ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିଲେ ଆପଣଙ୍କ ମଧ୍ୟ ହୋସ୍ ଉଡ଼ିଯିବ। ଏଥିରେ ଏକ ବିଲେଇକୁ ଶୋଷ ହେଉଥିବା ବେଳେ ସେ ଆକ୍ୱାଗାର୍ଡ ଟ୍ୟାପ ଅନ୍ କରି ନିଜେ ପାଣି ପିଉଛି। ପରେ ଟ୍ୟାପ ବନ୍ଦ କରିଦେଉଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ସେ କ୍ୟାପ୍ଶନ୍ରେ ଲେଖିଛନ୍ତି ଯେ, ” କୌଣସି ମଣିଷର ଅବଶ୍ୟକତା ନାହିଁ । ଏହି ଫଟୋ ଅଧିକ ଭାଇରାଲ ହେବାରେ ଲାଗିଛି।
Don't need no human pic.twitter.com/jbTFF49P6t
— Back To Nature (@backt0nature) August 28, 2020