ଶ୍ୱଶୁରଘର ଗାଁରେ ଜ୍ୱାଇଁଙ୍କୁ ହତ୍ୟା, ଦୁଇ ଶଳା ଅଟକ

ପରଜଙ୍ଗ,୭।୪(ଡି.ଏନ୍‌.ଏ): ଶ୍ୱଶୁରଘର ଗାଁରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଖଇରପଶି ଗ୍ରାମରେ। ବିଲ ମଝିରୁ ଯୁବକଙ୍କ ମୃତଦେହ ମଙ୍ଗଳବାର ସାରେ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଉଛନ୍ତି ତାଳଚେର ଥାନା ହାଣ୍ଡିଧୂଆ ଅଞ୍ଚଳର ମିଥୁନ ବେହେରା (୩୦)।
ସୂଚନାଯୋଗ୍ୟ, ମିଥୁନ ଦୁଇ ବର୍ଷ ହେବ ତାଙ୍କ ସ୍ତ୍ରୀଙ୍କ ସହ ଶ୍ୱଶୁରଘର ଖଇରପଶିରେ ରହି ଆସୁଥିଲେ। ତେବେ ଶ୍ୱଶୁରଘର ଲୋକେ ମିଶି ତାଙ୍କୁ ହତ୍ୟା କରିଥିବା ମିଥୁନଙ୍କ ମା’ ଝରି ବେହେରା ପରଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ସ୍ତ୍ରୀ ଲକ୍ଷ୍ମୀ ବେହେରା, ଶାଶୁ ଅଖରୀ ବେହେରା, ଶଳା ବୁଲୁ ବେହେରା ଓ ନବ ବେହେରାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ପରଜଙ୍ଗ ଥାନାଧିକାରୀ ସୌଭାଗ୍ୟ ସ୍ବାଇଁ, ଏସ୍‌ଆଇ ସସ୍ମିତା ପାଲ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ପାରିବାରିକ କଳହକୁ ନେଇ ଦୁଇଦିନ ହେଲା ମିଥୁନ ନିଖୋଜ ଥିବା ବେଳେ ଅନ୍ୟ କେହି ତାଙ୍କୁ ମାରିଦେଇଥିବା ମିଥୁନଙ୍କ ସ୍ତ୍ରୀ କହିଛନ୍ତି। ଏସଂକ୍ରାନ୍ତରେ ପରଜଙ୍ଗ ଥାନାରେ ୧୩୧/୨୧ରେ ମାମଲା ରୁଜୁ ହୋଇଛି । ମୃତକଙ୍କ ଦୁଇ ଶଳାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଥ ନିର୍ମାଣ ନେଇ ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୩ ଗୁରୁତର: ୫ ଗିରଫ

ଆସିକା,୨।୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ସୁମନ୍ତପଲ୍ଲୀ ଗ୍ରାମରେ ଶନିବାର ବିଳମ୍ବତ ରାତିରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ଉକ୍ତ ଗ୍ରାମର ଗୋଟିଏ ପରିବାରର...

ବଜ୍ରପାତରେ ଜଳିଗଲା ଧାନ ଗଦା, ଚାଷୀଙ୍କୁ ସହାୟତା ଦାବି

ଗଞ୍ଜାମ,୩।୫(ଡି.ଏନ୍‌.ଏ): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅଧୀନ ସାନ ରାମଚନ୍ଦ୍ରପୁର ଗାଁରେ ବଜ୍ରପାତ ଘଟି ଧାନଗଦା ସହ ଏକ ପାଳଗଦା ପୋଡି ପାଉଁଶ ହୋଇଯାଇଛି। ମିଳିଥିବା...

ସରିଲା ଗ୍ରାମଦେବୀ ଠାକୁରାଣୀଙ୍କ ଘଟଯାତ୍ରା

ପଟ୍ଟାଙ୍ଗୀ,୧୨।୫(ଡି.ଏନ.ଏ): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ଦେବୀ ମାଁ ଗାଙ୍ଗମାଙ୍କ ନବରାତ୍ର ଘଟ ଯାତ୍ରା ଶେଷ ହୋଇଛି। ବୁଧବାର ମା’ ଅସ୍ଥାୟୀ ମଣ୍ଡପରୁ...

ଛତିଶଗଡ଼, ଓଡ଼ିଶା ବିରୋଧରେ ଅଭିଯୋଗ

ସମ୍ବଲପୁର,୬।୧୧(ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ବିସ୍ଥାପିତଙ୍କ ଥଇଥାନ ଓ ପୁନର୍ବାସ ସମସ୍ୟା ଉପରେ ଏନ୍‌ଏଚ୍‌ଆର୍‌ସିରେ ଦାଖଲ ହୋଇଥିବା ସତ୍ୟପାଠରେ ଭୁଲ ତଥ୍ୟ ରହିଛି। ଓଡ଼ିଶା ଓ...

ବାଙ୍କସାହି ରେବ ସେତୁ ପାଇଁ ଅର୍ଥ ମଞ୍ଜୁର

ଧାମନଗର,୨୩ା୩(ଡି.ଏନ.ଏ): ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଭଦ୍ରକ ଜିଲା ଧାମନଗର ବ୍ଲକ୍‌ କୋଠାର ପଞ୍ଚାୟତର ବାଙ୍କସାହି ରେବ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର...

ବାଘଛାଲ ଶିକାର ଘଟଣା: ଜଣଙ୍କୁ ଉଠାଇନେଲେ ବନ କର୍ମଚାରୀ

ନୟାଗଡ଼ ଅଫିସ/ରଣପୁର(ସ୍ବ.ପ୍ର.),୧୭ା୬: ବାଘ ଶିକାରରେ ସମ୍ପୃକ୍ତି ଅଭିଯୋଗରେ ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜର ବନ କର୍ମଚାରୀ ଜାମୁଗଣ୍ଡରୁ ଜଣେ ବ୍ୟକ୍ତିଙ୍କୁ ବୁଧବାର ଉଠାଇ ନେଇଛନ୍ତି ।...

୪୮ ଦିନ ପରେ ବ୍ରହ୍ମପୁର ଫେରିଲେ ଶିବାଶିଷ: କହିଲେ ‘ମୁଁ ପୁନର୍ଜନ୍ମ ପାଇଛି’

ବ୍ରହ୍ମପୁର ଅଫିସ, ୧୪।୩- ସମ୍ପ୍ରତି ବିଶ୍ୱରେ ଭୟଙ୍କର କରୋନା ଭାଇରସ୍‌ ଆତଙ୍କ ଜାରି ରହିଥିବା ବେଳେ ଜାପାନ ଜଳଜାହାଜରେ ଫସି ରହିଥିବା ଶିବାଶିଷ ନାୟକ ଫେବୃୟାରୀ...

‘ବିଚାରପତି ପ୍ରଭାବିତ ନ ହେବା ଉଚିତ୍‌’

କଟକ ଅଫିସ,୮।୧: ନବନିଯୁକ୍ତ ୫୦ ଜଣ ସିଭିଲ୍‌ ଜଜ୍‌ଙ୍କ ଶପଥ ଗ୍ରହଣ ଉତ୍ସବ କଟକସ୍ଥିତ ଓଡ଼ିଶା ଜୁଡିସିଆଲ୍‌ ଏକାଡେମୀରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଇକୋର୍ଟ...

Advertisement
Archives

Model This Week