ଭାର୍ଗବୀ ଖୁରୁଖୁରୀ ସେତୁ ବିପଦପୂର୍ଣ୍ଣ

ପୁରୀ ଅଫିସ,୯।୭: ସତ୍ୟବାଦୀ ଏବଂ ପୁରୀ ସଦର ବ୍ଲକକୁ ଯୋଡ଼ୁଥିବା ଭାର୍ଗବୀ ଖୁରୁଖୁରୀ ସେତୁ ଏବେ ବିପଦପୂର୍ଣ୍ଣ। ଏହି ବିଜୁ ସେତୁର ଉଦ୍‌ଘାଟନକୁ ପ୍ରାୟ ଦେଢବର୍ଷ ହେବ। ହେଲେ ଉଦ୍‌ଘାଟନର ମାତ୍ର କେଇମାସ ମଧ୍ୟରେ ଏହାର ଆପ୍ରୋଚ ରୋଡ ପଥର ପ୍ୟାକିଂ ଭୁଶୁଡି ପଡ଼ିଛି। ସତ୍ୟବାଦୀ ବ୍ଲକ ପାର୍ଶ୍ୱ ଆପ୍ରୋଚ ପଥର ପ୍ୟାକିଂ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡ଼ିଥିବାବେଳେ ସଦର ବ୍ଲକ ପାର୍ଶ୍ୱ ମଧ୍ୟ ଧସିବା ଅବସ୍ଥାରେ ରହିଛି। ବର୍ତ୍ତମାନ ବର୍ଷା ଋତୁ ଚାଲିଛି, ଯଦି ଏହାର ମରାମତି ଦିଗରେ ଦୃଷ୍ଟି ନ ଦିଆଯାଏ ତେବେ ମାଟି ଧୋଇଯାଇ ସଂଯୋଗୀକରଣ ରାସ୍ତା ବ୍ରିଜ୍‌ଠାରୁ ଅଲଗା ହୋଇଯିବାର ସମ୍ଭାବନା ସୃଷ୍ଟି କରିଛି। ଅପରପକ୍ଷରେ ନିମ୍ନମାନର କାମ ଯୋଗୁ ବ୍ରିଜ୍‌ ଉପରୁ ମଧ୍ୟ ପିଚୁ ଉଠିଗଲାଣି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।
୨୦୧୧ ଅକ୍ଟୋବର ୭ରେ ସଦର ବ୍ଲକ ଏବଂ ସତ୍ୟବାଦୀ ବ୍ଲକକୁ ଯୋଡ଼ିବା ଲକ୍ଷ୍ୟ ନେଇ ବାଲିପଡ଼ା ପଞ୍ଚାୟତର ବାଙ୍ଗୁରୁବା ଗଦାଧରପୁରଠାରେ ଭାର୍ଗବୀ ନଦୀ ଉପରେ ଭାର୍ଗବୀ ଖୁରୁଖୁରୀ ସେତୁର ଶିଳାନ୍ୟାସ କରାଯାଇଥିଲା। ତତ୍କାଳୀନ ବିଧାୟକ ମହେଶ୍ୱର ମହାନ୍ତି ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ବିଜୁ ସେତୁ ଯୋଜନାରେ ଏହାର ଶିଳାନ୍ୟାସ ହୋଇଥିଲା। ୨୧୫ ମିଟର ଲମ୍ବ ଏବଂ ୮.୩୫ ମିଟର ପ୍ରସ୍ଥ ବିଶିଷ୍ଟ ଏହି ସେତୁ ଲୋକାର୍ପିତ ହେଲେ ସଦର ବ୍ଲକ ଏବଂ ସତ୍ୟବାଦୀ ବ୍ଲକର ବିଭିନ୍ନ ଗଁାର ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ ଏବଂ ୨୨ ମାସ ମଧ୍ୟରେ ଏହା ଶେଷ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସେତେବେଳେ କୁହାଯାଇଥିଲା। ଆରମ୍ଭରୁ ଏହାର ଅଟକଳ ମୂଲ୍ୟ ୫କୋଟି ୭୪ ଲକ୍ଷ ଟଙ୍କା ଥିଲା। ହେଲେ ସେତୁ ନିର୍ମାଣ ସମୟରେ ଅଧିକ ୨ଟି ସ୍ପାନ ନିର୍ମାଣର ଆବଶ୍ୟକତା ପଡିବାରୁ ଏହାର ନିର୍ମାଣ କାର୍ଯ୍ୟ ବିଳମ୍ବ ହେଲା। ଫଳରେ ଏହା ଶେଷ ହେବାକୁ ଦୀର୍ଘ ୮ ବର୍ଷ ଲାଗି ଯାଇଥିଲା। ଏଥିସହ ଅଟକଳ ମୂଲ୍ୟ ବୃଦ୍ଧି ପାଇ ୭କୋଟି ୫୧ ଲକ୍ଷ ୨୫ ହଜାରରେ ପହଞ୍ଚତ୍ଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୭ରେ ସେତୁ ନିର୍ମାଣ ସରିଥିବାବେଳେ ଏହାର ସଂଯୋଗୀକରଣ ରାସ୍ତା ନିର୍ମାଣକୁ ୧ବର୍ଷ ଲାଗିଯାଇଥିଲା। ପରେ ୨୦୧୯ ଜାନୁୟାରୀ ୧୧ତାରିଖରେ ଏହି ସେତୁ ଲୋକାର୍ପିତ ହୋଇଥିଲା। ହେଲେ ସେତୁ ଉଦ୍‌ଘାଟନର ୪ରୁ ୫ମାସ ମଧ୍ୟରେ ଏହାର ଆପ୍ରୋଚ ରୋଡର ପଥର ପ୍ୟାକିଂ ଭୁଶୁଡ଼ି ପଡ଼ିଥିଲା। ସିମେଣ୍ଟ ବାଡ଼ା ଭାଙ୍ଗିଯାଇଥିବାବେଳେ ମାଙ୍କଡ଼ା ପଥର ଧସିି ନଦୀକୁ ଖସିପଡ଼ିଛି। ଏନେଇ ସ୍ଥାନୀୟ ଲୋକେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତା’ର ମରାମତି କରାଯାଇ ନାହିଁ।
ତରବରିଆ ଭାବେ ସଂଯୋଗୀକରଣ ରାସ୍ତା ତିଆରି କରାଯାଇଥିବାରୁ ଆପ୍ରୋଚ ପଥର ପ୍ୟାକିଂ ଭୁଶୁଡି ପଡ଼ିଛି। ଗତବର୍ଷ ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ଏଯାବତ୍‌ ମରାମତି କରାଯାଇ ନାହିଁ। ବର୍ତ୍ତମାନ ବର୍ଷାଋତୁ ଚାଲିଛି। ଯଦି ବଡ଼ ବର୍ଷା ହୁଏ ତେବେ ମାଟି ଧୋଇ ବ୍ରିଜ୍‌ଠାରୁ ସଂଯୋଗୀକରଣ ରାସ୍ତା ସମ୍ପୂର୍ଣ୍ଣ ଅଲଗା ହୋଇଯିବ। ସେହିପରି ବ୍ରିଜ୍‌ ଉପରୁ ମଧ୍ୟ ପିଚୁ ଉଠିଗଲାଣି। ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ ଧ୍ୟାନ ଦେଇ ଏହାର ମରାମତି କରିବା ଦରକାର ବୋଲି ବାଲିପଡ଼ା ପଞ୍ଚାୟତ ବାଙ୍ଗୁରୁବା ଗଁାର ସୁରେଶ ଖୁଣ୍ଟିଆ କହିଛନ୍ତି। ଏ ସମ୍ପର୍କରେ ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ଏସ୍‌.କେ. ଦାଶଙ୍କୁ ପଚାରିବାରୁ ଭାର୍ଗବୀ ଖୁରୁଖୁରୀ ସେତୁର ଆପ୍ରୋଚ ପଥର ପ୍ୟାକିଂ କାମ ପାଇଁ ପ୍ରସ୍ତାବ ଦିଆଯାଇଛି। ମଞ୍ଜୁରୀ ମିଳିବା ପରେ ଏହାର ମରାମତି କରାଯବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସ୍ଥିତ ନୁହେଁ ବ୍ୟବସ୍ଥା

ଅନୁଗୋଳ ଅଫିସ, ୫ା୮:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ କରାଯାଉଛି ଶୋଷଣ। ଏଠାରେ ବୁଲୁଥିବା ଦଲାଲମାନେ ସହଯୋଗ ଆଳରେ ସେମାନଙ୍କୁ ଠକେଇ...

କାମରେ ଆସୁନି ସ୍ଲୁଇସ୍‌ ଗେଟ୍‌

ପଦ୍ମପୁର,୧୦।୮ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁରର ମେଳକସାହିଠାରେ ନିର୍ମିତ ସ୍ଲୁଇସ୍‌ଗେଟ୍‌ ଏବେ ଚାଷୀମାନଙ୍କ କାମରେ ଆସୁନି। ୩୦ ବର୍ଷ ତଳେ...

ଚା’ ପିଇଲା ବେଳେ ଚାଲିଗଲା ଜୀବନ

ନିରାକାରପୁର,୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ଼ ପଚାୟତ ହରିପୁର ଗ୍ରାମରେ ଗୁରୁବାର ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଉକ୍ତ ମହିଳା ଜଣଙ୍କ...

ଅର୍କ କୁମାର ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୂଳପତି ନିଯୁକ୍ତ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ହୋଇଛନ୍ତି ଅର୍କ କୁମାର ଦାସମହାପାତ୍ର। ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। ଏବେ...

ରାତି ପାହିଲେ ବାଲିଯାତ୍ରା: ରିକ୍ସାଚାଳକଙ୍କୁ ମିଳିଲା ପରିଚୟପତ୍ର

କଟକ ଅଫିସ, ୧୧।୧୧ : ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା...

ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୧୦।୨(ସ୍ବ.ପ୍ର.) : ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସ୍ଥାନୀୟ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଛାତ୍ରୀଛାତ୍ର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣାରେ ବସିଛନ୍ତି।...

ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ହୃଦ୍‌ଘାତରେ ମୃତ୍ୟୁ

ଗଞ୍ଜାମ,୧୨।୫(ଡି.ଏନ୍‌.ଏ.): ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଶ୍ରମିକଭାବେ କାମ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ସୋମବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା...

ଗଞ୍ଜାମରୁ ସୁରତ ଯାଉଥିବା ବସ୍‌ ଦୁର୍ଘଟଣା; ୮ ଶ୍ରମିକ ମୃତ

ରାୟପୁର, ୫।୯: ଛତିଶଗଡ଼ର ରାଜଧାନୀ ରାୟପୁରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରତ ଯାଉଥିବା ଏକ ବସ...

Advertisement
Archives

Model This Week