ଅଣନିଃଶ୍ୱାସୀ କରୁଛି ଓଏମ୍‌ସି ଡମ୍ପ

ଯାଜପୁର ଅଫିସ, ୯।୭: ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ଅଧୀନ ହାଟସାହି (ଗୁରୁଜଙ୍ଗପାଳ) ଗ୍ରାମ ପଟକୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦକ୍ଷିଣ କାଳିଆପାଣି ଜବରଦସ୍ତି ତା’ର ଡମ୍ପ ସମ୍ପ୍ରସାରଣ କରିଚାଲିଛି। ଏହାସହ ଖଣି ଖନନ ଓ ବ୍ଲାଷ୍ଟିଂ ଯୋଗୁ ଗ୍ରାମବାସୀ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଣୁ ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ ଦାବିରେ ୧।୭।୨୦୨୦ରେ ହାଟସାହି ଗ୍ରାମର ପାର୍ବତୀ ପାତ୍ରଙ୍କ ସମେତ ଗ୍ରାମର ୨୦୦ଲୋକ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି କ୍ରମରେ ଏନ୍‌ଏଚ୍‌ଆର୍‌ସିରେ ମଙ୍ଗଳବାର ମାମଲା (କେସ୍‌ ନଂ.-୧୭୩୦/୧୮/୨୪/୨୦୨୦) ରୁଜୁ କରାଯାଇ ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକଙ୍କୁ ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ଖଣି ପ୍ରଭାବିତ ଲୋକଙ୍କ ଦୁଃଖ ସାଙ୍ଗକୁ ଓଏମ୍‌ସି ଖଣି କର୍ତ୍ତୃପକ୍ଷ ଓ ଖଣି ସହ ସମ୍ପୃକ୍ତ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅମାନବୀୟ ବ୍ୟବହାର ହାଟସାହି ଗ୍ରାମବାସୀଙ୍କୁ ଆନ୍ଦୋଳନମୁଖୀ ତଥା ବିଦ୍ରୋହୀ କରିଛି। ଏଭଳି ଅବସ୍ଥା ଯାଜପୁର ଜିଲାର ରନତ୍ଗର୍ଭା ସୁକିନ୍ଦା ଖଣି ଇଲାକାରେ ଦେଖାଯାଇଛି। ବିସ୍ଥାପିତଙ୍କ ଦୁଃଖ ଲାଘବ ପାଇଁ ଖଣି କର୍ତ୍ତୃପକ୍ଷ କି ପ୍ରଶାସନ ଆନ୍ତରିକତା ଦେଖାଉନାହାନ୍ତି। ପ୍ରତିବାଦ କଲେ ଆନ୍ଦୋଳନକାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଧମକ ଦିଆଯାଉଛି।
ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗରେ ଗ୍ରାମବାସୀ ଦର୍ଶାଇଛନ୍ତି, ୬୦ ବର୍ଷ ହେଲା ହାଟସାହି ଗ୍ରାମରେ ସେମାନେ ବସବାସ କରି ଆସୁଛନ୍ତି। ଗ୍ରାମର ଜମି ବାବଦକୁ ସରକାରଙ୍କ ରାଜସ୍ବ ବିଭାଗକୁ ଖଜଣା ଦେଇ ଆସୁଛନ୍ତି। ଏଥିସହ ସରକାରୀ ସୁବିଧା ପାଇଖାନା ଘର, ଆବାସ ଯୋଜନା, ରାଶନ କାର୍ଡ, ଭତ୍ତା ଆଦି ସୁବିଧା ପାଉଛନ୍ତି। ବର୍ତ୍ତମାନ ସେହି ଗ୍ରାମର ଜମିକୁ ଓଏମ୍‌ସି ଅଧିଗ୍ରହଣ କରି ନ ଥିବା ସତ୍ତ୍ବେ ତାହାର ଡମ୍ପ ଗ୍ରାମ ପଟକୁ ବଢ଼ାଇ ଚାଲିଛି ଏବଂ ଡି-କ୍ବାରୀ ଖନନ ସହ ବ୍ଲାଷ୍ଟିଂ କରିଚାଲିଛି। ଗ୍ରାମଠାରୁ ଏହି ଖଣି ଖନନର ଦୂରତା ମାତ୍ର ୭୦ ରୁ ୮୦ ମିଟର ଏବଂ ଡମ୍ପର ଦୂରତା ୩୦ ମିଟର ହେବ। ବ୍ଲାଷ୍ଟିଂ ଯୋଗୁ ଗ୍ରାମରେ ଥିବା ଘରଗୁଡିକର କାନ୍ଥ ଓ ଛାତ ଫାଟି ଯାଉଛି। ଖରା ଦିନରେ ଡମ୍ପରୁ ଅତ୍ୟଧିକ ଧୂଳି ଉଡ଼ି ହାଟସାହି ଗ୍ରାମବାସୀଙ୍କୁ ଅଣନିଃଶ୍ୱାସୀ କରୁଛି। ଏହାସହ ଗ୍ରାମବାସୀ ଶ୍ୱାସରୋଗ, କାଶ, ଥଣ୍ଡା ଜ୍ୱର, ଯକ୍ଷ୍ମା, ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବର୍ଷା ଦିନେ ଡମ୍ପରୁ ନିର୍ଗତ ନିକେଲ ମିଶା ପାଣି ଗଁା ଭିତରକୁ ପ୍ରବେଶ କରୁଛି। ଏହାବାଦ ବେଳେବେଳେ ଡମ୍ପ ଭୁଶୁଡୁ ଥିବାରୁ ଗୃହପାଳିତ ପଶୁ ଓ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଓଏମ୍‌ସି ଦକ୍ଷିଣ କାଳିଆପାଣି କର୍ତ୍ତୃପକ୍ଷଙ୍କୁ ଏ ନେଇ ବାରମ୍ବାର ଅବଗତ କରାଇବା ସତ୍ତ୍ବେ କୌଣସି ପଦକ୍ଷେପ ନେଉନାହାନ୍ତି। ଓଲଟା ବିନା ନୋଟିସ୍‌ ଏବଂ ବିନା ଥଇଥାନରେ ଗ୍ରାମବାସୀମାନଙ୍କୁ ବିତାଡିତ କରିବାକୁ ଚାହୁଁଛନ୍ତି। ଏଥିସହ ଓଏମସି ଠିକାସଂସ୍ଥା ଅଧୀନରେ କାମ କରୁଥିବା କେତେଜଣ ଗ୍ରାମବାସୀଙ୍କ ଚାକିରି ଯିବାର ଆଶଙ୍କା ମଧ୍ୟ ଉପୁଜିଛି। ଏଭଳିସ୍ଥିତିରେ ଖଣି ଓ ଡମ୍ପ ସମ୍ପ୍ରସାରଣ କାମ ଜାରି ରହିଲେ ଗ୍ରାମବାସୀ ବାସ ହରାଇବା ସହ ନିଜ ମାଟିରେ ଯାଯାବର ହୋଇଯିବେ ବୋଲି ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଏନ୍‌ଏଚ୍‌ଆର୍‌ସିଙ୍କ ଶୁଣାଣି ଉପରେ ହ୍ୟୁମାନ ରାଇଟ୍ସ ୱାଚ୍‌ର ସଭାପତି ରାଜେଶ ସ୍ବାଇଁ ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଯାଜପୁର ରୋଡ ଓଏମ୍‌ସିର ଆଞ୍ଚଳିକ ପରିଚାଳକ, ଯାଜପୁର ଜିଲାପାଳ, ଯାଜପୁର ଏସ୍‌ପି ପ୍ରମୁଖଙ୍କୁ ଜଣାଇଛନ୍ତି। ହାଟସାହି ଗ୍ରାମବାସୀଙ୍କୁ କୌଣସି ପ୍ରକାର ନିର୍ଯାତନା ନ ଦେବାକୁ ସେ ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ରୋଡ୍‌ ଓଏମ୍‌ସି ଆଞ୍ଚଳିକ ପରିଚାଳକ ପ୍ରସନ୍ନ କୁମାର ସ୍ବାଇଁଙ୍କୁ ପଚାରିବାରେ ହାଟସାହି ଗ୍ରାମବାସୀ ଥଇଥାନ କରିବାକୁ ଦାବି କରିଛନ୍ତି। ଏ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ମୁଖ୍ୟ କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri