Posted inଜାତୀୟ

ପ୍ରେମିକାଙ୍କ କବର ଉପରେ ବସି ସିରିଏଲ୍‌ କିଲର ପ୍ରେମିକ ପିଉଥିଲେ ମଦ, ତାପରେ ଘଟିଲା ଏପରି…

ଭୋପାଳ, ୨୯।୮: ପ୍ରେମରୁ ସମ୍ପର୍କ ଏହା ପରେ ଅପରାଧ। ପ୍ରେମିକାଙ୍କୁ ହତ୍ୟା କରି ଘରେ କବର ଦେଇଥିଲେ ସିରିଏଲ୍‌ କିଲର ପ୍ରେମିକ। ପ୍ରେମିକାଙ୍କ କବର ଉପରେ ବସି ମଦ ପିଇ ମନକୁ ହାଲକା କରୁଥିଲେ। ମଧ୍ୟପ୍ରଦେଶ ଭୋପାଳର ସିରିଏଲ୍‌ କିଲର ଉଦୟନ ଦାସଙ୍କୁ ପଶ୍ଚିମବଙ୍ଗ ବାଙ୍କୁଡ଼ା ଫାଷ୍ଟ ଟ୍ରାକ୍‌ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତିି। ବିଚାରପତି ସୁରେଶ ବିଶ୍ୱକର୍ମା ଏଭଳି ଦଣ୍ଡାଦେଶ କରିଛନ୍ତି। ୨୦୦୭ରେ ପ୍ରେମିକା ଆକାଂକ୍ଷା ଶର୍ମାଙ୍କ ସହିତ ଫେସବୁକ୍‌ରେ ଚିହ୍ନା ପରିଚୟ ହୋଇଥିଲା। ଆମେରିକାରେ ଚାକିରି କରୁଥିବା କହି ସେ ଆକାଂକ୍ଷାଙ୍କୁ ବିବାହ କରିଥିଲେ। ପରେ ସତ ଜଣାପଡ଼ିଥିଲା। ଘରେ ଅଶାନ୍ତି ବଢ଼ିଥିଲା। ଉଦୟନ ୨୦୧୦ରେ ନିଜ ମାତା ପିତାଙ୍କୁ ହତ୍ୟା କରି ରାୟପୁରଠାରେ ଥିବା ତାଙ୍କ ଘର ବଗିଚାରେ କବର ଦେଇଥିଲେ। ଏହାପରେ ୨୦୧୬ ଜାନୁୟାରୀ ୨୩ରେ ସେ ଆକାଂକ୍ଷାଙ୍କୁ ହତ୍ୟା କରି ଘରେ କବର ଦେଇଥିଲେ। ସମ୍ପର୍କୀୟଙ୍କୁ ମାତା ପିତା ଆମେରିକାରେ ଥିବା କହି ଭୂଆଁ ବୁଲାଉଥିଲେ। ସେହିପରି ଆକାଂକ୍ଷାଙ୍କ ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ୍‌ ବ୍ୟବହାର କରି ବନ୍ଧୁମାନଙ୍କ ସହିତ ଚାଟ୍‌ କରି ଆମେରିକାରେ ଥିବା ସୂଚନା ଦେଉଥିଲେ। ତେବେ ଶେଷରେ ତାଙ୍କୁ ୨୦୧୭ ଫେବୃୟାରୀ ୨ରେ ପୋଲିସ ଗିରଫ କରିଥିଲା। ପଚରା ଉଚରା ସମୟରେ ସେ ସତ ପ୍ରକାଶ କରିଥିଲେ। ମାତାପିତାଙ୍କୁ ହତ୍ୟା କରି ପେନ୍‌ସନ୍‌ ମଧ୍ୟ ଡ୍ର କରୁଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ମଡେଲଙ୍କୁ ଛୁରିଭୁସି ହତ୍ୟା

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀର ତିଲକନଗର ଅଧୀନ ନ୍ୟୁ ମହାବୀରନଗର ଅଞ୍ଚଳରେ ଏକ ଭଡ଼ାଘରେ ଜଣେ ୨୧ ବର୍ଷୀୟା ଛାତ୍ରୀ ତଥା ମଡେଲଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ମୁସ୍କାନ ନାମ୍ନୀ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri