଟ୍‌ ପାଇଁ ୬ ବଲ୍‌ରେ ୭ ରନ୍‌ର ଅଭିଭାଜିତ ଭାଗୀଦାରି କରିଥିଲେ । ନମନ ଧୀର ବିଜୟ ସୂଚକ ଚୌକା ମାରି ଭାରତର ବିଜୟୀ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଲଟ ନୁହେଁ,ସିଲଟରେ ବି ଭୋଟ ପାଇବେନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୧(ରବିନାରାୟଣ ଜେନା): କଂଗ୍ରେସ ଓ କେତେକ ବିରୋଧୀ ଦଳ ଦେଶର ପ୍ରଗତିକୁ ସହି ନ ପାରି ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି। ଏଥିରେ କଂଗ୍ରେସ ନେତା…

ଭୀଷଣ ବାତ୍ୟାରେ ପରିଣତ ହେବ ‘ଅକ୍ୱାନ’: IMD ଦେଲା ଚେତାବନୀ

ଭୁବନେଶ୍ୱର, ୧୫ା୧୧(ବନ୍ଦନା ସେଠୀ): ଦକ୍ଷିଣ-ପୂର୍ୱ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ୧୬ ତାରିଖ ସୋମବାର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ…

ସବୁ ଯୋଗ୍ୟଙ୍କ ମୁଣ୍ଡ ଉପରେ ପକ୍କା ଛାତ ପ୍ରାଥମିକତା, ଓଡ଼ିଶାକୁ ମିଳିଲା ୧ ଲକ୍ଷ ଅଧିକ ଆବାସ

ବଲାଙ୍ଗୀର, ୧୫ା୧୧ (ବୀରେନ୍ଦ୍ର କୁମାର ଝାଙ୍କର): ସବୁ ଯୋଗ୍ୟ ହିତାଧିକାରୀଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ…

ରବିନ୍ଦ୍ର ଜାଡେଜାଙ୍କୁ ଖୋଜିଥିବା କୋଚ୍‌ଙ୍କଠାରୁ ଶିଖିଥିଲେ କ୍ରିକେଟ, ଏବେ ପାକିସ୍ତାନଠାରୁ ବିଜୟ ଛଡ଼ାଇ ଆଣି ଚର୍ଚ୍ଚାରେ Mohit Ulva

ନୂଆଦିଲ୍ଲୀ,୧୪।୧୧: ଭାରତ ଏବଂ ପାକିସ୍ତାନ କ୍ରିକେଟ୍ କହିଲେ ସାଧାରଣତଃ ସିନିୟର୍ ପୁରୁଷ କ୍ରିକେଟ୍ ଦଳର ମୁକାବିଲାକୁ ବୁଝାଯାଏ, କିନ୍ତୁ ଆଗାମୀ ଦିନରେ ଅଣ୍ଡର-୧୯ ଏସିଆ କପ୍ ୨୦୨୬ର…

ଲୁଚାଇ ରଖିଥିଲେ ମାଓବାଦୀ: ମାଟିତଳୁ ମିଳିଲା ବିସ୍ଫୋରକ

ନୂଆପଡ଼ା,୧୪ା୧୧ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଥାନା ଅନ୍ତର୍ଗତ ପାଟଧରା ଓ ଗର୍ଜନପାଣି ସଂରକ୍ଷିତ ଜଙ୍ଗଲରେ କେତେଜଣ ଯବାନଙ୍କ ସହ ମାଓବାଦୀ ନିହତ ହୋଇଥିଲେ। ହେଲେ…

ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚିଲା ସହାୟତା

ଦିଗପହଣ୍ଡି,୧୪।୧୧(ଅଶେଷ ନାଥ ମିଶ୍ର): ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ଦ୍ୱାରା ପୁରୀଠାରେ ପ୍ରତିଷ୍ଠିତ ନୀଳାଚଳ ସାରସ୍ବତ ସଙ୍ଘ କେନ୍ଦ୍ର ଆସନ ମନ୍ଦିର ବୀରତୁଙ୍ଗ ସହାୟତାରେ…

ଜୟପୁରରେ ବଡ଼ ଧରଣର ଲୁଟ୍‌

ଜୟପୁର,୧୪ା୧୧(ପବନ ପାଣିଗ୍ରାହୀ)- କୋରାପୁଟ ଜିଲା ଜୟପୁର ସହରରେ ଜଣକ ଘର ଭିତରେ ପଶି ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ୧୮ ଲକ୍ଷ…

ଫୋନ୍‌ ଟ୍ୟାପିଂ ଅଭିଯୋଗ ଉପରେ ସାମ୍‌ ପିତ୍ରୋଡାଙ୍କ ବଡ଼ ବୟାନ: ପ୍ରଧାନମନ୍ତ୍ରୀ ଏପରି…

ନୂଆଦିଲ୍ଲୀ,୧୪ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫୋନ୍‌କୁ ଟ୍ୟାପିଂ କରିଥିତ୍ବା ନେଇ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ରାଜନୈତିକ ଝଡ଼ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?