ଏହି ରାଜ୍ୟରେ ଲାଗୁ ହେଲା ଲକ୍‌ଡାଉନ

ରାୟପୁର,୭।୪: ଛତିଶଗଡ଼ରେ କରୋନା ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୫ଟାରୁ ସୋମବାର ରାତି ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଏପ୍ରିଲ ୧୫ଯାଏ ଛତିଶଗଡ଼କୁ ଯାତାୟତ କରୁଥିବା ସମସ୍ତ ବସ୍‌ ପରିବହନ ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଛି। ଏହାଛଡା ରାଜ୍ୟରେ ମାସ୍କ ପରିଧାନକୁ କଡ଼ାକଡ଼ି କରାଯିବା ସହ ଲୋକଙ୍କୁ ସଚେତନତା ମଧ୍ୟ କରାଯିବ। ଆଉ ଯେଉଁମାନେ ଏହି ନିୟମର ଉଲ୍ଲଂଘନ କରିବେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୂପେଶ ବଘେଲ କହିଛନ୍ତି। ସୂଚନା ମୁତାବକ ଚଳିତ ବର୍ଷ ଛତିଶଗଡ଼ରେ ଅତ୍ୟଧିକ କରୋନା ମାମଲା ସାମ୍ନାକୁ ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୯,୯୨୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୫୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ତେବେ ରାୟପୁରରୁ ସର୍ବାଧିକ ସଂକ୍ରମିତ ସଂଖ୍ୟା ୧୫୦୦ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ହଜାର ଦିଆସିଲି ଖୋଳରେ ତିଆରି ହେଲା ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତି

ଗାନ୍ଧିନଗର,୧୫।୭: ଗୁଜରାଟ ବଦୋଦରାରେ ଜଣେ ବ୍ୟକ୍ତି ପାଖାପାଖି ୧୮ ହଜାର ଅଦରକାରୀ ଦିଆସିଲି ଖୋଳରେ ମାହାତ୍ମା ଗାନ୍ଧୀଙ୍କ ଏକ ମୂର୍ତ୍ତି ତିଆରି କରିଥିବା କହିଛନ୍ତି। ଗାନ୍ଧୀଜିଙ୍କ...

ସହଯୋଗ ଭିତ୍ତିରେ ଭୂତାଣୁକୁ ରୋକ

ନୂଆଦିଲ୍ଲୀ,୨୮ା୩: ଭାରତରେ କରୋନା ଭାଇରସ୍‌ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ଏଥିଲାଗି ସମସ୍ତେ ତତ୍ପର। ଆତ୍ମ ସଂଯମ ଓ ସହଯୋଗ ଦ୍ୱାରା ଏହାକୁ ରୋକାଯାଇ...

ସିଏଏ ବିରୋଧ ପ୍ରଦର୍ଶନ ପରେ ପ୍ରଥମଥର ଗୁଆହାଟି ପହଞ୍ଚିଲେ ମୋଦି

ଗୁଆହାଟି, ୭।୨: ଐତିହାସିକ ବୋଡୋ ଏଗ୍ରିମେଣ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଥମଥର ପାଇଁ ଆସାମ ଗସ୍ତ କରିଛନ୍ତି। କୋକରାଝରରେ ପହଞ୍ଚିବା ପରେ ମୋଦିଙ୍କୁ...

କରୋନା ଆକ୍ରାନ୍ତ ହେଲେ ଫୁଟ୍‌ବଲ ଷ୍ଟାର୍‌ ରୋନାଲ୍ଡୋ

ନୂଆଦିଲ୍ଲୀ, ୧୩।୧୦: ପର୍ତ୍ତୁଗାଲର ଷ୍ଟାର୍‌ ଫୁଟ୍‌ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଆକ୍ରାନ୍ତ ହୋଇଛନ୍ତି। ପାଞ୍ଚଥରର ‘ବାଲନ୍‌ ଡି ଅର୍‌’ ପୁରସ୍କାର ବିଜେତା ରୋନାଲ୍ଡୋ କରୋନା...

ଟାଗୋରଙ୍କ ଚୌକିକୁ ଅସମ୍ମାନ କରିଥିବା ଦାବିର ଉତ୍ତର ଦେଲେ ଶାହ

ନୂଆଦିଲ୍ଲୀ, ୯ା୨- ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରବୀନ୍ଦ୍ରନାଥ ଟାଗୋରଙ୍କ ଚୌକିରେ ବସିଥିବା ଲୋକସଭାରେ ଦାବି କରିଥିଲେ କଂଗ୍ରେସ ଦଳର ନେତା...

ପଞ୍ଜାବ କଂଗ୍ରେସରେ କନ୍ଦଳ: ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ଦାବି

ନୂଆଦିଲ୍ଲୀ,୭।୮: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ରାଜ୍ୟସଭାର ୨ କଂଗ୍ରେସ ଏମ୍‌ପି ସ୍ବର ଉତ୍ତୋଳନ କରିଛନ୍ତି। ଏମାନେ ହେଲେ ପ୍ରତାପ ସିଂ ବାଜଓ୍ବା,...

ମୃତ୍ୟୁର ୩୬ ଘଣ୍ଟା ବିତିଗଲାଣି, ବିଶ୍ୱର ସବୁଠୁ ବଡ ପରିବାରର ମୁଖିଆଙ୍କ ଅନ୍ତିମ ସଂସ୍କାର କରୁନାହାନ୍ତି ପରିବାର ଲୋକେ

ଆଇଜୋଲ୍‌,୧୫।୬: ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ମିଜୋରାମର ଜିଓନା ଚାନା ଶେଷନିଃଶ୍ୱାସ ତ୍ୟାଗ କରିବାର ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ତାଙ୍କ...

କରୋନା ସହାୟତା: ନିର୍ମାଣ ଶ୍ରମିକ ପାଇଲେ ୧୫୦୦ଟଙ୍କା

ବିଜେପିର, ୧୧।୪(ଡି.ଏନ୍‌.ଏ.): କରୋନା କଟକଣା ପାଇଁ ଲକ୍‌ଡାଉନ ଜାରି ରହିଛି। ତେଣୁ ନିର୍ମାଣ ଶ୍ରମିକମାନେ ହାତ ବାନ୍ଧି ଘରେ ବସି ରହିବାକୁ ବାଧ୍ୟ ହେଉଛନ୍ତି। ଏନେଇ...

Advertisement


Archives

Model This Week

Why Dharitri