ଟ୍ରମ୍ପଙ୍କ ପରାଜୟରେ ଭାରତରେ ବଡ଼ ପ୍ରଭାବ: ପେଟ୍ରୋଲ ଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ?

ନୂଆଦିଲ୍ଲୀ,୪।୧୧: ସୁପରପାୱାର ଆମେରିକାର ରାଜନୀତିରେ ଏକ ବଡ଼ଧରଣର ଭୂକମ୍ପ ସୃଷ୍ଟି ହୋଇଛି। ଆମେରିକୀୟ (ମଧ୍ୟବର୍ତ୍ତୀକାଳୀନ) ନିର୍ୱାଚନର ଯେଉଁ ଫଳାଫଳ ସାମ୍ନାକୁ ଆସିଛି, ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସୁବିଧାକୁ ବେଶ ବଢ଼ାଇ ଦେଇଛି। ଏହି ଫଳାଫଳ ପରେ ଆମେରିକୀୟ ସଂସଦ (କଂଗ୍ରେସ)ର ଉଭୟ ଗୃହ ଉପରେ ବିରୋଧୀ ଡେମୋକ୍ରାଟିକ ପାର୍ଟିର କବ୍ଜା ହୋଇଯାଇଛି। ହାଉସ ଅଫ ରିପ୍ରେଜେଣ୍ଟେଟିଭ ପରେ ବର୍ତ୍ତମାନ ସିନେଟ୍ରେ ମଧ୍ୟ ଡେମୋକ୍ରାଟ୍ସମାନେ ସ୍ପଷ୍ଟ ବହୁମତ ହାସଲ କରିଛନ୍ତି, ଯେତେବେଳେ କି ର୍ନିବାଚନ ପୂର୍ୱରୁ ଉଭୟ ଗୃହ ଉପରେ ରିପବ୍ଲିକାନ ପାର୍ଟିର ନିୟନ୍ତ୍ରଣ ରହିଥିଲା। ଆମେରିକାର ଏହି ରାଜନୈତିକ ହାଲଚାଲର ଭାରତର ବୈଦେଶିକ ନୀତି, ଟ୍ରେଡ ଡିଲ (ବାଣିଜ୍ୟ ଚୁକ୍ତି), କାଶ୍ମୀର ଏବଂ ଏଚ-୧ବି (H-1B) ଭିସା ଉପରେ କ’ଣ ପ୍ରଭାବ ପଡ଼ିବ?

US Midterm Elections Impact on India

ଭାରତ ଏବଂ ଆମେରିକା ମଧ୍ୟରେ ଫେବୃଆରୀ ମାସରେ ହୋଇଥିବା ଅନ୍ତରୀଣ ଚୁକ୍ତି ଅନୁଯାୟୀ, ଭାରତୀୟ ସାମଗ୍ରୀ ଉପରେ ଆମେରିକୀୟ ଶୁଳ୍କ (ଟାରିଫ)କୁ ୫୦% ରୁ ହ୍ରାସ କରି ୧୮%କୁ ଆଣିବା ନେଇ କଥାବାର୍ତ୍ତା ହୋଇଥିଲା। ଏହାର ବଦଳରେ ଭାରତ ପକ୍ଷରୁ ରୁଷୀୟ ତେଲ କ୍ରୟକୁ ବନ୍ଦ କରିବାର ପ୍ରତିଶ୍ରୁତି ଥିଲା, ଯାହା ବର୍ତ୍ତମାନ ଅଧାରେ ଅଟକି ରହିଛି।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଆଡମିନିଷ୍ଟ୍ରେସନ (IIPA)ର ରେଜିଷ୍ଟ୍ରାର ଅମିତାଭ ରଞ୍ଜନଙ୍କ ମତରେ, ଆମେରିକା ଟାରିଫକୁ ୧୮% ରେ ରଖିବାକୁ ଚାହୁଁଛି କିନ୍ତୁ ଏଥିରେ ସୱାକ୍ଷର କରିବାରୁ ଦୂରେଇ ରହୁଛି। (ଯେହେତୁ) ବର୍ତ୍ତମାନ ଆମେରିକୀୟ ସଂସଦରେ ଟ୍ରମ୍ପ ଦୁର୍ୱଳ ହୋଇପଡ଼ିଛନ୍ତି, ଏଭଳି ପରିସ୍ଥିତିରେ ନୂଆଦିଲ୍ଲୀ ପାଖରେ ଭାରତର ସପକ୍ଷରେ ଉତ୍କୃଷ୍ଟ ସର୍ତ୍ତ ଏବଂ ମୂଲଚାଲ କରିବାର ଏକ ସୁବର୍ଣ୍ଣ ସୁଯୋଗ ରହିପାରେ।

ଆମେରିକାର ବୈଦେଶିକ ନୀତି ମୁଖ୍ୟତଃ ହୱାଇଟ ହାଉସ୍ରୁ ପରିଚାଳିତ ହୋଇଥାଏ, ଯେଉଁଥିରେ କଂଗ୍ରେସର ଭୂମିକା ସୀମିତ ହୋଇଥାଏ। ସବୁଠାରୁ ଭଲ କଥା ହେଉଛି ଯେ, ଭାରତ-ଆମେରିକାର କୌଶଳଗତ ଭାଗିଦାରୀକୁ ସେଠାକାର ଉଭୟ ପ୍ରମୁଖ ଦଳ ଅର୍ଥାତ୍ ରିପବ୍ଲିକାନ ଏବଂ ଡେମୋକ୍ରାଟ୍ସଙ୍କ ଦୃଢ଼ ସମର୍ଥନ ରହିଛି। ତେଣୁ ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପାରସ୍ପରିକ ସହଯୋଗ ପୂର୍ୱଭାଲି ଦୃଢ଼ ରହିବ।

ଟ୍ରମ୍ପ ପ୍ରଶାସନ ସମୟରେ ଆମେରିକା ସାଧାରଣତଃ କାଶ୍ମୀର ପ୍ରସଙ୍ଗରେ ନୀରବତା ଅବଲମ୍ୱନ କରିଥିଲା, ଏପରିକି ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର କାଶ୍ମୀର ଗସ୍ତ କରି ଭାରତର ପକ୍ଷରେ ବୟାନ ମଧ୍ୟ ଦେଇଥିଲେ। ତଥାପି, ଡେମୋକ୍ରାଟ୍ସମାନଙ୍କର ମାନବିକ ଅଧିକାର ଏବଂ କାଶ୍ମୀର ପ୍ରସଙ୍ଗରେ କଡ଼ା ପ୍ରଶ୍ନ ପଚାରିବାର ପ୍ରବୃତ୍ତି ରହିଥାଏ। ହାଉସ୍ରେ ଡେମୋକ୍ରାଟ୍ସଙ୍କ ପ୍ରଭାବ ବୃଦ୍ଧି ପାଇବା ଯୋଗୁଁ ଏହାପରେ କିଛି ନୂତନ କିମ୍ୱା ପ୍ରସ୍ତାବ ଦେଖିବାକୁ ମିଳିପାରେ, ଯାହା ଭାରତ ପାଇଁ କିଛିଟା ଅସହଜ ହୋଇପାରେ, କିନ୍ତୁ ବ୍ୟବହାରିକ ଦୃଷ୍ଟିକୋଣରୁ ଏହାର ପ୍ରଭାବ କେବଳ ପ୍ରତୀକାତ୍ମକ ହିଁ ରହିବ।

ମିଡ୍ଟର୍ମ ର୍ନିବାଚନରେ ପରାଜୟ ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଇରାନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖିବା ସହଜ ହେବ ନାହିଁ। ଯଦି ଏହି ଯୁଦ୍ଧରେ ନରମ ଆଭିମୁଖ୍ୟ ଆସେ କିମ୍ୱା କୌଣସି ସମାଧାନ ବାହାରେ, ତେବେ ଏହାର ସିଧାସଳଖ ଫାଏଦା ବିଶ୍ୱ ଶକ୍ତି ବଜାରକୁ ମିଳିବ। ଯୁଦ୍ଧବିରାମ ହେଲେ କଞ୍ଚା ତେଲର ଦରରେ ପ୍ରବଳ ହ୍ରାସ ଘଟିପାରେ, ଯାହାଦ୍ୱାରା ଭାରତ ଭଳି ଦେଶକୁ ଏକ ବଡ଼ ଆଶ୍ୱସ୍ତି ମିଳିବ।

ଆମେରିକାରେ ଚାକିରି କରୁଥିବା କୋଟି କୋଟି ଭାରତୀୟ ଏବଂ ବିଶେଷକରି H-1B ଭିସାଧାରୀମାନଙ୍କ ମନରେ ଏହି ପ୍ରଶ୍ନ ଅଛି ଯେ ଏହି ପରାଜୟରୁ କ’ଣ ବଦଳିବ? ବିଶେଷଜ୍ଞମାନଙ୍କ ମତରେ, ସଂସଦରେ କ୍ଷମତା ସମୀକରଣ ବଦଳିବା ଦ୍ୱାରା କଡ଼ା ଇମିଗ୍ରେସନ ଆଇନଗୁଡ଼ିକ ପାରିତ ହେବାର ସମ୍ଭାବନା ବର୍ତ୍ତମାନ ବହୁତ କମ ହୋଇଯିବ। ତଥାପି, କଂଗ୍ରେସ ପକ୍ଷରୁ ଭିସା ନିୟମଗୁଡ଼ିକର ଯାଞ୍ଚ ବୃଦ୍ଧି ପାଇପାରେ, କିନ୍ତୁ ଏହାଦ୍ୱାରା ଟ୍ରମ୍ପଙ୍କ ପୁରୁଣା କାର୍ଯ୍ୟକାରୀ ଆଦେଶ (Executive Order) ଆପେ ଆପେ ରଦ୍ଦ ହେବ ନାହିଁ।

ଆମେରିକାର ମିଡ୍ଟର୍ମ ର୍ନିବାଚନର ଏହି ଫଳାଫଳଗୁଡ଼ିକ ରାଷ୍ଟ୍ରପତି ଟ୍ରମ୍ପଙ୍କ କ୍ଷମତାକୁ ନିଶ୍ଚିତ ଭାବରେ ସୀମିତ କରିଛି, କିନ୍ତୁ ଭାରତ ସହିତ କୌଶଳଗତ ସମ୍ପର୍କ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ। ବରଂ ଟ୍ରେଡ ଡିଲ ଏବଂ ତେଲ ଦର ମୋର୍ଚ୍ଚାରେ ଭାରତ ପାଇଁ କିଛି ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ: ୧୪ ମିଟର ଉଚ୍ଚକୁ ଉଠିବ ସମୁଦ୍ର ଢେଉ, ୭୦ କି.ମି. ବେଗରେ…

ଭୁବନେଶ୍ୱର, ୧୭ା୧୧ (ବନ୍ଦନା ସେଠୀ) – ବଙ୍ଗୋପସାଗରରେ ଅତି ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକ୍ୱାନ’। ବୁଧବାର ଏହା…

୨୫ ବର୍ଷ ପରେ କରିନା-ହ୍ରିତିକଙ୍କ କମବ୍ୟାକ୍! କରଣ ଜୋହରଙ୍କ ଭିଡ଼ିଓ ପରେ…

ମୁମ୍ବାଇ: ବଲିଉଡରେ ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ଏପରି ଅନେକ ଯୋଡ଼ିକୁ ପରଦାକୁ ଆଣିଛନ୍ତି, ଯେଉଁମାନେ ଆଜି ମଧ୍ୟ ଦର୍ଶକଙ୍କର ଅତି ପ୍ରିୟ। ଏହିପରି ଏକ ଯୋଡ଼ି…

ହାଇଆଲର୍ଟରେ ଗଞ୍ଜାମ ପ୍ରଶାସନ: ୩ ଦିନ ପାଇଁ ସମସ୍ତ ସମୁଦ୍ର ବେଳାଭୂମି ମନା, ୧୧୩୯ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସୁରକ୍ଷିତ ସ୍ଥାନକୁ…

ଛତ୍ରପୁର, ୧୭।୧୧ (ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ସତର୍କତାମୂଳକ…

MS Dhoni: କାହିଁକି ଧୋନୀଙ୍କୁ କିଣିପାରି ନ ଥିଲେ ମୁମ୍ବାଇ ଓ ଆରସିବି? କେତେ ଥିଲା ମାହିଙ୍କ ପ୍ରଥମ ଆଇପିଏଲ୍ ଦରମା?ଜାଣନ୍ତୁ …

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଏବଂ ମହାନ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ୍ (IPL) ରୁ ମଧ୍ୟ ନିଜର ଅବସର ଘୋଷଣା…

ସନ୍ୟାସକୁ ନେଇ ଭାବୁକ ହେଲେ ଧୋନୀ, ସୋସିଆଲ ମିଡିଆରେ ଭିଡିଓ ଛାଡି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୧୧: ଚେନ୍ନାଇ ସୁପର କିଙ୍ଗ୍ସ, ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ନ୍ୟାସର ଘୋଷଣା କରିସାରିଥିଲା। ଯାହାପରେ ସମସ୍ତେ ଧୋନୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଅପେକ୍ଷା କରି…

‘ଓ ମାହି, ଓ ମାହି…’ ଧୋନୀଙ୍କ ସନ୍ୟାସ ଖବରରେ ଭାବୁକ ହେଲେ, ମଇଦାନରେ କଟ୍ଟର ଶତ୍ରୁ ହେଲେ କହିଲେ…

ନୂଆଦିଲ୍ଲୀ,୧୭।୧୧: MS ଧୋନୀଙ୍କ ଆଇପିଏଲ ସନ୍ନ୍ୟାସକୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏକ ଭାବପୂର୍ଣ୍ଣ ମେସେଜ ଲେଖିଛି। ମଇଦାନରେ ଉଭୟ ଦଳ ପରସ୍ପରର କଟ୍ଟର ପ୍ରତିଦ୍ୱନ୍ଦ୍ୱୀ,…

IPLକୁ ଅଲବିଦା କହିଲେ ମାହି, ଛାଡ଼ିଗଲେ ୭ଟି ବଡ଼ ରେକର୍ଡ; ଜାଣନ୍ତୁ ୭ ନମ୍ବର ଜର୍ସିି ପଛର ରହସ୍ୟ

ନୂଆଦିଲ୍ଲୀ,୧୭।୧୧: ଏମଏସ ଧୋନୀ IPLକୁ ଅଲବିଦା କହିଛନ୍ତି। ଆଗାମୀ ସିଜିନ (IPL ୨୦୨୭)ରେ ମାହି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମେଣ୍ଟର ଭୂମିକା ତୁଲାଇବେ। ମଙ୍ଗଳବାର (ନଭେମ୍ବର…

IPLର ପ୍ରଥମ ସିଜିନରେ କେତେ ଥିଲା ଧୋନୀଙ୍କ ଦରମା? ୧୯ ବର୍ଷରେ CSKରୁ କମାଇଛନ୍ତି ଏତେ କୋଟି, ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୭।୧୧: IPL ୨୦୨୭ର ରିଟେନ୍ସନ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ମହେନ୍ଦ୍ର ସିଂହ ଧୋନୀ IPLରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?