ମନ୍ଦିର, ମସ୍‌ଜିଦ୍‌ ସାନିଟାଇଜ୍‌ କରୁଛନ୍ତି ଶିଖ୍‌ ଯୁବଗୋଷ୍ଠୀ

ଭୁବନେଶ୍ୱର,୯।୭(ବ୍ୟୁରୋ): ଅତୁଟ ଓ ଅଖଣ୍ଡ ଭାରତ। ଏଠି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାଇ ଭାଇ।ହିନ୍ଦୁ, ମୁସ୍‌ଲିମ୍‌, ଖ୍ରୀଷ୍ଟିଆନ୍‌ ଓ ଶିଖ୍‌ ସଭିଏଁ ସମାନ। ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାଜଧାନୀ ଭୁବନେଶ୍ୱରର କିଛି ଯୁବଗୋଷ୍ଠୀ।ଶିଖ୍‌ ସମ୍ପ୍ରଦାୟର କିଛି ଯୁବକ ମିଶି ସହରରେ ଥିବା ମନ୍ଦିର, ମସ୍‌ଜିଦ୍‌ ଓ ଚର୍ଚ୍ଚ ସାନିଟାଇଜ୍‌ କରି ଧର୍ମନିରପେକ୍ଷ ଭାରତର ଉଦାହରଣ ସୃଷ୍ଟି କରିଛନ୍ତି।ଗୁରୁ ନାନକଙ୍କ ବାଣୀକୁ ଅନୁକରଣ କରି ‘ଶିଖ୍‌ ଏଡ୍‌’ ନାମକ ଏହି ଯୁବଗୋଷ୍ଠୀ ଭୁବନେଶ୍ୱରରେ ଥିବା ସମସ୍ତ ମନ୍ଦିର, ଚର୍ଚ୍ଚ, ମସ୍‌ଜିଦ୍‌, ଓ ଗୁରୁଦ୍ୱାରକୁ ନିଜସ୍ବ ଉଦ୍ୟମରେ ସାନିଟାଇଜ୍‌ କରିଛନ୍ତି।ଶ୍ରୁଦ୍ଧାଳୁମାନେ ଏହି ଧର୍ମାନୁଷ୍ଠାନ ଗୁଡ଼ିକରେ ଯେପରି କୋଭିଡ୍‌-୧୯ରେ ସଂକ୍ରମିତ ନ ହୁଅନ୍ତୁ ତାହାକୁ ଦୃଷ୍ଟିରେ ରଖି ଶିଖ୍‌ଏଡ୍‌ ଏଭଳି ନିଆରା ପଦକ୍ଷେପ ନେଇଛି।
କୋଭିଡ୍‌ ମହାମାରୀ ଲକ୍‌ଡାଉନ୍‌ କଟକଣା ଧୀରେ ଧୀରେ କୋହଳ ହେଉଥିବାବେଳେ ବିଭିନ୍ନ ଧର୍ମାନୁଷ୍ଠାନଗୁଡ଼ିକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଉଛି। ଏଭଳିସ୍ଥଳେ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଆଦି ସ୍ଥାନରେ ଭକ୍ତମାନେ ଯେପରି ସୁରକ୍ଷିତ ରହିବେ ଏବଂ ଧାର୍ମିକସ୍ଥଳୀ ପରିସର ଯେପରି କୋଭିଡ୍‌ ମୁକ୍ତ ରହିବ ସେଥିଲାଗି ଭୁବନେଶ୍ୱର ଏବଂ କଟକ ଶିଖ୍‌ ସମ୍ପ୍ରଦାୟର କିଛି ଯୁବକ ମିଶି ସାନିଟାଇଜେଶନ ଅଭିଯାନ ଆରମ୍ଭ କରିଛନ୍ତି।ଜୁନ୍‌ ୨୪ରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ସାନିଟାଇଜେଶନ ଅଭିଯାନରେ ଜନପଥରେ ଥିବା ଗୁରୁଦ୍ୱାରା ସିଂ ସଭା, ବିଗ୍‌ ବଜାର ନିକଟସ୍ଥ କ୍ୟାଥୋଲିକ୍‌ ଚର୍ଚ୍ଚ, ସତ୍ୟ ନଗର ଚର୍ଚ୍ଚ, ସତ୍ୟ ନଗର କାଳୀ ମନ୍ଦିର ଓ ସାଇ ମନ୍ଦିର, ରାମ ମନ୍ଦିର, ମା’ ତାରିଣୀ ମନ୍ଦିର, ହରିପୁର ଚଉଷଠି ଯୋଗିନୀ ମନ୍ଦିର, ବମିଖାଲ ମା’ ସନ୍ତୋଷୀ ମନ୍ଦିର, ବୁଦ୍ଧେଶ୍ୱରୀ ମନ୍ଦିର, ଶହୀଦନଗରସ୍ଥିତ ମା’ ମଙ୍ଗଳା ମନ୍ଦିରକୁ ପ୍ରଥମେ ସାନିଟାଇଜ୍‌ କରାଯାଇଥିଲା। କେବଳ ଏତିକି ନୁହେଁ ଭୁବନେଶ୍ୱରରେ ଥିବା ସମସ୍ତ ଛୋଟ ବଡ଼ ବିଷ୍ଣୁ ଓ ଶିବ ମନ୍ଦିର, ମସ୍‌ଜିଦ୍‌ଗୁଡ଼ିକରେ ମଧ୍ୟ ‘ଶିଖ୍‌ ଏଡ୍‌’ ପକ୍ଷରୁ ସାନିଟାଇଜେଶନ କରାଯାଇଛି। ପରମ୍‌ଜିତ ସିଂ, ସତବିର୍‌ ସିଂ, ଦେବେନ୍ଦର ସିଂ, ବିବେକ ସିଂ, ଉଦ୍ଧମ ସିଂ, ତନଜୋତ ସିଂ ଏବଂ ରମେଶ ଶର୍ମା ପ୍ରମୁଖ ସାନିଟାଇଜେଶନ ଡ୍ରାଇଭ୍‌ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ଏହି ଯୁବକମାନଙ୍କ ମଧ୍ୟରେ ଅଧିକାଂଶ ସ୍ନାତ୍ତୋକ, ସ୍ନାତ୍ତକୋତ୍ତର ଏବଂ ମ୍ୟାନେଜମେଣ୍ଟ ଛାତ୍ର ରହିଛନ୍ତି। କେତେ ଜଣଙ୍କ ନିଜସ୍ବ ବ୍ୟବସାୟ ରହିଥିବାବେଳେ ଆଉକିଛି ଆଇଟି ସେକ୍ଟରରେ କାମ କରୁଛନ୍ତି। ‘ପ୍ରତି ମୁହୂର୍ତ୍ତରେ ଭଗବାନଙ୍କୁ ସ୍ମରଣ କରିବା ଓ ଭଗବାନଙ୍କ ଦୟା ଓ ଆଶୀର୍ବାଦକୁ ଗ୍ରହଣ କରି ଯାହା ବି ପାଇଛ ସେଥିରେ ପରିଶ୍ରମ ଓ ସଚ୍ଚୋଟତା ଦ୍ୱାରା ସଂସାରରେ ବଞ୍ଚତ୍ରହିବା’, ଗୁରୁ ନାନକଙ୍କ ଏହି ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଏହି ଯୁବଗୋଷ୍ଠୀ। ନିଜେ ପରିଶ୍ରମ କରି ଉପାର୍ଜନ କରିଥିବା ଅର୍ଥର କିଛି ଅଂଶ ଦରକାରୀ ଲୋକଙ୍କ ପାଇଁ ବ୍ୟୟ କରିବା ଆବଶ୍ୟକ ବୋଲି ପରମ୍‌ଜିତ କହିଛନ୍ତି।କେବଳ ଭୁବନେଶ୍ୱର ନୁହେଁ, କଟକରେ ମଧ୍ୟ ଜୁନ୍‌ ୨ରୁ ସାନିଟାଇଜେଶନ ଅଭିଯାନ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଆଗାମୀଦିନରେ ବିଭିନ୍ନ ଧର୍ମାନୁଷ୍ଠାନ ସହ ସର୍ବସାଧାରଣ ସ୍ଥାନକୁ ମଧ୍ୟ ସାନିଟାଇଜ୍‌ କରିବାକୁ ଟିମ୍‌ ‘ଶିଖ୍‌ ଏଡ୍‌’ ଲକ୍ଷ୍ୟ ରଖିଛି। କିଛିଦିନ ତଳେ ରଥଯାତ୍ରା ଆୟୋଜନ ନ କରିବାକୁ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ସାନି ପିଟିଶନ୍‌ ଦାୟର କରି ନୟାଗଡ଼ ଜିଲାର ଜଣେ ମୁସ୍‌ଲିମ୍‌ ଯୁବକ ସମଗ୍ର ଦେଶବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri