ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଗାଈ ପହ୍ଲଙ୍କୁ ଘଉଡ଼ାଉଛନ୍ତି। ପରେ ସେ ଏକ ଗାଈକୁ ବାଡ଼ାଉଥିବା ବେଳେ ବାଛୁରୀ ଆସି ତାଙ୍କୁ ନାତ ମାରିଛି। ଫଳରେ ବ୍ୟକ୍ତି ଜଣକ ତଳେ ପଡ଼ିଯାଇଛନ୍ତି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
What goes around,
Does come around 🙏 pic.twitter.com/h9An5cCXn1— Susanta Nanda IFS (@susantananda3) August 29, 2020