ନୋରାଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ନୋରା ଫତେହି ତାଙ୍କ ଅପକମିଂ ଫିଲ୍ମ ‘ଭୁଜ-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ପାଇଁ ଏବେ ବେଶ୍ ଚର୍ଚ୍ଚାରେ । ଅଜୟ ଦେବଗନ ଷ୍ଟାରର ଏହି ଫିଲ୍ମ ୧୧ ଅଗଷ୍ଟରେ ରିଲିଜ ହେବାର ଯୋଜନା ରହିଛି । ନିକଟରେ ଭୁଜର ଟ୍ରେଲର ରିଲିଜ ହୋଇଥିଲା । ଏବେ ଏହାର ଗୀତ ରିଲଜ କରାଯାଇଛି । ଏଥିରେ ନୋରା ଫତେହି ଅଭିନୟ କରିଥିବା ଗୀତ ‘ଜାଲିମା କୋକା କୋଲା’ର ଟିଜର ରିଲିଜ୍ ହୋଇଛି । ଏଥିରେ ନୋରା ପୁଣିଥରେ ତାଙ୍କର ବେଲି ଡ୍ୟାନ୍ସକୁ ନେଇ ଆସିଯାଇଛନ୍ତି ଚର୍ଚ୍ଚାକୁ । ଏଥିରେ ସେ ସବୁଥର ପରି ଖୁବ୍ ସୁନ୍ଦର ଲାଗୁଛନ୍ତି । ଯେଉଁ ଟିଜର ସାମ୍ନାକୁ ଆସିଛି ସେଥିରେ ନୋରା ବ୍ଲୁ କଲର ଆଉଟଫିଟରେ ନଜର ଆସିଛନ୍ତି । ଟିଜରରେ ଖୁବ୍ କମ୍ ଝଲକ ଦେଖିବାକୁ ମିଳିଛି ନୋରାଙ୍କର । ଯେଉଁଥିରେ ସେ ବେଲି ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଏବେ ସମ୍ପର୍ଣ୍ଣ ଗୀତ ରିଲିଜ କରାଯାଇ ନାହିଁ କେବଳ ଟିଜର ରିଲିଜ ହୋଇଛି । ଏହି ଫିଲ୍ମରେ ନୋରାଙ୍କର କେବଳ ଡ୍ୟାନ୍ସ ନୁୂହେଁ ଅଭିନୟ ବି ଦେଖିବାକୁ ମିଳି । ଏକ ସିକ୍ରେଟ ଏଜେଣ୍ଟ ଭୂମିକାରେ ନୋରାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି । ଏଥିରେ ସେ ଷ୍ଟଣ୍ଟ କରୁଥିବା ବି ଦେଖିବାକୁ ମିଳିବ ।

 


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ଅନ ଆକ୍ସନ ଅବତାରରେ ନୟନତାରା

ମୁମ୍ବାଇ: ଶାହାରୁଖ ଖାଁଙ୍କ ଷ୍ଟାରର ମୁଭି ‘ଜଓ୍ବାନ’ ୨୦୨୩ର ମୋଷ୍ଟ ଆଓ୍ବେଟେଡ ଫିଲ୍ମ ମଧ୍ୟରୁ ଗୋଟିଏ। ନିକଟରେ ଫିଲ୍ମର ପ୍ରିଭ୍ୟୁ ରିଲିଜ ହୋଇଥିଲା, ଯାହାକୁ ଦର୍ଶକଙ୍କର...

ନେପାଳରେ ହିନ୍ଦୀ ଫିଲ୍ମର ସ୍କ୍ରିନିଂ ଆରମ୍ଭ, ହେଲେ ‘ଆଦିପୁରୁଷ’ ଉପରେ ରହିଛି ନିଷେଧାଦେଶ

କାଠମାଣ୍ଡୁ,୨୪।୬: ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ଶେଷ ହେବାର ନାଁ ନେଉନାହିଁ। ଦେଶରେ ଏହି ଫିଲ୍ମକୁ ବିରୋଧ କରାଯାଉଥିବାବେଳେ ବିରୋଧ ଯୋଗୁଁ ନେପାଳରେ ଫିଲ୍ମର ସ୍କ୍ରିନିଂ...

ବିବାହ ଦିନ ଜାଣିଶୁଣି ଫଟା ଶାଢି ପିନ୍ଧି ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍ଟେ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫ ମସିହା ସେପ୍ଟେମ୍ବର ୭ରେ ପୁଣେରେ ଜନ୍ମଗ୍ରହଣ କରିଥିବା ରାଧିକା ନିଜ ଅଭିନୟରେ...

କ୍ଷମା ମାଗିଲେ ଅମିତାଭ୍‌

ମୁମ୍ବାଇ: ବିଗ୍‌ ବି ଅମିତାଭ୍‌ ବଚ୍ଚନ ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି। କୋଲକାତାଠାରେ ହୋଇଥିବା ୨୫ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ବିଗ୍‌ ବି ଏଥର ଯୋଗଦେଇପାରି...

ଖାସ୍‌ ଅନ୍ଦାଜ୍‌ରେ ଭାଉଜଙ୍କୁ ସ୍ବାଗତ କଲେ କ୍ୟାଟ୍ରିନାଙ୍କ ଦିଅର

ବଲିଉଡ ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଡିସେମ୍ବର ୯ରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ। ରାଜସ୍ଥାନର ସୱାଇ ମାଧୋପୁର ଜିଲାର ବାରୱାରାର ୭୦୦...

ଆୟୁଷ୍ମାନଙ୍କୁ ସଫଳତା ଆଣିଦେଲା ଡ୍ରିମ୍‌ ଗାର୍ଲ ୨: ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ସାମିଲ

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମ ଗାର୍ଲ ୨ ବର୍ତ୍ତମାନ ବକ୍ସ ଅଫିସରେ ବହୁତ ଭଲ ଆୟ କରୁଛି । ଏହି ଚଳଚ୍ଚିତ୍ରଟି ଅଆୟୁଷ୍ମାନଙ୍କ କ୍ୟାରିଅରର ଫ୍ଲପ...

‘ଚନ୍ଦ୍ରମୁଖୀ ୨’ରେ କଙ୍ଗନାଙ୍କ ଫାଷ୍ଟ ଲୁକ ଆଉଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବେ ସାଉଥ ସିନେମାରେ ପାଦ ରଖିଛନ୍ତି। ଆକ୍ଟର ରାଘବ ଲରେନ୍ସଙ୍କ ସହ ଅପକମିଂ ହରର-କମେଡି ମୁଭି ‘ଚନ୍ଦ୍ରମୁଖୀ ୨’ରେ...

ହିନାଙ୍କ ବୋଲ୍ଡ ଅବତାର: ପ୍ରଶଂସା ପାଇଁ କମ୍ ପଡିଲା ଶବ୍ଦ

ମୁମ୍ବାଇ: ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରି ସାରିଥିବା ହିନା ଖାଁ ଦେଖିବାକୁ ତ ସୁନ୍ଦର ହେଲେ ତାଙ୍କର ଗ୍ଲାମରସ୍ ଫଟୋ ଫ୍ୟାନ୍ସଙ୍କ ମନ କିଣିବାରେ ଏକ...

Advertisement
Archives

Model This Week