ପୋତାଗଡ଼ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ତହସିଲଦାର
ଗଞ୍ଜାମ,୯।୩(ଡି.ଏନ୍.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାର୍ଯ୍ୟ ଜୋରଦାରରେ ଚାଲିଛି l ମଙ୍ଗଳବାର ତହସିଲଦାର ଅରୁଣ କୁମାର ନାୟକ ପୋତାଗଡ଼ ଗ୍ରସ୍ତ କରି ଚାଲିଥିବା କାର୍ଯ୍ୟ ସମୀକ୍ଷା କରିଛନ୍ତି। ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତରେ ପୋତାଗଡ଼ କାର୍ଯ୍ୟ ଚାଲିଛି।…
ସଞ୍ଜୟ ଲିଲା ଭଂସାଲି କରୋନା ପଜିଟିଭ୍
ମୁମ୍ବାଇ,୯।୩: ବଲିଉଡ୍ର ଖ୍ୟାତି ସମ୍ପନ୍ନ ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ଭଂସାଲିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସେ ଗଙ୍ଗୁବାଈ କାଠିଆଓ୍ବାଡ଼ି ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ। ତେବେ ଏବେ ଫିଲ୍ମ ଶୁଟିଂ ହେବା ନେଇ ଆଶଙ୍କା ସୃଷ୍ଟି…
ଜାଗର ପାଇଁ କଟକଣା: ମନ୍ଦିର ଭିତରେ ବାହାରେ ହେବନି ଗହଳି
ଭୁବନେଶ୍ୱର, ୯।୩(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା କୋପ ଆରମ୍ଭ ହୋଇଯାଇଥିବା ବେଳେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଆଉ ମାତ୍ର ଦିନକ ପରେ ଜାଗର । ଏଥିନିମନ୍ତେ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଏଥର…
ଜୀବନସାଥି ବିଦେଶି ହୋଇଥିଲେ ମିଳିବ ନାହିଁ କରୋନା ଟିକା
ଇସ୍ଲାମାବାଦ,୯ ।୩: ପାକିସ୍ତାନରେ ବୁଧବାର ଅର୍ଥାତ୍ ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ଏଥିରେ କିନ୍ତୁ ସେହି ବରିଷ୍ଠ ନାଗରିକଙ୍କୁ ସାମିଲ କରାଯାଇ ନାହିଁ ଯେଉଁମାନେ ପାକିସ୍ତାନୀ ଅରିଜିନ୍ କାର୍ଡ ହୋଲଡର । ସରକାର ଏମାନଙ୍କୁ…
ରାଜ୍ୟରେ ୫୭ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୯।୩(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୩ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା…
ଗାର୍ଡେନିଂ କରୁଥିଲେ…
ଗାର୍ଡେନିଂ କରିବା ପାଇଁ ଅଧିକାଂଶ ମହିଳାଙ୍କୁ ଭଲ ଲାଗିଥାଏ। ସେଥିପାଇଁ କିଏ କିଚେନ୍ ଗାର୍ଡେନ କରନ୍ତି ତ କିଏ ବିଭିନ୍ନ ପ୍ରକାରର ଫୁଲ ଗଛ ସବୁ ଲଗାଇଥାନ୍ତି। ତେବେ ବାଡିବଗିଚା କିମ୍ବା କୁଣ୍ଡରେ ଗଛ ଲଗାଇଥିଲେ ସେସବୁର କିଭଳି ଯତ୍ନ ନେବେ…
୧୨ରୁ ବଜେଟ ଅଧିବେଶନ, ନେଗେଟିଭ ରିପୋର୍ଟ ଥିଲେ ହିଁ ମିଳିବ ପ୍ରବେଶ ଅନୁମତି
ଭୁବନେଶ୍ୱର, ୯।୩(ବ୍ୟୁରୋ): ଆସନ୍ତା ୧୨ ତାରିଖରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏଥର ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର କୋଭିଡ୍ ଟେଷ୍ଟ ହେବ। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର…
ଫ୍ୟାଶନ ଟିପ୍ସ
ଋତୁ ଅନୁସାରେ ସବୁବେଳେ ଫ୍ୟାଶନ ଟ୍ରେଣ୍ଡ ବି ବଦଳିଥାଏ। ଏବେ ଖରାଦିନ ଆସିଯାଇଥିବାରୁ ଫ୍ୟାଶନ ଟ୍ରେଣ୍ଡରେ ଅପଡେଟ୍ ରହିବାପାଇଁ ଜାଣି ରଖନ୍ତୁ କିଛି ଟିପ୍ସ.. ସମର ଫ୍ୟାଶନରେ ଫ୍ଲୋରାଲ ପ୍ରିଣ୍ଟର ଚାହିଦା ବହୁତ ରହିଥାଏ। ତେଣୁ ବାହାରକୁ ଯାଉଥିଲେ କିମ୍ବା କୌଣସି…
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ
ସୁନ୍ଦରଗଡ଼,୯।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକଙ୍କ ବାସଭବନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏକ କାଳୀନ ପର୍ଶୁରାମଙ୍କ ସୁନ୍ଦରଗଡ଼ସ୍ଥିତ ବାସଭବନ ସମେତ ଭୁବନେଶ୍ୱର ଫ୍ଲାଟ୍ , ଲେସିପଡ଼ା ବ୍ଲକରେ ଥିବା…
ହୋମ କ୍ୱାରାଣ୍ଟାଇନରେ ରଣବୀର
ମୁମ୍ବାଇ,୯ ।୩: ବଲିଉଡ୍ ନାୟକ ରଣବୀର କପୁର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ରଣବୀରଙ୍କ ମା’ ତଥା ବଲିଉଡ୍ ଅଭିନେତ୍ରୀ ନିତୁ କପୁର ସୋସିଆଲ ମିଡିଆ ଜରିଆରେ ଏହି ଖବର ଦେଇଛନ୍ତି । ନିତୁ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ରଣବୀର…
ଚେନ୍ନାଇକୁ ଲାଗିବ ବଡ଼ ଝଟ୍କା
ବିଶ୍ୱର ସର୍ବବୃହତ କ୍ରିକେଟ ଲିଗ ଆଇପିଏଲର ୧୪ତମ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବ। ବିସିସିଆଇ ଏହାର କାର୍ଯ୍ୟସୂଚୀ ଘୋଷଣା କରିଛି। ଆଇପିଏଲ କାର୍ଯ୍ୟସୂଚୀରେ ସବୁଠାରୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଥର ସମସ୍ତ ଦଳ ନିରପେକ୍ଷ ସ୍ଥାନରେ ସେମାନଙ୍କର…
ବଲିଉଡ୍ ଫେରିବେ ରଙ୍ଗିଲା ଗର୍ଲ
ମୁମ୍ବାଇ: ବଲିଉଡ୍କୁ ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ଫେରିବେ। ଏନେଇ ସେ ସୂଚନା ଦେଇଛନ୍ତି। ଶେଷଥର ପାଇଁ ୨୦୧୮ରେ ଫିଲ୍ମ ବ୍ଲାକ୍ମେଲର ଏକ ଗୀତରେ ଉର୍ମିଳାଙ୍କୁ ଦେଖିବାକୁ ମିଳିଥିଲା। ୨୦୨୦ ଏପ୍ରିଲ୍ରେ ଏକ ଓ୍ବେବ ସିରିଜ୍ରେ ସେ ଅଭିନୟ କରିବାର ଯୋଜନା…
Archives


