୫୯୦ ହୋମିଓପାଥି ଚିକିତ୍ସାକେନ୍ଦ୍ରରେ ତାଲା

ନୟାଗଡ଼ ଅଫିସ,୯।୭: ଆୟୁଷ ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟରତ ହୋମିଓପାଥି ଡାକ୍ତରଙ୍କୁ କୋଭିଡ୍‌ ଡ୍ୟୁଟିରେ ପଠାଯିବା ପରେ ରାଜ୍ୟରେ ୫୯୦ ହୋମିଓପାଥି ଚିକିତ୍ସାଳୟରେ ପ୍ରାୟ ୩ମାସ ହେଲା ତାଲା ଝୁଲୁଛି। ଫଳରେ ଗ୍ରାମାଞ୍ଚଳରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ରାଜ୍ୟର ବିଭିନ୍ନ ପିଏଚ୍‌ସି ଓ ସିଏଚ୍‌ସିରେ ଆୟୁଷ ଡାକ୍ତର ନିୟୋଜିତ ଥିବାବେଳେ ଗ୍ରାମାଞ୍ଚଳ ଡାକ୍ତରଙ୍କୁ କୋଭିଡ୍‌ ଡ୍ୟୁଟି ଦେବା ଠିକ୍‌ ହୋଇ ନାହିଁ ବୋଲି ଅଭିଯୋଗ ହୋଇଛି।
ରାଜ୍ୟରେ ୫୯୦ ହୋମିଓପାଥି ଓ ୬୨୦ ଆୟୁର୍ବେଦିକ ଚିକିତ୍ସାଳୟ ଅଛି। ଏଥିରୁ ପ୍ରାୟ ୯୫ ପ୍ରତିଶତ ଚିକିତ୍ସାଳୟ ଗ୍ରାମାଞ୍ଚଳରେ ରହିଛି। ଏଠାରେ ନିୟୋଜିତ ଆୟୁଷ ଡାକ୍ତର ଗ୍ରାମାଞ୍ଚଳ ରୋଗୀଙ୍କ ସାହାଭରସା ଥିଲେ। ହେଲେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଏହି ଡାକ୍ତରମାନେ ଏପ୍ରିଲ ୭ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍‌ ଡ୍ୟୁଟିରେ ଯୋଗ ଦେଇଥିଲେ। ଫଳରେ ରାଜ୍ୟର ୧୨୧୦ ହୋମିଓପ୍ୟାଥି ଓ ଆୟୁର୍ବେଦିକ ଚିକିତ୍ସାଳୟରେ ତାଲା ଝୁଲିଥିଲା। ସ୍ବାସ୍ଥ୍ୟସେବା ଅସୁବିଧା ସମ୍ପର୍କରେ ହୋମିଓପାଥି ଡାକ୍ତରମାନେ ଡାଇରେକ୍ଟର (ଡିଏଚମ)ଙ୍କୁ ଅବଗତ କରାଇଥିଲେ। ଆୟୁର୍ବେଦିକ ଡାକ୍ତରମାନେ ହାଇକୋର୍ଟରେ ଆଶ୍ରୟ ନେଇଥିଲେ, ଯାହାର କେସ୍‌ ନଂ. ଡବ୍ଲ୍ୟୁପିସି ୧୧୫୮୭/୨୦୨୦। ଜୁନ ୩୦ରେ ଏହାର ଶୁଣାଣି ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କିଛି ଆୟୁର୍ବେଦିକ ଡାକ୍ତର ତାଙ୍କ ପୂର୍ବସ୍ଥାନକୁ ଫେରିଛନ୍ତି। ଏହାରି ଭିତରେ ହୋମିଓପାଥି ଡାକ୍ତରମାନେ ଆୟୁର୍ବେଦିକ ଡାକ୍ତରଙ୍କ ସହ ହାଇକୋର୍ଟରେ ଆଶ୍ରୟ ନେଇସାରିଛନ୍ତି। ଆସନ୍ତା ୧୩ତାରିଖରେ ଏହାର ଶୁଣାଣି ହେବାର ଅଛି। ଦଶପଲ୍ଲାର ସୁର ପ୍ରଧାନ, ଗଣିଆର ସୁଦାମ ପ୍ରଧାନ, ନୂଆଗଁାର ମାଧବ ସାହୁ କୁହନ୍ତି, ପିଏଚ୍‌ସି ଓ ସିଏଚ୍‌ସିରେ ନିୟୋଜିତ ଆୟୁଷ ଡାକ୍ତରଙ୍କୁ କୋଭିଡ୍‌ କାର୍ଯ୍ୟରେ ନିୟୋଜିତ କରାଗଲେ କିଛି ଅସୁବିଧା ହେବ ନାହିଁ। ଗ୍ରାମାଞ୍ଚଳର ହୋମିଓପାଥି ଓ ଆୟୁର୍ବେଦିକ ଡାକ୍ତରମାନଙ୍କୁ ଚିକିତ୍ସାଳୟରେ ରଖି ସ୍ଥାନୀୟ ଅଞ୍ଚଳରେ କୋଭିଡ୍‌ କାର୍ଯ୍ୟରେ ଅତିରିକ୍ତ ଦାୟିତ୍ୱ ଦେଲେ ସ୍ବାସ୍ଥ୍ୟସେବାରେ ଅସୁବିଧା ହେବ ନାହିଁ। ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?