ରାଜ୍ୟରେ ପୁଣି ୩୪୩ କରୋନା ପଜିଟିଭ୍ ଚିହ୍ନଟ, ୫ ମୃତ
ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୩୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୭ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୪୬ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍…
ବିପ୍ଳବଙ୍କୁ ଭାଜପା ହାଇକମାଣ୍ଡଙ୍କ ଲାଲ୍ ସଙ୍କେତ: ରାଲି ରଦ୍ଦ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୦।୧୨: ତ୍ରିପୁରାରେ ଶାସକ ଭାଜପାରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ଡିସେମ୍ବର ୧୩ ରଖି ଶକ୍ତି ପ୍ରଦର୍ଶନ ପାଇଁ ବିପ୍ଳବ ଏକ ରାଲି ଆୟୋଜନ କରିବାକୁ ଯୋଜନା କରିଥିଲେ।…
ସାଇକେଲ ଚଲାଇ ୨୦୦୦ କିଲୋମିଟର ନର୍ମଦା ପରିକ୍ରମାରେ ବାହାରିଲେ ୧୨ ବୃଦ୍ଧ
ଭୋପାଳ,୧୦ା୧୨: ନର୍ମଦା ନଦୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସମସ୍ତଙ୍କର ଦାୟିତ୍ୱ। ଏହି ବାର୍ତ୍ତା ନେଇ ନାସିକ୍ରୁ ୧୨ ଜଣ ବୃଦ୍ଧ ସୋମବାର ଓଁକାରେଶ୍ୱରରୁ ମା’ ନର୍ମଦାଙ୍କ ପରିକ୍ରମା ପାଇଁ ୨୦୦୦ କିଲୋମିଟର ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଦଳରେ ଅଧିକାଂଶ…
ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଦେବୁଙ୍କ ପରଲୋକ
ମୁମ୍ବାଇ,୧୦।୧୨: କଥକ ଏବଂ କଥକଲୀକୁୁ ମିଶାଇ ଏକ ନୂତନ ନୃତ୍ୟ ସୃଷ୍ଟି କରିଥିବା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓସ୍ତାଦ ଦେବୁଙ୍କର ଦେହାନ୍ତ ହୋଇଛି। ଗୁରୁବାର ସକାଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଦେବୁଙ୍କୁ ୭୩ ବର୍ଷ ବୟସ…
ଇମ୍ରାନ୍ଙ୍କ ମନରେ ଭୟ: ଅନ୍ନଦାତାଙ୍କ ଆନ୍ଦୋଳନରୁ ଧ୍ୟାନ ହଟାଇବା ଲାଗି ସର୍ଜିକାଲ ଷ୍ଟ୍ରାଇକ୍ କରିପାରନ୍ତି ମୋଦି
ଇସଲାମାବାଦ୍,୧୦।୧୨: କୃଷି ଆଇନକୁ ନେଇ ଭାରତବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ତେବେ ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ମନରେ ଭୟ ସୃଷ୍ଟି ହୋଇଛି। ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଉପରେ ସର୍ଜିକାଲ…
୧୧ ଦ୍ୱୀପପୁଞ୍ଜରେ ବିଛାଯିବ ଅପ୍ଟିକାଲ ଫାଇବର
ନୂଆଦିଲ୍ଲୀ,୧୦ା୧୨: ଦେଶର ସବୁ ସ୍ଥାନରେ ସହଜରେ ଇଣ୍ଟରନେଟ ଆକ୍ସେସ ପାଇଁ ବୁଧବାର କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାର୍ବଜନୀନ ଓ୍ବାଇ-ଫାଇ ଆକ୍ସେସ ଇଣ୍ଟରଫେସ ବା ପିଏମ୍ ବାଣୀକୁ ମଞ୍ଜୁରୀ ମିଳିଛି। ଏହି…
୩ ଡିଗ୍ରୀ ବଢ଼ିପାରେ ବିଶ୍ୱ ତାପମାତ୍ରା
ନାଇରୋବି, ୧୦ା୧୨: କରୋନା ଯୋଗୁ ବିଶ୍ୱବ୍ୟାପୀ ଲକଡାଉନ ପ୍ରଭାବରେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସସାଇଡ ମାତ୍ରା ହ୍ରାସ ପାଇଥିଲେ ହେଁ ଏବେ ଏହାର ସ୍ତର ବଢ଼ୁଛି। ଚଳିତ ଶତାବ୍ଦୀରେ ସମଗ୍ର ବିଶ୍ୱର ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିଯାଇପାରେ ବୋଲି ଜାତିସଂଘ ପରିବେଶ…
୧୨ରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି
ପୁରୀ ଅଫିସ,୧୦ା୧୨:ଶ୍ରୀମନ୍ଦିର ଦ୍ୱାର କେବେ ଖୋଲିବ ତାହାକୁ ଉତ୍କଣ୍ଠାର ସହିତ ସମସ୍ତେ ଚାହିଁବସିଛନ୍ତି। ରାଜ୍ୟବାସୀଙ୍କ ଭାବାବେଗ ସହିତ ଜଡ଼ିତ ଏହି ପ୍ରସଙ୍ଗ ବର୍ତ୍ତମାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପାଲଟିଛି। କାରଣ କରୋନା କଟକଣା ପାଇଁ ଦୀର୍ଘ ୯ମାସ ହେଲା ମହାପ୍ରଭୁଙ୍କ ଦର୍ଶନ ବନ୍ଦ…
କର୍ନାଟକ ଆଣିଲା ଗୋହତ୍ୟା ନିରୋଧୀ ଆଇନ
ବେଙ୍ଗାଲୁରୁ,୧୦ା୧୨(ଆଇଏଏନ୍ଏସ୍): ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ଭାଜପା ଶାସିତ କର୍ନାଟକ ବିଧାନସଭାରେ ବୁଧବାର ଗୋହତ୍ୟା ନିରୋଧୀ ବିଲ୍ ଗୃହୀତ ହୋଇଛି। ୟେଦୁରପ୍ପା ସରକାରଙ୍କ ପକ୍ଷରୁ ଗୃହରେ କର୍ନାଟକ ଗୋହତ୍ୟା ନିବାରଣ ଓ ଗୋରୁ ସଂରକ୍ଷଣ ବିଲ୍,୨୦୨୦ ଆଗତ କରାଯାଇଥିଲା।…
‘କୃଷି ଆଇନ ଅଗଣତାନ୍ତ୍ରିକ’
ନୂଆଦିଲ୍ଲୀ,୧୦ା୧୨(ପି.ଟି): କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ବୁଧବାର ଚାଷୀ ଆନ୍ଦୋଳନ ଚତୁର୍ଦ୍ଦଶ ଦିନରେ ପହଞ୍ଚତ୍ଥିବାବେଳେ ବିରୋଧୀ ଦଳ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି ୩ ବିବାଦୀୟ ଆଇନକୁ ସମ୍ପୂର୍ଣ୍ଣ ଭାବେ ହଟାଯାଉ…
ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଚୋରି
କୋଣାର୍କ,୧୦ା୧୨(ଡି.ଏନ୍.ଏ.):କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ପୂର୍ବ ପାର୍ଶ୍ୱ ବାଲିବନ୍ତଠାରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ତେବେ ଏହି ଚୋରି ଆଉ କେହି ନୁହେଁ ଖୋଦ୍ ଏଏସ୍ଆଇ ଅଧିକାରୀଙ୍କ ନିର୍ଦ୍ଦେଶରେ ହେଉଥିବା କୋଣାର୍କର ୨ଟି ସଂଘ ଏହି ଅଭିଯୋଗ ଆଣିଛନ୍ତି। ତେବେ…
ପ୍ରଥମ ଦିନରେ ୨୨ କଟେଜରେ ପର୍ଯ୍ୟଟକ
କୋଣାର୍କ,୧୦ା୧୨(ଡି.ଏନ୍.ଏ.):ଓଡ଼ିଶାର ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପର୍ଯ୍ୟଟକଙ୍କୁ ଆଡ୍ଭେଞ୍ଚର ସ୍ପୋର୍ଟସ, ମନୋରଞ୍ଜନ ଆଦିର ଭିନ୍ନ ଅନୁଭବ ଦେବାକୁ ବୁଧବାରଠାରୁ ଆରମ୍ଭ ହୋଇଛି ‘ଇକୋ ରିଟ୍ରିଟ୍’। ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ୫ଟି ସ୍ଥାନରେ ଆୟୋଜିତ ଏହି ଫେଷ୍ଟିଭାଲକୁ ମୁଖ୍ୟମନ୍ତ୍ରୀ ନବୀନ…
Archives


