ଫିଲ୍ମରେ ଜିତେନ୍ଦ୍ର କାହିଁକି ପିନ୍ଧନ୍ତି ଧଳା ପୋଷାକ-ଜୋତା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜିତେନ୍ଦ୍ର ହେଉଛନ୍ତି ଜଣେ ଶ୍ରେଷ୍ଠ ଅଭିନେତା। ୬୦ରୁ ୭୦ ଦଶକରେ ସେ ବଲିଉଡ୍‌ରେ ରାଜ୍‌ କରୁଥିଲେ। ଆଜି ହେଉଛି ତାଙ୍କର ୭୯ ତମ ଜନ୍ମଦିନ। ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ଅନ୍‌ସ୍କ୍ରିନ୍‌ଠାରୁ ଆରମ୍ଭ କରି ଅପ୍‌ସ୍କ୍ରିନ୍‌ ପର୍ଯ୍ୟନ୍ତ ଜିତେନ୍ଦ୍ର ସବୁଥିରେ ଧଳା ରଙ୍ଗର ପୋଷାକ ପିନ୍ଧିଥାନ୍ତି। ଆଜି ବି ଜିତେନ୍ଦ୍ର ଏମିତି ଧଳା ପୋଷାକ ପିନ୍ଧୁଛନ୍ତି। ଏହା ଦେଖି ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ ଜିତେନ୍ଦ୍ର କ’ଣ ପାଇଁ ସବୁବେଳେ ଧଳା ପୋଷାକ ଏବଂ ଧଳା ଜୋତା ପିନ୍ଧୁଛନ୍ତି। କିଛିଦିନ ପୂର୍ବରୁ ଜିତେନ୍ଦ୍ର ଇଣ୍ଡିଆନ ଆଇଡଲ ୧୨ରେ ନଜର ଆସିଥିଲେ। ଏହି ଶୋ’ରେ ତାଙ୍କୁ ପଚରାଯାଇଥିଲା କି ଆପଣ କାହିଁକି ଧଳା ପୋଷାକ ସବୁବେଳେ ପିନ୍ଧନ୍ତି। ଏହାର ଉତ୍ତରରେ ଜିତେନ୍ଦ୍ର କହିଥିଲେ, ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପାଦ ରଖିବା ସମୟରେ କେହି ଫ୍ୟାଶନ ଡିଜାଇନର ନ ଥିଲେ। ତେଣୁ ଅଭିନେତ୍ରୀ ଅଭିନେତାମାନେ ସେତେବେଳେ ନିଜ ପସନ୍ଦରେ କିଛି ବି ପିନ୍ଧି ନେଉଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ଧଳା ପୋଷାକ ପିନ୍ଧିଲେ ଆଉଟ୍‌ଫିଟ୍‌ସ ସ୍ଲିମ୍‌ ଦେଖାଯାଏ ବୋଲି ତାଙ୍କୁ କେହି ଜଣେ କହିଥିଲେ। ଏଥିପାଇଁ ସେ ସବୁବେଳେ ଧଳା ପିନ୍ଧିବା ପାଇଁ ପସନ୍ଦ କରନ୍ତି। ଜିତେନ୍ଦ୍ର ଫିଲ୍ମ ‘ହିମ୍ମତଓ୍ବାଲା’, ତୋହଫା, ଜୁଦାଇ, ନାଗିନ୍‌, ଔଲାଦ, ହାତିମ ଆଦିରେ ଅଭିନୟ କରିଛନ୍ତି। ସେ ଶ୍ରୀଦେବୀ, ଜୟାପ୍ରଦା, ରେଖାଙ୍କ ପରି ଆଗଧାଡ଼ିର ଅଭିନେତ୍ରୀମାନଙ୍କ ସହ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ର ଏହି ଅଭିନେତ୍ରୀ ଅଜବ କାରଣ ଦର୍ଶାଇ ରିଜେକ୍ଟ କରିଥିଲେ ହଲିଉଡ୍‌ର ବଡ଼ ପ୍ରୋଜେକ୍ଟ

ମୁମ୍ବାଇ: ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ହଲିଉଡ୍‌ ଫିଲ୍ମରେ କାମ କରି ବେଶ୍‌ ନାଁ କମାଇଛନ୍ତି। ବେଳେବେଳେ ଏମିତି ହୋଇଛି ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ...

ଫିଲ୍ମ ‘ଅନ୍ତରଙ୍ଗୀ ରେ’ ର ଶୁଟିଂ ଆରମ୍ଭ: ୨୦୨୧ ଭାଲେଣ୍ଟାଇନ୍‌ରେ ରିଲିଜ୍‌ ହେବ

ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌, ଅଭିନେତା ଧନୁଷ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଅନ୍ତରଙ୍ଗୀ ରେ’ ର ଶୁଟିଂ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଯାଇଛି।...

ମାଗାଜିନ୍‌ ପାଇଁ ଫଟୋଶୁଟ୍‌ କଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ହାତରେ ଏବେ ଭଲ ଅଫର ନାହିଁ ବୋଲି ଶୁଣିବାକୁ ମିଳିଛି। ହେଲେ ତାଙ୍କର ଗ୍ଲାମରସ୍‌ ଲୁକ୍‌ ଆଜିବି...

‘ସାରେ ଜହାଁ ସେ ଅଚ୍ଛା’ରେ ଆମିର, ଶାହରୁଖ୍‌

ମୁମ୍ବାଇ: ସୁପରଷ୍ଟାର ଆମିର ଖାନ୍‌ ଏବଂ ଶାହରୁଖ୍‌ ଖାନ୍‌ ‘ସାରେ ଜହାଁ ସେ ଅଚ୍ଛା’ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହୀ ଥିବା ପ୍ରଯୋଜନା ସୂତ୍ରରୁ ଜାଣିବାକୁ...

ନିଆରା ହସ ପାଇଁ ଏହି ଅଭିନେତ୍ରୀଙ୍କୁ ମିଳିଲା ସବୁଠୁ ବଡ଼ ସମ୍ମାନ

ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ ରେ ନିଜର ହସ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣିଥରେ କୋଟି କୋଟି ଲୋକଙ୍କ ହୃଦୟ...

ବିଗ୍‌ ବିଙ୍କ ପୁଅ ହୋଇ ବି କରିଥିଲେ ସଂଘର୍ଷ…

ମୁମ୍ବାଇ,୫।୨: ବଲିଉଡ ଷ୍ଟାର ଅଭିଷେକ ବଚ୍ଚନଙ୍କୁ ଶୁକ୍ରବାର ୪୫ ବର୍ଷ ପୂରଣ ହୋଇଛି। ରେ ପଦାର୍ପଣ କରିଛନ୍ତି। ୧୯୭୬ ଫେବୃୟାରୀ ୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ...

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ସୁନ୍ଦରୀ ଏମ୍‌ପି

ଚଳିତବର୍ଷ ସାଧାରଣ ନିର୍ବାଚନ ରଣାଙ୍ଗନରେ ବାଜି ମାରି ନେଇଥିବା ଜଣେ ଅଭିନେତ୍ରୀ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ସୁନ୍ଦରୀ...

ଲକ୍‌ଡାଉନ୍‌ରେ ଘରେ ବସି ବୃଦ୍ଧା ହୋଇଗଲେ ଶିଳ୍ପା ଶେଟ୍ଟୀ

କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି।...

Seven Jackpot
Advertisement


Archives

Model This Week

Why Dharitri