ଏହି ଗ୍ଲାମର ଗର୍ଲ ହେବେ ଅମ୍ବାନୀ ପରିବାରର ସାନ ବୋହୂ: ବାପାଙ୍କର ରହିଛି ୮ କମ୍ପାନୀ

ଦେଶର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ। ତେବେ ମୁକେଶଙ୍କ ପରିବାର ବିଷୟରେ ଜାଣିବାକୁ ସମସ୍ତେ ଚାହିଁଥାନ୍ତି। ଅମ୍ବାନୀ ପରିବାରର ପ୍ରତ୍ୟେକ ସଦସ୍ୟ ସେଲିବ୍ରିଟିଠାରୁ କିଛି କମ୍‌ ନୁହନ୍ତି। ଏହି ପରିବାରର ସମସ୍ତ ଉତ୍ସବ ଉପରେ ଲୋକଙ୍କର ନଜର ରହିଥାଏ। ମୁକେଶଙ୍କ ବଡ଼ ପୁ ଆକାଣ ଏବଂ ଝିଅ ଈଶାଙ୍କ ବିବାହ ପରେ ଏବେ ସାନ ପୁଅ ଅନନ୍ତଙ୍କ ବିବାହ ଉପରେ ସମସ୍ତଙ୍କ ନଜର।
ତେବେ ଅନନ୍ତଙ୍କ ଗର୍ଲଫ୍ରେଣ୍ଡ କିଏ ତାହା ଆଉ କାହାକୁ ଅଛପା ନାହିଁ। ଭାଇ ଆକାଶ ଏବଂ ଶ୍ଲୋକା ମେହଟାଙ୍କ ବିବାହ ପାର୍ଟିରେ ଏହା ଜଣାପଡ଼ିଥିଲା। ରାଧିକା ମର୍ଚେଣ୍ଟ ହେଉଛନ୍ତି ଅନନ୍ତଙ୍କ ଗର୍ଲଫେଣ୍ଡ। ଅନନ୍ତ ଡାକିବାରୁ ରାଧିକା ଏହି ଉତ୍ସପରେ ଯୋଗ ଦେଇଥିଲେ। ପାର୍ଟିରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ ହୋଷ୍ଟ ସାଜିଥିଲେ। ଏହି ଅବସରାରେ ସେ ଥଟ୍ଟାରେ ଅନନ୍ତଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ ବିଷୟରେ କହିବାକୁ କହିଥିଲେ। ଏହା ପରେ ରାଧିକା ଅମ୍ବାନୀ ପରିବାରର ସାନ ବୋହୂ ବୋଲି ସମସ୍ତେ ଜାଣିଯାଇଥିଲେ। ଅନନ୍ତଙ୍କୁ ରାଧିକାଙ୍କ ସହ ଅନେକ ଥର ସର୍ବସାଧାରଣରେ ଏକାଠି ଦେଖିବାକୁ ମିଳିଛି। ନୀତା ମଧ୍ୟ ରାଧିକାଙ୍କୁ ବହୁତ ପସନ୍ଦ କରନ୍ତି। ନୀତା ସମସ୍ତ ଉତ୍ସବରେ ତାଙ୍କୁ ଡାକିବାକୁ ଭୁଲି ନ ଥାନ୍ତି।


ରାଧିକାଙ୍କ ବାପା ଭିରେନ ମର୍ଚାଣ୍ଟ ଏଡିଏସ୍‌ର ଜଣେ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ଏଥିସହ ସେ ଏନ୍‌କୋର ହେଲ୍ଥକେୟାର ପ୍ରାଇଭେଡ ଲିମିଡେଡ୍‌ କମ୍ପାନୀର ସିଇଓ ତଥା ଉପାଧ୍ୟକ୍ଷ ମଧ୍ୟ। ଭିରେନ୍‌ଙ୍କର ସମୁଦାୟ ୮ଟି କମ୍ପାନୀ ରହିଛି। ମର୍ଚାଣ୍ଟ ପରିବାର ଗୁଜୁରାଟର ବାସିନ୍ଦା। ତେବେ ଭିରେନ ଏବଂ ମୁକେଶଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ରହିଛି। ହେଲେ ଅମ୍ବାନୀ ପରିବାରର ଉତ୍ସବରେ ତାଙ୍କୁ ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ।


ରାଧିକା ତାଙ୍କ ପରିବାରର ବ୍ୟବସାୟ ସହ ଜଡିତ। ରାଧିକା ବାପାଙ୍କ କମ୍‌ାନୀ ‘ଏନକୋର ହେଲ୍‌ଥ କେୟାର ପିଭି ଲିମିଟେଡ୍‌ର ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରନ୍ତି। ଆକାଶଙ୍କ ବିବାହ ସମୟରେ ଅନନ୍ତ ଏବଂ ରାଧିକାଙ୍କ ବିବାହ ହୋଇଥିବା ଖବର ଶୁଣିବାକୁ ମିଳିଥିଲା। ମାତ୍ର ଏହା ଗୁଜବ ବୋଲି ରିଲାଏନ୍ସ ଜିଓର ମୁଖପାତ୍ର କହିଥିଲେ। ତେବେ ଅନନ୍ତଙ୍କ ଯେବେ ବିବାହ ହେଉ ତାହା ରାଧିକାଙ୍କ ସହ ହେବ ବୋଲି ସମସ୍ତେ ଜାଣନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ସରକାରଙ୍କ ବଡ଼ ଘୋଷଣା ରାକ୍ଷୀ ପୂର୍ଣ୍ଣିମାଠାରୁ ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୮।୭: ରକ୍ଷା ବନ୍ଧନ ପୂର୍ବରୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତ୍ତି ମାଧ୍ୟମରେ ଦିଲ୍ଲୀର ଭଉଣୀମାନଙ୍କୁ…

କେରଳ ଦାଦନ ଖଟିବାକୁ ଯାଇ ଯୁବକ ମୃତ: ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଜି.ଉଦୟଗିରି,୨୮।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): କନ୍ଧମାଳ ଜିଲାରୁ ସୁଦୂର କେରଳରେ ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା…

କଙ୍ଗନାଙ୍କ ବିବାଦୀୟ ବୟାନର ଜବାବ ରଖିଲା CJP

ନୂଆଦିଲ୍ଲୀ,୨୮।୭: ଭାଜପା ଏମପି କଙ୍ଗନା ରାଣାୱତଙ୍କ Gen-Z ସମ୍ପର୍କରେ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି; ସେ Gen-Zକୁ ‘ଜେନେରେଶନ ଗଟର’ ବୋଲି କହିଥିଲେ। ‘କକ୍ରୋଚ ଜନତା ପାର୍ଟି’ର…

ଶ୍ରାବଣରେ ଏହି ୩ ଗ୍ରହଙ୍କ ଚାଲିରେ ହେବ ବଡ଼ ପରିବର୍ତ୍ତନ, ୪ ରାଶିଙ୍କ ବଢ଼ିପାରେ ସମସ୍ୟା! ରୁହନ୍ତୁ ସତର୍କ…

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏହି ମାସରେ ମହାଦେବଙ୍କ ବିଶେଷ ପୂଜାର୍ଚ୍ଚନା ଏବଂ ଜଳାଭିଷେକର ବିଧାନ ରହିଛି। ଦୃକ ପଞ୍ଚାଙ୍ଗ ଅନୁସାରେ, ଏହି ବର୍ଷ…

ପୁଅ ନେଲା ବାପାଙ୍କ ଜୀବନ

କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର…

ଶ୍ରାବଣ ସୋମବାର ପାଇଁ ଅଛି କି ସ୍ୱତନ୍ତ୍ର ଡ୍ରେସ କୋଡ? ଜାଣନ୍ତୁ ଜିନ୍ସ-ଟିସାର୍ଟ ପିନ୍ଧି ପୂଜା କରିପାରିବେ କି ନାହିଁ…

ସନାତନ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର, ମଙ୍ଗଳକାରୀ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ଏହି ମାସ ଭଗବାନ ଶିବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri