ଅଣନିଃଶ୍ୱାସୀ କରୁଛି ଓଏମ୍‌ସି ଡମ୍ପ

ଯାଜପୁର ଅଫିସ, ୯।୭: ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ଅଧୀନ ହାଟସାହି (ଗୁରୁଜଙ୍ଗପାଳ) ଗ୍ରାମ ପଟକୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦକ୍ଷିଣ କାଳିଆପାଣି ଜବରଦସ୍ତି ତା’ର ଡମ୍ପ ସମ୍ପ୍ରସାରଣ କରିଚାଲିଛି। ଏହାସହ ଖଣି ଖନନ ଓ ବ୍ଲାଷ୍ଟିଂ ଯୋଗୁ ଗ୍ରାମବାସୀ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଣୁ ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ ଦାବିରେ ୧।୭।୨୦୨୦ରେ ହାଟସାହି ଗ୍ରାମର ପାର୍ବତୀ ପାତ୍ରଙ୍କ ସମେତ ଗ୍ରାମର ୨୦୦ଲୋକ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି କ୍ରମରେ ଏନ୍‌ଏଚ୍‌ଆର୍‌ସିରେ ମଙ୍ଗଳବାର ମାମଲା (କେସ୍‌ ନଂ.-୧୭୩୦/୧୮/୨୪/୨୦୨୦) ରୁଜୁ କରାଯାଇ ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକଙ୍କୁ ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ଖଣି ପ୍ରଭାବିତ ଲୋକଙ୍କ ଦୁଃଖ ସାଙ୍ଗକୁ ଓଏମ୍‌ସି ଖଣି କର୍ତ୍ତୃପକ୍ଷ ଓ ଖଣି ସହ ସମ୍ପୃକ୍ତ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅମାନବୀୟ ବ୍ୟବହାର ହାଟସାହି ଗ୍ରାମବାସୀଙ୍କୁ ଆନ୍ଦୋଳନମୁଖୀ ତଥା ବିଦ୍ରୋହୀ କରିଛି। ଏଭଳି ଅବସ୍ଥା ଯାଜପୁର ଜିଲାର ରନତ୍ଗର୍ଭା ସୁକିନ୍ଦା ଖଣି ଇଲାକାରେ ଦେଖାଯାଇଛି। ବିସ୍ଥାପିତଙ୍କ ଦୁଃଖ ଲାଘବ ପାଇଁ ଖଣି କର୍ତ୍ତୃପକ୍ଷ କି ପ୍ରଶାସନ ଆନ୍ତରିକତା ଦେଖାଉନାହାନ୍ତି। ପ୍ରତିବାଦ କଲେ ଆନ୍ଦୋଳନକାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଧମକ ଦିଆଯାଉଛି।
ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗରେ ଗ୍ରାମବାସୀ ଦର୍ଶାଇଛନ୍ତି, ୬୦ ବର୍ଷ ହେଲା ହାଟସାହି ଗ୍ରାମରେ ସେମାନେ ବସବାସ କରି ଆସୁଛନ୍ତି। ଗ୍ରାମର ଜମି ବାବଦକୁ ସରକାରଙ୍କ ରାଜସ୍ବ ବିଭାଗକୁ ଖଜଣା ଦେଇ ଆସୁଛନ୍ତି। ଏଥିସହ ସରକାରୀ ସୁବିଧା ପାଇଖାନା ଘର, ଆବାସ ଯୋଜନା, ରାଶନ କାର୍ଡ, ଭତ୍ତା ଆଦି ସୁବିଧା ପାଉଛନ୍ତି। ବର୍ତ୍ତମାନ ସେହି ଗ୍ରାମର ଜମିକୁ ଓଏମ୍‌ସି ଅଧିଗ୍ରହଣ କରି ନ ଥିବା ସତ୍ତ୍ବେ ତାହାର ଡମ୍ପ ଗ୍ରାମ ପଟକୁ ବଢ଼ାଇ ଚାଲିଛି ଏବଂ ଡି-କ୍ବାରୀ ଖନନ ସହ ବ୍ଲାଷ୍ଟିଂ କରିଚାଲିଛି। ଗ୍ରାମଠାରୁ ଏହି ଖଣି ଖନନର ଦୂରତା ମାତ୍ର ୭୦ ରୁ ୮୦ ମିଟର ଏବଂ ଡମ୍ପର ଦୂରତା ୩୦ ମିଟର ହେବ। ବ୍ଲାଷ୍ଟିଂ ଯୋଗୁ ଗ୍ରାମରେ ଥିବା ଘରଗୁଡିକର କାନ୍ଥ ଓ ଛାତ ଫାଟି ଯାଉଛି। ଖରା ଦିନରେ ଡମ୍ପରୁ ଅତ୍ୟଧିକ ଧୂଳି ଉଡ଼ି ହାଟସାହି ଗ୍ରାମବାସୀଙ୍କୁ ଅଣନିଃଶ୍ୱାସୀ କରୁଛି। ଏହାସହ ଗ୍ରାମବାସୀ ଶ୍ୱାସରୋଗ, କାଶ, ଥଣ୍ଡା ଜ୍ୱର, ଯକ୍ଷ୍ମା, ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବର୍ଷା ଦିନେ ଡମ୍ପରୁ ନିର୍ଗତ ନିକେଲ ମିଶା ପାଣି ଗଁା ଭିତରକୁ ପ୍ରବେଶ କରୁଛି। ଏହାବାଦ ବେଳେବେଳେ ଡମ୍ପ ଭୁଶୁଡୁ ଥିବାରୁ ଗୃହପାଳିତ ପଶୁ ଓ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଓଏମ୍‌ସି ଦକ୍ଷିଣ କାଳିଆପାଣି କର୍ତ୍ତୃପକ୍ଷଙ୍କୁ ଏ ନେଇ ବାରମ୍ବାର ଅବଗତ କରାଇବା ସତ୍ତ୍ବେ କୌଣସି ପଦକ୍ଷେପ ନେଉନାହାନ୍ତି। ଓଲଟା ବିନା ନୋଟିସ୍‌ ଏବଂ ବିନା ଥଇଥାନରେ ଗ୍ରାମବାସୀମାନଙ୍କୁ ବିତାଡିତ କରିବାକୁ ଚାହୁଁଛନ୍ତି। ଏଥିସହ ଓଏମସି ଠିକାସଂସ୍ଥା ଅଧୀନରେ କାମ କରୁଥିବା କେତେଜଣ ଗ୍ରାମବାସୀଙ୍କ ଚାକିରି ଯିବାର ଆଶଙ୍କା ମଧ୍ୟ ଉପୁଜିଛି। ଏଭଳିସ୍ଥିତିରେ ଖଣି ଓ ଡମ୍ପ ସମ୍ପ୍ରସାରଣ କାମ ଜାରି ରହିଲେ ଗ୍ରାମବାସୀ ବାସ ହରାଇବା ସହ ନିଜ ମାଟିରେ ଯାଯାବର ହୋଇଯିବେ ବୋଲି ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଏନ୍‌ଏଚ୍‌ଆର୍‌ସିଙ୍କ ଶୁଣାଣି ଉପରେ ହ୍ୟୁମାନ ରାଇଟ୍ସ ୱାଚ୍‌ର ସଭାପତି ରାଜେଶ ସ୍ବାଇଁ ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଯାଜପୁର ରୋଡ ଓଏମ୍‌ସିର ଆଞ୍ଚଳିକ ପରିଚାଳକ, ଯାଜପୁର ଜିଲାପାଳ, ଯାଜପୁର ଏସ୍‌ପି ପ୍ରମୁଖଙ୍କୁ ଜଣାଇଛନ୍ତି। ହାଟସାହି ଗ୍ରାମବାସୀଙ୍କୁ କୌଣସି ପ୍ରକାର ନିର୍ଯାତନା ନ ଦେବାକୁ ସେ ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ରୋଡ୍‌ ଓଏମ୍‌ସି ଆଞ୍ଚଳିକ ପରିଚାଳକ ପ୍ରସନ୍ନ କୁମାର ସ୍ବାଇଁଙ୍କୁ ପଚାରିବାରେ ହାଟସାହି ଗ୍ରାମବାସୀ ଥଇଥାନ କରିବାକୁ ଦାବି କରିଛନ୍ତି। ଏ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ମୁଖ୍ୟ କାର୍ଯ୍ୟାଳୟର ନିର୍ଦ୍ଦେଶ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?