ଚଳଚଞ୍ଚଳ ମଇଦାନ: ଅଭ୍ୟାସକୁ ଓହ୍ଲାଇଲେ ଖେଳାଳି
କଟକ ଅଫିସ,୨୪ା୫:ମଇଦାନକୁ ଓହ୍ଲାଇବା ଆରମ୍ଭ କରିଛନ୍ତି କ୍ରୀଡ଼ାବିତ। ପୁଣି ଥରେ ପଡ଼ିଆ ଗୁଡ଼ିକରେ ଗହଳଚହଳ ଦେଖିବାକୁ ମିଳିଛି। ସକାଳେ ଓ ଅପରାହ୍ନରେ ନେଟ୍ସ ବନ୍ଧା ଯାଉଛି ୱାର୍ମଅପ କରିବା ସହିତ ଘଣ୍ଟାଘଣ୍ଟା ଧରି ଅଭ୍ୟାସ କରୁଛନ୍ତି ରାଜ୍ୟର ପ୍ରତିଭାବାନ କ୍ରିକେଟ ଖେଳାଳିମାନେ।…
‘ବିସିସିଆଇର ବିଜୟ ହେବ’
ନୂଆଦିଲ୍ଲୀ,୨୪।୫-କରୋନା ଭାଇରସ ସଂକ୍ରମଣ ଜନିତ ପ୍ରଭାବରୁ କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିକ ସ୍ଥଗିତ ରହିଛି କିମ୍ବା ବାତିଲ ହୋଇଛି। ନିର୍ଦ୍ଧାରିତ ସମୟରେ ହୋଇ ନ ପାରିବାରୁ ଆଇସିସି ଟି୨୦ ବିଶ୍ୱକପ୍ ଏବଂ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।…
ତେଜିଲା ଟ୍ରକ ସଂଘ ବିବାଦ, ଅଟକିଲା ଶହେରୁ ଅଧିକ ଟ୍ରକ
କେନ୍ଦୁଝର, ୨୩ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାରୁ ପାରଦୀପକୁ ଲୁହାପଥର ପରିବହନକୁ ନେଇ କେନ୍ଦୁଝର ଓ ପାରାଦୀପ ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ ଗୁରୁତର ରୂପ ଧାରଣ କରିଛି। କେନ୍ଦୁଝର ଜିଲାରୁ ଲୁହାପଥର ନେଇ ଯାଉଥିବା ଟ୍ରକ ଗୁଡିକୁ ପାରାଦୀପ, ଜଗତସିଂହପୁର, କେନ୍ଦ୍ରାପଡା…
ସବୁଠୁ ତତଲା ଟିଟିଲାଗଡ
ଭୁବନେଶ୍ୱର,୨୩।୫(ବ୍ୟୁରୋ)-ରାଜ୍ୟର ୧୨ ସହରର ତାପମାତ୍ର ଶନିବାର ୪୧ ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ବଲଙ୍ଗୀର ଜିଲା ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି। ସେହିପରି ତାଳଚେରରେ ୪୩.୮ ଡିଗ୍ରୀ, ଭବାନୀପାଟଣାରେ ୪୪.୨ଡିଗ୍ରୀ, ବଲାଙ୍ଗୀରରେ ୪୩.୫ଡିଗ୍ରୀ, ମାଲକାନଗିରିରେ…
ପୃଥିବୀକୁ ଫେରିଲେ କି ଖଳନାୟକ ଭେନମ୍, ଭିଡିଓ ଭାଇରାଲ
ପ୍ରଯୋଜକ ସଂସ୍ଥା ମାର୍ବଲରେ ଅନେକ ସୁପରହିଟ୍ ଫିଲ୍ମ ଅଛି, ଯେଉଁଥିରେ ଭେନମ୍ ନାମକ ଏକ ଖଳନାୟକ ଚରିତ୍ର ଥିଲା। ଯାହା ଦେଖିବାକୁ କଳା ଏବଂ ବଡ଼ ବଡ଼ ଦାନ୍ତ ଥିଲା। ଏହାକୁ ମାରିଲେ କିମ୍ବା ବ୍ଲେଡ୍ରେ କାଟିଲେ ବି କୌଣସିଥିରେ ମରୁ…
ଉଦ୍ଧାର କାର୍ଯ୍ୟ ଓ ରିଲିଫ ପାଇଁ ପଶ୍ଚିମବଙ୍ଗ ଯିବେ ୩୦୦ ଅଗ୍ନିଶମ କର୍ମଚାରୀ
ଭୁବନେଶ୍ୱର,୨୩।୫(ବ୍ୟୁରୋ)-ବାତ୍ୟା ଅମ୍ଫନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ। ଉଦ୍ଧାର କାର୍ଯ୍ୟ ଓ ରିଲିଫ ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ୩୦୦ ଅଗ୍ନିଶମ କର୍ମଚାରୀ ଓ ୧୦ ଓଡ୍ରାଫ ଟିମ ସହ ୫୦୦ ଜଣ କର୍ମଚାରୀ ଶୁକ୍ରବାର ରାତିରୁ ପଶ୍ଚିମବଙ୍ଗ ଅଭିମୁଖେ ଗ୍ରସ୍ତ…
ଆଇସିସି ଗାଇଡ୍ ଲାଇନ୍ ପାଳନ କରିବା ସହଜ ନୁହେଁ: ବ୍ରେଟ୍ ଲି
ନୂଆଦିଲ୍ଲୀ,୨୩।୫: କୋଭିଡ୍-୧୯ ମହାମାରୀର ଆତଙ୍କ ଜାରି ରହିଥିବାବେଳେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଗାଇଡ୍ଲାଇନ୍ ତଥା ନିର୍ଦ୍ଦେଶନାମା ପାଳନ କରିବା ସହଜ ନୁହେଁ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବ୍ରେଟ୍ ଲି କହିଛନ୍ତି। ବଲରେ ଲାଳ ଲଗାଇବାକୁ ଆଇସିସି ବାରଣ…
ପ୍ରବାସୀଙ୍କ ପାଇଁ ଆସନ୍ତା ୧୦ ଦିନରେ ଚାଲିବ ୨ହଜାର ୬ଶହ ଟ୍ରେନ୍
ନୂଆଦିଲ୍ଲୀ,୨୩।୫: ରେଳ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଶନିବାର କରାଯାଇଥିବା ଏକ ମିଳିତ ଖବରଦାତା ସମ୍ମିଳନୀରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୂଣ୍ଣ୍ୟ ସଲିଳା ଶ୍ରୀବାସ୍ତବ ଶନିବାର କହିଛନ୍ତି ଏପର୍ଯ୍ୟନ୍ତ ୨୬ଶହରୁ ଊର୍ଦ୍ଧ୍ୱ ଟ୍ରେନ୍ ଚାଲି ସାରିଲାଣି। ୩୫ ଲକ୍ଷରୁ ଊର୍ଦ୍ଧ୍ୱ…
ଓସାକା ବିଶ୍ୱର ସବୁଠାରୁ ଆୟକାରୀ ମହିଳା ଆଥଲେଟ୍
ନ୍ୟୁୟର୍କ, ୨୩।୫: ଜାପାନର ମହିଳା ଟେନିସ ତାରକା ନାଓମି ଓସାକା ବିଶ୍ୱର ସବୁଠାରୁ ଅଧିକ ଆୟକାରୀ ମହିଳା ଆଥଲେଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି କ୍ରମରେ ସେ ଆମେରିକାର ଅଭିଜ୍ଞ ମହିଳା ଟେନିସ ତାରକା ସେରେନା ଓ୍ବିଲିୟମ୍ସଙ୍କୁ ପଛରେ ପକାଇଛନ୍ତି।…
ଟେଷ୍ଟ ଖେଳିବା ପାଇଁ ବୋଲରଙ୍କୁ ୨ ମାସର ପ୍ରସ୍ତୁତି ଆବଶ୍ୟକ: ଆଇସିସି
ମୁମ୍ବାଇ, ୨୩।୫: କରୋନା ଭାଇରସ୍ ଲକଡାଉନ୍ ସରିବା ପରେ ଟେଷ୍ଟ ଖେଳ ଆରମ୍ଭ କରିବା ନେଇ ବୋଲରମାନେ ଲକ୍ଷ୍ୟ ରଖିଛନ୍ତି। ତେବେ ଟେଷ୍ଟ ଖେଳିବା ପାଇଁ ବୋଲରମାନଙ୍କୁ ୨ ମାସର ପ୍ରସ୍ତୁତି ଆବଶ୍ୟକ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ତରଫରୁ…
ବିଶ୍ୱକପ୍ ପରେ ଆଇପିଏଲ୍ ବିଶ୍ୱର ଶ୍ରେଷ୍ଠ ଟୁର୍ନାମେଣ୍ଟ: ବଟଲର
ଲଣ୍ଡନ,୨୩।୫(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରମିୟର ଲିଗ୍ (ଆଇପିଏଲ୍)କୁ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ପ୍ରଶଂସା କରିଛନ୍ତି। ଇଂଲଣ୍ଡ କ୍ରିକେଟର ଉନ୍ନତିରେ ଆଇପିଏଲ୍ର ଭୂମିକା ଥିବା ସେ କହିଛନ୍ତି। ବିଶ୍ୱକପ୍ ପରେ ଆଇପିଏଲ ବିଶ୍ୱର ଶ୍ରେଷ୍ଠ ଟୁର୍ନାମେଣ୍ଟ। ଚଳିତବର୍ଷ ଆଇପିଏଲ୍ ଖେଳିବାକୁ…
କରୋନା ସଂକ୍ରମଣ: ବ୍ରାଜିଲରେ ମୃତଦେହ ସଂସ୍କାର ପାଇଁ ସ୍ଥାନର ଅଭାବ
ବ୍ରସିଲିଆ,୨୩।୫: କରୋନା ସଂକ୍ରମଣ କ୍ଷେତ୍ରରେ ବ୍ରାଜିଲ ଏବେ ହଟ୍ସ୍ପଟ ପାଲଟି ଯାଇଛି। କରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟାରେ ଏବେ ରୁଷକୁ ପଛରେ ପକାଇଛି ବ୍ରାଜିଲ। ଶୁକ୍ରବାର ଏଠାରେ ୨୦ହଜାର ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହା ଏକ…
Archives


