ମନ୍ଦିର, ମସ୍‌ଜିଦ୍‌ ସାନିଟାଇଜ୍‌ କରୁଛନ୍ତି ଶିଖ୍‌ ଯୁବଗୋଷ୍ଠୀ

ଭୁବନେଶ୍ୱର,୯।୭(ବ୍ୟୁରୋ): ଅତୁଟ ଓ ଅଖଣ୍ଡ ଭାରତ। ଏଠି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାଇ ଭାଇ।ହିନ୍ଦୁ, ମୁସ୍‌ଲିମ୍‌, ଖ୍ରୀଷ୍ଟିଆନ୍‌ ଓ ଶିଖ୍‌ ସଭିଏଁ ସମାନ। ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାଜଧାନୀ ଭୁବନେଶ୍ୱରର କିଛି ଯୁବଗୋଷ୍ଠୀ।ଶିଖ୍‌ ସମ୍ପ୍ରଦାୟର କିଛି ଯୁବକ ମିଶି ସହରରେ ଥିବା ମନ୍ଦିର, ମସ୍‌ଜିଦ୍‌ ଓ ଚର୍ଚ୍ଚ ସାନିଟାଇଜ୍‌ କରି ଧର୍ମନିରପେକ୍ଷ ଭାରତର ଉଦାହରଣ ସୃଷ୍ଟି କରିଛନ୍ତି।ଗୁରୁ ନାନକଙ୍କ ବାଣୀକୁ ଅନୁକରଣ କରି ‘ଶିଖ୍‌ ଏଡ୍‌’ ନାମକ ଏହି ଯୁବଗୋଷ୍ଠୀ ଭୁବନେଶ୍ୱରରେ ଥିବା ସମସ୍ତ ମନ୍ଦିର, ଚର୍ଚ୍ଚ, ମସ୍‌ଜିଦ୍‌, ଓ ଗୁରୁଦ୍ୱାରକୁ ନିଜସ୍ବ ଉଦ୍ୟମରେ ସାନିଟାଇଜ୍‌ କରିଛନ୍ତି।ଶ୍ରୁଦ୍ଧାଳୁମାନେ ଏହି ଧର୍ମାନୁଷ୍ଠାନ ଗୁଡ଼ିକରେ ଯେପରି କୋଭିଡ୍‌-୧୯ରେ ସଂକ୍ରମିତ ନ ହୁଅନ୍ତୁ ତାହାକୁ ଦୃଷ୍ଟିରେ ରଖି ଶିଖ୍‌ଏଡ୍‌ ଏଭଳି ନିଆରା ପଦକ୍ଷେପ ନେଇଛି।
କୋଭିଡ୍‌ ମହାମାରୀ ଲକ୍‌ଡାଉନ୍‌ କଟକଣା ଧୀରେ ଧୀରେ କୋହଳ ହେଉଥିବାବେଳେ ବିଭିନ୍ନ ଧର୍ମାନୁଷ୍ଠାନଗୁଡ଼ିକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଉଛି। ଏଭଳିସ୍ଥଳେ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଆଦି ସ୍ଥାନରେ ଭକ୍ତମାନେ ଯେପରି ସୁରକ୍ଷିତ ରହିବେ ଏବଂ ଧାର୍ମିକସ୍ଥଳୀ ପରିସର ଯେପରି କୋଭିଡ୍‌ ମୁକ୍ତ ରହିବ ସେଥିଲାଗି ଭୁବନେଶ୍ୱର ଏବଂ କଟକ ଶିଖ୍‌ ସମ୍ପ୍ରଦାୟର କିଛି ଯୁବକ ମିଶି ସାନିଟାଇଜେଶନ ଅଭିଯାନ ଆରମ୍ଭ କରିଛନ୍ତି।ଜୁନ୍‌ ୨୪ରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ସାନିଟାଇଜେଶନ ଅଭିଯାନରେ ଜନପଥରେ ଥିବା ଗୁରୁଦ୍ୱାରା ସିଂ ସଭା, ବିଗ୍‌ ବଜାର ନିକଟସ୍ଥ କ୍ୟାଥୋଲିକ୍‌ ଚର୍ଚ୍ଚ, ସତ୍ୟ ନଗର ଚର୍ଚ୍ଚ, ସତ୍ୟ ନଗର କାଳୀ ମନ୍ଦିର ଓ ସାଇ ମନ୍ଦିର, ରାମ ମନ୍ଦିର, ମା’ ତାରିଣୀ ମନ୍ଦିର, ହରିପୁର ଚଉଷଠି ଯୋଗିନୀ ମନ୍ଦିର, ବମିଖାଲ ମା’ ସନ୍ତୋଷୀ ମନ୍ଦିର, ବୁଦ୍ଧେଶ୍ୱରୀ ମନ୍ଦିର, ଶହୀଦନଗରସ୍ଥିତ ମା’ ମଙ୍ଗଳା ମନ୍ଦିରକୁ ପ୍ରଥମେ ସାନିଟାଇଜ୍‌ କରାଯାଇଥିଲା। କେବଳ ଏତିକି ନୁହେଁ ଭୁବନେଶ୍ୱରରେ ଥିବା ସମସ୍ତ ଛୋଟ ବଡ଼ ବିଷ୍ଣୁ ଓ ଶିବ ମନ୍ଦିର, ମସ୍‌ଜିଦ୍‌ଗୁଡ଼ିକରେ ମଧ୍ୟ ‘ଶିଖ୍‌ ଏଡ୍‌’ ପକ୍ଷରୁ ସାନିଟାଇଜେଶନ କରାଯାଇଛି। ପରମ୍‌ଜିତ ସିଂ, ସତବିର୍‌ ସିଂ, ଦେବେନ୍ଦର ସିଂ, ବିବେକ ସିଂ, ଉଦ୍ଧମ ସିଂ, ତନଜୋତ ସିଂ ଏବଂ ରମେଶ ଶର୍ମା ପ୍ରମୁଖ ସାନିଟାଇଜେଶନ ଡ୍ରାଇଭ୍‌ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ଏହି ଯୁବକମାନଙ୍କ ମଧ୍ୟରେ ଅଧିକାଂଶ ସ୍ନାତ୍ତୋକ, ସ୍ନାତ୍ତକୋତ୍ତର ଏବଂ ମ୍ୟାନେଜମେଣ୍ଟ ଛାତ୍ର ରହିଛନ୍ତି। କେତେ ଜଣଙ୍କ ନିଜସ୍ବ ବ୍ୟବସାୟ ରହିଥିବାବେଳେ ଆଉକିଛି ଆଇଟି ସେକ୍ଟରରେ କାମ କରୁଛନ୍ତି। ‘ପ୍ରତି ମୁହୂର୍ତ୍ତରେ ଭଗବାନଙ୍କୁ ସ୍ମରଣ କରିବା ଓ ଭଗବାନଙ୍କ ଦୟା ଓ ଆଶୀର୍ବାଦକୁ ଗ୍ରହଣ କରି ଯାହା ବି ପାଇଛ ସେଥିରେ ପରିଶ୍ରମ ଓ ସଚ୍ଚୋଟତା ଦ୍ୱାରା ସଂସାରରେ ବଞ୍ଚତ୍ରହିବା’, ଗୁରୁ ନାନକଙ୍କ ଏହି ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଏହି ଯୁବଗୋଷ୍ଠୀ। ନିଜେ ପରିଶ୍ରମ କରି ଉପାର୍ଜନ କରିଥିବା ଅର୍ଥର କିଛି ଅଂଶ ଦରକାରୀ ଲୋକଙ୍କ ପାଇଁ ବ୍ୟୟ କରିବା ଆବଶ୍ୟକ ବୋଲି ପରମ୍‌ଜିତ କହିଛନ୍ତି।କେବଳ ଭୁବନେଶ୍ୱର ନୁହେଁ, କଟକରେ ମଧ୍ୟ ଜୁନ୍‌ ୨ରୁ ସାନିଟାଇଜେଶନ ଅଭିଯାନ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଆଗାମୀଦିନରେ ବିଭିନ୍ନ ଧର୍ମାନୁଷ୍ଠାନ ସହ ସର୍ବସାଧାରଣ ସ୍ଥାନକୁ ମଧ୍ୟ ସାନିଟାଇଜ୍‌ କରିବାକୁ ଟିମ୍‌ ‘ଶିଖ୍‌ ଏଡ୍‌’ ଲକ୍ଷ୍ୟ ରଖିଛି। କିଛିଦିନ ତଳେ ରଥଯାତ୍ରା ଆୟୋଜନ ନ କରିବାକୁ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ସାନି ପିଟିଶନ୍‌ ଦାୟର କରି ନୟାଗଡ଼ ଜିଲାର ଜଣେ ମୁସ୍‌ଲିମ୍‌ ଯୁବକ ସମଗ୍ର ଦେଶବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?