ଭାର୍ଗବୀ ଖୁରୁଖୁରୀ ସେତୁ ବିପଦପୂର୍ଣ୍ଣ

ପୁରୀ ଅଫିସ,୯।୭: ସତ୍ୟବାଦୀ ଏବଂ ପୁରୀ ସଦର ବ୍ଲକକୁ ଯୋଡ଼ୁଥିବା ଭାର୍ଗବୀ ଖୁରୁଖୁରୀ ସେତୁ ଏବେ ବିପଦପୂର୍ଣ୍ଣ। ଏହି ବିଜୁ ସେତୁର ଉଦ୍‌ଘାଟନକୁ ପ୍ରାୟ ଦେଢବର୍ଷ ହେବ। ହେଲେ ଉଦ୍‌ଘାଟନର ମାତ୍ର କେଇମାସ ମଧ୍ୟରେ ଏହାର ଆପ୍ରୋଚ ରୋଡ ପଥର ପ୍ୟାକିଂ ଭୁଶୁଡି ପଡ଼ିଛି। ସତ୍ୟବାଦୀ ବ୍ଲକ ପାର୍ଶ୍ୱ ଆପ୍ରୋଚ ପଥର ପ୍ୟାକିଂ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡ଼ିଥିବାବେଳେ ସଦର ବ୍ଲକ ପାର୍ଶ୍ୱ ମଧ୍ୟ ଧସିବା ଅବସ୍ଥାରେ ରହିଛି। ବର୍ତ୍ତମାନ ବର୍ଷା ଋତୁ ଚାଲିଛି, ଯଦି ଏହାର ମରାମତି ଦିଗରେ ଦୃଷ୍ଟି ନ ଦିଆଯାଏ ତେବେ ମାଟି ଧୋଇଯାଇ ସଂଯୋଗୀକରଣ ରାସ୍ତା ବ୍ରିଜ୍‌ଠାରୁ ଅଲଗା ହୋଇଯିବାର ସମ୍ଭାବନା ସୃଷ୍ଟି କରିଛି। ଅପରପକ୍ଷରେ ନିମ୍ନମାନର କାମ ଯୋଗୁ ବ୍ରିଜ୍‌ ଉପରୁ ମଧ୍ୟ ପିଚୁ ଉଠିଗଲାଣି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।
୨୦୧୧ ଅକ୍ଟୋବର ୭ରେ ସଦର ବ୍ଲକ ଏବଂ ସତ୍ୟବାଦୀ ବ୍ଲକକୁ ଯୋଡ଼ିବା ଲକ୍ଷ୍ୟ ନେଇ ବାଲିପଡ଼ା ପଞ୍ଚାୟତର ବାଙ୍ଗୁରୁବା ଗଦାଧରପୁରଠାରେ ଭାର୍ଗବୀ ନଦୀ ଉପରେ ଭାର୍ଗବୀ ଖୁରୁଖୁରୀ ସେତୁର ଶିଳାନ୍ୟାସ କରାଯାଇଥିଲା। ତତ୍କାଳୀନ ବିଧାୟକ ମହେଶ୍ୱର ମହାନ୍ତି ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ବିଜୁ ସେତୁ ଯୋଜନାରେ ଏହାର ଶିଳାନ୍ୟାସ ହୋଇଥିଲା। ୨୧୫ ମିଟର ଲମ୍ବ ଏବଂ ୮.୩୫ ମିଟର ପ୍ରସ୍ଥ ବିଶିଷ୍ଟ ଏହି ସେତୁ ଲୋକାର୍ପିତ ହେଲେ ସଦର ବ୍ଲକ ଏବଂ ସତ୍ୟବାଦୀ ବ୍ଲକର ବିଭିନ୍ନ ଗଁାର ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ ଏବଂ ୨୨ ମାସ ମଧ୍ୟରେ ଏହା ଶେଷ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେତେବେଳେ କୁହାଯାଇଥିଲା। ଆରମ୍ଭରୁ ଏହାର ଅଟକଳ ମୂଲ୍ୟ ୫କୋଟି ୭୪ ଲକ୍ଷ ଟଙ୍କା ଥିଲା। ହେଲେ ସେତୁ ନିର୍ମାଣ ସମୟରେ ଅଧିକ ୨ଟି ସ୍ପାନ ନିର୍ମାଣର ଆବଶ୍ୟକତା ପଡିବାରୁ ଏହାର ନିର୍ମାଣ କାର୍ଯ୍ୟ ବିଳମ୍ବ ହେଲା। ଫଳରେ ଏହା ଶେଷ ହେବାକୁ ଦୀର୍ଘ ୮ ବର୍ଷ ଲାଗି ଯାଇଥିଲା। ଏଥିସହ ଅଟକଳ ମୂଲ୍ୟ ବୃଦ୍ଧି ପାଇ ୭କୋଟି ୫୧ ଲକ୍ଷ ୨୫ ହଜାରରେ ପହଞ୍ଚତ୍ଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୭ରେ ସେତୁ ନିର୍ମାଣ ସରିଥିବାବେଳେ ଏହାର ସଂଯୋଗୀକରଣ ରାସ୍ତା ନିର୍ମାଣକୁ ୧ବର୍ଷ ଲାଗିଯାଇଥିଲା। ପରେ ୨୦୧୯ ଜାନୁୟାରୀ ୧୧ତାରିଖରେ ଏହି ସେତୁ ଲୋକାର୍ପିତ ହୋଇଥିଲା। ହେଲେ ସେତୁ ଉଦ୍‌ଘାଟନର ୪ରୁ ୫ମାସ ମଧ୍ୟରେ ଏହାର ଆପ୍ରୋଚ ରୋଡର ପଥର ପ୍ୟାକିଂ ଭୁଶୁଡ଼ି ପଡ଼ିଥିଲା। ସିମେଣ୍ଟ ବାଡ଼ା ଭାଙ୍ଗିଯାଇଥିବାବେଳେ ମାଙ୍କଡ଼ା ପଥର ଧସିି ନଦୀକୁ ଖସିପଡ଼ିଛି। ଏନେଇ ସ୍ଥାନୀୟ ଲୋକେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତା’ର ମରାମତି କରାଯାଇ ନାହିଁ।
ତରବରିଆ ଭାବେ ସଂଯୋଗୀକରଣ ରାସ୍ତା ତିଆରି କରାଯାଇଥିବାରୁ ଆପ୍ରୋଚ ପଥର ପ୍ୟାକିଂ ଭୁଶୁଡି ପଡ଼ିଛି। ଗତବର୍ଷ ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଏଯାବତ୍‌ ମରାମତି କରାଯାଇ ନାହିଁ। ବର୍ତ୍ତମାନ ବର୍ଷାଋତୁ ଚାଲିଛି। ଯଦି ବଡ଼ ବର୍ଷା ହୁଏ ତେବେ ମାଟି ଧୋଇ ବ୍ରିଜ୍‌ଠାରୁ ସଂଯୋଗୀକରଣ ରାସ୍ତା ସମ୍ପୂର୍ଣ୍ଣ ଅଲଗା ହୋଇଯିବ। ସେହିପରି ବ୍ରିଜ୍‌ ଉପରୁ ମଧ୍ୟ ପିଚୁ ଉଠିଗଲାଣି। ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ ଧ୍ୟାନ ଦେଇ ଏହାର ମରାମତି କରିବା ଦରକାର ବୋଲି ବାଲିପଡ଼ା ପଞ୍ଚାୟତ ବାଙ୍ଗୁରୁବା ଗଁାର ସୁରେଶ ଖୁଣ୍ଟିଆ କହିଛନ୍ତି। ଏ ସମ୍ପର୍କରେ ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ଏସ୍‌.କେ. ଦାଶଙ୍କୁ ପଚାରିବାରୁ ଭାର୍ଗବୀ ଖୁରୁଖୁରୀ ସେତୁର ଆପ୍ରୋଚ ପଥର ପ୍ୟାକିଂ କାମ ପାଇଁ ପ୍ରସ୍ତାବ ଦିଆଯାଇଛି। ମଞ୍ଜୁରୀ ମିଳିବା ପରେ ଏହାର ମରାମତି କରାଯବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?