ଅନ୍ଧବିଶ୍ୱାସର ଶିକାର ହୋଇ ବିବାହ କରି ନ ଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ସଞ୍ଜୀବ କୁମାର ଜଣେ ଅତୁଳନୀୟ ଅଭିନେତା ଥିଲେ। ୧୯୩୮ ମସିହା ଜୁଲାଇ ୯ରେ ଗୁଜୁରାଟର ସୁରଟରେ ଜନ୍ମଗ୍ରହଣ କରିଥିବା ସଞ୍ଜୀବ ଜଣେ ଚମତ୍କାର କଳାକାର ତଥା ଅତି ଭଦ୍ର ବ୍ୟକ୍ତି ମଧ୍ୟ ଥିଲେ। ଶୋଲେ ଫିଲ୍ମରେ ଠାକୁରଙ୍କ ଚରିତ୍ର ପାଇଁ ସେ ସବୁବେଳେ ଅମର ହୋଇ ରହିବେ। ସେ ନୟା ଦିନ ନୟି ରାତ୍‌ ଫିଲ୍ମରେ ୯ଟି ଭୂମିକା ଅଭିନୟ କରିଥିଲେ। ଚେଷ୍ଟା ଚଳଚ୍ଚିତ୍ରରେ ସେ ଜଣେ ବଧିର ବ୍ୟକ୍ତିଙ୍କ ଭୂମିକାକୁ ଚମତ୍କାର ନିଭାଇଥିଲେ।
ସଞ୍ଜୀବଙ୍କ ପ୍ରକୃତ ନାମ ଥିଲା ଜେଥାଲାଲ ଜରିୱାଲା। କିନ୍ତୁ ଅଧିକାଂଶ ଲୋକ ତାଙ୍କୁ ତାଙ୍କ ସ୍କ୍ରିନ ନାମରୁ ଜାଣିଛନ୍ତି। ଖୁବ କମ ଲୋକ ଜାଣନ୍ତି ଯେ ସଞ୍ଜୀବ କୁମାର କେବେ ବି ବିବାହ କରି ନ ଥିଲେ କିନ୍ତୁ ଅନେକ ଥର ପ୍ରେମରେ ପଡିଥିଲେ। ସଞ୍ଜୀବଙ୍କୁ ବଲିଉଡର ପ୍ରଥମ ରିଅଲ ଲାଇଫ ବ୍ୟାଚ୍‌ଲର୍‌ ମଧ୍ୟ କୁହାଯାଉଥିଲା। ଆଜିକାଲି ଏହି ଟାଇଟଲ ସଲମାନ ଖାନଙ୍କ ସହିତ ଅଛି।
ସଞ୍ଜୀବ ମଧ୍ୟ ବାସ୍ତବ ଜୀବନରେ ଏକ ଅଦ୍ଭୁତ ଅନ୍ଧବିଶ୍ୱାସର ଶିକାର ହୋଇଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ତାଙ୍କ ପରିବାରରେ ବଡ ପୁଅକୁ ୧୦ ବର୍ଷ ହେଲେ ପିତାଙ୍କର ମୃତ୍ୟୁ ହୁଏ। ସଞ୍ଜୀବଙ୍କ ଜେଜେବାପା, ପିତା ଏବଂ ଭାଇଙ୍କ ସହ ଏହା ଘଟିସାରିଥିଲା। ସଞ୍ଜୀବ ତାଙ୍କ ସ୍ବର୍ଗତ ଭାଇଙ୍କ ପୁଅକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। କିନ୍ତୁ ତାଙ୍କର ମଧ୍ୟ ଦଶ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିପାଇଁ ସେ ଜୀବନସାରା ଅବିବାହିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁ ସୁଦଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ: କରୋନା ଲକ୍‌ଡାଉନ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ନାଁରେ ଏଫ୍‌ଆଇଆର୍ ଦିଆଯାଇଛି । ଏକ ୬ ମହଲା...

ବିଜ୍ଞାପନରୁ କ୍ୟାରିୟର ଆରମ୍ଭ କରି ଗୋଟିଏ ବର୍ଷରେ ସାଇନ୍ କରିଥିଲେ ୪୦ ଫିଲ୍ମ

ମୁମ୍ବାଇ: ହିରୋ ନମ୍ବର ୱାନ, କୁଲି ନମ୍ବର ୱାନ । ଏହି ନମ୍ବର ୱାନ ନାୟକ ଜଣକ ହେଉଛନ୍ତି ବଲିଉଡର ବହୁ ପରିଚିତ ନାୟକ ଗୋବିନ୍ଦା...

ଇନ୍‌ଷ୍ଟାଗ୍ରାମ୍‌ରେ ଏହି ୩୬ ଜଣଙ୍କୁ ସଲମାନ କରନ୍ତି ଫଲୋ, ଏଥିରେ ଏକ୍ସ-ଗର୍ଲଫ୍ରେଣ୍ଡ ବି ଅଛନ୍ତି

ମୁମ୍ବାଇ: ସାରା ବିଶ୍ୱରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କର ବହୁ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ଭାଇଜାନଙ୍କ ପ୍ରଶଂସକଙ୍କର ଅଭାବ ନାହାନ୍ତି। ସେଥିପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସାହର...

ସୋନାକ୍ଷୀଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ…

ମୁରାଦାବାଦ୍‌, ୫।୩ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ କୋର୍ଟ ଏକ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଉତ୍ତରପ୍ରଦେଶର ମୋରାଦାବାଦ୍‌ର ଏସିଜେଏମ୍‌-୪ କୋର୍ଟଙ୍କ...

ଆକ୍ଟ୍ରେସ୍‌ ହେବା ନିଷ୍ପତ୍ତିରେ ମୁଁ ହଣ୍ଡ୍ରେଡ୍‌ ପର୍‌ସେଣ୍ଟ ସନ୍ତୁଷ୍ଟ

ପାଠପଢ଼ା ଆଉ ଅଭିନୟ – ଏହି ଦୁଇଟିକୁ ବେଶ୍‌ ସମାନ୍ତରାଳ ଭାବରେ ନେଇ ଆଗେଇ ଚାଲିଛନ୍ତି ନବାଗତା ଆହାନା । ଡେବ୍ୟୁ ଫିଲ୍ମ ‘ଭରବ’ ପରେ...

କିଏ ଏହି କୁନି ଶିଶୁ, ଯାହାର ଚେହେରା ମିଶୁଛି କରୀନାଙ୍କ ପୁଅ ସହ

କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ଷ୍ଟାର୍‌ କିଡ୍‌ ଭାବେ ଲୋକପ୍ରିୟତା ରହିଛି। ସୋସିଆଲ ମିଡିଆରେ ଏବେ ତୈମୁରଙ୍କ...

ପୁଣି ପ୍ରେମିକ ଖୋଜୁଛନ୍ତି ଶେହନାଜ

ବମ୍ବେ: ପୁଣି ପ୍ରେମିକ ଖୋଜିଲେଣି ବିଗ୍‌ବସ୍‌ ଫେମ୍‌ ଶେହନାଜ ଗିଲ। କଥିତ ପ୍ରେମିକ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଏକା ହୋଇଯାଇଛନ୍ତି ସେ। ଏବେ ଏହାକୁ...

ଫେରିଲା ଜେମ୍ସ ବଣ୍ଡ ସିରିଜ୍‌ : ରିଲିଜ୍‌ ହେଲା ‘ନୋ ଟାଇମ୍‌ ଟୁ ଡାଇ’ର ଆକ୍ସନ୍‌ ଟିଜର୍‌

ନୂଆଦିଲ୍ଲୀ: ଜେମ୍ସ ବଣ୍ଡ ସିରିଜର ଫିଲ୍ମ ‘ନୋ ଟାଇମ୍‌ ଟୁ ଡାଇ’ର ଆକ୍ସନ୍‌ ଟିଜର୍‌ ରିଲିଜ ହୋଇଛି। ଡାନିଏଲ କ୍ରେଗଙ୍କ ଅଭିନୀତ ଏହି ଫିଲ୍ମର ଟିଜର୍‌...

Advertisement
Archives

Model This Week