ଟ୍ରମ୍ପ ବୁଝନ୍ତି ନାହିଁ ରାଷ୍ଟ୍ରପତି ପଦର ଅର୍ଥ: କମଳା-ବିଡେନ

ଓ୍ବାଶିଂଟନ,୨୯।୮: ଆମେରିକାରେ ଆସନ୍ତା ନଭେମ୍ବରରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଡେମୋକ୍ରାଟିକ ଓ ରିପବ୍ଲିକ ପାର୍ଟିର ପ୍ରାର୍ଥୀ ଜଣେ ଅନ୍ୟ ଜଣଙ୍କୁ ଟାର୍ଗେଟ କରିଛନ୍ତି। ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀଜୋ ବିଡେନ ଓ କମଳା ହାରିସ ରିପବ୍ଲିକ ପାର୍ଟିର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଟାର୍ଗେଟ କରିଛନ୍ତି। ଏମାନେ କହିଛନ୍ତି ଟ୍ରମ୍ପ ରାଷ୍ଟ୍ରପତି ପଦର ଅର୍ଥ ବୁଝନ୍ତି ନାହିଁ। ବିଡେନ ଆମେରିକାରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ନେଇ ଟ୍ରମ୍ପଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଠିକ୍‌ ସମୟରେ ଟ୍ରମ୍ପ ଠିକ୍‌ ପଦକ୍ଷେପ ନ ନେବାରୁ ଆମରିକାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାସହ ଦେଶରେ ହେଉଥିବା ବିରୋଧ ପ୍ରଦର୍ଶନ ପାଇଁ ମଧ୍ୟ ଟ୍ରମ୍ପ ଦାୟୀ। ଏହାସହ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ସମାନ ଅଭିଯୋଗ ଆଣି କହିଛନ୍ତି ଟ୍ରମ୍ପ ରାଷ୍ଟ୍ରପତି ପଦର ଅର୍ଥ ବୁଝନ୍ତି ନାହିଁ। ବିଡେନ କହିଛନ୍ତି ଆମେରିକାରେ ହେଉଥିବା ହିଂସା କେବଳ ଟ୍ରମ୍ପଙ୍କ ସମୟରେ ହୋଇଛି। ଟ୍ରମ୍ପ କରୋନା ସଂକ୍ରମଣକୁ ନେଇ ବିଶେଷଜ୍ଞଙ୍କ ରାୟ ଗ୍ରହଣ କଲେ ନାହିଁ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେଲେ ନାହିଁ ଯାହାପାଇଁ ଏବେ ଆମକୁ ବହୁ ମୂଲ୍ୟ ଦେବାକୁ ପଡୁଛି। ହଜାର ହଜାର ସଂଖ୍ୟାରେ ଜନତା କରୋନା ସଂକ୍ରମିତ ହୋଇ ଆଖି ବୁଜୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜି-୨୦ ଶିଖର ସମ୍ମିଳନୀ: ସେପ୍ଟେମ୍ବରରେ ପୁଟିନଙ୍କ ଭାରତ ଗସ୍ତ ଆଶଙ୍କା ମଧ୍ୟରେ…

ମସ୍କୋ,୩୦।୭ : ଭାରତ ଚଳିତ ୨୦୨୩ ବର୍ଷ ସେପ୍ଟେମ୍ବରରେ ଜି-୨୦ ଶିଖର ସମ୍ମିଳନୀ ଦିଲ୍ଲୀରେ ଆୟୋଜନ କରୁଛି। ଏହି ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଗ୍ଲୋଡେନ ଗ୍ଲୋବ ରେସ ଜିତି ଇତିହାସ ରଚିଲେ ଅଭିଳାଷ…

ପ୍ୟାରିସ,୨୯।୪ : ଭାରତୀୟ ନୌସେନାର ପୂର୍ବତନ କମାଣ୍ଡର ଅଭିଳାଷ ଟମି ଗୋଲଡେନ ଗ୍ଲୋବ ରେସରେ ଜିତି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ଦୁନିଆର ସବୁଠାରୁ...

ବ୍ରାଜିଲରେ ହିଂସାର ଗୋଟିଏ ଦିନ ପରେ ବିଗିଡିଲା ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା, ଆମେରିକା ହସ୍ପିଟାଲରେ ଭର୍ତ୍ତି

ବ୍ରାସିଲିଆ,୧୦ ।୧: ବ୍ରାଜିଲର ଧୁର-ଦକ୍ଷିଣପନ୍ଥୀ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଆମେରିକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବତନ...

ମାଇକୋପ୍ଲାଜମା ଜେନିଟାଲିୟମ ସୁପରବଗ୍‌ ଜାଲରେ ପୃଥିବୀ, ଅଧାରୁ ଅଧିକ ଜନସଂଖ୍ୟା ହରାଉଛନ୍ତି ପ୍ରଜନନ କ୍ଷମତା…

ନୂଆଦିଲ୍ଲୀ,୧୨।୧୦ : ସୁପରବଗ ଯଥା ବ୍ୟାକ୍ଟେରିଆର ଏକ ରୂପ, ଯାହା ବେଳେବେଳେ ଏତେ ବିପଜ୍ଜନକ ହୋଇଯାଇଥାଏ ଯେ ଏହା ମନୁଷ୍ୟର ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ।...

ବାଇଡେନଙ୍କ ଘରୁ ତଥା କାର୍ଯ୍ୟାଳୟରୁ ମିଳିଥିବା ଗୁପ୍ତ ତଥ୍ୟର ଯାଞ୍ଚ ପାଇଁ ବିଶେଷ ଓକିଲ ନିଯୁକ୍ତ

ୱାଶିଂଟନ,୧୩ ।୧: ଆମେରିକାର ଆଟର୍ନି ଜେନରାଲ ମେରିକ ଗାରଲ୍ୟାଣ୍ଡ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରୋଇ କାର୍ଯ୍ୟାଳୟ ଓ ଘରୁ ମିଳିଥିବା ଗୋପନୀୟ ତଥ୍ୟର ଯାଞ୍ଚ...

ଇମ୍ରାନଙ୍କ ଗିରଫ ନେଇ ଆମେରିକାର ପ୍ରତିକ୍ରିୟା: ଆଇନର କରାଯାଉ ପାଳନ…

ଓ୍ବାଶିଂଟନ,୧୦।୫ : ମଙ୍ଗଳବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଏହା ପରେ ଇମ୍ରାନ ଖାନଙ୍କ ସମର୍ଥକମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି।...

ଅନ୍ୟ ଦେଶ ଉପରେ ଆକ୍ରମଣ ଲାଗି ଆଫଗାନିସ୍ତାନର ମାଟିକୁ ବ୍ୟବହାର କରାଯିବ ନାହିଁ…

କାବୁଲ, ୭।୭ : ତାଲିବାନର ସର୍ବୋଚ୍ଚ ନେତା ମୁଲ୍ଲା ହୈବାତୁଲ୍ଲା ଆଖୁନ୍ଦଜାଦା କହିଛନ୍ତି ଯେ ଆଫଗାନିସ୍ତାନର ମାଟି ଅନ୍ୟ ଦେଶ ଉପରେ ଆକ୍ରମଣ ପାଇଁ ବ୍ୟବହାର...

ଏସ୍‌ସିଏସ୍‌ରେ ଚାଇନାର କ୍ଷେପଣାସ୍ତ୍ର ମାଡ଼

ଓ୍ବାଶିଂଟନ, ୨୮।୮(ଆଇଏଏନ୍‌ଏସ୍‌):ଆମେରିକା ଓ ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ସଦସ୍ୟ ଦକ୍ଷିଣ ଚାଇନା ସାଗରର ସାମରିକୀକରଣ ଲାଗି ଚାଇନା ସରକାରୀ ସଦସ୍ୟମାନଙ୍କୁ ଦାୟୀ...

Advertisement
Archives

Model This Week