ଶ୍ୱଶୁରଘର ଗାଁରେ ଜ୍ୱାଇଁଙ୍କୁ ହତ୍ୟା, ଦୁଇ ଶଳା ଅଟକ

ପରଜଙ୍ଗ,୭।୪(ଡି.ଏନ୍‌.ଏ): ଶ୍ୱଶୁରଘର ଗାଁରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ଖଇରପଶି ଗ୍ରାମରେ। ବିଲ ମଝିରୁ ଯୁବକଙ୍କ ମୃତଦେହ ମଙ୍ଗଳବାର ସାରେ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଉଛନ୍ତି ତାଳଚେର ଥାନା ହାଣ୍ଡିଧୂଆ ଅଞ୍ଚଳର ମିଥୁନ ବେହେରା (୩୦)।
ସୂଚନାଯୋଗ୍ୟ, ମିଥୁନ ଦୁଇ ବର୍ଷ ହେବ ତାଙ୍କ ସ୍ତ୍ରୀଙ୍କ ସହ ଶ୍ୱଶୁରଘର ଖଇରପଶିରେ ରହି ଆସୁଥିଲେ। ତେବେ ଶ୍ୱଶୁରଘର ଲୋକେ ମିଶି ତାଙ୍କୁ ହତ୍ୟା କରିଥିବା ମିଥୁନଙ୍କ ମା’ ଝରି ବେହେରା ପରଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ସ୍ତ୍ରୀ ଲକ୍ଷ୍ମୀ ବେହେରା, ଶାଶୁ ଅଖରୀ ବେହେରା, ଶଳା ବୁଲୁ ବେହେରା ଓ ନବ ବେହେରାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ପରଜଙ୍ଗ ଥାନାଧିକାରୀ ସୌଭାଗ୍ୟ ସ୍ବାଇଁ, ଏସ୍‌ଆଇ ସସ୍ମିତା ପାଲ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ପାରିବାରିକ କଳହକୁ ନେଇ ଦୁଇଦିନ ହେଲା ମିଥୁନ ନିଖୋଜ ଥିବା ବେଳେ ଅନ୍ୟ କେହି ତାଙ୍କୁ ମାରିଦେଇଥିବା ମିଥୁନଙ୍କ ସ୍ତ୍ରୀ କହିଛନ୍ତି। ଏସଂକ୍ରାନ୍ତରେ ପରଜଙ୍ଗ ଥାନାରେ ୧୩୧/୨୧ରେ ମାମଲା ରୁଜୁ ହୋଇଛି । ମୃତକଙ୍କ ଦୁଇ ଶଳାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ କରାଯାଇଥିବା ଏକ ଉଲ୍ଲେଖର ପ୍ରତିକ୍ରିୟାରେ ସୋସିଆଲ ମିଡିଆରେ ‘ଦିମାଗି ନକ୍ସଲ ପାର୍ଟି’ (ବୌଦ୍ଧିକ ନକ୍ସଲ ପାର୍ଟି)…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ଖବର: ପେଟ୍ରୋଲ-ଡିଜେଲ ଦାମ୍‌…

ନୂଆଦିଲ୍ଲୀ, ୧୮।୮: ଜନସାଧାରଣଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ନୂଆ ଚିନ୍ତାଜନକ ଖବର ଆସୁଛି। Crude Oil ଦରରେ ଲଗାତାର ତୃତୀୟ ଦିନ ପାଇଁ ବୃଦ୍ଧି ଦେଖିବାକୁ…

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri