ଇଟାଓ୍ବା ଜେଲରେ କରୋନା ଆତଙ୍କ: ୩୦ କଏଦୀ ଆକ୍ରାନ୍ତ

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଜେଲ୍‌ରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଜେଲ୍‌ର ୩୦ ଜଣ କଏଦୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଯୋଗୁ ପୋଲିସ ବାହିନୀ ସମେତ ଅନ୍ୟ ସୁରକ୍ଷାକର୍ମୀ ବିଭିନ୍ନ ଅଞ୍ଚଳରେ ମୁତୟନ ହୋଇଛନ୍ତି। ତେଣୁ ସୁରକ୍ଷାକର୍ମୀଙ୍କ ଅଭାବ ଯୋଗୁ ଆକ୍ରାନ୍ତ କଏଦୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇ ପାରିନାହିଁ। ଜେଲରେ ଅଲଗା ରଖାଯାଇ ଚିକିତ୍ସା କରାଯାଉଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଇଟାଓ୍ବା ଜେଲ୍‌ର କ୍ଷମତା ୭୦୦ ଥିବାବେଳେ ଏଠାରେ ୧୭୦୦ କଏଦୀଙ୍କୁ ରଖାଯାଇଛି। ଏବେ କରୋନା ସଂକ୍ରମଣ ହୋଇଥିବାରୁ ଅନ୍ୟ କଏଦୀଙ୍କୁ କିଭଳି ଦୂରେଇ ରଖାଯିବ ସେ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେଲେ ପତ୍ନୀ ହେମା ମାଳିନୀ

ନୂଆଦିଲ୍ଲୀ,୨୫।୫: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେମା ମାଲିନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।  …

SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୫।୫: ରାଜ୍ୟ ମୁଖ୍ୟ ନିର୍ବାଚନ ମୁଖ୍ୟ ଅଧିକାରୀ(CEO) ସୋମବାର SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟରେ ବଢୁଥିବା ହିଟ ୱେଭ୍‌କୁ ଦୃଷ୍ଟିରେଖ CEO ମଧ୍ୟାହ୍ନ…

ସାବଧାନ ବଲାଙ୍ଗୀରବାସୀ! ପାଣିପାଗ କେନ୍ଦ୍ର ଜାରି କଲା ଚେତାବନୀ, ୪ ଦିନ ଯାଏ…

ବଲାଙ୍ଗୀର,୨୫।୫(ସୁନୀଲ କୁମାର ମହାନ୍ତି): ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟଓ୍ବେଭ୍‌ ପାଇଁ…

ବଢୁଛି ବିଜୟ ଥଲାପତିଙ୍କ ଶକ୍ତି: ୩ AIDMK ବିଧାୟକ ଦଳ ଛାଡି TVKରେ ସାମିଲ

ଚେନ୍ନାଇ,୨୫।୫: ତାମିଲନାଡୁରେ AIADMKର ତିନି ଜଣ ବିଦ୍ରୋହୀ ବିଧାୟକ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ତିନି ଜଣ ବିଧାୟକ ସି.ଭି. ଶାନମୁଗମ ଏବଂ ଏସ.ପି. ଭେଲୁମଣିଙ୍କ ନେତୃତ୍ୱାଧୀନ…

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ଗର୍ଲଫ୍ରେଣ୍ଡ ରୁମରେ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ, ବିବାହର ୩ ମାସ ପରେ…

ଚଣ୍ଡିଗଡ, ୨୫।୫: ହରିୟାଣାର ଗୁରୁଗ୍ରାମର ମାନେସରରୁ ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ନବବିବାହିତା ମହିଳାଙ୍କୁ ତାଙ୍କ ବିବାହର ମାତ୍ର ତିନି…

ଗୁଲମାର୍ଗରେ ଅଟକିଲା ରୋପଓ୍ବେ; ଫସିଲେ ୩୦୦ ପର୍ଯ୍ୟଟକ, ଆଉ ତାପରେ…

ଶ୍ରୀନଗର,୨୫।୫: ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଗୁଲମାର୍ଗ ଗୋଣ୍ଡୋଲାରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଶହ ଶହ ପର୍ଯ୍ୟଟକ ଫସି ରହିଛନ୍ତି । ଖବର ଲେଖାଯିବା ସୁଦ୍ଧା…

ଆଉ ପାଦେ ଆଗକୁ ବଢିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର: ଏଣିକି ପର୍ଯ୍ୟଟଙ୍କୁ ମିଳିବ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି। ରାଜ୍ୟ ପର୍ଯ୍ୟଟନ ବିଭାଗର ମାନଚିତ୍ରରେ ରହିଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri