Posted inଜାତୀୟ

ଅଗ୍ନିବୀରଙ୍କ ପାଇଁ ଖୁସିଖବର: ୪ ବର୍ଷ ପରେ ମଧ୍ୟ ସେନାରେ ରହିବେ ଯବାନ

ନୂଆଦିଲ୍‌ଲୀ,୪।୧୧: ଭାରତୀୟ ସେନା, ନୌସେନା ଏବଂ ବାୟୁସେନାରେ ନିଯୁକ୍ତି ପାଇଁ 2022 ମସିହାରେ ଆରମ୍ଭ କରାଯାଇଥିବା ‘ଅଗ୍ନିପଥ ଯୋଜନା’ରେ ବଡ଼ଧରଣର ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଥିବା ପ୍ରଥମ ବ୍ୟାଚ୍ର ଅଗ୍ନିବୀରମାନଙ୍କ ସେବା ଅବଧିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ର ସରକାର ପ୍ରଥମ ବ୍ୟାଚ୍ର କିଛି ଅଗ୍ନିବୀରଙ୍କୁ 2 ବର୍ଷର ଅତିରିକ୍ତ ସେବା ପ୍ରସାର (ଏକ୍ସଟେନ୍ସନ) ଦେବା ପ୍ରସ୍ତାବ ଉପରେ ମୋହର ମାରିବାକୁ ଯାଉଛନ୍ତି। ଏହି ନୂତନ ପଦକ୍ଷେପକୁ ‘ସେକେଣ୍ଡ ଟୁର୍‌ ଅଫ ଡ୍ୟୁଟି’ ନାମ ଦିଆଯାଇଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଚୟନିତ ଅଗ୍ନିବୀରମାନେ 4 ବର୍ଷ ବଦଳରେ ମୋଟ 6 ବର୍ଷ ପର୍ଯ୍ୟନ୍ତ ସେନାରେ ନିଜର ସେବା ଯୋଗାଇ ପାରିବେ।

ସୂତ୍ର ଏବଂ ସାମ୍ପ୍ରତିକ ଗଣମାଧ୍ୟମ ରିପୋର୍ଟ ଅନA
ପ୍ରଥମ ବ୍ୟାଚ୍ର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ୱରୁ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକମାନଙ୍କରେ ଏହି ବିକଳ୍ପ ସମ୍ପର୍କରେ ବିଚାରବିମର୍ଷ କରାଯାଇଛି। ଏହି ଯୋଜନା ଅଧୀନରେ 25 ପ୍ରତିଶତ ନିୟମିତ କ୍ୟାଡ଼ର ବ୍ୟତୀତ କିଛି ଯବାନଙ୍କୁ ସେବା ପ୍ରସାର (ଏକ୍ସଟେନ୍ସନ) ପ୍ରଦାନ କରିବାର ସମ୍ଭାବନା ଅନେୱଷଣ କରାଯାଉଛି। ଯଦିଓ ଏହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଯେ କେତେଜଣ ଯବାନ ଏହାର ଲାଭ ପାଇବେ ଏବଂ ଚୟନର ମାନଦଣ୍ଡ କ’ଣ ହେବ। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିଜ୍ଞପ୍ତି ଜାରି କରାଯାଇ ନାହିଁ।

ତିନି ସେନାରେ ଭର୍ତ୍ତି ହୋଇଥିବା ପ୍ରଥମ ବ୍ୟାଚ୍ର ଅଗ୍ନିବୀରମାନଙ୍କ କାର୍ଯ୍ୟକାଳର ଓଲଟା ଗଣତି ଆରମ୍ଭ ହୋଇଯାଇଛି। ଭାରତୀୟ ନୌସେନାରେ ପ୍ରଥମ ବ୍ୟାଚ୍ର ଅଗ୍ନିବୀରମାନେ ସର୍ୱପ୍ରଥମେ ନଭେମ୍ୱର 21 ତାରିଖରେ ସେବାମୁକ୍ତ ହେବେ। ଭାରତୀୟ ବାୟୁସେନାର ଅଗ୍ନିବୀରମାନେ ଡିସେମ୍ୱର 21 ତାରିଖରେ ସେମାନଙ୍କର 4 ବର୍ଷର ସେବା ପୂରଣ କରିବେ। ସ୍ଥଳସେନାର ପ୍ରଥମ ବ୍ୟାଚ୍ର ଯବାନମାନେ ଡିସେମ୍ୱର 31, 2026 ରେ ସେବାମୁକ୍ତ ହେବାକୁ ଯାଉଛନ୍ତି। ଏହା ବିଶ୍ୱାସ କରାଯାଉଛି ଯେ ସରକାର ଏହି ସେବା ପ୍ରସାର ଏବଂ ନୂତନ ବ୍ୟବସ୍ଥାର ସରକାରୀ ଘୋଷଣା ଶୀଘ୍ର କରିପାରନ୍ତି।

ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, 4 ବର୍ଷର ସେବା ପୂରଣ ହେବା ପରେ ମେରିଟ ଏବଂ ପ୍ରଦର୍ଶନ ଆଧାରରେ କେବଳ 25 ପ୍ରତିଶତ ଅଗ୍ନିବୀରଙ୍କୁ ପରମାଣ୍ଟ କ୍ୟାଡ଼ର (ସ୍ଥାୟୀ)ରେ ସାମିଲ କରାଯାଇଥାଏ, ଯେତେବେଳେ କି ଅବଶିଷ୍ଟ 75 ପ୍ରତିଶତଙ୍କୁ ଏକମାତ୍ର ସେବା ନିଧି ପ୍ୟାକେଜ ପ୍ରଦାନ କରି ସେବାମୁକ୍ତ କରାଯାଇଥାଏ। ‘ସେକେଣ୍ଡ ଟୁର୍‌ ଅଫ ଡ୍ୟୁଟି’ର ପ୍ରସ୍ତାବ ଏହି 75 ପ୍ରତିଶତ ବର୍ଗ ସହିତ ଜଡ଼ିତ। ସେବାମୁକ୍ତ ହେଉଥିବା 75 ପ୍ରତିଶତ ଯବାନଙ୍କ ମଧ୍ୟରୁ ଏକ ର୍ନିଦ୍ଦିଷ୍ଟ ଅଂଶକୁ ଆହୁରି 2 ବର୍ଷ ସେବା ଯୋଗାଇବାର ବିକଳ୍ପ ଦିଆଯିବ।

ସେନାକୁ ଅଭିଜ୍ଞ ଯବାନଙ୍କ ନିରନ୍ତର ଆବଶ୍ୟକତା ରହିଥାଏ। ଏହି ବ୍ୟବସ୍ଥା ଦ୍ୱାରା ସେନାକୁ ପୂର୍ୱରୁ ପ୍ରଶିକ୍ଷିତ ଯବାନଙ୍କ ସେବା ଅତିରିକ୍ତ 2 ବର୍ଷ ପର୍ଯ୍ୟନ୍ତ ମିଳିପାରିବ, ଏଥିସହିତ ଯୁବବର୍ଗଙ୍କୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶ ସେବା କରିବାର ସୁଯୋଗ ମିଳିବ।

ବର୍ତ୍ତମାନ ଏହି ପ୍ରସ୍ତାବ ଉଚ୍ଚସ୍ତରୀୟ ସ୍ତରରେ ବିଚାରାଧୀନ ରହିଛି। ଏକ୍ସଟେନ୍ସନ କେଉଁ ବିଶେଷ ଟ୍ରେଡ କିମ୍ୱା ବର୍ଗରେ ଦିଆଯିବ ଏବଂ ଏହାର ଚୟନର ଚୂଡ଼ାନ୍ତ ସର୍ତ୍ତାବଳୀ କ’ଣ ହେବ, ସେନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ମାର୍ଗଦର୍ଶିକା ଜାରି ହେବା ଏବେବି ବାକି ଅଛି। ନୌସେନାର ପ୍ରଥମ ବ୍ୟାଚ୍ର କାର୍ଯ୍ୟକାଳ ନଭେମ୍ୱର 21 ତାରିଖରେ ପୂରଣ ହେବାକୁ ଯାଉଛି, ତେଣୁ ଏହି ନିୟମ ଉପରେ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଲଗାଣ ବର୍ଷାର କୋପ: ପୁରୀଗୁଡ଼ା ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର, ଭୟଭୀତ ଗ୍ରାମବାସୀ

ମାଲକାନଗିରି,୪।୧୧(ଦୁର୍ଯ୍ୟୋଧନ ପାତ୍ର): ଲଗାଣ ବର୍ଷାର ପ୍ରଭାବରେ ମାଲକାନଗିରି ଜିଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ପ୍ରାକୃତିକ ବିପତ୍ତିର ଆଶଙ୍କା ସୃଷ୍ଟି ହୋଇଛି। ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ…

ବଢୁଛି ରାମଚରଣଙ୍କ କ୍ରେଜ୍‌: ଗୋଟିଏ ଫିଲ୍ମ ପାଇଁ ଡିମାଣ୍ଡ୍‌ କଲେ ଏମିତି କୋଟି

୨୦୨୭ ମସିହା ଦକ୍ଷିଣ ଭାରତୀୟ ସିନେମା ଜଗତ ପାଇଁ ଖାସ ହେବାକୁ ଯାଉଛି। ମହେଶ ବାବୁଙ୍କ ‘ବାରାଣସୀ’ଠାରୁ ଆରମ୍ଭ କରି ଅଲ୍ଲୁ ଅର୍ଜୁନ, ପ୍ରଭାସ ଓ ଜୁନିୟର…

ଉଦଳାରେ ଇଡିର ବଡ଼ଧରଣର ଚଢ଼ାଉ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଟ୍ରେଡିଂ କମ୍ପାନୀ ମୁଖ୍ୟଙ୍କ ଘରେ ଯାଞ୍ଚ

ଉଦଳା, ୪।୧୧(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମରେ ବୁଧବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ସ୍ୱତନ୍ତ୍ର ଟିମ୍‌ ବଡ଼ଧରଣର ଚଢ଼ାଉ…

ବର୍ଷା ଯୋଗୁ ମ୍ୟାଚରେ ଓଭର ହ୍ରାସ: ଭାରତ ସାମ୍ନାରେ ରହିଛି ନୂଆ ଲକ୍ଷ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ସମୀକରଣ

ନୂଆଦିଲ୍ଲୀ, ୪।୧୧: ବର୍ଷା ପ୍ରଭାବିତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ମ୍ୟାଚରେ ଓଭର ସଂଖ୍ୟା ହ୍ରାସ କରାଯାଇଛି। ବର୍ତ୍ତମାନ ଭାରତୀୟ ଇନିଂସ ୪୦ ଓଭରର ହେବ ଏବଂ ଏହାର…

ଦିନିକିଆରେ ସର୍ବାଧିକ ଥର ‘ଶୂନ୍ୟ’ରେ ଆଉଟ ହୋଇଥିବା ୫ ଭାରତୀୟ: ତାଲିକାରେ କେଉଁ ସ୍ଥାନକୁ ଗଲେ ରୋହିତ ଶର୍ମା? ଜାଣନ୍ତୁ

ନୂଆଦିଲ୍ଲୀ, ୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଜିତିବା ପାଇଁ ଭାରତକୁ ୧୮୬ ରନର ଲକ୍ଷ୍ୟ ମିଳିଥିଲା, ଯାହାର ପିଛା କରିବାକୁ ଯାଇ ଆରମ୍ଭ ଭଲ ରହିନଥିଲା।…

ଦିନିକିଆରେ ଆଉ ଏକ ନୂଆ ଇତିହାସ ରଚିଲେ କୋହଲି, ନିଜ ନାଁରେ କଲେ ବଡ଼ ରେକର୍ଡ, ତେନ୍ଦୁଲକରଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ, ୪।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ (ODI) ସିରିଜର ପ୍ରଥମ ମୁକାବିଲାରେ ଟିମ ଇଣ୍ଡିଆର ଦିଗ୍ଗଜ ଖେଳାଳି ବିରାଟ…

‘ଲଢ଼ିବିନି ନିର୍ବାଚନ, ସିଧା ନେବି CM ଶପଥ’, ଅଖିଳେଶ ଯାଦବଙ୍କ ବଡ଼ ଘୋଷଣା! ରାଜନୀତିରେ ହଲଚଲ

ନୂଆଦିଲ୍ଲୀ, ୪।୧୧: ସମାଜବାଦୀ ପାର୍ଟି (ଏସ୍‌ପି) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଗାମୀ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼…

ଡୁଙ୍ଗୁରୀରେ ବେଆଇନ ମଦ ବିକ୍ରିକୁ ନେଇ ତାତି: ଥାନା ଘେରିଲେ ମହିଳା

ଅମରପାଲି, ୩।୧୧ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ପଞ୍ଚାୟତର ଡୁଙ୍ଗୁରୀ ଗ୍ରାମରେ ବେଆଇନ ମଦ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?